Odiaବରୀରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର : କହିଲେ, ଭୋଟ୍ ଆସିଲେ ବଡ଼ ବଡ଼ କଥା କୁହନ୍ତି ବିଜେପି ନେତା, ପରେ ଦେଖା ମିଳେନି
ଭୁବନେଶ୍ୱର – ଯାଜପୁର ଜିଲ୍ଲା ବରୀରେ ନିର୍ବାଚନ ପ୍ରଚାର କରି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ବିରୋଧୀ ଦଳ ନେତା ବିକାଶ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି। ଏକ ଜନସଭାରେ ପାଣ୍ଡିଆନ କହିଲେ ଯେ, ନବୀନ ସରକାର ହେଉଛି ଲୋକଙ୍କ ସରକାର, ମା’ମାନଙ୍କ ସରକାର, ଚାଷୀ ଓ ଯୁବପିଢ଼ିର ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବପିଢ଼ିଙ୍କ ମାଧ୍ୟମରେ ଏକ ସଶକ୍ତ ଓ ନୂଆ ଓଡ଼ିଶା ଗଠନ କରିବାକୁ ଯାଉଛନ୍ତି ବୋଲି ପାଣ୍ଡିଆନ କହିଥିଲେ। ବିରୋଧୀ [...]
Odiaବୁଥରେ ପଶି ଇଭିଏମ ଭାଙ୍ଗିଲେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ, ପୋଲିଂ କର୍ମଚାରୀଙ୍କୁ ମାରଧର
ଭୁବନେଶ୍ୱର – ଖୋର୍ଦ୍ଧାରୁ ବିଜେପିର ବିଧାୟକ ପ୍ରାର୍ଥୀ ବିବାଦୀୟ ନେତା ପ୍ରଶାନ୍ତ ଜଗଦ୍ଦେବ ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀର ଏକ ବୁଥରେ ଇଭିଏମ ଭାଙ୍ଗିବା ଅଭିଯୋଗ ହୋଇଛି।ପରେ ପ୍ରଶାନ୍ତ ଜଗଦ୍ଦେବ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ କାରରେ ପଳାଇ ଯାଉଥିବା ବେଳେ ପୋଲିସ ତାଙ୍କୁ ଧରି ଅଟକ ରଖିଥିଲା। ବିଶୃଙ୍ଖଳିତ ଆଚରଣ ପାଇଁ ପରିଚିତ ପ୍ରଶାନ୍ତ ଜଗଦ୍ଦେବ ଆଜି ବୋଲଗଡ଼ ବ୍ଲକର ବଡ଼ କୁମାରୀ ପଞ୍ଚାୟତର ଏକ ପୋଲିଂ ବୁଥରେ ପଶି ଇଭିଏମ ନଷ୍ଟ କରିବା [...]
Odiaହାର୍ଦ୍ଦିକଙ୍କ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା, ଇନଷ୍ଟାଗ୍ରାମରୁ ‘ପାଣ୍ଡ୍ୟା’ ସାଙ୍ଗିଆ ହଟାଇଲେ ପତ୍ନୀ ନତାଶା
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏବେ ବେଳା ଖରାପ ଚାଲିଛି। ତାଙ୍କ କ୍ଯାପଟେନ୍ସିରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ କିଛି ଠିକ୍ ଠାକ୍ ନଥିବା ଜଣାପଡ଼ିଛି। ପତ୍ନୀ ନତାଶା ଷ୍ଟାନକୋଭିଚଙ୍କ ସହ ତାଙ୍କ ବିବାହ ବିଚ୍ଛେଦ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି । ଏବେ ନତାଶା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରୁ ‘ପାଣ୍ଡ୍ୟା’ ସାଙ୍ଗିଆ ହଟାଇ ଦେବା ପରେ ଏହି ଚର୍ଚ୍ଚା ଆହୁରି ଜୋର୍ [...]
Odiaସୁକିନ୍ଦା ଓ ଯାଜପୁରରେ ନିର୍ବାଚନ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ
ଭୁବନେଶ୍ୱର – ସୁକିନ୍ଦା ଓ ଯାଜପୁରରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର । ବିରୋଧୀ ଦଳକୁ ପୁଣି ଆକ୍ରମଣ କରିଛନ୍ତି ପାଣ୍ଡିଆନ । ନିର୍ବାଚନ ସମୟରେ ବିରୋଧିମାନେ ଆସି ମିଠା ମିଠା କଥା କହିବେ । ମିଛ କଥା କହିବେ, ଅପପ୍ରଚାର କରିବେ, କୁମ୍ଭୀର କାନ୍ଦଣା କାନ୍ଦିବେ । ଏଥିପାଇଁ ଲୋକେ ସତର୍କ ରହିବାକୁ ଆହ୍ୱାନ ଦେଇଥିଲେ ପାଣ୍ଡିଆନ ଲୋକଙ୍କ ଆଶୀର୍ବାଦରେ ସଶକ୍ତ ଓଡ଼ିଶା ଗଠନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମା’ [...]
ଇତିହାସ ରଚିଲେ ଅନସୂୟା, ପ୍ରଥମ ଭାରତୀୟ ଭାବେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜିତିଲେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

Odiaଇତିହାସ ରଚିଲେ ଅନସୂୟା, ପ୍ରଥମ ଭାରତୀୟ ଭାବେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜିତିଲେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
ନୂଆଦିଲ୍ଲୀ: ଭାରତୀୟ ଅଭିନେତ୍ରୀ ଅନସୂୟା ସେନଗୁପ୍ତା ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ଅନସୂୟାଙ୍କୁ ଏହି ପୁରସ୍କାର ଅନ୍ ସର୍ଟେନ ରିଗାର୍ଡ ସେଗମେଣ୍ଟରେ ଚଳଚ୍ଚିତ୍ର ‘ଦି ସେମଲେସ୍’ ପାଇଁ ମିଳିଛି । ଏଥିସହ ସମ୍ମାନଜନକ କାନ୍ସ ଫିଲ୍ମ ଫେଷ୍ଟିଭାଲ ଇତିହାସରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବାରେ ଅନସୂୟା ପ୍ରଥମ ଭାରତୀୟ ହୋଇଛନ୍ତି । କୋଲକାତା ବାସିନ୍ଦା ଅନସୂୟା ଏହି ପୁରସ୍କାରକୁ ବିଶ୍ୱର ସମଲିଙ୍ଗୀ ସମୁଦାୟ ତଥା ଅନ୍ୟ ସମସ୍ତ ଅବହେଳିତ ବର୍ଗକୁ ଉତ୍ସର୍ଗ [...]
Odiaଗୁଗୁଲ୍ ମ୍ୟାପକୁ ଭରସା କରି କେନାଲରେ ପଶିଲା ପର୍ଯ୍ୟଟକଙ୍କ କାର୍
କୋଟାୟାମ (କେରଳ): ଗୁଗୁଲ୍ ମ୍ୟାପକୁ ବିଶ୍ବାସ କରି ପାଣିରେ ବୁଡ଼ିଗଲା କାର୍। କେରଳରେ ଘଟିଛି ଏଭଳି ଏକ ଘଟଣା। ହାଇଦ୍ରାବାଦରୁ ଆସିଥିବା ଏକ ପର୍ଯ୍ୟଟକ ଗୋଷ୍ଠୀ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାତ୍ରା କରିବା ପାଇଁ ଗୁଗୁଲ୍ ମ୍ୟାପ୍ ବ୍ୟବହାର କରିଥିଲେ । ହେଲେ ଗୁଗୁଲ୍ ମ୍ୟାପ୍ ଦେଖାଇଥିବା ରାସ୍ତାରେ ଯାଇ ସେମାନଙ୍କ କାର୍ ଦକ୍ଷିଣ କେରଳ ଜିଲ୍ଲାର କୁରୁପନ୍ତରାଛ ନିକଟରେ ଏକ ଗଭୀର କେନାଲ୍ ଭିତରକୁ ପଶିଯାଇଥିଲା। ସୌଭାଗ୍ୟ ବଶତଃ ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ [...]
ରାଜଧାନୀରେ ଜନତାଙ୍କ ସହ ଭୋଟ୍ ଦେଲେ ନେତା,ଅଧିକାରୀ ଓ ସେଲିବ୍ରିଟି
ଭୁବନେଶ୍ୱର – ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜଧାନୀ ଭୁବନେଶ୍ବରରେ ନିଜ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ବହୁ ଚର୍ଚ୍ଚିତ ଚେହେରା। ବିଭିନ୍ନ ବୁଥରେ ସାଧାରଣ ଭୋଟରଙ୍କ ସହ ହେଭିୱଟ ନେତା, ମନ୍ତ୍ରୀ ଓ ଅଧିକାରୀମାନେ ମଧ୍ୟ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତାଧିକାର ସାବ୍ୟସ୍ତ କରିଛନ୍ତି। ଶୀଘ୍ର ମତଦାନ କେନ୍ଦ୍ରକୁ ଆସି ଭୋଟ୍ ଦେଇଥିବା ଭୋଟରଙ୍କ ମଧ୍ୟରେ ଥିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ତାଙ୍କ ପରିବାର ସଦସ୍ୟ । ୟୁନିଟ -୬ [...]
Odiaଆସନ୍ତାକାଲି ପ୍ରକାଶ ପାଇବ ଉଭୟ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ
ଭୁବନେଶ୍ୱର – ଆସନ୍ତାକାଲି ଗୋଟିଏ ଦିନରେ ଉଭୟ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ ଏକା ସଙ୍ଗେ ପ୍ରକାଶ ପାଇବ । ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ଵାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଦିନ ସାଢେ ୧୦ଟାରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ ହେବ । ପୂର୍ବାହ୍ନ ସାଢେ [...]
Odiaସୁକିନ୍ଦାରେ କାର୍ତ୍ତିକ ପାଣ୍ଡିଆନ ନିର୍ବାଚନ ପ୍ରଚାର, ବିରୋଧୀ ଦଳ ନେତାଙ୍କୁ ଶାଣିତ ଆକ୍ରମଣ
ଭୁବନେଶ୍ୱର – ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଜୁନ ପହିଲାରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଜୋର୍ ଧରିଛି । ମତଦାନ ହେବାକୁ ଥିବା ନିର୍ବାଚନମଣ୍ଡଳୀ ସବୁରେ ବିଭିନ୍ନ ଦଳ ପକ୍ଷରୁ ସରଗରମ ପ୍ରଚାର ହେଉଛି । ଆଜି ଯାଜପୁରର ଜିଲ୍ଲା ସୁକିନ୍ଦାରେ ବିଜେଡି ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସୁକିନ୍ଦାରେ ନିର୍ବାଚନୀ ସଭାକୁ ସମ୍ବୋଧନ [...]
Odiaଦିନ ୧୧ ସୁଦ୍ଧା ରାଜ୍ୟରେ ୨୧.୩୦ ପ୍ରତିଶତ ଭୋଟିଂ
ଭୁବନେଶ୍ୱର – ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆଗେଇ ଚାଲିଛି । ଆଜି ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେଉଛି। ଏହି ପର୍ଯ୍ୟାୟରେ ୯୪ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ଦିନ ୧୧ଟା ସୁଦ୍ଧା ରାଜ୍ୟରେ ମତଦାନ ହାର ୨୧ ଦଶମିକ ୩୦ ପ୍ରତିଶତ ରହିଛି। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୨୦ ଦଶମିକ ୭୨ ପ୍ରତିଶତ, କଟକରେ ୨୦.୪୭, ଢେଙ୍କାନାଳରେ ୨୨.୪୧, କେନ୍ଦୁଝରରେ [...]
