Odiaରାସ୍ତାକଡରୁ ୩ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍ଡ ହେଲ୍ପ ଲାଇନ
ଫୁଲବାଣୀ – ବୁଧବାର ବିଳମ୍ବିତ ରାତିରେ ଫୁଲବାଣୀ ସହର ଏଫସି ଆଇ ଗୋଦାମ ନିକଟସ୍ଥ ଅରବିନ୍ଦ ନଗର ଗଳିରୁ ୩ ଜଣ ଶିଶୁଙ୍କୁ ଉଦ୍ଧାର କରିଛି କନ୍ଧମାଳ ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ। ୧୦୯୮ ନମ୍ବରର କଣ୍ଟ୍ରୋଲ ରୁମର ସୂଚନା ମୁତାବକ ସ୍ଥାନୀୟ ଆଦର୍ଶ ଟାଉନ ଥାନା ପୋଲିସର ସହାୟତାରେ ୩ ଶିଶୁଙ୍କୁ କାନ୍ଦୁଥିବା ଅବସ୍ଥାରେ ଉଦ୍ଧାର କରିଛି ଚାଇଲ୍ଡ ହେଲ୍ପ ଲାଇନ। ଉଦ୍ଧାର କରାଯାଇଥିବା ଶିଶୁଙ୍କ ମଧ୍ୟରୁ ୨ ଜଣ ଶିଶୁ କନ୍ୟା ଅଛନ୍ତି ।ଶିଶୁମାନେ [...]
ଏୟାର ଇଣ୍ଡିଆର ଦାୟିତ୍ବହୀନତା ଯୋଗୁଁ ତୀବ୍ର ଅସନ୍ତୋଷ, ବିନା ଏସିରେ ବିମାନ ଭିତରେ ବସିବା ଯୋଗୁଁ ଅନେକ ଯାତ୍ରୀ ଅଚେତ

Odiaଏୟାର ଇଣ୍ଡିଆର ଦାୟିତ୍ବହୀନତା ଯୋଗୁଁ ତୀବ୍ର ଅସନ୍ତୋଷ, ବିନା ଏସିରେ ବିମାନ ଭିତରେ ବସିବା ଯୋଗୁଁ ଅନେକ ଯାତ୍ରୀ ଅଚେତ
ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଦିଲ୍ଲୀ-ସାନଫ୍ରାନ୍ସିସ୍କୋ ଫ୍ଲାଇଟ୍ ବିଳମ୍ବ ଯୋଗୁଁ ଯାତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଛି। ବିମାନ ପ୍ରାୟ ୮ ଘଣ୍ଟା ବିଳମ୍ବ ଥିଲା । ହେଲେ ପ୍ରବଳ ଗରମ ମଧ୍ୟରେ ଯାତ୍ରୀଙ୍କୁ ବିମାନ ଭିତରେ ଏତେ ଘଣ୍ଟା ଧରି ବିନା ଏସିରେ ବସିବାକୁ ପଡ଼ିଥିଲା । ଫଳରେ ଅନେକ ଯାତ୍ରୀ ଅଚେତ ହୋଇଯାଇଥିଲେ | କମ୍ପାନୀର ଏଭଳି ଦାୟିତ୍ବହୀନତା ଓ ଅବ୍ୟବସ୍ଥା ନେଇ ଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିବାରୁ ସେମାନଙ୍କୁ ଫ୍ଲାଇଟରୁ ବାହାର କରି ଦିଆଯାଇଥିଲା । [...]
Odia୧୬ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ!
ଭୁବନେଶ୍ୱର – ରାଜ୍ୟର କିଛି ସ୍ଥାନରେ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୬ ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ସୂଚନା ରହିଛି। ରାଉରକେଲାରେ ୧୦, ସୁନ୍ଦରଗଡ଼ରେ ୪ ଓ ଝାରସୁଗୁଡାରେ ୨ ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଥିଲେ ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁଁ ଅସ୍ବାଭାବିକ ମୃତ୍ୟୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। କିଛି ଅସୁସ୍ଥ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏଣେ [...]
୬ ଲୋକସଭା ଓ ୪୨ ବିଧାନସଭା ଆସନରେ କାଲି ଭୋଟ୍, ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୯୯ ଲକ୍ଷରୁ ଅଧିକ ଭୋଟର

Odia୬ ଲୋକସଭା ଓ ୪୨ ବିଧାନସଭା ଆସନରେ କାଲି ଭୋଟ୍, ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୯୯ ଲକ୍ଷରୁ ଅଧିକ ଭୋଟର
ଭୁବନେଶ୍ୱର –ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଆସନ୍ତାକାଲି ହେବ ଭୋଟ୍ ଗ୍ରହଣ। ଗତକାଲି ସଂଧ୍ୟାରେ ପ୍ରଚାର ଶେଷ ହୋଇଛି। ମୟୂରଭଞ୍ଜ , ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନ ଏବଂ ଏସବୁ ଆସନ ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ କାଲି ପଡ଼ିବ ଭୋଟ୍ । ମୋଟ ୯୯ , ୬୧ , ୦୫୭ [...]
Odiaଜର୍ମାନୀରୁ ଫେରିବା ପରେ ପ୍ରଜ୍ବଳ ରେଭନ୍ନା ଗିରଫ
ବେଙ୍ଗାଲୁରୁ:ଯୌନ ନିର୍ଯାତନା ମାମଲାର ଅଭିଯକ୍ତ ଜେଡିଏସ୍ ସାଂସଦ ପ୍ରଜ୍ବଳ ରେଭନ୍ନା ଗିରଫ ହୋଇଛନ୍ତି । ପ୍ରାୟ ଏକ ମାସରୁ ଉର୍ଦ୍ଧ୍ବ କାଳ ବିଦେଶରେ ଆତ୍ମଗୋପନ କରିଥିବା ପ୍ରଜ୍ବଳ ଆଜି (ମେ ୩୧) ଭୋରରେ ଭାରତ ଫେରିବା ପରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ତାଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରୁ ହିଁ ଗିରଫ କରିଛି । ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ପରଠୁ ରେଭନ୍ନା ଜର୍ମାନୀ ପଳାଇଥିଲେ। କିଛି ଦିନ ତଳେ ପ୍ରଜ୍ବଳ ଏକ ଭିଡ଼ିଓ ବାର୍ତ୍ତା ଜାରି [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସୁନୁ ସୁଭ କଥା ଭବାନି ରାମଚରିତ ମାନସ ବିମଲ । କହା ଭୁସୁଂଡି ବଖାନି ସୁନା ବିହଗ ନାୟକ ଗରୁଡ଼ ॥ ଭାବାର୍ଥ :- ଶ୍ରୀଶିବ କହିଲେ, ହେ ପାର୍ବତୀ ! ନିର୍ମଳ ଶ୍ରୀରାମଚରିତ ମାନସର ସେହି ମଙ୍ଗଳମୟୀ କଥାକୁ ଶୁଣ, ଯାହାକୁ କାକଭୁସୁଣ୍ଡି ବହୁତ ରୋଚକ ଢ଼ଙ୍ଗରେ କହିଲେ ଆଉ ପକ୍ଷୀ ମାନଙ୍କ ରାଜା ଗରୁଡଦେବ ତାକୁ ଶୁଣିଥିଲେ ।
Odiaଶ୍ରୀଜୀଉଙ୍କ ହଳଦୀ ପାଣି ସହିତ ଶେଷ ହୋଇଛି ୨୧ ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା
ସରିଛି ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା। ହଳଦୀପାଣି ପିଚକାରୀ ଖେଳ ସହ ବାହାର ଚନ୍ଦନ ଯାତ୍ରା ଉତ୍ସବ ଶେଷ ହୋଇଛି। ମାନବୀୟ ଲୀଳାଧାରୀ ମହାପ୍ରଭୁ ଗ୍ରୀଷ୍ମ ଦାଉରୁ ମୁକ୍ତି ପାଇବା ପାଇଁ ଜଳକ୍ରୀଡ଼ା କରୁଥିବା ବେଳେ ଗତକାଲି ଭଉଁରୀ ପରେ ଆଜି ୨୧ ଦିନର ଯାତ୍ରା ପୂର୍ବୋକ୍ତ ବିଧିରେ ଅନୁଷ୍ଠିତ ହୋଇଥିଲା।ଆଜି ହଳଦୀ ପାଣିରେ କେବଳ ଦିନ ଚାପ କରାଯାଇଥିଲା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ଶ୍ରୀରାମକୃଷ୍ଣ, [...]
Odiaଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଜ୍ଞାନ କର୍ମ ସନ୍ଯାସ ଯୋଗ ସମ୍ବନ୍ଧରେ କହୁଛନ୍ତି
ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଜ୍ଞାନ କର୍ମ ସନ୍ଯାସ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଶକ୍ନୋତୀହୈବ ଯଃ ସୋଢ଼ୁଂ ପ୍ରାକ୍ଶରୀରବିମୋକ୍ଷଣାତ୍। କାମକ୍ରୋଧୋଦ୍ଭବଂ ବେଗଂ ସ ଯୁକ୍ତଃ ସ ସୁଖୀ ନରଃ। ଅର୍ଥାତ:- ଯେଉଁମାନେ ଶରୀର ତ୍ୟାଗ କରିବା ପୂର୍ବରୁ,କାମ-କ୍ରୋଧର ବେଗକୁ ସହ୍ୟ କରିବାରେ ସକ୍ଷମ ହୋଇଥାନ୍ତି,ସେମାନେ ବାସ୍ତବିକ ଯୋଗୀ ଅଟନ୍ତି ଏବଂ ସେମାନେ ହିଁ ସୁଖି ଅଟନ୍ତି। ( ଗୀତା ୫ମ ଅ।୨୩ ଶ୍ଲୋକ )
Odiaଟାଇମ୍ ମାଗାଜିନର ଟପ୍ ୧୦୦ ପ୍ରଭାବଶାଳୀ କମ୍ପାନୀ ତାଲିକାରେ ରିଲାଏନ୍ସ, ଟାଟା ଓ ସେରମ୍
ନୂଆଦିଲ୍ଲୀ: ଆମେରିକାର ଟାଇମ୍ ମାଗାଜିନ ତରଫରୁ ୨୦୨୪ର ବିଶ୍ବର ପ୍ରଭାବଶାଳୀ କମ୍ପାନୀ ଗୁଡିକର ଏକ ତାଲିକା ପ୍ରକାଶ କରାଯାଇଛି । ଏହି ତାଲିକାରେ ତିନୋଟି ଭାରତୀୟ କମ୍ପାନୀ ସ୍ଥାନ ପାଇଛନ୍ତି। ଟାଇମ୍ ମାଗାଜିନର ଟପ୍ ୧୦୦ ପ୍ରଭାବଶାଳୀ କମ୍ପାନୀ ମଧ୍ୟରେ ସ୍ଥାନ ପାଇଥିବା ତିନି ଭାରତୀୟ କମ୍ପାନୀ ହେଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଅଦର ପୁନାୱାଲାଙ୍କ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଟାଟା ଗ୍ରୁପ୍ । ଏହି ତାଲିକାକୁ ୫ଟି ବର୍ଗରେ ବିଭକ୍ତ କରାଯାଇଛି ଯଥା – [...]
Odiaଚାନ୍ଦବାଲିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର; ବିକାଶମୂଳକ କାର୍ଯ୍ୟ ପାଇଁ ବିଜେଡିକୁ ଭୋଟ୍ ଦେବାକୁ ଅପିଲ୍, ବିରୋଧୀଙ୍କୁ କଟାକ୍ଷ
ଭୁବନେଶ୍ୱର – ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାନ୍ଦବାଲିରେ ବିଜେଡି ପାଇଁ ଭୋଟ୍ ମାଗିଛନ୍ତି। ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିଥିଲେ ବିଜେଡି ସଭାପତି। ବିପୁଳ ଜନସମାବେଶକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଯଥା ବି.ଏସ୍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀ ବସ୍, ୫-ଟି ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍, କାଳିଆ, ମଧୁବାବୁ ପେନ୍ସନ ଯୋଜନା, ଚାଉଳ କାର୍ଡ, ପୁରୀ ମନ୍ଦିରର [...]
