Odiaଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ଥମିଲା ପ୍ରଚାର, ଶନିବାର ୫୭ ଆସନରେ ଭୋଟ୍
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଗୁରୁବାର ସନ୍ଧ୍ୟାରେ ଥମିଛି ପ୍ରଚାର ଗହଳି। ଅନ୍ତିମ ପର୍ଯ୍ୟାୟରେ ୫୭ଟି ଲୋକସଭା ଆସନରେ ଜୁନ୍ ୧ରେ ହେବ ଭୋଟ୍ ଗ୍ରହଣ। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଚଣ୍ଡିଗଡ଼ କେନ୍ଦ୍ର ଶାସିତ ଅଞ୍ଚଳର ଗୋଟିଏ ଆସନ ସମେତ ପଞ୍ଜାବର ସମସ୍ତ ୧୩ଟି ସିଟ୍, ହିମାଚଳ ପ୍ରଦେଶର ୪, ଉତ୍ତର ପ୍ରଦେଶର ୧୩, ପଶ୍ଚିମବଙ୍ଗର ୯, ବିହାରର ୮, ଓଡିଶାର ୬ ଏବଂ ଝାଡ଼ଖଣ୍ଡର ୩ଟି ଆସନରେ [...]
Odiaବାଲେଶ୍ୱର ଓ ଭଦ୍ରକ ଲୋକସଭା କ୍ଷେତ୍ରରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର
ଭୁବନେଶ୍ୱର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ବାଲେଶ୍ୱର ଓ ଭଦ୍ରକ ଲୋକସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର କରି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଛନ୍ତି । ସିମୁଳିଆ, ସୋରୋ, ଧାମନଗର ଓ ଭଣ୍ଡାରୀପୋଖରୀରେ ବିଶାଳ ଜନସଭାରେ ଯୋଗଦେଇ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କୁ ଆଶୀର୍ବାଦ କରିବାକୁ ନିବେଦନ କରିଛନ୍ତି ପାଣ୍ଡିଆନ। ଆୟୋଜିତ ସଭାଗୁଡ଼ିକରେ ସେ କହିଥିଲେ ଯେ, ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରିବାର । [...]
ପଶ୍ଚିମରେ ଅସମ୍ଭାଳ ତାତି : ୯ ସହରର ତାପମାତ୍ରା ୪୫ ଉପରେ, ୪୭ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର
ଭୁବନେଶ୍ୱର – ଆକାଶରୁ ନିଆଁ ବର୍ଷା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପଶ୍ଚିମ ଓଡ଼ିଶାରେ ସଙ୍ଗୀନ ସ୍ଥିତି । ୯ଟି ସହରର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ କରାଯାଇଛି। ଆଜି ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୭ ଡିଗ୍ରୀ ଛୁଇଁଛି । ୪୭ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଝାରସୁଗୁଡାରେ ଆଜିର ସର୍ବୋଚ୍ଚ ଦିନ ତାପମାତ୍ରା ମେ’ ମାସରେ ଷଷ୍ଠ ଯୁଗ୍ମ ସର୍ବାଧିକ। ଝାରସୁଗୁଡାରେ ମେ’ ମାସର [...]
Odiaଖାଇକୁ ଖସିଲା ବସ୍, ୨୧ ମୃତ
ନୂଆଦିଲ୍ଲୀ: ଜମ୍ମୁର ଅଖନୂର ଠାରେ ଗୁରୁବାର ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଏକ ଗଭୀର ଖାଇକୁ ଖସି ପଡ଼ିବାରୁ ଅତିକମରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ଏହି ଦୁର୍ଘଟଣାରେ ୨୦ ଲୋକ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ସୂଚନାନୁସାରେ, ଏହି ବସ୍ ଅଖନୂରର ଚୁଙ୍ଗି ମଢ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ୧୫୦ ଫୁଟ ଗଭୀର [...]
Odiaଶେଷ ପର୍ଯ୍ୟାୟ ନିର୍ବାଚନ : ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ୪୬୦ ପ୍ରାର୍ଥୀ, ୯୯ ଲକ୍ଷରୁ ଉର୍ଦ୍ଧ୍ବ ମତଦାତା
ଭୁବନେଶ୍ୱର – ଏକକାଳୀନ ସାଧାରଣ ନିର୍ବାଚନ – ୨୦୨୪ର ସପ୍ତମ ପର୍ଯ୍ୟାୟରେ ଓଡ଼ିଶାରେ ୬ ଗୋଟି ସଂସଦୀୟ କ୍ଷେତ୍ର ଯଥା – ମୟୂରଭଞ୍ଜ , ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ୧୬ – ଜଗତସିଂହପୁର ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ଜୁନ ୧ ତାରିଖରେ ମତଦାନ ହେବ । ଏହି ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ର ଅଧୀନରେ ମୋଟ ୯୯ , ୬୧ , ୦୫୭ ଜଣ ମତଦାତା [...]
Odiaନିୟମିତ ଜାମିନ ପାଇଁ କେଜ୍ରିୱାଲଙ୍କ ଆବେଦନ, ଇଡିକୁ ନୋଟିସ୍
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର (ମେ ୩୦) ରାଉଜ୍ ଆଭେନ୍ୟୁ କୋର୍ଟରେ ନିୟମିତ ଜାମିନ ଆବେଦନ କରିଛନ୍ତି। କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରି କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ନୋଟିସ ଜାରି କରିଛନ୍ତି। ସ୍ୱତନ୍ତ୍ର ଜଜ୍ କାବେରୀ ବୱେଜା ଜୁନ୍ ୧ ସୁଦ୍ଧା ଜବାବ ଦାଖଲ କରିବାକୁ ଇଡିକୁ କହିଛନ୍ତି। ଡ଼ାକ୍ତରୀ ପରୀକ୍ଷା ପାଇଁ କେଜ୍ରିୱାଲ ଅନ୍ତରୀଣ ଜାମିନ ଏକ ସପ୍ତାହ ପାଇଁ ବୃଦ୍ଧି [...]
Odiaପଶ୍ଚିମରେ ପ୍ରଚଣ୍ଡ ତାତି : ଦିନ ସାଢେ ୨ ସୁଦ୍ଧା ଝାରସୁଗୁଡ଼ାର ତାପମାତ୍ରା ୪୬.୬ ଡିଗ୍ରୀ ସେଲସିୟସ
ଭୁବନେଶ୍ୱର – ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଧରି ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ। ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେଉଛି। ଆଜି ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ତାତି ୪୬ ଡିଗ୍ରୀ ଅତିକ୍ରମ କରିଛି। ୪୬.୬ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡ଼ା ସାଢେ ୨ଟା ବେଳକୁ ରାଜ୍ୟର ଉତ୍ତପ୍ତ ସହର ଥିଲା। ସମ୍ବଲପୁରରେ ତାପମାତ୍ରା ଥିଲା ୪୫ ଦଶମିକ ୬ ଡିଗ୍ରୀ ସେଲସିୟସ। ହୀରାକୁଦରେ ୪୪.୫, ରାଉରକେଲାରେ ୪୩.୮ , କେନ୍ଦୁଝରରେ ୪୧.୪ [...]
ପୁରୀ ବାଣ ଦୁର୍ଘଟଣାରେ ଆହତମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ ପାଇଁ ନିର୍ଦ୍ଦେଶ, ମୃତକଙ୍କ ସମ୍ପର୍କୀୟଙ୍କୁ ଅନୁକମ୍ପାମୂଳକ ସହାୟତା ଘୋଷଣା
ଭୁବନେଶ୍ଵର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସମ୍ ଅଲଟିମେଟ ହସ୍ପିଟାଲକୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ପୁରୀର ବାଣ ଦୁର୍ଘଟଣାର ଆହତମାନଙ୍କୁ ଭେଟିଥିଲେ। ସେମାନଙ୍କର ଚିକିତ୍ସା ବ୍ୟବସ୍ଥାରେ ରହିଥିବା ମୁଖ୍ୟ ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିଲେ। ପରେ ମୁଖ୍ୟମନ୍ତ୍ରୀ ଆହତମାନଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ପୁରୀ ବାଣ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ [...]
Odia୧୦ ବର୍ଷ ହେଲା ମୋ’ ସ୍ୱାସ୍ଥ୍ୟାବସ୍ଥା ନେଇ ଗୁଜବ ପ୍ରଚାର ହେଉଛି: ନବୀନ
ଭୁବନେଶ୍ୱର -ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ନେଇ ବିଜେପି ଗୁଜବ ପ୍ରଚାର କରୁଛି । ଏବେ ନୁହେଁ ଗତ ୧୦ ବର୍ଷ ହେବ ଏହି ଗୁଜବ ପ୍ରଚାରିତ ହୋଇଆସୁଛି, ଯାହାର କି କୈାଣସି ଓଜନ ନାହିଁ ।ତାଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ବୋଲି ଅଭିଯୋଗ ୧୦ ବର୍ଷର ପୁରୁଣା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ହତାଶ ହୋଇ ବିଜେପି ଏଭଳି ଅପପ୍ରଚାର କରୁଛି । ସମ୍ବାଦ ସରବରାହ ସଂସ୍ଥା ଏଏନଆଇର ସମ୍ପାଦକ ସ୍ମିତାପ୍ରକାଶଙ୍କୁ ଏକ ଏକ୍ସକ୍ଲୁସିଭ [...]
Odiaକେରଳ ଛୁଇଁଲା ମୌସୁମୀ, ତାତିରୁ ମିଳିବ ଆଶ୍ବସ୍ତି
ନୂଆଦିଲ୍ଲୀ: ପ୍ରତୀକ୍ଷାର ଅନ୍ତ ଘଟିଛି। ଦେଶରେ ପ୍ରବେଶ କରିଛି ମୌସୁମୀ। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ମୌସୁମୀର ଆଗମନ ସହ ଦେଶବାସୀଙ୍କୁ ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ଖୁବ୍ ଶୀଘ୍ର ଆଶ୍ବସ୍ତି ମିଳିବ। ପାଣିପାଗ ବିଭାଗ କହିଛି ଯେ ଧାର୍ଯ୍ୟ ସମୟର ଦୁଇ ଦିନ ପୂର୍ବରୁ ମୌସୁମୀ କେରଳ ଛୁଇଁଛି। ଆଜି ଅର୍ଥାତ୍ ମଇ ୩୦ରେ ଉତ୍ତର-ପୂର୍ବ ଭାରତର ଅଧିକାଂଶ ଅଞ୍ଚଳ [...]
