Odiaବଙ୍ଗୋପସାଗରରେ ବାତ୍ୟା ‘ରେମାଲ୍’ : ଆଜି ମଧ୍ୟରାତିରେ ଲ୍ୟାଣ୍ଡଫଲ୍, ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ
ଭୁବନେଶ୍ବର – ବଙ୍ଗୋପ ସାଗରରେ ସୃଷ୍ଟ ଗଭୀର ଅବପାତ ବାତ୍ୟାର ରୂପ ନେଇଛି। ଏହା ଭୀଷଣ ବାତ୍ୟାର ରୂପ ନେଇ ଆଜି ମଧ୍ୟ ରାତିରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ମିଳିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବାତ୍ୟା ‘ରେମାଲ’ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁବ। ‘ରେମାଲ’ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ସର୍ବାଧିକ ୧୩୫ କିଲୋମିଟର ରହିପାରେ । ତେବେ, ଏହି ବାତ୍ୟାର ସିଧା ସଳଖ ପ୍ରଭାବ [...]
Odiaଆଜି ପ୍ରକାଶ ପାଇବ ଉଭୟ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ
ଭୁବନେଶ୍ୱର – ଆଜି ଉଭୟ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ ଏକା ସଙ୍ଗେ ପ୍ରକାଶ ପାଇବ । ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ଵାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଦିନ ସାଢେ ୧୦ଟାରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ ହେବ । ପୂର୍ବାହ୍ନ ସାଢେ ୧୧ଟାରେ ବୋର୍ଡ [...]
Odiaଇଭିଏମ ଭଙ୍ଗା ମାମଲାରେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ
ଖୋର୍ଦ୍ଧା – ବର୍ତ୍ତମାନର ଚିଲିକା ବିଧାୟକ ତଥା ଖୋର୍ଦ୍ଧାରୁ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଛି । ଗତକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଜଗଦ୍ଦେବ ବୋଲଗଡ଼ କାଉଁରିପାଟଣା ବୁଥରେ ପଶି ଇଭିଏମ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା । ସେ ମଧ୍ୟ ପ୍ରିଜାଇଡିଂ ଅଫିସର ଓ ପୋଲିଂ କର୍ମଚାରୀଙ୍କୁ ମାରଧର କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଜଗଦ୍ଦେବଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ। ପରେ ତାଙ୍କୁ ଗିରଫ କରାଯାଇ ଖୋର୍ଦ୍ଧା ଜେଲକୁ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସୁରପ୍ରସୁନ ବରଷହିଂ ହରଷି କରହିଂ ଅପଛରା ଗାନ। ଚଲେ ଅବଧପତି ଅବଧପୁର ମୁଦିତ ବଜାଇ ନିସାନ ॥ ଭାବାର୍ଥ :- ବରଯାତ୍ରୀଙ୍କ ବିଦାୟକାଳୀନ ଦୃଶ୍ୟକୁ ଦେଖି ସବୁ ଦେବତାମାନେ ଆନନ୍ଦ ମନରେ ପୁଷ୍ପ ବୃଷ୍ଟି କରୁଥାନ୍ତି ଆଉ ସ୍ୱର୍ଗର ଅପସରାମାନେ ମଙ୍ଗଳ ଗୀତ ଗାଉ ଥାଆନ୍ତି। ଅବଧପତି ମହାରାଜା ଦଶରଥ ମଙ୍ଗଳବାଦ୍ଯ ନଗାଡା ବଜାଇ ଆନନ୍ଦ ମନରେ ଜନକପୁର ରୁ ଅଜୋଧ୍ୟା ଅଭିମୂଖେ ବାହାରିଲେ ।
Odiaଗୀତା ଉପଦେଶ: ଯେଉଁ ବ୍ୟକ୍ତି ଭଗବାନଙ୍କ ଠାରେ ସମ୍ପୂର୍ଣ୍ଣ ଭାବରେ ଶରଣାଗତି ହୋଇଯାଏ ସିଏ କେଉଁଥିରେ ମଧ୍ୟ ବିଚଳିତ ହୋଇନଥାଏ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠ ଅଧ୍ୟାୟରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଯଂ ଲବଧ୍ୱା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ। ଯସ୍ମିନ୍ସ୍ଥିତୋ ନ ଦୁଃଖେନ ଗୁରୁଣାପି ବିଚାଲ୍ୟତେ। ଅର୍ଥାତ୍: ଏହି ଅବସ୍ଥାକୁ ପ୍ରାପ୍ତ କରି, ବ୍ୟକ୍ତି ଅନ୍ୟ କୌଣସି ପ୍ରାପ୍ତବ୍ୟକୁ ତାହାଠାରୁ ଶ୍ରେଷ୍ଠ ମନେ କରେ ନାହିଁ ଏବଂ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତିରେ ମଧ୍ୟ ବିଚଳିତ ହୁଏ ନାହିଁ।
Odiaନିର୍ବାଚନୀ ହିଂସା ରୋକିବାକୁ ତତ୍ପର ଗଞ୍ଜାମ ପୋଲିସ: ରାତ୍ର କଟକଣା ଲାଗୁ
ଛତ୍ରପୁର: ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି। ନିର୍ବାଚନ ଫଳ ଘୋଷଣା ଦିନ ପାଖେଇ ଆସିଛି। ଏଭଳି ସ୍ଥିତିରେ ଗଞ୍ଜାମ ପୋଲିସ ଜିଲ୍ଲା ନିଜ ନିୟନ୍ତ୍ରଣାଧୀନ ଅଞ୍ଚଳରେ ସମ୍ଭାବ୍ୟ ନିର୍ବାଚନୀ ହିଂସା ରୋକିବାକୁ ତତ୍ପର ହୋଇ ଉଠିଛି ପୋଲିସ। ଅପରାଧୀ ତତ୍ତ୍ବଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଏସପି ଜଗମୋହନ ମୀନା। ସେହିପରି ବିଭିନ୍ନ ଥାନା ଇଲାକାରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଖଲ୍ଲିକୋଟ ଭଳି ଯେଉଁ [...]
Odiaରାଜକୋଟ ସହରର ଗେମ୍ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ, ୨୪ ମୃତ
ରାଜକୋଟ: ଗୁଜରାଟର ରାଜକୋଟ ସହରର କାଲାଭାଡ ରୋଡରେ ଥିବା ଟିଆରପି ଗେମ୍ ଜୋନରେ ଶନିବାର ସନ୍ଧ୍ୟାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୨ ଜଣ ପିଲାଙ୍କ ସହ ୨୪ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୫ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କହିଛି ପ୍ରଶାସନ । ଶବ ଗୁଡ଼ିକ ପୂରା ପୋଡ଼ି ଯାଇଥିବାରୁ ଚିହ୍ନଟ କରିବା କଷ୍ଟକର ହୋଇଛି। ମୃତକଙ୍କ ଚିହ୍ନଟ ପାଇଁ ଡିଏନ୍ଏ ପରୀକ୍ଷା କରାଯିବ | ନିଆଁ [...]
Odiaଯାଜପୁର ଲୋକସଭା କ୍ଷେତ୍ରରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର: ଫମ୍ପା ପ୍ରତିଶ୍ରୁତି ପାଇଁ ବିଜେପିକୁ ଟାର୍ଗେଟ, କହିଲେ ବିରୋଧୀ କେବଳ ଭୋଟ୍ ରାଜନୀତିରେ ବ୍ୟସ୍ତ
ଭୁବନେଶ୍ୱର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଯାଜପୁର ଲୋକସଭା କ୍ଷେତ୍ରର ସୁକିନ୍ଦା, ଯାଜପୁର, ବିଞ୍ଝାରପୁର, ବରୀ, ଧର୍ମଶାଳା ଓ ବଡ଼ଚଣାରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଅନୁରୋଧ କରିଛନ୍ତି । ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫୦ ହଜାରରୁ ଏକ ଲକ୍ଷ ପର୍ଯ୍ୟନ୍ତ ମାର୍ଜିନରେ ଜିତାଇବାକୁ ସେ ଅନୁରୋଧ କରିଥିଲେ । ଆରମ୍ଭରୁ ବିଜେପି ଉପରେ ତୀବ୍ର ଆକ୍ରମଣ କରି ସେ କହିଲେ ଯେ, [...]
Odiaରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ : ୪୪୭ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଇଭିଏମରେ ସିଲ୍
ଭୁବନେଶ୍ୱର – ଇଭିଏମ ଅଚଳ ଓ କିଛି ସ୍ଥାନରେ ପ୍ରାର୍ଥୀଙ୍କ ବିଶୃଙ୍ଖଳିତ ଆଚରଣର ଅଭିଯୋଗ ସହ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ଶେଷ ହୋଇଛି। ଇଭିଏମରେ ସିଲ୍ ହୋଇଯାଇଛି ୪୪୭ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ। ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଆଜି ଭୋଟ୍ ଗ୍ରହଣ ହୋଇଥିଲା। ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନ ଓ ଏସବୁ ଆସନ ଅଧୀନସ୍ଥ ବିଧାନସଭା [...]
Odiaପ୍ରଥମ ପାଞ୍ଚଟି ପର୍ଯ୍ୟାୟର ଆସନଓ୍ବାରି ଭୋଟ ସଂଖ୍ୟା ସମ୍ପର୍କିତ ତଥ୍ୟ ଜାରି କଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ: ନିର୍ବାଚନ କମିଶନ ଶନିବାର ପ୍ରଥମ ପାଞ୍ଚଟି ପର୍ଯ୍ୟାୟର ଆସନଓ୍ବାରି ପଡ଼ିଥିବା ଭୋଟ ସଂଖ୍ୟା ସମ୍ପର୍କିତ ତଥ୍ୟ ଜାରି କରିଛନ୍ତି । ଏଥିସହ କମିଶନ କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟାକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ଏକ ମିଛ ଧାରଣା ସୃଷ୍ଟି କରାଯାଉଛି। ପଡ଼ିଥିବା ଭୋଟ୍ ସଂଖ୍ୟାରେ କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି କମିଶନ କହିଛନ୍ତି। ୱେବସାଇଟରେ ବୁଥ୍ଓ୍ବାରି ମତଦାନ ତଥ୍ୟ ଅପଲୋଡ୍ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଏକ ବେସରକାରୀ ସଂଗଠନ (ଏନଜିଓ) [...]
