Odiaଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ : ୬ ଲୋକସଭା, ୪୨ ବିଧାନସଭା ଆସନରେ କାଲି ଭୋଟ୍, ୪୬୦ ପ୍ରାର୍ଥୀ ଓ ୯୯ ଲକ୍ଷରୁ ଉର୍ଦ୍ଧ୍ବ ଭୋଟର
ଭୁବନେଶ୍ୱର – ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ହେବ । ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନରେ ହେବ ଭୋଟ୍ ଗ୍ରହଣ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୯୯ ଲକ୍ଷରୁ ଅଧିକ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ମୋଟ୍ ୪୬୦ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । [...]
Odiaପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ସଜାଗ ରୁହନ୍ତୁ: ଗଜପତି ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଏହାର ମୁକାବିଲା ନେଇ ଜିଲ୍ଲା ପ୍ରଶାସନର ଏକ ଜରୁୀକାଳୀନ ବୈଠକ ଶୁକ୍ରବାର ହୋଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଯଦିଓ ମୈ।ସୁମୀ ପ୍ରବାହ କେରଳ ରାଜ୍ୟ ଛୁଇଁଛି ଓ ଆଉ ପ୍ରାୟ ଦୁଇ ସପ୍ତାହ ପରେ ଓଡ଼ିଶାରେ ପ୍ରବେଶ କରିବା ଆକଳନ କରିଛି ପାଣିପାଗ ବିଭାଗ। ତଥାପି ଆଉ କିଛି ଦିନ ପ୍ରଚଣ୍ଡ ଗ୍ରୀଷ୍ମ [...]
Odiaଯୌନ ନିର୍ଯାତନା ମାମଲା: ପ୍ରଜ୍ବଳ ରେଭନ୍ନାଙ୍କୁ ୬ ଦିନିଆ ପୋଲିସ ରିମାଣ୍ଡ
ବେଙ୍ଗାଲୁରୁ: ଯୌନ ନିର୍ଯାତନା ମାମଲାରେ ବେଙ୍ଗାଲୁରୁର ଏକ କୋର୍ଟ ଶୁକ୍ରବାର ନିଲମ୍ବିତ ଜେଡିଏସ୍ ନେତା ତଥା ସାଂସଦ ପ୍ରଜ୍ବଳ ରେଭନ୍ନାଙ୍କୁ ଜୁନ୍ ୬ ପର୍ଯ୍ୟନ୍ତ ପୋଲିସ ହାଜତକୁ ପଠାଇ ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି ୩୩ ବର୍ଷୀୟ ପ୍ରଜ୍ବଳ ଜର୍ମାନୀର ମ୍ୟୁନିକରୁ ଶୁକ୍ରବାର ସକାଳେ ଫେରିବା ପରେ ତାଙ୍କୁ ବିମାନ ବନ୍ଦରରେ ହିଁ ଗିରଫ କରିଥିଲା ଏସ୍ଆଇଟି । ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଏବଂ ଏ ସମ୍ପର୍କିତ ଅନେକ ଭିଡ଼ିଓ ସାମ୍ନାକୁ [...]
Odiaକନ୍ଧମାଳ ଜିଲ୍ଲାରେ ମାଓ ଶକ୍ତିକୁ କ୍ଷୀଣ କରିପାରିଛି ପୋଲିସ
ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ମାଓ ଦମନ ଅଭିଯାନରେ ଲଗାତାର ସଫଳତା ହାସଲ କରି ଆସୁଛି ପୋଲିସ ବାହିନୀ। ଲାଲ ବାହିନୀର ଶକ୍ତି କ୍ଷୀଣ ହେବା ସହ ହିଂସାକାଣ୍ଡ ହ୍ରାସ ପାଇଛି। ଫଳ ସ୍ବରୂପ ଗତ ଥରର ସାଧାରଣ ନିର୍ବାଚନରେ ଏକ ପୋଲିଂ ଗାଡ଼ି ଉପରେ ଆକ୍ରମଣ କରି ଜଣେ ପୋଲିଂ କର୍ମଚାରୀଙ୍କୁ ହତ୍ୟା କରିଥିବା ମାଓବାଦୀମାନେ ଏଥର କୈାଣସି ବଡ଼ ଧରଣର ହିଂସାକାଣ୍ଡ ଘଟାଇବାକୁ ମଧ୍ୟ ସମର୍ଥ ହୋଇପାରି ନାହାନ୍ତି। ଓଲଟି ସୁରକ୍ଷା ବାହିନୀକୁ ଲକ୍ଷ୍ୟ କରି [...]
ପଶ୍ଚିମରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି; ୮ ସହରର ତାପମାତ୍ରା ୪୫ ଡିଗ୍ରୀ କିମ୍ବା ଅଧିକ, ଟିଟିଲାଗଡ଼ ଉତ୍ତପ୍ତ ସହର
ପଶ୍ଚିମରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି; ୮ ସହରର ତାପମାତ୍ରା ୪୫ ଡିଗ୍ରୀ କିମ୍ବା ଅଧିକ, ଟିଟିଲାଗଡ଼ ଉତ୍ତପ୍ତ ସହର
ଭୁବନେଶ୍ୱର -ଅସହ୍ୟ ଗ୍ରୀଷ୍ମ ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା । ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି । ଲଗାତର ତୃତୀୟ ଦିନରେ ପ୍ରଚଣ୍ଡ ଖରାରେ ଛଟପଟ ହୋଇଛନ୍ତି ଲୋକେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ୮ଟି ସହରର ଦିନ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି । ୧୨ ସହରରେ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ୪୬.୫ ଡିଗ୍ରୀ ସେଲସିୟସ ସହ [...]
Odiaଜୁନ୍ ୨ରେ ଆତ୍ମସମର୍ପଣ କରିବେ କେଜ୍ରିୱାଲ, କହିଲେ ‘ନଇଁବି ନାହିଁ’
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର କହିଛନ୍ତି ଯେ ସେ ଜୁନ୍ ୨ରେ ଆତ୍ମସମର୍ପଣ କରିବେ । ଜେଲରେ ତାଙ୍କୁ ନିର୍ଯାତନା ଦିଆଗଲେ ମଧ୍ୟ ସେ ଜମା ନଇଁବେ ନାହିଁ। ଲୋକସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ସୁପ୍ରିମକୋର୍ଟ ଆମ୍ ଆଦମୀ ପାର୍ଟି (ଆପ୍)ର ଜାତୀୟ ଆବାହକଙ୍କୁ ଜୁନ୍ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଇଥିଲେ। ଜେଲରୁ ମୁକୁଳିବା ପରେ କେଜ୍ରିୱାଲ ଉତ୍ତର ପ୍ରଦେଶ, ପଞ୍ଜାବ, ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ପ୍ରଚାର କରିଥିଲେ। ସ୍ବାସ୍ଥ୍ୟଗତ କାରଣ [...]
Odiaସୁନା ଚୋରା ଚାଲାଣ ଅଭିଯୋଗରେ ଏୟାର ହଷ୍ଟେସ୍ ଗିରଫ, ମଳଦ୍ୱାରରେ ଲୁଚାଇ ଆଣୁଥିଲେ ସୁନା
ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ଅଭିଯୋଗରେ କେରଳ ପୋଲିସ ଜଣେ ଏୟାର ହଷ୍ଟେସଙ୍କୁ ଗିରଫ କରିଛି। ଏୟାର ଇଣ୍ଡିଆର ଏୟାର ହଷ୍ଟେସ ସୁରଭି ଖାତୁନ ମଳଦ୍ୱାରରେ ୯୬୦ ଗ୍ରାମ ସୁନା ଲୁଚାଇ ଭାରତ ଆଣିଥିବା ଅଭିଯୋଗ ହୋଇଛି। କେରଳର କନ୍ନୁର ବିମାନ ବନ୍ଦରରେ ଏୟାର ହଷ୍ଟେସଙ୍କୁ ଗିରଫ କରାଯାଇଥିଲା । ସୁରଭି ଖାତୁନ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଏୟାର ହଷ୍ଟେସ ଭାବେ ଚାକିରି କରନ୍ତି। ଖାତୁନ୍ ମେ ୨୮ରେ ମସ୍କାଟରୁ କନ୍ନୁର ଆସୁଥିବା ଏୟାର ଇଣ୍ଡିଆ ଫ୍ଲାଇଟର [...]
Odiaବ୍ରିଟେନରୁ ୧ ଲକ୍ଷ କିଲୋ ସୁନା ଫେରାଇ ଆଣିଲା ରିଜର୍ଭ ବ୍ୟାଙ୍କ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ରିଟେନରେ ଜମା ରଖିଥିବା ନିଜ ୧୦୦ ଟନ୍ (ପ୍ରାୟ ୧ ଲକ୍ଷ କିଲୋଗ୍ରାମ) ସୁନା ଫେରାଇ ଆଣିଛି। ୧୯୯୧ ପରଠୁ ପ୍ରଥମ ଥର ଏତେ ପରିମାଣର ସୁନା ଭାରତୀୟ ରାଜକୋଷକୁ ଆସିଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୦୨୪ ଶେଷ ସୁଦ୍ଧା ରିଜର୍ଭ ବ୍ୟାଙ୍କ ପାଖରେ ମୋଟ ୮୨୨.୧ ଟନ୍ ସୁନା ଥିଲା । ସେଥିମଧ୍ୟରୁ ୪୧୩.୮ ଟନ୍ ବିଦେଶରେ ଜମା ରଖାଯାଇଥିଲା। ଗତ କିଛି ବର୍ଷ ମଧ୍ୟରେ ସୁନା [...]
Odiaଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କଡ଼ା ସୁରକ୍ଷା, ମୁତୟନ ହେବେ ୩୬ ହଜାର ପୋଲିସ
ଭୁବନେଶ୍ବର – ଆସନ୍ତାକାଲି ରାଜ୍ଯରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ଯାୟରେ ୬ଟି ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ। ଶାନ୍ତି ଶୃଙ୍ଖଳାରେ ଭୋଟ ଗ୍ରହଣ ପାଇଁ ସବୁ ପ୍ରକାର ବ୍ଯବସ୍ଥା କରାଯାଇଥିବା ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ କହିଛନ୍ତି। ଡିଜିପି କହିଛନ୍ତି ଯେ, ଚତୁର୍ଥ ପର୍ଯ୍ୟାୟରେ ୧୦ ହଜାର ୮୮୨ ଟି ବୁଥ ମଧ୍ଯରୁ ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ । ସୁରକ୍ଷା କାର୍ଯ୍ୟରେ ୩୬ ହଜାର ପୋଲିସ [...]
Odiaଗ୍ରୀଷ୍ମ ପ୍ରବାହ: ଆଉ ତିନି ଦିନ ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର – ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ବେଳେ ଆସନ୍ତା ୩ ଦିନ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ। ଏ ନେଇ ସମସ୍ତ ଜିଲ୍ଲାପାଳ, ସ୍ୱାସ୍ଥ୍ୟସଚିବ, ଶ୍ରମ କମିଶନଙ୍କ ସହ ଆଲୋଚନା ଚାଲିଥିବା ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ପ୍ରଖର ଗ୍ରୀଷ୍ମ ପ୍ରବାହ ଯୋଗୁଁ ପିକ୍ ଆୱାରରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ [...]
