Odiaଅରୁଣାଚଳରେ ବିଜେପି, ସିକ୍କିମରେ ଏସକେଏମକୁ ବହୁମତ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ତେବେ ଉଭୟ ରାଜ୍ୟରେ କେଉଁ ଦଳ ସରକାର ଗଢ଼ିବ ତାହା ସ୍ପଷ୍ଟ ହେବାରେ ଲାଗିଛି। ସଦ୍ୟତମ ଟ୍ରେଣ୍ଡ୍ ଅନୁସାରେ ସିକ୍କିମରେ ଶାସକ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ୍) ବହୁମତ ହାସଲ କରିଥିବା ବେଳେ ଅରୁଣାଚଳ ପ୍ରଦେଶରେ ବିଜେପି ପୁଣିଥରେ ସରକାର ଗଢ଼ିବା ନିଶ୍ଚିତ ହୋଇଛି । ଅରୁଣାଚଳ ପ୍ରଦେଶରେ ୬୦ ଆସନ ମଧ୍ୟରୁ ବିଜେପି ସଦ୍ୟତମ ଟ୍ରେଣ୍ଡ୍ ଅନୁସାରେ ୪୧ଟି ଆସନ [...]
Odiaପଞ୍ଜାବର ଫତେହଗଡ ସାହିବରେ ଦୁଇ ମାଲଗାଡ଼ି ମଧ୍ୟରେ ଧକ୍କା, ଟଳିଲା ବାହାନଗା ଭଳି ଟ୍ରେନ୍ ଦୁର୍ଘଟଣା
ଚଣ୍ଡିଗଡ଼: ପଞ୍ଜାବର ଫତେହଗଡ ସାହିବରେ ଆଜି ଭୋର୍ ପ୍ରାୟ ୪ଟା ସମୟରେ ଦୁଇ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି। ଏଥି ମଧ୍ୟରୁ ଗୋଟିଏର ଇଞ୍ଜିନ୍ ଓଲଟି ପାଖ ଟ୍ରାକରେ ପଡ଼ିବାରୁ ସେହି ଟ୍ରାକରେ ଆସୁଥିବା ଏକ ପାସେଞ୍ଜର ଟ୍ରେନ ସହ ଏହା ପିଟି ହୋଇଯାଇଥିଲା । ସୌଭାଗ୍ୟବଶତଃ ପାସେଞ୍ଜର ଟ୍ରେନ ଗତି ଧୀର ଥିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ତେବେ ମାଲଗାଡ଼ିର ଦୁଇ ଡ୍ରାଇଭର ଆହତ ହୋଇଛନ୍ତି। ସେମାନଙ୍କୁ ପଟିଆଲାର ରାଜୀନ୍ଦ୍ର ଡାକ୍ତରଖାନାରେ ଭର୍ତ୍ତି [...]
Odiaଆଜି ଆତ୍ମସମର୍ପଣ କରିବେ କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଆଜି ତିହାର ଜେଲକୁ ଫେରିବେ। ସୁପ୍ରିମକୋର୍ଟ ଲୋକସଭା ନିର୍ବାଚନରେ ପ୍ରଚାର କରିବା ପାଇଁ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ। ଏହି ଜାମିନ ଅବଧି ଶନିବାର ଶେଷ ହୋଇଥିଲା। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ କେଜ୍ରିୱାଲ ଆଜି (ଜୁନ୍ ୨) ତିହାର ଜେଲରେ ଆତ୍ମସମର୍ପଣ କରିବେ। ସ୍ବାସ୍ଥ୍ୟଗତ କାରଣରୁ ଜାମିନ ଅବଧି ୭ ଦିନ ବୃଦ୍ଧି କରିବାକୁ କେଜ୍ରିୱାଲ ଆବେଦନ କରିଥିଲେ । [...]
Odiaଆଜିଠାରୁ ଟି-୨୦ ବିଶ୍ୱକପ: ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇବା ପାଇଁ ଭାରତକୁ ଆଉ ଏକ ସୁଯୋଗ
ନ୍ୟୁୟର୍କ: ଆମେରିକା ଓ ୱେଷ୍ଟଇଣ୍ଡିଜର ମିଳିତ ଆୟୋଜନରେ ଆଜିଠାରୁ ଆରମ୍ଭ ହେଉଛି ଟି୨୦ କ୍ରିକେଟ ବିଶ୍ୱକପ୍ । ସହ ଆୟୋଜକ ୱେଷ୍ଟଇଣ୍ଡିଜ୍ ଓ ଯୋଗ୍ୟତା ପର୍ଯ୍ୟାୟ ଖେଳି ସାମିଲ ହୋଇଥିବା ପପୁଆ ନ୍ୟୁ ଗିନି (ପିଏନ୍ଜି) ମଧ୍ଯରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ। ଭାରତୀୟ ଦଳକୁ ୧୧ ବର୍ଷର ଆଇସିସି ଟାଇଟଲ ମରୁଡ଼ିର ଅନ୍ତ ଘଟାଇବା ପାଇଁ ଏହା ଆଉ ଏକ ସୁଯୋଗ । ଅଷ୍ଟ୍ରେଲିଆ ଅନ୍ୟ ଏକ ଟାଇଟଲ ଜିତି ନିଜର ପ୍ରାଧାନ୍ୟ ବଜାୟ ରଖିବାକୁ ଚାହିଁବ। [...]
Odiaଆଜି ଆସିବ ଅରୁଣାଚଳ ପ୍ରଦେଶ, ସିକ୍କିମ ବିଧାନସଭା ନିର୍ବାଚନ ଫଳାଫଳ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ବିଧାନସଭା ନିର୍ବାଚନ ଫଳାଫଳ ଆଜି ଆସିବ। ଉଭୟ ରାଜ୍ୟରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଅରୁଣାଚଳ ପ୍ରଦେଶର ୬୦ଟି ଆସନ ମଧ୍ୟରୁ ବିଜେପି ୧୦ ଆସନରେ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇସାରିଥିଲା। ଅବଶିଷ୍ଟ ୫୦ ଆସନର ଫଳାଫଳ ଆଜି ପ୍ରକାଶ ପାଇବ । ୨୦୧୯ରେ ବିଜେପି ୪୧ ଆସନ ଜିତିଥିଲା। ଏଥର କଂଗ୍ରେସ ୩୪ ଟି ଆସନରେ ପ୍ରାର୍ଥୀ ଦେଇଛି। ମତଗଣନା ଆରମ୍ଭ ହେବାର ପ୍ରଥମ ଘଣ୍ଟାରେ ବିଜେପି [...]
Odiaବାହାନଗାରେ କରମଣ୍ଡଳର କରୁଣ ପରିଣତିକୁ ବର୍ଷେ
ଭୁବନେଶ୍ୱର – ଆଜି ଜୁନ୍ ୨ । ବର୍ଷକ ତଳେ ଆଜିର ଦିନରେ ଓଡ଼ିଶାରେ ଘଟିଥିଲା ବଡ଼ ଧରଣର ଓ ଭୟଙ୍କର ଟ୍ରେନ ଦୁର୍ଘଟଣା । ସେଦିନ ଥିଲା ଶୁକ୍ରବାର। ସଂଧ୍ୟା ପ୍ରାୟ ୭ଟାରେ ଖବର ଆସିଲା ଯେ, ବାଲେଶ୍ଵର ଜିଲାର ଏକ ଛୋଟ ଷ୍ଟେସନ ବାହାନଗାରେ ଏକ ଟ୍ରେନ ଦୁର୍ଘଟଣା ଘଟିଛି । ଲୋକପ୍ରିୟ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ପ୍ରାରମ୍ଭିକ ସୂଚନା ମିଳିଥିଲା । ରାତି ବଢିବା ସହ ଜଣା ପଡିଥିଲା ଯେ, [...]
Odiaରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହାର ୭୦ ଦଶମିକ ୪୭ ପ୍ରତିଶତ
ଭୁବନେଶ୍ୱର – କାଁ ଭାଁ ଘଟଣାକୁ ଛାଡ଼ିଦେଲେ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ରହିଛି। ଏହି ପର୍ଯ୍ୟାୟରେ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯାଇଥିଲା । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ମତଦାନ ହାର ୭୦.୪୭ ପ୍ରତିଶତ ରହିଛି। ଚୂଡାନ୍ତ ରିପୋର୍ଟରେ ଆସିଲେ ଏହି ସଂଖ୍ୟାରେ ବୃଦ୍ଧି ହୋଇପାରେ। ବାଲେଶ୍ବର ସଂସଦୀୟ କ୍ଷେତ୍ରରେ ୭୦.୪୧%, ଭଦ୍ରକରେ ୭୦.୩୪%, ଜଗତସିଂହପୁରରେ ୭୩.୦୬%, ଯାଜପୁର ୬୭.୯୧, କେନ୍ଦ୍ରାପଡ଼ାରେ ୬୮.୬୪% [...]
Odiaଆଜି ଅପରା ଏକାଦଶୀ ବ୍ରତ, ଏହି ବ୍ରତକଲେ ମାତା, ପିତା ତଥା ଗୁରୁଜନ ନିନ୍ଦୁକଙ୍କୁ ମୁକ୍ତି ମିଳିଥାଏ
ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଏକାଦଶୀ ଦିନଟିକୁ ଅପରା ଏକାଦଶୀ ଭାବେ ପାଳନ କରାଯାଏ । କାରଣ ଏହି ଏକାଦଶୀ ବ୍ରତ ପାଳନ ଫଳରେ ବ୍ରତୀ ଅପାର ସଂସାର ସମୂହକୁ ସହଜରେ ପାରି ହୋଇଥାଏ । ଯେତେ ଯେତେ ମହାପାପ ଯଥା କ୍ଷତ୍ରୀୟମାନେ ଯୁଦ୍ଧକ୍ଷେତ୍ରରୁ ପୃଷ୍ଠଭଙ୍ଗ ଦେବା, ମାତା, ପିତା ତଥା ଗୁରୁଜନଙ୍କ ନିନ୍ଦା କରିବା, ବ୍ରହ୍ମହତ୍ୟା କରିବା, ଗୋହତ୍ୟା କରିବା, ପରସ୍ତ୍ରୀକୁ ହରଣ କରିବା, ମିଥ୍ୟା କହିବା ମିଥ୍ୟା ବେଦ ପଢ଼ିବା, ମିଥ୍ୟା ଶାସ୍ତ୍ର ଲେଖିବା ଏବଂ ମିଥ୍ୟା [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ପୁଲକି ସପ୍ରେମ ପରସପର କହହୀଂ । ଭରତ ଆଗମନୁ ସୂଚକ ଅହହୀଂ ॥ ଭଏ ବହୁତ ଦିନ ଅତି ଅବସେରୀ । ସଗୁନ ପ୍ରତୀତି ଭେଁଟ ପ୍ରିୟ କେରୀ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାତା ସୀତା ଆନନ୍ଦ ମନରେ ସପ୍ରେମ ପରସ୍ପରକୁ କହିଲେ କି ଶରୀରରେ ଏପରି ପୁଲକ ଅନୁଭବ ହେବା ଅର୍ଥ ଭରତ ଫେରି ଆସିବାର ପୂର୍ବ ସୂଚନା ପରି ଲାଗୁଛି । ତାଙ୍କୁ ମାମୁଙ୍କ [...]
Odiaଗୀତା ଉପଦେଶ: ସମଦର୍ଶିତାରେ ସ୍ଥିତ, ସେମାନେ ଜନ୍ମ ମୃତ୍ୟୁର ଚକ୍ରକୁ ଏହି ଜନ୍ମରେ ହିଁ ଜୟ କରିଥାନ୍ତି
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଇହୈବ ତୈର୍ଜିତଃ ସର୍ଗୋ ଯେଷାଂ ସାମ୍ୟେ ସ୍ଥିତଂ ମନଃ। ନିର୍ଦୋଷଂ ହି ସମଂ ବ୍ରହ୍ମ ତସ୍ମାଦ୍ ବ୍ରହ୍ମଣି ତେ ସ୍ଥିତାଃ।* ଅର୍ଥାତ:- ଯେଉଁମାନଙ୍କର ମନ ସମଦର୍ଶିତାରେ ସ୍ଥିତ,ସେମାନେ ଜନ୍ମ ମୃତ୍ୟୁର ଚକ୍ରକୁ ଏହି ଜନ୍ମରେ ହିଁ ଜୟ କରିଥାନ୍ତି। ସେମାନେ ଭଗବାନମାନଙ୍କର ବିଶୁଦ୍ଧ ଗୁଣ ଯୁକ୍ତ ହୋଇ ପରମ ସତ୍ୟରେ ସ୍ଥିତ ରହନ୍ତି। (ଗୀତା୫/୧୯)
