Odiaମାଟ୍ରିକ ପରୀକ୍ଷାରେ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କର ମଧ୍ୟ ପ୍ରଶଂସା କରିଛନ୍ତି ନବୀନ। ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ସମସ୍ତେ ଜୀବନରେ ସଫଳ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସଫଳତାର ଶୀର୍ଷରେ ସମସ୍ତ ପହଞ୍ଚନ୍ତୁ । ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।
Odiaପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ପ୍ରଶାନ୍ତ ଜଗଦ୍ଦେବ ଗିରଫ : ଖୋର୍ଦ୍ଧା ଏସପି
ଖୋର୍ଦ୍ଧା – ଇଭିଏମ ଭଙ୍ଗାରୁଜା ଅଭିଯୋଗରେ ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ତଥା ଏବର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ଏସପି ଅବିନାଶ କୁମାର । ସେ କହିଛନ୍ତି ଯେ, ବୁଥର ସିସିଟିଭି ଯାଞ୍ଚ ହୋଇନି। ସିସିଟିଭି ଫୁଟେଜ୍ ଦେବା ଲାଗି ନିର୍ବାଚନ ଅଧିକାରୀଙ୍କୁ କୁହାଯାଇଛି। କେବଳ ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ଜଗଦ୍ଦେବଙ୍କୁ ଗିରଫ କରାଯାଇଛି ବୋଲି ଖୋର୍ଦ୍ଧା ଏସପି କହିଛନ୍ତି। ନିର୍ବାଚନ ପ୍ରକ୍ରିୟା ପରେ ଯାଞ୍ଚ ହୋଇ [...]
Odiaଇତିହାସ ରଚିଲେ ପାୟଲ କପାଡ଼ିଆ, କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜିତିଲେ ସମ୍ମାନଜନକ ‘ଗ୍ରାଣ୍ଡ ପ୍ରି’ ପୁରସ୍କାର
କାନ୍ସ: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତକୁ ପୁଣି ଏକ ସମ୍ମାନ। ଚଳଚ୍ଚିତ୍ର ନିର୍ମାତା ପାୟଲ କପାଡ଼ିଆ ତାଙ୍କ ଚଳଚ୍ଚିତ୍ର ‘ଅଲ୍ ଉଇ ଇମାଜିନ୍ ଏଜ୍ ଲାଇଟ୍’ ପାଇଁ ସମ୍ମାନଜନକ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ‘ଗ୍ରାଣ୍ଡ୍ ପ୍ରି’ ପୁରସ୍କାର ଜିତିଛନ୍ତି । ପ୍ରଥମ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଭାବେ ଏହି ପୁରସ୍କାର ଜିତି ଇତିହାସ ରଚିଛନ୍ତି ପାୟଲ। ”ପାମ୍ ଡି’ଓର୍” ପରେ ଏହା ହେଉଛି କାନ୍ସ ଫିଲ୍ମ ଫେଷ୍ଟିଭାଲର ଦ୍ବିତୀୟ ସର୍ବୋଚ୍ଚ ପୁରସ୍କାର। ଆମେରିକୀୟ ନିର୍ଦ୍ଦେଶକ ସିନ ବେକରଙ୍କ [...]
Odiaମାଟ୍ରିକ ପରୀକ୍ଷା ଫଳ : ମାର୍କ ରିଚେକିଂ ପାଇଁ ମେ’ ୨୯ରୁ ଆବେଦନ
କଟକ – ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥର ୯୬.୦୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପରୀକ୍ଷାରେ ନିଜ ମାର୍କକୁ ନେଇ ଦ୍ୱନ୍ଦ୍ୱରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ରିଚେକିଂ କରିପାରିବେ । ମେ’ ୨୯ରୁ ଆରମ୍ଭ ହେବ ରିଚେକିଂ ପାଇଁ ଆବେଦନ । ଏହା ଜୁନ୍ ୧୨ ତାରିଖ ଯାଏଁ ଚାଲିବ । ଏହି ସମୟ ଭିତରେ ଛାତ୍ରଛାତ୍ରୀମାନେ ରିଚେକିଂ ପାଇଁ ଅନଲାଇନରେ ଆବେଦନ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) [...]
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ : ପାସ୍ ହାର ୯୬ ଦଶମିକ ୦୭ ପ୍ରତିଶତ, ଝିଅଙ୍କ ପାସ୍ ହାର ଅଧିକ
କଟକ – ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ପାସ ହାର ୯୬ ଦଶମିକ ୦୭ ପ୍ରତିଶତ ରହିଛି। ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ ) ସଭାପତି ଶ୍ରୀକାନ୍ତ ତରାଇ ଏହି ସୂଚନା ଦେଇଛନ୍ତି। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି। ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ରହିଛି। ୨ ହଜାର ୬୪୪ଟି ସ୍କୁଲର ପାସ୍ହାର ଶତ [...]
Odiaଟି-୨୦ ବିଶ୍ୱକପ: ପ୍ରଥମ ବ୍ୟାଚ୍ ଭାରତୀୟ ଖେଳାଳିଙ୍କ ଆମେରିକା ଯାତ୍ରା
ନୂଆଦିଲ୍ଲୀ: ଜୁନ୍ ୨ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଭାରତୀୟ ଖେଳାଳିଙ୍କ ପ୍ରଥମ ବ୍ୟାଚ୍ ଶନିବାର ଆମେରିକା ଯାତ୍ରା କରିଛନ୍ତି। ରୋହିତଙ୍କ ବ୍ୟତୀତ ଦ୍ରୁତ ବୋଲର ଜସପ୍ରୀତ ବୁମରା, ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ, ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଏବଂ ବ୍ୟାଟିଂ କୋଚ୍ ବିକ୍ରମ ରାଠୋଡ ଏବଂ ଅନ୍ୟ କିଛି ଖେଳାଳି ମୁମ୍ବାଇ ବିମାନବନ୍ଦରରୁ ଆମେରିକା ଅଭିମୁଖେ ଯାତ୍ରା କରିଥିଲେ। ପ୍ରଥମ ବ୍ୟାଚ୍ ଖେଳାଳିଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା, [...]
Odiaଚାରି ଜିଲ୍ଲାରେ ବାତ୍ୟା ‘ରେମାଳ’ର ପ୍ରଭାବ ନେଇ ସମୀକ୍ଷା କଲେ ଏସଆରସି
ଭୁବନେଶ୍ୱର – ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଇଛି ବାତ୍ୟା ରେମାଳ । ଏହାର ପ୍ରଭାବରେ ଓଡ଼ିଶାର ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା – ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ବାତ୍ୟା ରେମାଳ ସମ୍ଭାବ୍ୟ ପ୍ରଭାବ ନେଇ ସମୀକ୍ଷା କରିଛନ୍ତି। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ ବାତ୍ୟା ସମୀକ୍ଷା କରିଛନ୍ତି ଏସ ଆରସି । ବାତ୍ୟାର ମୁକାବିଲା ଲାଗି ପ୍ରସ୍ତୁତ [...]
Odiaରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ହାରାହାରି ୭୧ ପ୍ରତିଶତ ମତଦାନ
ଭୁବନେଶ୍ବର – ରାଜ୍ୟରେ ଶେଷ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ହାରାହାରି ୭୧ ପ୍ରତିଶତ ରହିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ( ସିଇଓ)ଙ୍କ ପକ୍ଷରୁ ସୂଚନା ମିଳିଛି। ମେ’ ୨୫ ତାରିଖରେ ରାଜ୍ୟରେ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହୋଇଥିଲା। ସିଇଓଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ଵରରେ ୬୦.୪ ପ୍ରତିଶତ ମତଦାନ ହୋଇଥିବା ବେଳେ କଟକରେ ୬୫.୪୩ ଢେଙ୍କାନାଳରେ ୭୩.୬୯, କେନ୍ଦୁଝରରେ ୭୧.୯୩, ପୁରୀରେ ୭୨.୩୭ ଏବଂ [...]
Odiaଆଜି କେକେଆର୍-ସନରାଇଜର୍ସ ଟାଇଟଲ୍ ଲଢ଼େଇ
ଚେନ୍ନାଇ: ଆଇପିଏଲରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ଟାଇଟଲ ଲଢ଼େଇ | ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମ୍ (ଚେପକ୍)ରେ ଖେଳାଯିବ ଏହି ପ୍ରତୀକ୍ଷିତ ଫାଇନାଲ। ଦୁଇ ଦଳ ପ୍ରଥମ କ୍ୱାଲିଫାୟରରେ ମୁହାଁମୁହିଁ ହୋଇଥିବା ବେଳେ କୋଲକାତା ୮ ୱିକେଟରେ ଜିତିଥିଲା। କୋଲକାତା ଓ ହାଇଦ୍ରାବାଦ ପ୍ରଥମ ଥର ଆଇପିଏଲ୍ ଫାଇନାଲରେ ପରସ୍ପରକୁ ଭେଟିବେ। କେକେଆର୍ ଚତୁର୍ଥ ଥର ଏବଂ ସନରାଇଜର୍ସ ତୃତୀୟ ଥର ପାଇଁ ଟାଇଟଲ୍ ମ୍ୟାଚରେ ପହଞ୍ଚିଛି | [...]
Odiaହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୭ ନବଜାତ ଶିଶୁଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଦିଲ୍ଲୀର ବିବେକ ବିହାରରେ ଥିବା ନ୍ୟୁ ବର୍ନ ବେବି କେୟାର ହସ୍ପିଟାଲରେ ଶନିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଛି। ଆଉ ୫ ପିଲାଙ୍କୁ ଉଦ୍ଧାର କରାଯାଇ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିଶମ ଅଧିକାରୀଙ୍କ କହିବା ଅନୁସାରେ ରାତି ୧୧:୩୦ରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା। ମୋଟ ୧୬ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବେବି କେୟାର କେନ୍ଦ୍ରରେ ଲାଗିଥିବା [...]
