Odiaକାହା ସପକ୍ଷରେ ଜନାଦେଶ ? ଆଜି ଭୋଟ୍ ଗଣତି, ରାଜ୍ୟରେ ୭୦ଟି କେନ୍ଦ୍ରରେ ଭୋଟ୍ ଗଣତି , ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ହେବ ସ୍ଥିତି
ଭୁବନେଶ୍ୱର – ପ୍ରତୀକ୍ଷାର ଅବସାନ । ଆଜି ସାଧାରଣ ନିର୍ବାଚନର ଭୋଟ୍ ଗଣତି । ଜନତା ଜନାର୍ଦ୍ଦନ କାହାକୁ ଜିତାଇଛନ୍ତି ତାହା ଆଜି ଜଣାପଡ଼ିବ । ଆଜି ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ଭୋଟ୍ ଗ୍ରହଣର ଆଜି ଗଣତି । ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଚାରିଟି ପର୍ଯ୍ୟାୟରେ ହୋଇଥିବା ମତଦାନର ଆଜି ଆସିବ ଫଳାଫଳ। ମଧ୍ୟାହ୍ନ ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି। ସକାଳ ୮ଟାରୁ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସୋ ସଂବାଦ ଉଦାର ଜେହି ବିଧି ଭା ଆଗେଂ କହବ। ସୁନହୁ ରାମ ଅବତାର ଚରତି ପରମ ସୁନ୍ ଅନଘ॥ ଭାବାର୍ଥ:- ହେ ପାର୍ବତୀ ! କାକ ଭୁଷୁଣ୍ଡିଙ୍କ ଶ୍ରେଷ୍ଠତ୍ତର ସମ୍ବାଦ ଯେପରି ହୋଇଥିଲା, ମୁଁ ପ୍ରଥମେ ସେହି କଥା ତୁମକୁ କହିବି । ଏବେ ତୁମେ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ଅବତାରର ସବୁଠାରୁ ସୁନ୍ଦର, ପବିତ୍ର, ସର୍ବ ପାପ ନାଶକ ଚରିତ୍ର କଥାକୁ ଶୁଣ ।
Odiaଗୀତା ଉପଦେଶ: ତ୍ୟାଗ ହିଁ ପୁରୁଷ ବ୍ୟାଘ୍ର
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଧ୍ଯାନଯୋଗ ସମ୍ବନ୍ଧରେ କହୁଛନ୍ତି : – ଯଂ ସଂନ୍ୟାସମିତି ପ୍ରାହୁର୍ଯୋଗଂ ତଂ ବିଦ୍ଧି ପାଣ୍ଡବ।ନ ହ୍ୟସଂନ୍ୟସ୍ତସଂକଳ୍ପୋ ଯୋଗୀ ଭବତି କଶ୍ଚନ। ଅର୍ଥାତ :-ଯାହାକୁ ସନ୍ୟାସ କୁହାଯାଏ,ତାହା ଯୋଗଠାରୁ ଭିନ୍ନ ନୁହେଁ,କାରଣ କେହି ମଧ୍ୟ ସାଂସାରିକ କାମନା ତ୍ୟାଗ ନ କରି ଯୋଗୀ ହୋଇପାରିବେ ନାହିଁ। ( ଗୀତା ଧ୍ଯାନ ଯୋଗ )
Odiaପୁଲୱାମା ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ସଫଳତା, ଲସ୍କର କମାଣ୍ଡର ସମେତ ଦୁଇ ଆତଙ୍କବାଦୀ ନିପାତ
ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ସୋମବାର ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଏହି ଏକାଉଣ୍ଟରରେ ଲସ୍କର-ଏ-ତଇବାର ଜଣେ କମାଣ୍ଡର ସହ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ପୋଲିସ ଏହି ସୂଚନା ଦେଇଛି। କାଶ୍ମୀର ଆଇଜି ଭିକେ ବିର୍ଦ୍ଧିଙ୍କ ସୂଚନା ଅନୁଯାୟୀ, ଦକ୍ଷିଣ କାଶ୍ମୀର ଜିଲ୍ଲାର ନିହାମା ଅଞ୍ଚଳରେ ଘେରାବନ୍ଦୀ ଓ ତଲାସି ଅପରେସନ ବେଳେ ହୋଇଥିବା ଏନକାଉଣ୍ଟରରେ ରିୟାଜ ଦର ଓ ରଇସ୍ ଦର ନାମକ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। [...]
Odiaଏଥର ନିର୍ବାଚନରେ ରାଜ୍ୟରେ ମତଦାନ ହାର ୨୦୧୯ ଅପେକ୍ଷା ଅଧିକ, ମହିଳାଙ୍କ ମତଦାନ ହାର ସର୍ବାଧିକ
ଭୁବନେଶ୍ୱର – ଏଥର ଓଡ଼ିଶାରେ ପୋଷ୍ଟାଲ ବ୍ୟାଲଟ୍ ମାଧ୍ୟମରେ ବିଧାନସଭା ନିର୍ବାଚନ ପାଇଁ ମୋଟ ୧.୪୬ ଲକ୍ଷ ଓ ଲୋକସଭା ପାଇଁ ୧.୪୭ ଲକ୍ଷ ଭୋଟ୍ ପଡ଼ିଛି । ରାଜ୍ୟରେ ଚଳିତଥର ମତଦାନ ହାର ୨୦୧୯ ନିର୍ବାଚନ ଅପେକ୍ଷା ବୃଦ୍ଧି ପାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି। ୨୦୧୯ ନିର୍ବାଚନରେ ରାଜ୍ୟରେ ମତଦାନ ହାର ୭୩.୦୯ ପ୍ରତିଶତ ଥିବାବେଳେ ଏଥର ୭୪.୪୪% କୁ ବୃଦ୍ଧି ପାଇଛି । [...]
Odiaରାଜ୍ୟରେ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି
ଭୁବନେଶ୍ୱର – ରାଜ୍ୟରେ ଅଂଶୁଘାତରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସରକାରୀ ଭାବେ ଗତ ୨୪ ଘଣ୍ଟାରେ ଆଉ ୪ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଛି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ ମୋଟ ୧୪୭ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଥିରୁ ୫୦ଟି ମାମଲାର ତଦନ୍ତ ଶେଷ ହୋଇଛି। ୩୦ଟି ମାମାଲା ଅଂଶୁଘାତ ଜନିତ ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ସୂଚନା [...]
Odiaଟି-୨୦ ବିଶ୍ୱକପ ପାଇଁ ଆଇସିସି ଘୋଷଣା କଲା ରେକର୍ଡ ପୁରସ୍କାର ରାଶି, ବିଜେତା ଦଳକୁ ମିଳିବ ୨୦.୩୬ କୋଟି
ନ୍ୟୁୟର୍କ: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ହୋଇସାରିଛି। ଜୁନ୍ ୨ରୁ ଆରମ୍ଭ ହୋଇଥିବା ଏହି ମେଗା ଇଭେଣ୍ଟ ଜୁନ୍ ୨୯ ପର୍ଯ୍ୟନ୍ତ ଚାଲିବ। ଏଥର ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାର ମିଳିତ ଆୟୋଜନରେ ଅନୁଷ୍ଠିତ ହେଉଛି ଟି-୨୦ ମହାକୁମ୍ଭ । ଟି-୨୦ ବିଶ୍ୱକପ୍ରେ ଭାଗ ନେଉଥିବା ଦଳଗୁଡ଼ିକ ଉପରେ ଏଥର ପ୍ରଚୁର ଟଙ୍କା ବର୍ଷା ହେବ । ଆଇସିସି ଏହି ମେଗା ଇଭେଣ୍ଟ ପାଇଁ ସୋମବାର ରେକର୍ଡ ୧୧.୨୫ ମିଲିୟନ ଡଲାର (ପ୍ରାୟ ୯୩.୫୧ କୋଟି) [...]
Odiaଭୋଟ୍ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର – ଆସନ୍ତାକାଲି ଭୋଟ୍ ଗଣତି ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷ୍ଟ୍ରଙ୍ଗ ରୁମ ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି। ୬୯ଟି ଷ୍ଟ୍ରଙ୍ଗରୁମ ଓ ଗୋଟିଏ ପୋଷ୍ଟାଲ ବାଲାଟ କାଉଣ୍ଟିଂ କେନ୍ଦ୍ରରେ ତ୍ରିସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷ୍ଟ୍ରଙ୍ଗରୁମରେ ସିଏପିଏଫ୍ ମୁତୟନ ହୋଇଥିବା ବେଳେ ଷ୍ଟ୍ରଙ୍ଗ ରୁମ ବାହାରେ ବନ୍ଧୁକ ଧାରୀ ପୋଲିସ ଓ ଜିଲ୍ଲା ପୋଲିସ ମୁତୟନ [...]
Odiaପୁଣି ଦୁଇ ବିମାନରେ ବୋମା ଆତଙ୍କ
ନୂଆଦିଲ୍ଲୀ: ଫ୍ଲାଇଟରେ ପୁଣିଥରେ ବୋମା ଗୁଜବ । ସୋମବାର (ଜୁନ୍ ୩) ଆକାସା ଏୟାରର ଦିଲ୍ଲୀ-ମୁମ୍ବାଇ ଏବଂ ଇଣ୍ଡିଗୋର ଚେନ୍ନାଇ-କୋଲକାତା ବିମାନରେ ବୋମା ଥିବା ନେଇ ଗୁଜବ ପରେ ଆତଙ୍କ ଖେଳିଯାଇଥିଲା । ଆକାସା ଏୟାର ବିମାନକୁ ଅହମ୍ମଦାବାଦକୁ ଡାଏଭର୍ଟ କରି ଦିଆଯାଇଥିଲା। ବିମାନରେ ଜଣେ ଶିଶୁ ଏବଂ ୬ ଜଣ କ୍ରୁ ସଦସ୍ୟଙ୍କ ସହ ୧୮୬ ଜଣ ଯାତ୍ରୀ ଥିଲେ। ବିମାନର ମୁଖପାତ୍ର କହିଛନ୍ତି ଯେ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ପରେ ବିମାନରେ ସୁରକ୍ଷା [...]
Odiaନିର୍ବାଚନ ପ୍ରକ୍ରିୟାର ଅନ୍ତିମ ଚରଣ : କାଲି ଭୋଟ୍ ଗଣତି, ରାଜ୍ୟରେ ୭୦ଟି କେନ୍ଦ୍ରରେ ଗଣତି ନେଇ ସିଇଓଙ୍କ ସୂଚନା
ଭୁବନେଶ୍ୱର – ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନର ଆସନ୍ତାକାଲି ଭୋଟ୍ ଗଣତି । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । କାଲି ଜଣାପଡିଯିବ କେଉଁ ଦଳକୁ ଏଥର ଯାଇଛି ଜନାଦେଶ । ଆସନ୍ତାକାଲି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି। ତା’ ପୂର୍ବରୁ ଭୋଟ୍ ଗଣତି ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ରାଜ୍ୟରେ ମୋଟ ୭୦ଟି କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି କରାଯିବ [...]
