Odiaବିସିସିଆଇ ପୁରସ୍କାର: ରବି ଶାସ୍ତ୍ରୀ, ଫାରୁଖ୍ ଇଞ୍ଜିନିୟରଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ
ହାଇଦ୍ରାବାଦ: ଚାରି ବର୍ଷ ପରେ ବିସିସିଆଇ ବାର୍ଷିକ ପୁରସ୍କାର ପ୍ରଦାନ କରାଯାଇଛି । ହାଇଦ୍ରାବାଦରେ ଆୟୋଜିତ ପୁରସ୍କାର ଉତ୍ସବରେ ଶୁଭମାନ ଗିଲ୍ ଓ ଦୀପ୍ତି ଶର୍ମା ଯଥାକ୍ରମେ ଶ୍ରେଷ୍ଠ ପୁରୁଷ ଓ ମହିଳା ଖେଳାଳି ଭାବେ ପଲି ଉମ୍ରିଗର ପୁରସ୍କାର ଜିତିଛନ୍ତି। ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ ଓ ଫାରୁଖ୍ ଇଞ୍ଜିନିୟରଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି। କରୋନା କାରଣରୁ ୨୦୧୯ ରୁ ସ୍ଥଗିତ ରହିଥିଲା ବିସିସିଆଇ ବାର୍ଷିକ ପୁରସ୍କାର। ଏଥର ଗତ ଚାରି [...]
Odiaବିହାରର ପ୍ରଥମ ଅଣକଂଗ୍ରେସ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କର୍ପୁରୀ ଠାକୁରଙ୍କୁ ମରଣୋତ୍ତର ଭାବେ ମିଳିବ ଭାରତରତ୍ନ
ନୂଆଦିଲ୍ଲୀ – ବିହାରର ପ୍ରଥମ ଅଣକଂଗ୍ରେସ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କର୍ପୁରୀ ଠାକୁରଙ୍କୁ ମରଣୋତ୍ତର ଭାବେ ଦେଶର ସର୍ବୋଚ୍ଚ ବେସାମରିକ ନାଗରିକ ସମ୍ମାନ ‘ଭାରତରତ୍ନ’ ସମ୍ମାନ ଦିଆଯିବ । ଆଜି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। କର୍ପୁରୀ ଠାକୁରଙ୍କ ୧୦୦ତମ ଜନ୍ମବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଏହି ସମ୍ମାନ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଜନନାୟକ ଭାବେ ପରିଚିତ କର୍ପୁରୀ ଠାକୁର ବିହାରର ଥରେ [...]
Odiaଗୋପାଳପୁରରେ ପ୍ରତିଷ୍ଠା ହେବ ଗ୍ରୀନ ଆମୋନିଆ ପ୍ଲାଣ୍ଟ୍, ଏସିଏମଇ ଗ୍ରୁପକୁ ସହଯୋଗ କରିବ ଜାପାନୀ କମ୍ପାଊ
ଭୁବନେଶ୍ୱର – ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ପ୍ରତିଷ୍ଠା ହେବ ଗ୍ରୀନ ଆମୋନିଆ ପ୍ଲାଣ୍ଟ୍ । ଏଥିପାଇଁ ଏଥିପାଇଁ ୩୪୦ ଏକର ଜାଗା ଆବଣ୍ଟନ କରାଯାଇଛି । ଏସିଏମଇ ଗ୍ରୁପ୍ ଜାପାନର ଆଇଏଚଆଇ କମ୍ପାନୀ ସହଯୋଗରେ ମିଳିତ ଭାବେ ପ୍ରତିଷ୍ଠା କରିବ ଗ୍ରୀନ ଆମୋନିଆ ପ୍ଲାଣ୍ଟ୍ । ଏଥିପାଇଁ ୬୦ ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ପ୍ଲାଣ୍ଟ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ପ୍ରକଳ୍ପ ହେଲେ ୩ [...]
ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ : ପୁଣି ଥରେ ନେଲେ ପରିକ୍ରମା ପ୍ରକଳ୍ପର ଅନୁଭୂତି, ଓଡ଼ିଶାବାସୀଙ୍କ କଲେ ମଙ୍ଗଳ କାମନା
ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ସପ୍ତମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ପରିକ୍ରମା ପ୍ରକଳ୍ପର ପୁନଃ ପ୍ରଦକ୍ଷିଣ କରିଛନ୍ତି। ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ଯ ମୁଖ୍ୟମନ୍ତ୍ରୀଙ୍କ ସହିତ ପୁରୀ ଯାଇଥିଲେ। ଭକ୍ତମାନଙ୍କୁ ମିଳୁଥିବା ନୂତନ ସୁବିଧା ସୁଯୋଗ ସମ୍ପର୍କର ଅନୁଭୂତି ନେବାପାଇଁ ମୁଖ୍ୟମନ୍ତ୍ରୀ ଆଜି ପୁଣି ଥରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। [...]
Odiaଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ ପାଇଁ ପାଇପ ବିଛା କାମ ବେଳେ ମାଟି ଅତଡା ଧସି ଦୁଇ ଶ୍ରମିକଙ୍କ ମୃତ୍ୟୁ
କେନ୍ଦୁଝର – କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଅଘଟଣ । ଯୋଡା ଥାନା କମାରଯୋଡାରେ ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ ପାଇଁ ଡିଆଇ ପାଇପ ଲାଇନ୍ ବିଛାଇବା କାର୍ଯ୍ୟ ଚାଲିଥିବା ବେଳେ ମାଟି ଅତଡ଼ା ଧସି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଆଜି ଅପରାହ୍ନରେ ଘଟିଛି ଏହି ଦୁର୍ଘଟଣା। ପ୍ରାଣ ହରାଇଥିବା ଦୁଇ ଶ୍ରମିକଙ୍କ ପରିଚୟ ମିଳିଛି । ସେମାନେ ହେଲେ ଯୋଡା ଅଞ୍ଚଳର ଚରଣ ଲୋହାର ଓ ଅର୍ଜୁନ ଲୋହାର। ଏକ ଠିକା କମ୍ପାନୀ ଦ୍ୱାରା ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ [...]
Odiaଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଗଜପତି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି। ସେ ମଧ୍ୟ ଏହି ଅବସରରେ ଛାତ୍ର ଓ ସାଧାରଣ ଲୋକଙ୍କ ସହ ବିଚାର ଆଲୋଚନା କରିଥିଲେ। ଗଜପତି ଷ୍ଟାଡିୟମରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପାଣ୍ଡିଆନ ଜିଲ୍ଲାର ସମସ୍ତ କଲେଜର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ନୂଆ-ଓ କାର୍ଯ୍ୟକ୍ରମ ଯୁବଗୋଷ୍ଠୀଙ୍କ ପାଇଁ ପ୍ରତିଭା [...]
Odiaରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଓଡ଼ିଶାରେ ଜନ୍ମ ହୋଇଥିବା ଅନେକ ଶିଶୁଙ୍କ ନାଁ ରଖାଗଲା ରାମ, ସୀତା
କେନ୍ଦ୍ରାପଡା: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଓଡ଼ିଶାର କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ଜନ୍ମ ହୋଇଥିବା ଅନେକ ଶିଶୁଙ୍କ ବାପାମା’ ନିଜ ପିଲାର ନାଁ ରାମ ଓ ସୀତା ରଖିଛନ୍ତି। ଜାନୁଆରୀ ୨୨ରେ କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାର ସରକାରୀ ତଥା ବେସରକାରୀ ଡାକ୍ତରଖାନାରେ ଜନ୍ମ ହୋଇଥିବା ଅତି କମରେ ୬ ଶିଶୁଙ୍କୁ ସେମାନଙ୍କ ବାପମା’ ପ୍ରଭୁ ରାମ ଓ ଦେବୀ ସୀତାଙ୍କ ନାମରେ ନାମିତ କରିଛନ୍ତିି । ନବଜାତଙ୍କ ମଧ୍ୟରେ ପୁଅ ଓ [...]
Odiaବର୍ଷର ଶ୍ରେଷ୍ଠ ଆଇସିସି ଦିନିକିଆ ଦଳର ଅଧିନାୟକ ହେଲେ ରୋହିତ, ଭାରତୀୟ ଖେଳାଳିଙ୍କ ଦବଦବା
ଦୁବାଇ: ଆଇସିସି ମଙ୍ଗଳବାର ବର୍ଷର ଶ୍ରେଷ୍ଠ ଦିନିକିଆ ଦଳ ଘୋଷଣା କରିଛି । ରୋହିତ ଶର୍ମାଙ୍କୁ ଏହି ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି । ଏହାଛଡ଼ା ଆଇସିସିର ଦିନିକିଆ ଦଳରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି, ପେସ୍ ଯୋଡ଼ି ସାମି ଓ ସିରାଜଙ୍କ ସହ ଭାରତର ସର୍ବାଧିକ ୫ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଆଇସିସି ଜାରି କରିଥିବା ବିବୃତ୍ତି ଅନୁଯାୟୀ, ଏହି ଦଳରେ ସାମିଲ ଅଧିକାଂଶ ଖେଳାଳି ଭାରତ (ରନର୍ସ ଅପ୍) ଏବଂ ଅଷ୍ଟ୍ରେଲିଆ [...]
Odiaରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ ଆସାମ ମୁଖ୍ୟମନ୍ତ୍ରୀ
ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଆସାମ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶୃଙ୍ଖଳା ସୃଷ୍ଟି କରିବାକୁ ଭିଡ଼କୁ ଉସୁକାଇଥିବା ଅଭିଯୋଗ କରି ସେ ଏହି ଆଦେଶ ଦେଇଛନ୍ତି। ସର୍ମା ‘ଏକ୍ସ’ରେ ଲେଖିଛନ୍ତି – “ଏମାନେ ଆସାମ ସଂସ୍କୃତିର ଅଂଶ ନୁହଁନ୍ତି। ଆମେ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ। ଏଭଳି ନକ୍ସଲ କୌଶଳ ଆମ ସଂସ୍କୃତିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଭିଡ଼କୁ ଉସୁକାଇବା ପାଇଁ ମୁଁ ରାହୁଲ [...]
Odiaଓଡ଼ିଶାରେ ପ୍ରଥମ ଥର ପାଇଁ ଡ୍ରୋନ୍ ସେବା ଆରମ୍ଭ କଲା ଭୁବନେଶ୍ବର ଏମସ
ଭୁବନେଶ୍ୱର -ଭୁବନେଶ୍ୱର ଏମସରୁ ପରୀକ୍ଷାମୂଳକ ଭାବେ ଡ୍ରୋନ୍ ଯୋଗେ ସେବା ଯୋଗାଣ ଆରମ୍ଭ ହୋଇଛି। ଏମ୍ସରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡ୍ରୋନ ଯୋଗେ ଗୁରୁତର ରୋଗୀଙ୍କୁ ରକ୍ତ ଯୋଗାଣ ସହ ରକ୍ତ ନମୁନା ସଂଗ୍ରହ କରି ଅଣାଯାଇଛି। ଡ୍ରୋନ୍ ଯୋଗେ ଅତି ଜରୁରୀ ଇଞ୍ଜେକ୍ସନ ଏବଂ ଔଷଧ ଯୋଗାଣ ପ୍ରକ୍ରିୟା ମଧ୍ୟ ଭୁବନେଶ୍ୱର ଏମ୍ସ ପକ୍ଷରୁ ଆରମ୍ଭ ହୋଇଛି । ଏମ୍ସ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଡ୍ରୋନ ସେବା ଆରମ୍ଭ [...]
