Odiaଯୁକ୍ତ ଦୁଇ ଫଳ ରିଚେକିଂ ପାଇଁ ଆଜିଠୁ ଆବେଦନ
ଭୁବନେଶ୍ୱର – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ -ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ରିଚେକିଂ ପାଇଁ ଆଜିଠାରୁ ଆବେଦନ କରିହେବ । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ଇଚ୍ଛୁକ ଛାତ୍ରଛାତ୍ରୀମାନେ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅନ୍ଲାଇନ୍ରେ ମୂଲ୍ୟାୟନ ହୋଇଥିବା ବିଷୟଗୁଡିକର ସଫ୍ଟ କପି ଆବେଦନକାରୀଙ୍କୁ ମେସେଜ ଓ ମେଲ୍ରେ ଲିଙ୍କ୍ ମାଧ୍ୟମରେ ଜୁନ୍ ୧୦ରୁ ୨୦ ତାରିଖ ମଧ୍ୟରେ ପ୍ରଦାନ କରାଯିବ। ଆବେଦନକାରୀ ଏହି [...]
Odiaକଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ
ଭୁବନେଶ୍ୱର – ଓଡ଼ିଶାର ପରିଚିତ କଣ୍ଢେଇ ନୃତ୍ୟ ଗୁରୁ ମାଗୁଣି କୁଅଁରଙ୍କର ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ମାଗୁଣି କେନ୍ଦୁଝର ପୁରୁଣା ବଜାର ସ୍ଥିତ ବାସଭବନରେ ୮୮ ବର୍ଷ ବୟସରେ ଆଖି ବୁଜିଛନ୍ତି । କାଠ କଣ୍ଢେଇ ନୃତ୍ୟ କଳା ପାଇଁ ଦେଶବିଦେଶରେ ଜଣାଶୁଣା ଥିଲେ ମାଗୁଣି କୁଅଁର। ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ୧୫ ବର୍ଷ ବୟସରୁ ଗୁରୁ ମକରଧ୍ବଜ ବେହେରାଙ୍କ ଠାରୁ କଣ୍ଢେଇ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ [...]
Odiaପୁଣେ ପୋର୍ସ କାର୍ ଦୁର୍ଘଟଣା: ନାବାଳକର ମାଆଙ୍କୁ ବି ବାନ୍ଧିଲା ପୋଲିସ, ପୁଅ ବଦଳରେ ନିଜ ରକ୍ତ ନମୁନା ଦେଇଥିଲେ
ପୁଣେ: ପୁଣେ ପୋର୍ସ କାର୍ ଦୁର୍ଘଟଣା ମାମଲାରେ ନାବାଳକ ଅଭିଯୁକ୍ତର ମାଆଙ୍କୁ ବି ଗିରଫ କରିଛି ପୋଲିସ। ନାବାଳକର ମାଆ ଶିବାନୀ ଅଗ୍ରୱାଲଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ (ଜୁନ୍ ୨) ଗିରଫ କରାଯାଇଥିବା ପୁଣେ ପୋଲିସ କମିଶନର ଅମିତେଶ କୁମାର ସୂଚନା ଦେଇଛନ୍ତି। ନାବାଳକର ମା’ ତାଙ୍କ ପୁଅର ରକ୍ତ ନମୁନା ବଦଳାଇବା ପାଇଁ ନିଜ ରକ୍ତ ନମୁନା ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏହାଛଡ଼ା ସେ ଡାକ୍ତରମାନଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି। ଗତ [...]
Odiaଆଜି ଶେଷ ପର୍ଯ୍ୟାୟ ଭୋଟ, ବାରାଣସୀ ସହ ୫୭ ଆସନରେ ଚାଲିଛି ମତଦାନ
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଶନିବାର ଆରମ୍ଭ ହୋଇଛି। ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ଆସନରେ ଚାଲିଛି ମତଦାନ । ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ପାଞ୍ଚ କେନ୍ଦ୍ର ମନ୍ତ୍ରୀ, ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଚାରିଜଣ ସିନେ କଳାକାରଙ୍କ ସହ ମୋଟ ୯୦୪ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଚଣ୍ଡିଗଡ଼ କେନ୍ଦ୍ର [...]
Odiaବିପୁଳ ସଂଖ୍ୟାରେ ମତଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍
ଭୁବନେଶ୍ୱର – ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି। ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ପ୍ରତିନିଧି ବାଛୁଛନ୍ତି ଭୋଟର । ଗଣତନ୍ତ୍ରର ମହାପର୍ବ ନିର୍ବାଚନରେ ସାମିଲ ହୋଇ ବିପୁଳ ସଂଖ୍ୟାରେ ଭୋଟ୍ ଦେବା ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଗଣତନ୍ତ୍ରରେ ମତଦାନ ଆପଣଙ୍କ ଅଧିକାର। ଆପଣଙ୍କ ପ୍ରତିଟି ଭୋଟ୍ ଅତ୍ୟନ୍ତ ମୂଲ୍ୟବାନ। ଆସନ୍ତୁ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବା। ବିପୁଳ [...]
Odiaରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ: ୬ ଲୋକସଭା, ୪୨ ବିଧାନସଭା ଆସନରେ ଚାଲିଛି ଭୋଟ୍ ଗ୍ରହଣ
ଭୁବନେଶ୍ୱର – ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଆଜି ଆରମ୍ଭ ହୋଇଛି । ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେଉଛି । ୯୯ ଲକ୍ଷରୁ ଅଧିକ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ମୋଟ୍ ୪୬୦ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଚତୁର୍ଥ ପର୍ଯ୍ୟାୟ ସହ [...]
Odiaଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
॥ ଅଯୋଧ୍ୟା କାଣ୍ଡ ॥ ଲାଗହିଂ କୁମୁଖ ବଚନ ସୁଭ କୈସେ । ମୁହଁ ଗୟାଦିକ ତୀରଥ ଜୈସେ ॥ ରାମହି ମାତୁ ବଚନ ସବ ଭାଏ । ଜିତି ସୁରସାରି ଗତ ସଲିଳ ସୁହାଏ ॥ ଭାବାର୍ଥ :- କୈକେୟୀଙ୍କ ଅପବିତ୍ର ମୁହଁ ରେ ଏପରି ଶୁଭ ମଙ୍ଗଳମୟ ଶବ୍ଦର ଉଚ୍ଚାରଣ ଏପରି ଲାଗୁଥିଲା ଯେପରି ମଗଧ ଦେଶର ଗୟା ତୀର୍ଥରେ ପିତୃପୁରୁଷଙ୍କୁ ଅନ୍ତିମ ଶ୍ରାଦ୍ଧ ଦେଇ ଫେରିଛନ୍ତି । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ କିନ୍ତୁ ମାତା [...]
Odiaଗୀତା ଉପଦେଶ: “ଯୋଗୀ ପାଇଁ ଆସକ୍ତି ରହିତ କର୍ମ’ ମାଧ୍ୟମ ଅଟେ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଧ୍ୟାନ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଆରୁରୁକ୍ଷୋର୍ମୁନେର୍ଯୋଗଂ କର୍ମ କାରଣମୁଚ୍ୟତେ।* ଯୋଗାରୁଢ଼ସ୍ୟ ତସ୍ୟୈବ ଶମଃ କାରଣମୁଚ୍ୟତେ।* ଅର୍ଥାତ:- ଯେଉଁ ଜୀବ (ସାଧକ) ଯୋଗ ମାର୍ଗରେ ପରିପୂର୍ଣ୍ଣତା ହାସଲ କରିବାକୁ ଇଚ୍ଛା କରୁଥାଆନ୍ତି, ତାଙ୍କ ପାଇଁ ‘ଆସକ୍ତି ରହିତ କର୍ମ’ ମାଧ୍ୟମ ଅଟେ। ଯେଉଁ ତପସ୍ୱୀ (ସାଧକ) ଯୋଗାଋଢ଼ ଅବସ୍ଥା ପ୍ରାପ୍ତ କରିଥାଆନ୍ତି,ତାଙ୍କ ପାଇଁ ଶାନ୍ତ ଚିତ୍ତରେ ଧ୍ୟାନ କରିବା ହିଁ ସାଧନ ଅଟେ। ( ଗୀତା ଧ୍ୟାନ ଯୋଗ)
Odiaକାଲି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ, ୫୭ ଆସନରେ ହେବ ମତଦାନ; ମଇଦାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ୯୦୪ ପ୍ରାର୍ଥୀ
ନୂଆଦିଲ୍ଲୀ : ଆସନ୍ତାକାଲି (ଜୁନ୍ ୧) ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟରେ ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ଆସନରେ ମତଦାନ ହେବ । ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ପାଞ୍ଚ କେନ୍ଦ୍ର ମନ୍ତ୍ରୀ, ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଚାରିଜଣ ସିନେ କଳାକାରଙ୍କ ସହ ମୋଟ ୯୦୪ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଚଣ୍ଡିଗଡ଼ କେନ୍ଦ୍ର ଶାସିତ ଅଞ୍ଚଳର [...]
ନିର୍ବାଚନ ବ୍ୟସ୍ତତାରୁ ମିଳିଲା ଫୁରସତ : ରାଜଧାନୀର ବହି ଦୋକାନରୁ ବହି କିଣିଲେ ମୁଖ୍ୟମନ୍ତ୍ରୀ, ନେଲେ ସେଲଫି
ଭୁବନେଶ୍ୱର – ମାରାଥନ ନିର୍ବାଚନ ପ୍ରଚାରର ବ୍ୟସ୍ତତାରୁ ଶେଷରେ ଫୁରସତ ମିଳିଛି । ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ମତଦାନ ବାକି ରହିଛି । ଏହା ପରେ ଜୁନ୍ ୪ ମତଗଣନାକୁ ଅପେକ୍ଷା। ନିର୍ବାଚନୀ ବ୍ୟସ୍ତତା ମଧ୍ୟରେ ମିଳିଥିବା ଟିକେ ଫୁରସତ ସମୟ ମଧ୍ୟରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ସ୍ଥିତ ମଡର୍ଣ୍ଣ ବୁକ୍ ଡିପୋ ଯାଇ ଦୁଇଟି ପୁସ୍ତକ କିଣିଛନ୍ତି । ପୁସ୍ତକ ପ୍ରେମୀ ଭାବେ ପରିଚିତ ସାଧାରଣ ପାଠକ ଭାବେ [...]
