Odiaକେଜ୍ରିୱାଲଙ୍କ ଜାମିନ ଆବେଦନ ଖାରଜ, ଜୁନ୍ ୧୯ ପର୍ଯ୍ୟନ୍ତ ବଢ଼ିଲା ହାଜତ ମିଆଦ
ନୂଆଦିଲ୍ଲୀ: ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଏଥିସହ କୋର୍ଟ କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଜୁନ୍ ୧୯ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତିି। କେଜ୍ରିୱାଲ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ୭ ଦିନ ପାଇଁ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। କୋର୍ଟ କେଜ୍ରିୱାଲଙ୍କ ଆବଶ୍ୟକ ଡ଼ାକ୍ତରୀ ପରୀକ୍ଷା କରିବାକୁ ତିହାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିୟମିତ ଜାମିନ ପାଇଁ କେଜ୍ରିୱାଲ କରିଥିବା ଆବେଦନର ଶୁଣାଣି ଜୁନ୍ [...]
Odiaଏଥର କେଉଁ ଦଳର ମହିଳା ସାଂସଦ ସଂଖ୍ୟା ଅଧିକ ଜାଣନ୍ତୁ
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପିରୁ ସର୍ବାଧିକ ମହିଳା ପ୍ରାର୍ଥୀ ଜିତିଛନ୍ତି। ଏଥର ଦଳର ୩୧ ଜଣ ମହିଳା ପ୍ରାର୍ଥୀ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି, ଯାହା ଗତ ନିର୍ବାଚନ ତୁଳନାରେ ବହୁତ କମ୍ । ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ୪୨ ଜଣ ମହିଳା ସାଂସଦ ଥିଲେ। ସର୍ବାଧିକ ସଂଖ୍ୟକ ମହିଳା ସାଂସଦ ଦେବାରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି। ଏଥର ଦଳର ୧୩ ଜଣ ପ୍ରାର୍ଥୀ ଜିତିଥିବାବେଳେ ଗତ ନିର୍ବାଚନରେ ଏହି ସଂଖ୍ୟା ମାତ୍ର [...]
Odiaଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, ଜୁନ୍ ୮ରେ ତୃତୀୟ ଥର ଶପଥ ନେଇପାରନ୍ତି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ମୋଦୀ ତାଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିବା ସହ ୧୭ତମ ଲୋକସଭା ଭଙ୍ଗ କରିଵା ପାଇଁ ସୁପାରିସ କରିଛନ୍ତିି। ପ୍ରଧାନମନ୍ତ୍ରୀଙ୍କ ସହ ପୂରା ମନ୍ତ୍ରିମଣ୍ଡଳ ମଧ୍ୟ ଇସ୍ତଫା ଦେଇଛନ୍ତି। ମୋଦୀ କ୍ରମାଗତ ତୃତୀୟ ଥର ଜୁନ୍ ୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି। ଏହା ପୂର୍ବରୁ ବୁଧବାର ପୂର୍ବାହ୍ନ ୧୧.୩୦ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ତାଙ୍କ [...]
Odiaକର୍ଣ୍ଣାଟକରୁ ମିଳିଲେ ମାଲକାନଗିରିର ଡାକ୍ତର ଅମ୍ଳାନ ଭୋଇ
ମାଲକାନଗିରି – କିଛି ଦିନ ତଳେ ମାଲକାନଗିରିରୁ ନିଖୋଜ ହୋଇଯାଇଥିବା ଡାକ୍ତର ଅମ୍ଳାନ ଭୋଇ ଶେଷରେ କର୍ଣ୍ଣାଟକରୁ ଠାବ ହୋଇଛନ୍ତି। କାଲିମେଳା ପୋଲିସ ତାଙ୍କୁ କର୍ଣ୍ଣାଟକରୁ ଠାବ କରିଛି । କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଅମ୍ଳାନ ଭୋଇ ସରକାରୀ କ୍ୱାର୍ଟରରେ ରହୁଥିଲେ। ଜୁନ୍ ୧ ତାରିଖ ରାତିରେ ସେ ଡ୍ୟୁଟି ସାରି ସରକାରୀ ବାସଭବନକୁ ଯାଇଥିଲେ । ତେବେ ତା’ପରଠୁ ତାଙ୍କର ଆଉ କୌଣସି ଖୋଜଖବର ମିଳି ନଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ଏନେଇ [...]
Odiaଆସନ୍ତା ୩-୪ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ
ଭୁବନେଶ୍ୱର – ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ବାୟୁ ପ୍ରଥମେ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିବା ପରେ ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ । ଓଡ଼ିଶାରେ ମୌସୁମୀ ସ୍ପର୍ଶ ପାଇଁ ପାଗ ଅନୁକୂଳ ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି। ଏ ବର୍ଷ ମୌସୁମୀ ବାୟୁ ମେ’୨୯ ତାରିଖରେ କେରଳରେ ପ୍ରବେଶ କରିଥିଲା । ଏବର୍ଷ ଦେଶରେ ଭଲ ମୈ।ସୁମୀ [...]
Odiaରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର – ବିଧାନସଭା ନିର୍ବାଚନରେ ବିଜେପି ସପକ୍ଷରେ ଜନାଦେଶ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇସ୍ତଫା ଦେଇଛନ୍ତି । ଆଜି ସେ ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିବା ସହ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ୨୪ ବର୍ଷ କାଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହି ଆସିଥିଲେ ନବୀନ ପଟ୍ଟନାୟକ। ତାଙ୍କ ନେତୃତ୍ଵରେ ବିଜେଡି ପ୍ରମୁଖ ଆଞ୍ଚଳିକ ଦଳରେ ପରିଣତ ହୋଇଥିଲା । ବିଜେଡି ଲଗାତର ପାଞ୍ଚଟି ନିର୍ବାଚନରେ ବିଜୟୀ ହୋଇ ସରକାର [...]
Odiaଲୋକସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷଣା: କେଉଁ ଦଳକୁ କେତେ ଆସନ ମିଳିଲା ଜାଣନ୍ତୁ
ନୂଆଦିଲ୍ଲୀ: ନିର୍ବାଚନ କମିଶନ ଦେଶର ସମସ୍ତ ୫୪୩ ଲୋକସଭା ଆସନର ଫଳାଫଳ ଘୋଷଣା କରିଛନ୍ତି । ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପି ସର୍ବାଧିକ ୨୪୦ ଆସନ ଜିତିଥିବାବେଳେ କଂଗ୍ରେସକୁ ମିଳିଛି ୯୯ ଆସନ। ମହାରାଷ୍ଟ୍ରର ବିଡ୍ ନିର୍ବାଚନମଣ୍ଡଳୀର ଫଳାଫଳ ସ୍ପଷ୍ଟ ହେବା ପରେ ଲୋକସଭା ନିର୍ବାଚନ ୨୦୨୪ର ସମସ୍ତ ବିଜୟୀ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛନ୍ତିି ନିର୍ବାଚନ କମିଶନ। ବିଡ୍ ନିର୍ବାଚନମଣ୍ଡଳୀରେ ଏନସିପି (ଶରଦ ପାୱାର) ପ୍ରାର୍ଥୀ ବଜରଙ୍ଗ ମନୋହର ସୋନାୱାନେ ବିଜେପିର ପଙ୍କଜା [...]
Odiaଟି-୨୦ ବିଶ୍ୱକପରେ ଆଜିଠୁ ଭାରତର ଅଭିଯାନ, ଆୟର୍ଲାଣ୍ଡ ସହ ପ୍ରଥମ ମୁକାବିଲା
ନ୍ୟୁୟର୍କ: ଚଳିତ ଟି-୨୦ ବିଶ୍ୱକପରେ ଭାରତ ନିଜ ଅଭିଯାନ ବୁଧବାର ଆୟର୍ଲାଣ୍ଡ ବିପକ୍ଷରେ ଆରମ୍ଭ କରିବ। ଦୀର୍ଘ ୧୧ ବର୍ଷ ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇବା ଲକ୍ଷ୍ୟରେ ଥିବା ଭାରତ ଏଥର ସଫଳ ହେବ ବୋଲି ପ୍ରଶଂସକ ଆଶା ବାନ୍ଧିଛନ୍ତି। କ୍ୟାରିୟରର ଶେଷ ଟି-୨୦ ବିଶ୍ବକପ୍ ଖେଳୁଥିବା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ଷ୍ଟାର ଖେଳାଳି ମଧ୍ୟ ଆଇସିସି ଟ୍ରଫି ଧରିବାକୁ ବ୍ୟଗ୍ର। ଯଶପ୍ରୀତ୍ ବୁମ୍ରା ଓ ରବୀନ୍ଦ୍ର ଜାଡେଜାଙ୍କ ସମେତ ଅନ୍ୟ [...]
Odiaଆଜି ଶ୍ରୀଜିଉଙ୍କ ବନକଲାଗି ନୀତି; ସଂଧ୍ୟା ୭ଟାରୁ ୧୦ ଦର୍ଶନ ବନ୍ଦ
ପୁରୀ – ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।ବନକଲାଗି ଏକ ଗୁପ୍ତ ନୀତି। ଏଣୁ ଆଜି ଦ୍ଵିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ସନ୍ଧ୍ୟା ୭ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ଶ୍ରୀଜିଉମାନଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପରମ୍ପରା ଅନୁଯାୟୀ ଦତ୍ତ ମହାପାତ୍ର ସେବକମାନେ ବିଭିନ୍ନ ପ୍ରାକୃତିକ ରଙ୍ଗରେ ଶ୍ରୀଜିଉଙ୍କ ଶ୍ରୀମୁଖ ସିଂହାର କରିବେ। ଦ୍ଵିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ [...]
Odiaବିଜେପିର ବିଜୟ ପାଇଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ – ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶାକୁ ପ୍ରଗତିର ଶିଖରରେ ପହଞ୍ଚାଇବା ସହ ରାଜ୍ୟବାସୀଙ୍କ ସ୍ୱପ୍ନ ସାକାର କରିବା ପାଇଁ ବିଜେପି ସମସ୍ତ ଉଦ୍ୟମ କରିବ ବୋଲି ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି। ବିଜୟ ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ମୋଦି ।
