Odiaଏଥର ରଜରେ ପ୍ରବଳ ଗୁଳୁଗୁଳି , ଆଗାମୀ ୪୮ ଘଣ୍ଟା ହିଟୱେଭ୍
ଭୁବନେଶ୍ୱର – ଏଥର ଶୁଖିଲା ରଜ ପାଳନ କରିବେ ରାଜ୍ୟବାସୀ। କାହିଁକି ନା ରାଜ୍ୟରେ ମୋୖସୁମୀ ବାୟୁ ଏବେ କେବଳ ମାଲକାନଗିରି ଓ କୋରାପୁଟରେ ହିଁ ସକ୍ରିୟ ରହିଛି। ଏହା ଅଗ୍ରସର ହୋଇପାରୁନାହିଁ। ରଜରେ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । ଆଗାମୀ ୪୮ ଘଣ୍ଟା ଯାଏ ହିଟ୍ ୱେଭ ଲାଗି ରହିବ ଓ ଆଗାମୀ ୫ ଦିନ ଯାଏଁ ଉପକୂଳରେ ପ୍ରବଳ ଗୁଳୁଗୁଳି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର [...]
Odiaନ୍ୟୁଜିଲ୍ୟାଣ୍ଡକୁ ହରାଇ ସୁପର ୮ରେ ୱେଷ୍ଟଇଣ୍ଡିଜ୍
ତୋରୁବା (ତ୍ରିନିଦାଦ ଏଣ୍ଡ୍ ଟବାଗୋ): ସେରଫେନ୍ ରଦରଫୋର୍ଡଙ୍କ କ୍ୟାରିୟରର ଶ୍ରେଷ୍ଠ ଇନିଂସ ଏବଂ ଅଲଜାରୀ ଜୋସେଫ ଓ ଗୁଦାକେଶ ମୋତିଙ୍କ ଚମତ୍କାର ବୋଲିଂ ବଳରେ ୱେଷ୍ଟଇଣ୍ଡିଜ୍ ଗୁରୁବାର ଟି-୨୦ ବିଶ୍ୱକପ୍ ଗ୍ରୁପ୍ ସି ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡକୁ ୧୩ ରନରେ ହରାଇ ସୁପର ୮ରେ ପ୍ରବେଶ କରିଛି। ଏହି ପରାଜୟ ପରେ ନ୍ୟୁଜିଲ୍ୟାଣ୍ଡ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିବା ଆଶା ମଉଳି ଯାଇଛି । ୱେଷ୍ଟଇଣ୍ଡିଜର ଏହା କ୍ରମାଗତ ତୃତୀୟ ବିଜୟ । ଏଥିସହ ଦଳ ୬ ପଏଣ୍ଟ [...]
Odiaସୁଆଣ୍ଡୋରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ଵର – ଆଜି ସକାଳେ ଶ୍ରୀମନ୍ଦିରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନ୍ତ୍ରୀ ମଣ୍ଡଳ ସଦସ୍ୟମାନଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଶ୍ରୀମନ୍ଦିରର ଚାରି ଦ୍ୱାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବା ପରେ ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋକୁ ଆସିଥିଲେ। ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ସାଂସଦ ଓ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ। ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କୁ ଶ୍ରଦ୍ଧାସୁମନ [...]
Odiaଟି-୨୦ ବିଶ୍ୱକପ : ତୃତୀୟ ବିଜୟ ସହ ସୁପର-୮ରେ ଭାରତ
ନ୍ୟୁୟର୍କ: ଭାରତ କ୍ରମାଗତ ତୃତୀୟ ବିଜୟ ସହ ଚଳିତ ଟି-୨୦ ବିଶ୍ୱକପର ସୁପର-୮ରେ ପ୍ରବେଶ କରିଛି। ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ପରେ ସୂର୍ଯ୍ୟକୁମାର ଯାଦବ ଓ ଶିବମ ଦୁବେଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ସହାୟତାରେ ଭାରତ ବୁଧବାର ଅନୁଷ୍ଠିତ ମ୍ୟାଚରେ ଆମେରିକାକୁ ୭ ଓ୍ବିକେଟରେ ପରାସ୍ତ କରିଛି। ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମର ବୋଲର ଫ୍ରେଣ୍ଡଲି ପିଟ୍ରେ ଆମେରିକା ୨୦ ଓଭରରେ ୮ ଓ୍ବିକେଟ୍ ହରାଇ ୧୧୦ ରନ କରିଥିଲା। ଏହାର ଜବାବରେ ଭାରତ ୩୯ ରନରେ [...]
Odia୩-୪ ଦିନ ମଧ୍ୟରେ ସମଗ୍ର ରାଜ୍ୟରେ ସକ୍ରିୟ ହୋଇପାରେ ମୋୖସୁମୀ
ଭୁବନେଶ୍ୱର – ରାଜ୍ୟରେ ଆସନ୍ତା ତ ୪ ଦିନ ଯାଏଁ ତାତି ଓ ଗୁଳୁଗୁଳିରୁ ନିସ୍ତାର ମିଳିବ ନାହିଁ। ପାଗରେ କୌଣସି ପରିବର୍ତ୍ତନ ହେବନାହିଁ। ତାପମାତ୍ରା ୨ -୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ବୁଧବାର ୧୪ ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରହିଥିଲା। ନୂଆପଡ଼ାରେ ସର୍ବାଧିକ ୪୨.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା। ଏଣେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୩-୪ ଦିନ ମଧ୍ୟରେ ସକ୍ରିୟ ହେବ ବୋଲି [...]
Odiaଆଜିଠୁ ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ୱାର, ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ପୁରୀ – ଦୀର୍ଘ ଦିନ ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିର ଚାରି ଦ୍ଵାର। ସକାଳ ମଙ୍ଗଳ ଆଳତି ପରେ ଚାରି ଦ୍ଵାର ଖୋଲାଯାଇଛି। ଚାରିଦ୍ଵାର ଖୋଲିବା ନେଇ ଦୀର୍ଘ ଦିନ ଧରି ଦାବି ହୋଇଆସୁଥିଲା। ତେଣୁ ଚାରି ଦ୍ଵାର ଖୋଲିବା ପରେ ଶ୍ରଦ୍ଧାଳୁମାନେ ଖୁସି ବ୍ୟକ୍ତ କରିଛନ୍ତି। ସେପଟେ ଆଜି ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ମାଝୀ । ଆଜି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସାସୁ ସସୁର ଗୁର ସେବା କରେହୁ । ପତି ରୁଖ ଲାଖି ଆୟସୁ ଅନୁସରେହୁ ॥ ଅତି ସନେହ ବସ ସଖୀଂ ସୟାନୀ । ନାରି ଧରମ ସିଖବହିଂ ମୃଦୁ ବାନୀ ॥ ଭାବାର୍ଥ :- ଶାଶୁ, ଶସୁର ଆଉ ଗୁରୁଦେବଙ୍କ ସେବା କରିବ । ସ୍ବାମୀଙ୍କ ଆଡକୁ ଚାହିଁ ତାଙ୍କ କହିବା କଥାକୁ ଅନୁପାଳନ କରିବ । ପ୍ରିୟ ଚତୁରୀ ସଖୀମାନେ ମଧ୍ୟ କୋମଳ ଶବ୍ଦରେ ସ୍ତ୍ରୀ – ଧର୍ମ [...]
Odiaଗୀତା ଉପଦେଶ: ଜୀବନରେ ଦ୍ଵନ୍ଦ କେବେହେଲେ ଯଶସ୍ବୀ ପୁରୁଷଙ୍କୁ ଶୋଭା ପାଏନାହିଁ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସାଙ୍ଖ୍ଯ ଯୋଗ ରେ କହୁଛନ୍ତି- କୁତସ୍ତ୍ୱା କଶ୍ମଳମିଦଂ ବିଷମେ ସମୁପସ୍ଥିତମ୍।ଅନାର୍ଯ୍ୟଜୁଷ୍ଟମସ୍ୱର୍ଗ୍ୟମକୀର୍ତିକରମର୍ଜୁନ।। ଅର୍ଥାତ୍ ଭଗବାନ କହିଲେ ଯେ ହେ ପ୍ରିୟ ଅର୍ଜୁନ ଏହି ପରି ବିପଦପୂର୍ଣ୍ଣ ସମୟରେ ତୁମ ଠାରେ ଏହି ଦ୍ବନ୍ଦ୍ବ କିପରି ଉତ୍ପନ୍ନ ହେଲା। ଏହା ଏକ ଯଶସ୍ବୀ ପୁରୁଷ ଙ୍କୁ ଶୋଭା ପାଏ ନାହିଁ। ଏହା ଉଚ୍ଚତର ଲୋକ ମାନଙ୍କୁ ଅପଯଶ ପ୍ରଦାନ କରିଥାଏ।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂତନ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ: ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗୃହୀତ

Odiaମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂତନ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ: ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗୃହୀତ
ଭୁବନେଶ୍ବର: ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରିଛନ୍ତି। କ୍ୟାବିନେଟ୍ ପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟଗଣଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମାଝୀ କହିଲେ ଯେ ଓଡିଶାର ସାଢେ ଚାରି କୋଟି ଜନସାଧାରଣଙ୍କ ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇ ନିଷ୍ପତ୍ତି [...]
Odiaମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ , ୮ କ୍ୟାବିନେଟ ଓ ୫ ରାଷ୍ଟ୍ରମନ୍ତ୍ରୀଙ୍କ ଶପଥ
ଭୁବନେଶ୍ୱର – ମୋହନ ଚରଣ ମାଝୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଜି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏଥିସହ ରାଜ୍ୟରେ ବିଜେପି ସରକାରର କାର୍ଯ୍ୟକାଳ ଆରମ୍ଭ ହୋଇଛି। ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ସମାରୋହରେ ରାଜ୍ୟପାଳ ରଘୁବର ଦାସ କେନ୍ଦୁଝର ସଦର ବିଜେପି ବିଧାୟକ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଉପ ମୁଖ୍ୟମନ୍ତ୍ରୀ ଭାବେ ପାଟଣାଗଡ ବିଧାୟକ କନକବର୍ଦ୍ଧନ ସିଂହଦେଓ ଓ ନିମାପଡା [...]
