Odiaରାଜ୍ୟରେ ହିଟୱେଭ ଜନିତ ମୃତ୍ୟୁ ୪୧କୁ ବୃଦ୍ଧି
ଭୁବନେଶ୍ୱର – ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ୪୧ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ଏହି ସୂଚନା ଦେଇଛନ୍ତି। ଏସଆରସିଙ୍କ ରିପୋର୍ଟ ଅନୁସାରେ ୪୧ ଜଣଙ୍କ ମୃତ୍ୟୁ ଗ୍ରୀଷ୍ମତାପ ଜନିତ । ହିଟ୍ଓ୍ବେଭ୍ ଅଭିଯୋଗ ଥିବା ୭୩ଟି ମୃତ୍ୟୁ ମାମଲାର ତଦନ୍ତ ଚାଲିଛି । କିଛି ମୃତଦେହର ପୋଷ୍ଟମର୍ଟମ ନକରି ପରିବାରଲୋକ ନେଇ ଯାଇଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ରବିବାର ୧୬ଟି ହିଟ୍ଓ୍ବେଭ୍ ମାମଲା ଆସିଛି । ଚଳିତ [...]
Odiaକଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଭକ୍ତ ଦାସଙ୍କ ଇସ୍ତଫା
ଭୁବନେଶ୍ୱର – ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଭକ୍ତଚରଣ ଦାସ । ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନର କାରଣ ଦର୍ଶାଇ କଂଗ୍ରେସ ଅଧ୍ୟକ୍ଷଙ୍କୁ ଚିଠି ଲେଖି ପଦ ଛାଡିଛନ୍ତି ଭକ୍ତଚରଣ ଦାସ। ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ତାଙ୍କ ସ୍ଥାନରେ ଭକ୍ତ ଦାସଙ୍କୁ ନିଯୁକ୍ତ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।
ସୋରଡ଼ାର ପ୍ରୟାସୀ: ମାଟ୍ରିକ୍ ମାର୍କ ଯେତିକି ଗଛ ଲଗାଇବେ ସେତିକି
ଭଞ୍ଜନଗର: ମାଟ୍ରିକ ପରୀକ୍ଷାରେ ସେ ହାସଲ କରିଛନ୍ତି ଏ-୧ ଗ୍ରେଡ୍। ୫୪୮ ମାର୍କ ରଖି ନିଜ ଗାଁ ଓ ବିଦ୍ୟାଳୟର ସୁନାମ ରଖିଛନ୍ତି। ଏଥିପାଇଁ ତ ସମସ୍ତେ ତାଙ୍କୁ ଓ ତାଙ୍କ ପିତାମାତାଙ୍କୁ ପ୍ରଶଂସା ତ କରୁଛନ୍ତି। ତେବେ ବର୍ତ୍ତମାନ ଆଉ ଏକ କାରଣ ପାଇଁ ସମସ୍ତେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ କୁଲାଙ୍ଗି ହାଇସ୍କୁଲର ଛାତ୍ରୀ ପ୍ରୟାସୀ ପ୍ରଜ୍ଞା ଲେଙ୍କାଙ୍କୁ ସାବାସୀ ଦେଉଛନ୍ତି। କାରଣ ସେ ନିଷ୍ପତ୍ତି ନେଇଛନ୍ତି ଯେ ସେ ମାଟ୍ରିକ୍ ବା ଦଶମ [...]
Odiaପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ
ଭୁବନେଶ୍ୱର – ଲଗାତର ତୃତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ ତୃତୀୟ ପାଳି ସଫଳ ହେବା ସହ ତାଙ୍କ ସରକାର ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବେ ବୋଲି ବିଜେଡି ସଭାପତି ଆଶା ପ୍ରକାଶ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଭାରତ ବିକାଶର ନୂଆ ସୋପାନରେ ପହଞ୍ଚୁ ବୋଲି ନବୀନ କହିଛନ୍ତି।
Odiaଆଭ୍ୟନ୍ତରୀଣ ଓ ପଶ୍ଚିମରେ ଗ୍ରୀଷ୍ମ ପ୍ରବାହ ଜାରି, ରହିଛି ପକୂଳରେ ଗୁଳୁଗୁଳି
ଭୁବନେଶ୍ୱର – ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ମୋୖସୁମୀ ସକ୍ରିୟ ରହିଥିଲେ ମଧ୍ୟ ରାଜ୍ୟରେ ବାକି ଅଞ୍ଚଳରେ ପାଗ ଅପରିବର୍ତ୍ତିତ ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରବିବାର ୧୬ ସହରରେ ଦିନ ତାପମାତ୍ରା ୪୦ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ, ଶନିବାର ଅପେକ୍ଷା ରବିବାର ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଥିବାବେଳେ ଆସନ୍ତା ୩ଦିନ ମଧ୍ୟରେ କିଛି ଅଞ୍ଚଳରେ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ [...]
Odiaଟି-୨୦ ବିଶ୍ୱକପ: ବୋଲର ଦେଲେ ରୋମାଞ୍ଚକ ବିଜୟ, ପାକିସ୍ତାନକୁ ୬ ରନରେ ହରାଇଲା ଭାରତ
ନ୍ୟୁୟର୍କ: ଟି-୨୦ ବିଶ୍ୱକପରେ ରବିବାର ଖେଳାଯାଇଥିବା ହାଇ ଭୋଲଟେଜ ମ୍ୟାଚରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ନାଟକୀୟ ବିଜୟ ହାସଲ କରିଛି । ଭାରତ ଏହି ଲୋ ସ୍କୋରିଂ ମ୍ୟାଚକୁ ୬ ରନରେ ଜିତିନେଇଛି । ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ବହୁ ପ୍ରତିକ୍ଷୀତ ମ୍ୟାଚରେ ଟସ୍ ହାରି ବ୍ୟାଟିଂ କରିଥିବା ଭାରତ ୧୯ ଓଭରରେ ମାତ୍ର ୧୧୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ରିଷଭ ପନ୍ତ ସର୍ବାଧିକ ୪୨ [...]
ବିଜେପି ବିଧାୟକ ଦଳ ନେତା ବାଛିବେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଆସିବେ ମନ୍ତ୍ରୀ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ

Odiaବିଜେପି ବିଧାୟକ ଦଳ ନେତା ବାଛିବେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଆସିବେ ମନ୍ତ୍ରୀ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ
ଭୁବନେଶ୍ୱର – ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବିଳମ୍ବିତ ହୋଇଛି। ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ଆଜି ବିଜେପିର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର ଥିଲା । କିନ୍ତୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଏବେ ଜୁନ୍ ୧୨ରେ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ନବନିର୍ବାଚିତ ବିଜେପି ବିଧାୟକ ଦଳର ବୈଠକ ଆସନ୍ତାକାଲି ବସିବ ଓ ଏଥିରେ ସର୍ବସମ୍ମତିକ୍ରମେ କ୍ରମେ ନେତା ନିର୍ବାଚନ କରାଯିବ । ବିଧାୟକ ଦଳ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ର [...]
Odiaକ୍ରମାଗତ ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ରବିବାର ସନ୍ଧ୍ୟାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ମୋଦୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜବାହାରଲାଲ ନେହେରୁଙ୍କ ପରେ ମୋଦୀ ଦ୍ବିତୀୟ ନେତା ଭାବେ ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ମୋଦୀଙ୍କ ସହ ରାଜନାଥ ସିଂହ, ଅମିତ ଶାହା, ନିତିନ ଗଡକରୀ, ଜେପି ନଡ୍ଡା, ଶିବରାଜ [...]
Odiaସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଲେ ପାଣ୍ଡିଆନ
ଭୁବନେଶ୍ୱର – ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ। ଏକ ଭିଡିଓ ବାର୍ତ୍ତା ଜରିଆରେ ସେ ନିଜର ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। ବିଧାନସଭା ନିର୍ବାଚନରେ ବିଜେଡିର ପରାଜୟ ପାଇଁ ପାଣ୍ଡିଆନ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ, ପିଲାଟି ଦିନରୁ ଆଇଏଏସ ଅଫିସର ହୋଇ ଲୋକଙ୍କ ସେବା କରିବା ତାଙ୍କର ସ୍ୱପ୍ନ ଥିଲା । ଆଉ ମହାପ୍ରଭୁଙ୍କ କୃପାରୁ ସେହି ସ୍ୱପ୍ନ ସାକାର [...]
Odiaପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ଘୋଷଣା କଲେ ଅଚ୍ୟୁତ ସାମନ୍ତ
ଭୁବନେଶ୍ୱର – ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ବିଜେଡି ନେତା ତଥା କନ୍ଧମାଳର ପୂର୍ବତନ ଲୋକସଭା ସଦସ୍ୟ ଅଚ୍ୟୁତ ସାମନ୍ତ । ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେବା ପରେ ବି ଦୀର୍ଘ ୩୨ ବର୍ଷ ଧରି ସେ ଜାରି ରଖିଥିବା ସମାଜସେବା ଆହୁରି ବ୍ୟାପକ କରିବେ ବୋଲି ଅଚ୍ୟୁତ ସାମନ୍ତ ପ୍ରକାଶ କରିଛନ୍ତି। ଏହାସହ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ଅଚ୍ୟୁତ ସାମନ୍ତ। ଗତକାଲି ନବୀନ ନିବାସରେ ବିଜେଡି ସଭାପତି [...]
