Odiaଦଳମତ ନିର୍ବିଶେଷରେ ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ
ଭୁବନେଶ୍ୱର – ବିଧାନସଭା ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ନବୀନ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିର୍ବାଚନରେ ବିଜୁ ଜନତା ଦଳର ସମସ୍ତ କର୍ମୀ ଓ ନେତାଙ୍କ ନିଷ୍ଠାପର ଉଦ୍ୟମ ଓ ତ୍ୟାଗ ପ୍ରତି ସମ୍ମାନ ଧନ୍ୟବାଦ ଜଣାଇଛନ୍ତି ବିଜେଡି ସୁପ୍ରିମୋ।
Odiaବିଧାନସଭା ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ, ବିରୋଧୀ ଆସନରେ ବସିବ ବିଜେଡି
ଭୁବନେଶ୍ୱର – ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ଶାସନ କରୁଥିବା ବିଜୁ ଜନତା ଦଳକୁ ଏଥର ବିଧାନସଭା ନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଲଗାତର ଷଷ୍ଠ ଥର ପାଇଁ ବିଜେଡି ବିଜୟୀ ହେବ ବୋଲି ଆଶା ବାନ୍ଧିଥିଲା । କିନ୍ତୁ ଏଥର ଜନାଦେଶ ବିଜେପି ସପକ୍ଷରେ ଯାଇଛି । ବିଜେପିକୁ ସରକାର ଗଠନ ପାଇଁ ସୁଯୋଗ ଦେଇଛନ୍ତି ଭୋଟର୍ । ୧୪୭ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ବିଜେପି ସାଧାରଣ ସଂଖ୍ୟାଗରିଷ୍ଠତା ହାସଲ [...]
Odia୨୪ ବର୍ଷ ଧରି ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲା ବିଜେଡି
ଭୁବନେଶ୍ୱର – ରାଜ୍ୟରେ ଜନତା ଜନାର୍ଦ୍ଦନଙ୍କ ଫଇସଲାକୁ ସମ୍ମାନ ଦେଇ ବିଧାନସଭା ନିର୍ବାଚନର ଫଳାଫଳକୁ ଗ୍ରହଣ କରିଛି ବିଜୁ ଜନତା ଦଳ । ଫଳାଫଳ ସ୍ପଷ୍ଟ ହେଲା ପରେ ଶଙ୍ଖ ଭବନରେ ବିଜେଡି ପକ୍ଷରୁ ପ୍ରେସମିଟ କରାଯାଇଥିଲା । ବିଜେଡିକୁ ଗତ ୨୪ ବର୍ଷ ଧରି ଆଶୀର୍ବାଦ କରିଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛି ଦଳ । ଆପଣଙ୍କ ଆଶୀର୍ବାଦରେ ବିଜେଡି ୫୧ ଆସନରେ ଜିତୁଛି । ଏଥିପାଇଁ ସାଢ଼େ ୪ କୋଟି ଓଡ଼ିଆଙ୍କୁ ଦଳ ଧନ୍ୟବାଦ ଜଣାଉଛି [...]
Odiaବାରାଣସୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହ୍ୟାଟ୍ରିକ ବିଜୟ, ଦେଢ଼ ଲକ୍ଷରୁ ଅଧିକ ଭୋଟରେ ଜିତିଲେ
ବାରାଣସୀ: ଲୋକସଭା ନିର୍ବାଚନର ଅନ୍ୟତମ ହଟ୍ ସିଟ୍ ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୟର ହ୍ୟାଟ୍ରିକ କରିଛନ୍ତିି। ସେ ଦେଢ଼ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ କଂଗ୍ରେସର ଅଜୟ ରାୟଙ୍କୁ ପରାସ୍ତ କରିଛନ୍ତି। ନିର୍ବାଚନ କମିଶନଙ୍କ ତରଫରୁ ଜାରି ତଥ୍ୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ୬,୧୨,୯୭୦ ଭୋଟ୍ ପାଇଥିବାବେଳେ କଂଗ୍ରେସର ଅଜୟ ରାୟଙ୍କୁ ୪,୬୦,୪୫୭ ଭୋଟ୍ ମିଳିଥିଲା। ମୋଦୀ ୧ ଲକ୍ଷ ୫୨ ହଜାର ୫୧୩ ଭୋଟରେ ଅଜୟ ରାୟଙ୍କୁ ପରାସ୍ତ କରିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ [...]
Odiaହାସନ ଆସନରୁ ହାରିଲେ ପ୍ରଜ୍ବଳ ରେଭନ୍ନା
ବେଙ୍ଗାଲୁରୁ: ଲୋକସଭା ନିର୍ବାଚନର ମତଗଣନା ଜାରି ରହିଛି। ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ପ୍ରତିଯୋଗିତା ଚାଲିଛି। ଇତିମଧ୍ୟରେ କର୍ଣ୍ଣାଟକର ହାସନ ଲୋକସଭା ଆସନର ଫଳାଫଳ ଆସିଯାଇଛି। ଏଠାରେ ଏଥର ଏନଡିଏ ପ୍ରାର୍ଥୀ ଭାବେ ଲଢ଼ିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି ତଥା ଯୌନ ନିର୍ଯାତନା ମାମଲାରେ ଛନ୍ଦି ହୋଇଥିବା ଜେଡିଏସ୍ ସାଂସଦ ପ୍ରଜ୍ବଳ ରେଭନ୍ନା ହାରିଯାଇଛନ୍ତି। କଂଗ୍ରେସର ଶ୍ରେୟାସ ପଟେଲ ୪୪,୦୦୦ ଭୋଟରେ ରେଭନ୍ନାଙ୍କୁ ପରାସ୍ତ କରିଛନ୍ତି। ରେଭନ୍ନା ଅନେକ ମହିଳାଙ୍କୁ ଯୌନ [...]
Odiaଆମେଥିରେ ସ୍ମୃତି ଇରାନୀ ପଛୁଆ
ଲକ୍ଷ୍ନୌ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଉତ୍ତରପ୍ରଦେଶର ଆମେଥି ଲୋକସଭା ଆସନରେ ପଛରେ ପଡ଼ିଯାଇଛନ୍ତି । ନିର୍ବାଚନ କମିଶନର ୱେବସାଇଟରେ ତଥ୍ୟ ଅନୁଯାୟୀ ସ୍ମୃତି ଇରାନୀ କଂଗ୍ରେସର କିଶୋରୀ ଲାଲ ଶର୍ମାଙ୍କ ଠାରୁ ପଛୁଆ ଅଛନ୍ତି। ଇରାନୀ ୬୩,୬୫୨ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମା ୯୦,୭୪୭ ଭୋଟ୍ ପାଇଛନ୍ତି। କିଶୋରୀ ଲାଲ ଶର୍ମା ଏଯାବତ୍ ୨୭,୦୯୪ ଭୋଟରେ ଆଗୁଆ ରହିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ସ୍ମୃତି ଇରାନୀ କଂଗ୍ରେସର ଗଡ଼ କୁହାଯାଉଥିବା [...]
Odiaଉତ୍ତର ପ୍ରଦେଶରେ ବିଜେପିକୁ ଝଟକା, ଇଣ୍ଡିଆ ମେଣ୍ଟ ଆଗରେ
ଲକ୍ଷ୍ନୌ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟ ଗଣତି ଜାରି ରହିଥିବା ବେଳେ ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ସଦ୍ୟତମ ଟ୍ରେଣ୍ଡ୍ ଅନୁସାରେ ଏନଡିଏ ମ୍ୟାଜିକ ସଂଖ୍ୟା ଅତିକ୍ରମ କିରିଛି । ହେଲେ ବିଜେପି ଓ ଏନଡିଏ ମେଣ୍ଟକୁ ଆଶାନୁରୂପ ସଫଳତା ମିଳୁନାହିଁ। ଏନଡିଏ ଏଯାବତ୍ ୨୯୦ ଆସନରେ ଆଗୁଆ ରହିଥିବା ବେଳେ ଇଣ୍ଡିଆ ମେଣ୍ଟ ୨୩୦ ସିଟରେ ଅଗ୍ରଣୀ ରହିଛି। ତେବେ ଉତ୍ତର ପ୍ରଦେଶରେ ବିଜେପି ଓ ଏନଡିଏ [...]
Odiaଜନାଦେଶ ୨୦୨୪: ଏନଡିଏକୁ ଟକ୍କର ଦେଉଛି ଇଣ୍ଡିଆ ମେଣ୍ଟ
ନୂଆଦିଲ୍ଲୀ: କେନ୍ଦ୍ରରେ ଏଥର କାହାର ସରକାର ? ମୋଦୀଙ୍କ ନେତୃତ୍ଵାଧୀନ ଏନଡିଏ କରିବ କି ହ୍ୟାଟ୍ରିକ ନା ବିରୋଧୀ ‘ଇଣ୍ଡିଆ’ ମେଣ୍ଟ କରିବ ଚମତ୍କାର? ଆଜି ସ୍ପଷ୍ଟ ହୋଇଯିବ ଏହି ସବୁ ପ୍ରଶ୍ନର ଉତ୍ତର । ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ୪୪ ଦିନ ଧରି ୭ ପର୍ଯ୍ୟାୟ ମତଦାନ ପରେ ମଙ୍ଗଳବାର (ଜୁନ୍ ୪) ଭୋଟ୍ ଗଣତି ଆରମ୍ଭ ହୋଇଛି । ଜନାଦେଶ କେଉଁ ଆଡ଼କୁ ଯାଉଛି ସେନେଇ ଧୀରେ ଧୀରେ ଟ୍ରେଣ୍ଡ ଆସିବାରେ ଲାଗିଛି। [...]
Odiaକଡ଼ା ସୁରକ୍ଷା ମଧ୍ୟରେ ରାଜ୍ୟରେ ଭୋଟ୍ ଗଣତି ଜାରି
ଭୁବନେଶ୍ୱର – କଡ଼ା ସୁରକ୍ଷା ମଧ୍ୟରେ ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନ ଗଣତି ଆରମ୍ଭ ହୋଇଛି। ୭୦ଟି ଗଣତି କେନ୍ଦ୍ରରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି । ରାଜ୍ୟରେ ଜନାଦେଶ କାହା ସପକ୍ଷରେ ଯିବ, ତାହା ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବା ଆଶା କରାଯାଉଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଧାନସଭା ନିର୍ବାଚନ ଗଣତିରେ ବିଜେଡି ଆଗୁଆ ରହିଛି। ୧୧ଟି ଆସନରୁ ବିଜେଡି ୮ଟିରେ ଆଗୁଆ ରହିଛି।
Odia୨୦୧୯ ନିର୍ବାଚନ ପରେ ଦଳୀୟ ସ୍ଥିତି
ଭୁବନେଶ୍ୱର -ରାଜ୍ୟରେ ସପ୍ତଦଶ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ଭୋଟ୍ ଗ୍ରହଣର ଗଣତି ପୂର୍ବରୁ ଆସନ୍ତୁ ନଜର ପକାଇବା ୨୦୧୯ ନିର୍ବାଚନରେ କାହାର କ’ଣ ସ୍ଥିତି ଥିଲା । * ବିଜେଡି ୧୪୬ ଆସନରେ ଲଢି ଜିତିଥିଲା ୧୧୨ ଆସନ ( ପାଟକୁରା ଆସନ ବାଦ୍ ଦେଇ । ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଏହି ଆସନରେ ପରେ ଉପନିର୍ବାଚନ ହୋଇଥିଲା ) * ବିଜେପି ୧୪୬ ଆସନରେ ଲଢି ଜିତିଥିଲା ୨୩ ଆସନ * କଂଗ୍ରେସ ୧୩୮ [...]
