Odiaଜନ୍ମଦିନରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ କାର୍ତ୍ତିକ
ଚେନ୍ନାଇ: ଭାରତୀୟ କ୍ରିକେଟର ଦୀନେଶ କାର୍ତ୍ତିକ ଶନିବାର ତାଙ୍କ ୩୯ତମ ଜନ୍ମଦିନରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ନିଜ ଅବସର ଘୋଷଣା କରି କାର୍ତ୍ତିକ ସମର୍ଥନ ଏବଂ ଭଲପାଇବା ପାଇଁ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଉଛି। ଗତ କିଛି ଦିନ ଧରି ଚିନ୍ତା କରିବା ପରେ ମୁଁ କ୍ରିକେଟ୍ ଖେଳରୁ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛି। ମୁଁ ମୋର ଅବସର ଘୋଷଣା କରୁଛି । ମୁଁ ଜୀବନର ଆଗାମୀ ଚ୍ୟାଲେଞ୍ଜ [...]
Odiaରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ସଂଧ୍ୟା ୫ଟା ସୁଦ୍ଧା ମତଦାନ ହାର ୬୨.୪୬ ପ୍ରତିଶତ
ଭୁବନେଶ୍ୱର – ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଆଜି ସଂଧ୍ୟାରେ ୫ଟା ସୁଦ୍ଧା ୬୨ ଦଶମିକ ୪୬ ପ୍ରତିଶତ ମତଦାନ ହୋଇଛି। ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୬୧ ଦଶମିକ ୯୧ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଭଦ୍ରକରେ ୫୮.୨୧ ପ୍ରତିଶତ, ଜଗତସିଂହପୁରରେ ୬୫.୯୩ ପ୍ରତିଶତ, ଯାଜପୁରରେ ୬୨.୯୨ ପ୍ରତିଶତ ଓ କେନ୍ଦ୍ରାପଡ଼ାରେ ୬୨.୦୨ ପ୍ରତିଶତ ଓ ମୟୂରଭଞ୍ଜରେ ୬୪.୧୭ ପ୍ରତିଶତ ମତଦାନ ହୋଇଛି। [...]
Odiaଟି-୨୦ ବିଶ୍ବକପ୍ ଆରମ୍ଭ: ବିଜୟ କଲେ ପେନସିଲ ମୁନରେ କ୍ଷୁଦ୍ରାକୃତି
ବ୍ରହ୍ମପୁର: ଆଜିଠୁ ଆରମ୍ଭ ହୋଇଛି ଆଇସିସି ଟି-୨୦ ବିଶ୍ବକପ୍ କ୍ରିକେଟ୍। ଫଟାଫଟ୍ କ୍ରିକେଟର ଏହି ମହାସମରକୁ ପ୍ରଥମ କରି ଆମେରିକା ସହ ଓ୍ବେଷ୍ଟଇଣ୍ଡିଜ୍ ମିଳିତ ଆୟୋଜନ କରୁଛି। ପ୍ରଥମ ଥର ୨୦ଟି ଦେଶ ଖେଳୁଛନ୍ତି। ଏହାକୁ ନେଇ ବ୍ରହ୍ମପୁର ଉପକଣ୍ଠ ଡୁରା ଗ୍ରାମର ଯୁବ ଶିଳ୍ପୀ କେ.ବିଜୟ କୁମାର ରେଡ୍ଡୀ ପେନସିଲ ମୁନରେ ମାତ୍ର ୧.୫ ସେମି ଉଚ୍ଚ ବିଶ୍ବକପ୍ ଟ୍ରଫି ଓ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ କ୍ଷୁଦ୍ରାକୃତି ପ୍ରସୃତ କରିଛନ୍ତି। କ୍ଷୁଦ୍ର କଳାକୃତି [...]
Odiaଗମ୍ଭୀର ଟିମ୍ ଇଣ୍ଡିଆ ପାଇଁ ଭଲ କୋଚ୍ ସାବ୍ୟସ୍ତ ହେବେ: ଗାଙ୍ଗୁଲି
ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ପରବର୍ତ୍ତୀ ମୁଖ୍ୟ କୋଚ୍ କିଏ ହେବେ ସେନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏହି ପଦରେ ଜଣେ ଭାରତୀୟଙ୍କୁ ନିଯୁକ୍ତି ଦେବା ସପକ୍ଷରେ ମତ ଦେଇଛନ୍ତି । ଗାଙ୍ଗୁଲି କହିଛନ୍ତି ଯେ ଯଦି ଗୌତମ ଗମ୍ଭୀର ଏହି ପଦ ପାଇଁ ଆବେଦନ କରିଛନ୍ତି, ତେବେ ସେ ଜଣେ ଭଲ କୋଚ୍ ସାବ୍ୟସ୍ତ ହେବେ। କାରଣ ନିକଟରେ ଶେଷ ହୋଇଥିବା ଆଇପିଏଲ୍ ଟ୍ରଫି ବିଜୟ ବେଳେ [...]
Odiaପୁଣି ଇଣ୍ଡିଗୋ ଫ୍ଲାଇଟରେ ବୋମା ଆତଙ୍କ, ମୁମ୍ବାଇରେ ଜରୁରୀ ଅବତରଣ
ମୁମ୍ବାଇ: ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ଗୁଜବ ପରେ ଏହି ଫ୍ଲାଇଟ୍ ଶନିବାର ମୁମ୍ବାଇ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ଏହି ଫ୍ଲାଇଟରେ ୧୭୨ ଜଣ ଯାତ୍ରୀ ଥିଲେ। ବିମାନରେ ସମ୍ପ୍ରତି ତଲାସି ଚାଲିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିମାନ ନମ୍ବର ୬ଇ-୫୩୧୪ ଆଜି ସକାଳ ପ୍ରାୟ ୬.୫୦ ସମୟରେ ଚେନ୍ନାଇରୁ ଉଡ଼ାଣ ଭରିଥିଲା। ମୁମ୍ବାଇ ଯିବାବେଳେ ଏଥିରେ ଏକ ରିମୋଟ୍ ମିଳିଥିଲା | ପାଇଲଟ୍ ଏନେଇ ମୁମ୍ବାଇ ଏୟାର [...]
Odiaଦିନ ଗୋଟାଏ ସୁଦ୍ଧା ମତଦାନ ହାର ୩୭.୬୪ ପ୍ରତିଶତ
ଭୁବନେଶ୍ୱର – ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ୬ ଲୋକସଭା ଆସନ -କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ୱର ଏବଂ ମୟୂରଭଂଜ ଓ ଏସବୁ ଆସନ ଅଧୀନସ୍ଥ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେଉଛି । ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୭.୬୪ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି [...]
Odiaନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି
ପୁରୀ – ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୮ରେ ପହଞ୍ଚିଛି । ଆଜି ଆଉ ଜଣେ ଗୁରୁତର ଆହତଙ୍କ ମୃତ୍ୟୁ ହୋଇଛି। ଏ ନେଇ ଏସଆରସିଙ୍କ ପକ୍ଷରୁ ସୂଚନା ମିଳିଛି। ବିଭିନ୍ନ ହସ୍ପିଟାଲରେ ୨୨ ଜଣ ଆହତ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ ଯେ, ନରେନ୍ଦ୍ର ପୁଷ୍କରିଣୀରେ ବୁଧବାର ରାତିରେ ଠାକୁରଙ୍କ ଭଉଁରି ଚନ୍ଦନ ଯାତ୍ରା ଚାଲିଥିବାବେଳେ ବାଣ ବିସ୍ଫୋରଣ ଘଟି ପ୍ରଥମେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ [...]
Odiaପିଏନବି ଆକାଉଣ୍ଟ ଠାରୁ ଡ୍ରାଇଭିଂ ଲାଇସେନ୍ସ ପର୍ଯ୍ୟନ୍ତ, ଆଜିଠାରୁ ବଦଳିବ ଏହି ୫ ନିୟମ
ନୂଆଦିଲ୍ଲୀ: ଆଜିଠାରୁ ନୂଆ ମାସ (ଜୁନ୍) ଆରମ୍ଭ ହୋଇଛି । ନୂଆ ମାସର ପ୍ରଥମ ଦିନରେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ୭୨ ଟଙ୍କା ଶସ୍ତା ହୋଇଛି। ଏଥି ସହିତ ବିମାନରେ ବ୍ୟବହାର ଟର୍ବାଇନ ଇନ୍ଧନ (ଏଟିଏଫ) ଦର ହ୍ରାସ ପାଇବା ଯୋଗୁଁ ବିମାନ ଯାତ୍ରା ଶସ୍ତା ହେବା ସମ୍ଭାବନା ରହିଛି। ଆଜିଠୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ସରକାରୀ ଟ୍ରେନିଂ କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ। ଡ୍ରାଇଭିଂ ଲାଇସେନ୍ସ ପାଇଁ ଏଣିକି ଆପଣ ଘରୋଇ ତାଲିମ କେନ୍ଦ୍ର [...]
Odiaମାଗୁଣି ଚରଣ କୁଅଁରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର – ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ପ୍ରଖ୍ୟାତ କଣ୍ଢେଇ ନୃତ୍ୟଗୁରୁ ମାଗୁଣି ଚରଣ କୁଅଁରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଣ୍ଢେଇ ନୃତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ମାଗୁଣି ଚରଣ କୁଅଁରଙ୍କ ବହୁମୂଲ୍ୟ ଯୋଗଦାନ ସର୍ବଦା ସ୍ମରଣୀୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଦୀର୍ଘ ଦିନ [...]
Odiaରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ଦିନ ୧୧ଟା ସୁଦ୍ଧା ମତଦାନ ହାର ୨୨.୯୭ ପ୍ରତିଶତ
ଭୁବନେଶ୍ୱର – ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ଜାରି ରହିଛି। ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲା । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୨୨ ଦଶମିକ ୯୭ ପ୍ରତିଶତ ଭୋଟିଂ ହୋଇଛି। ବାଲେଶ୍ବରରେ ୨୭ ଦଶମିକ ୬୬ ପ୍ରତିଶତ, ଭଦ୍ରକରେ ୨୧ .୫୦, ଯାଜପୁରରେ ୧୭.୧୦, ଜଗତସିଂହପୁରରେ ୨୩.୦୧ ପ୍ରତିଶତ, କେନ୍ଦ୍ରାପଡ଼ାରେ [...]
