Odiaକନ୍ଧମାଳ ଜିଲ୍ଲାର ୨ଟି ସ୍ଥାନରେ ଭୋଟ ଗଣତି, ସୁରକ୍ଷା କଡ଼ାକଡ଼ି
ଫୁଲବାଣୀ: ଆସନ୍ତାକାଲି ଭୋଟ ଗଣତି ପାଇଁ କନ୍ଧମାଳ ଜିଲ୍ଲା ଓ ପୋଲିସ ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଛି। କନ୍ଧମାଳ ଲୋକସଭା ଆସନ ଓ ଫୁଲବାଣୀ ବିଧାନସଭା ଆସନ ପାଇଁ ଫୁଲବାଣୀ ପଲିଟେକନିକ ଠାରେ ଗଣତି କରାଯିବ। ବାଲିଗୁଡା ବିଧାନସଭା ଆସନ ପାଇଁ ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଓ ଜି.ଉଦୟଗିରି ପାଇଁ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟରେ ଗଣତି କରାଯିବ। ଫୁଲବାଣୀ ଠାରେ ସୁରୁଖୁରୁରେ ଗଣତି ପାଇଁ ୧୨୨ ଜଣ ଓ ୧୭୮ ଜଣ ଆନୁସଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ [...]
Odiaଲୋକସଭା ନିର୍ବାଚନରେ ୬୪.୨ କୋଟି ଲୋକଙ୍କ ମତଦାନ ସହ ଭାରତର ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ: ଏଥର ଲୋକସଭା ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ୱ ରେକର୍ଡ ସୃଷ୍ଟି କରିଛି ବୋଲି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର କହିଛନ୍ତି। ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନରେ ୩୧.୨ କୋଟି ମହିଳାଙ୍କ ସହ ସର୍ବମୋଟ ୬୪.୨ କୋଟି ଭୋଟର ମତାଧିକାର ସାବ୍ୟସ୍ତ କରିଥିଲେ ବୋଲି ସିଇସି କହିଛନ୍ତିି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜୀବ କୁମାର କହିଛନ୍ତି ଯେ ବିଶ୍ୱର ସର୍ବବୃହତ ନିର୍ବାଚନ ପ୍ରକ୍ରିୟାରେ ୬୮,୦୦୦ରୁ ଅଧିକ ମନିଟରିଂ ଟିମ୍ ଏବଂ [...]
Odiaଷୋଡଶ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ
ଭୁବନେଶ୍ୱର – ଭଙ୍ଗ ହୋଇଛି ଷୋଡ଼ଶ ବିଧାନସଭା। ରାଜ୍ୟ କ୍ୟାବିନେଟର ସୁପାରିଶ ପରେ ରାଜ୍ୟପାଳ ବିଧାନସଭା ଭଙ୍ଗ କରିଛନ୍ତି। ବିଧାନସଭା ଭଙ୍ଗ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସି ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରିବା ପ୍ରସ୍ତାବ ଗୃହୀତ ହୋଇଥିଲା । ନୂଆ ବିଧାନସଭା ନିର୍ବାଚନ ପାଇଁ ଓଡ଼ିଶାରେ ଚାରିଟି ପର୍ଯ୍ୟାୟରେ ହୋଇଥିବା ଭୋଟ୍ ଗ୍ରହଣର ଗଣତି [...]
Odiaଟି-୨୦ ବିଶ୍ୱକପ: ଓମାନକୁ ସୁପର ଓଭରରେ ହରାଇଲା ନାମିବ୍ୟା
ବାରାବଡୋସ୍: ନାମିବ୍ୟା ସୋମବାର ଟି-୨୦ ବିଶ୍ୱକପ ୨୦୨୪ର ଏକ ରୋମାଞ୍ଚକ ମ୍ୟାଚରେ ଓମାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚର ଫଳାଫଳ ସୁପର ଓଭରରେ ନିର୍ଣ୍ଣୟ ହୋଇଥିଲା । ୨୦୧୨ ପରେ ପ୍ରଥମ ଥର ପୁରୁଷ ଟି-୨୦ ବିଶ୍ୱକପରେ ସୁପର ଓଭର ହୋଇଛି। ଶେଷଥର ୨୦୧୨ ସଂସ୍କରଣରେ ନ୍ୟୁଜିଲ୍ୟାଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସୁପର ଓଭର ଖେଳାଯାଇଥିଲା। ୱେଷ୍ଟଇଣ୍ଡିଜ୍ ସେହି ମ୍ୟାଚକୁ ଜିତିଥିଲା। ସୋମବାର ବାରବାଡୋସର କେନ୍ସିଙ୍ଗଟନ୍ ଓଭାଲରେ ଅନୁଷ୍ଠିତ ମ୍ୟାଚରେ ନାମିବ୍ୟା [...]
Odiaପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ
ଭୁବନେଶ୍ୱର – ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା – ଓଜେଇଇ-୨୪ର ଫଳାଫଳ ପ୍ରକାଶ ପାଇଛି। ଚଳିତବର୍ଷ ଓଜେଇଇ ମେ’ ୬ ତାରିଖରୁ ୧୦ ତାରିଖ ମଧ୍ୟରେ ହୋଇଥିଲା। ୨୦୨୪-୨୦୨୫ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଇଞ୍ଜିନିୟରିଂ ତଥା ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ପ୍ରଚଳିତ ବିଭିନ୍ନ ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ୬୫ ହଜାର ୭୪୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିରୁ ୫୬ ହଜାର [...]
Odiaଆଜିଠୁ ଯୁକ୍ତ ତିନି ନାମଲେଖା ଆବେଦନ ପ୍ରକ୍ରିୟା
ଭୁବନେଶ୍ବର – ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ ତିନିରେ ନାମଲେଖା ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ଚଳିତ ବର୍ଷ ୧୦କି ଶିକ୍ଷାନୁଷ୍ଠାନରେ ନାମଲେଖା ଉପରେ କଟକଣା ଲଗାଯାଇଥିବାବେଳେ ଆସନ ସଂଖ୍ୟା ବୃଦ୍ଧି ପାଇଛି। ଗତ ଶିକ୍ଷାବର୍ଷରେ ୧ ଲକ୍ଷ ୨୧ ହଜାର ୯୬୫ ଆସନ ଖାଲି ରହିଥିଲା। ଚଳିତ ବର୍ଷ ଶିକ୍ଷାନୁଷ୍ଠାନ ସଂଖ୍ୟା କମିଛି। [...]
Odiaବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ ପ୍ରସ୍ତାବ କ୍ୟାବିନେଟରେ ଗୃହୀତ
ଭୁବନେଶ୍ବର – ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ପୂର୍ବରୂ ରାଜ୍ୟ ସରକାରଙ୍କ ଶେଷ କ୍ୟାବିନେଟ ବୈଠକରେ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ ପ୍ରସ୍ତାବ ଗୃହୀତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ସରକାରଙ୍କ ପଞ୍ଚମ ପାଳିର ଶେଷ କ୍ୟାବିନେଟ୍ ବୈଠକ ଆଜି ବସିଥିଲା। ମୁଖ୍ୟମନ୍ତ୍ରୀ ଏଥିରେ ଅଧ୍ୟକ୍ଷତା କରିଥିଲେ । କ୍ୟାବିନେଟ ନିଷ୍ପତି ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ। ଜୁନ ୨୪ ପର୍ଯ୍ୟନ୍ତ ରହିଛି ନବୀନ ସରକାରଙ୍କ କାର୍ଯ୍ୟକାଳ। ସୂଚନାଯୋଗ୍ୟ ଚଳିତ ସାଧାରଣ [...]
Odiaପୁଲୱାମାରେ ସୁରକ୍ଷା ବାହିନୀ-ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର
ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସୋମବାର ଏନକାଉଣ୍ଟର ହୋଇଛି। ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ନିହାମା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ସୁରକ୍ଷା ବାହିନୀ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ତଲାସି ବେଳେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବ ଦେଇଥିଲା ସୁରକ୍ଷା ବାହିନୀ। ଅଧିକାରୀଙ୍କ କହିବାନୁସାରେ ଅଞ୍ଚଳରେ ଗୁଳି ବିନିମୟ ଜାରି ରହିଛି [...]
Odiaଟି-୨୦ ବିଶ୍ୱକପ୍: ପିଏନଜି ବିପକ୍ଷରେ ୱେଷ୍ଟଇଣ୍ଡିଜର ସଂଘର୍ଷପୂର୍ଣ୍ଣ ବିଜୟ
ଜର୍ଜଟାଉନ୍ (ଗାଏନା): ୱେଷ୍ଟଇଣ୍ଡିଜ୍ ରବିବାର ଟି-୨୦ ବିଶ୍ୱକପ୍ ମ୍ୟାଚରେ ପପୁଆ ନ୍ୟୁ ଗିନି (ପିଏନଜି)କୁ ପାଞ୍ଚ ୱିକେଟରେ ହରାଇଛି। ତେବେ ପିଏନଜି ଭଳି ଅନଭିଜ୍ଞ ଟିମ୍ ଦୁଇଥର ଚାମ୍ପିୟନ୍ ଓ୍ବେଷ୍ଟଇଣ୍ଡିଜକୁ ପାଣି ପିଆଇ ଦେଇଥିଲା। ଓ୍ବେଷ୍ଟଇଣ୍ଡିଜକୁ ଶେଷ ପର୍ଯ୍ୟନ୍ତ ଚାପରେ ରଖିଥିଲା ପିଏନଜି। ପିଏନଜି ପ୍ରଦତ୍ତ ୧୩୭ ରନର ମାମୁଲି ଟାର୍ଗେଟ ଜବାବରେ ୱେଷ୍ଟଇଣ୍ଡିଜର ଅଧା ବ୍ୟାଟ୍ସମ୍ୟାନ ଏକଦା ୯୭ ରନରେ ପ୍ୟାଭିଲିୟନ ଫେରିଯାଇଥିଲେ। ତେବେ ରୋଷ୍ଟନ୍ ଚେଜ୍ (୪୨ *) ଏବଂ ଆଣ୍ଡ୍ରେ ରସେଲ୍ (୧୫ [...]
Odiaନିର୍ବାଚନ ସରୁ ସରୁ ମହଙ୍ଗା ମାଡ଼: ଅମୂଲ କ୍ଷୀର ଲିଟର ୨ ଟଙ୍କା ବୃଦ୍ଧି, ଟୋଲ୍ ଟ୍ୟାକ୍ସ ବି ବଢ଼ିଲା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସରିବା କ୍ଷଣି ଲୋକଙ୍କ ଉପରେ ହୋଇଛି ମହଙ୍ଗା ମାଡ଼। ଅମୂଲ କ୍ଷୀର ଦର ଲିଟର ପିଛା ୨ ଟଙ୍କା ମହଙ୍ଗା ହୋଇଛି। ବର୍ଦ୍ଧିତ ଦର ଜୁନ୍ ୨ ମଧ୍ୟରାତ୍ରରୁ ଲାଗୁ ହୋଇଛି। ସେହିପରି ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଟୋଲ୍ ଟ୍ୟାକ୍ସ ବୃଦ୍ଧି କରିଛି । କାର, ବସ୍ ଏବଂ ଟ୍ରକ୍ ପାଇଁ ଟୋଲ୍ ଟ୍ୟାକ୍ସ ତିନି ରୁ ପାଞ୍ଚ ପ୍ରତିଶତ ବୃଦ୍ଧି ହୋଇଛି। ଦେଶରେ ୭ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଜୁନ୍ [...]
