Odiaଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ପିଇଓ
ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ପଡ଼ିଲେ ଲାଞ୍ଚୁଆ ପିଇଓ । କଳାହାଣ୍ଡି ଜିଲ୍ଲା ଥୁ. ରାମପୁର ବ୍ଲକ କାଣୀଗୁମ୍ମା ପଞ୍ଚାୟତର ପିଇଓ ସନ୍ୟାସୀ ନାୟକଙ୍କୁ ଧରିଛି ଭିଜିଲାନ୍ସ। କାଗଜପତ୍ର କାଗଜପତ୍ର କାମ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ସନ୍ୟାସୀ ନାୟକ ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
Odiaଶ୍ରୀକ୍ଷେତ୍ରରେ ଚାଲିଛି ବିଶ୍ୱ ପ୍ରସିଦ୍ଧ ରଥ ପ୍ରସ୍ତୁତି
ଶ୍ରୀକ୍ଷେତ୍ରରେ ଚାଲିଛି ବିଶ୍ୱ ପ୍ରସିଦ୍ଧ ରଥ ପ୍ରସ୍ତୁତି। ଏହି କ୍ରମରେ ତିନିରଥ ମହାରଣା ସେବକମାନେ ତିନିରଥର ଗୁଜ, ଜଳଜନ୍ତ୍ର, ତିଖ ଗୁଜ ଚଉପଟ ଶେଷ କରିଛନ୍ତି। ପ୍ରଥମ ଦଫାରେ ଏଗାରଟି ଲେଖାଏଁ ଚଉପଟ ଗୁଜାରେ ତିନି ରଥର ରୂପକାର ସେବକ ମାନେ ଗୁଜରେ ନୃସିଂହ ରୂପ ଖୋଦେଇ ଆରମ୍ଭ କରିଛନ୍ତି । ଏଥି ସହ ମହାରଣା ସେବକ ମାନେ ତିନି ରଥର ୯ଟି ଲେଖାଏଁ ଜଳଜନ୍ତ୍ର (ପାର୍ଶ୍ଵ ଦେବତାଙ୍କ ଆସ୍ଥାନ ପ୍ରେମ) ନିର୍ମାଣ ଶେଷ କରି ଚକରେ [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସୁନୁ ସୁଭ କଥା ଭବାନି ରାମଚରିତ ମାନସ ବିମଲ । କହା ଭୁସୁଂଡି ବଖାନି ସୁନା ବିହଗ ନାୟକ ଗରୁଡ଼ ॥ ଭାବାର୍ଥ :- ଶ୍ରୀଶିବ କହିଲେ, ହେ ପାର୍ବତୀ ! ନିର୍ମଳ ଶ୍ରୀରାମଚରିତ ମାନସର ସେହି ମଙ୍ଗଳମୟୀ କଥାକୁ ଶୁଣ, ଯାହାକୁ କାକଭୁସୁଣ୍ଡି ବହୁତ ରୋଚକ ଢ଼ଙ୍ଗରେ କହିଲେ ଆଉ ପକ୍ଷୀ ମାନଙ୍କ ରାଜା ଗରୁଡଦେବ ତାକୁ ଶୁଣିଥିଲେ ।
Odiaଗୀତା ଉପଦେଶ : ଆସକ୍ତି ତ୍ୟାଗ ପୂର୍ବକ କର୍ମ କରିବା ଉଚିତ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – କାୟେନ ମନସା ବୁଦ୍ଧ୍ୟା କେବଳୈରିନ୍ଦ୍ରିୟୈରପି। ଯୋଗିନଃ କର୍ମ କୁର୍ବନ୍ତି ସଙ୍ଗଂ ତ୍ୟକ୍ତ୍ୱାତ୍ମଶୁଦ୍ଧୟେ । ଅର୍ଥାତ:- ଯୋଗୀମାନେ ଆସକ୍ତି ତ୍ୟାଗ ପୂର୍ବକ ନିଜର ଶରୀର,ଇନ୍ଦ୍ରିୟ,ମନ ଓ ବୁଦ୍ଧି ଦ୍ୱାରା କେବଳ ଆତ୍ମଶୁଦ୍ଧି ଉଦ୍ଦେଶ୍ୟରେ ସମସ୍ତ କର୍ମ କରିଥାଆନ୍ତି। ( ୫ମ / ୧୧ଦଶ ଶ୍ଲୋକ)
Odiaକେକେଆର୍ ଆଇପିଏଲ୍ ଚାମ୍ପିୟନ, ସନରାଇଜର୍ସକୁ ହରାଇ ଜିତିଲା ତୃତୀୟ ଟାଇଟଲ୍
ଚେନ୍ନାଇ: ଶ୍ରେୟସ ଆୟରଙ୍କ ନେତୃତ୍ଵାଧୀନ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଆଇପିଏଲ୍-୨୦୨୪ର ଚାମ୍ପିୟନ ହୋଇଛି । ରବିବାର ଅନୁଷ୍ଠିତ ଏକତରଫା ଫାଇନାଲରେ କେକେଆର୍ ୮ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ତୃତୀୟ ଥର ପାଇଁ ଟାଇଟଲ ଜିତିଛି। ଦଳ ୧୦ ବର୍ଷ ପରେ ଜିତିଛି ଆଇପିଏଲ୍ ଟ୍ରଫି | ଶେଷ ଥର କେକେଆର୍ ଗୌତମ ଗମ୍ଭୀରଙ୍କ ନେତୃତ୍ଵରେ ୨୦୧୪ରେ ଚାମ୍ପିୟନ ହୋଇଥିଲା। ଏବେ ଗମ୍ଭୀର ଦଳର ମେଣ୍ଟର ରହିଥିବା ବେଳେ କେକେଆର୍ ପୁଣି ଟାଇଟଲ ଜିତିଛି। ରବିବାର [...]
Odiaଭୁବନେଶ୍ବର ଭୋଟରଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର – ଏକକାଳୀନ ସାଧାରଣ ନିର୍ବାଚନ – ୨୦୨୪ର ଷଷ୍ଠ ପର୍ଯ୍ୟାୟ ( ଓଡ଼ିଶାରେ ତୃତୀୟ )ରେ ୧୧୨- ଭୁବନେଶ୍ବର ମଧ୍ୟ , ୧୧୩- ଭୁବନେଶ୍ବର ଉତ୍ତର , ୧୧୪- ଭୁବନେଶ୍ବର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହାର ୫୦ ପ୍ରତିଶତ ଉପରେ ରହିଛି । ଏହି ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦୧୯ ଏକକାଳୀନ ସାଧାରଣ ନିର୍ବାଚନ ତୁଳନାରେ ମତଦାନ ହାର ବୃଦ୍ଧି ପାଇଛି । ଏଥିପାଇଁ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ [...]
Odia‘ବିଏସକେୱାଇ’ ଦେଲା ନୂଆ ଜୀବନ: ନୂଆପଡ଼ାରେ ମେରୁଦଣ୍ଡ ଅସ୍ତ୍ରୋପଚାର
ନୂଆପଡ଼ା: ନୂଆପଡ଼ା ଜିଲା ଭଳି ଉପାନ୍ତ ଅଞ୍ଚଳରେ ଅସ୍ତିଶଲ୍ୟ ବିଶେଷଜ୍ଞ ଡା.ବିପୁଲ ଗର୍ଗଙ୍କ ପ୍ରଚେଷ୍ଟାରେ ବିଏସକେୱାଇ କାର୍ଡରେ ସଫଳ ଚିତ୍ର ସାମନାକୁ ଆସିଛି। ସଦର ମହକୁମାରେ ଥିବା ଘରୋଇ ଡାକ୍ତରଖାନାରେ ଜଣେ ବ୍ୟକ୍ତିଙ୍କ ମେରୁଦଣ୍ଡରେ ସଫଳତାର ସହ ଅସ୍ତ୍ରୋପଚାରକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସୂଚନା ଅନୁସାରେ, କୋମନା ବ୍ଲକ ନୂଆଗାଁର ଦେବେନ୍ଦ୍ର ଭୋଇ(୫୫) ବେକରେ ଯନ୍ତ୍ରଣା ଅନୁଭବ କରି ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହାସହ ତାଙ୍କ ୨ ହାତ କାର୍ଯ୍ୟକ୍ଷମ ହେଉ ନଥିଲା। ଶରୀରର [...]
Odiaରାଜକୋଟ ଗେମ୍ ଜୋନ ଅଗ୍ନିକାଣ୍ଡ ଘଟଣାକୁ ମନୁଷ୍ୟକୃତ କହିଲେ ଗୁଜରାଟ ହାଇକୋର୍ଟ, ରାଜ୍ୟ ସରକାରଙ୍କୁ ନୋଟିସ୍
ଅହମ୍ମଦାବାଦ: ଗୁଜରାଟ ହାଇକୋର୍ଟ ରାଜକୋଟ ଗେମ୍ ଜୋନ ଅଗ୍ନିକାଣ୍ଡ ଘଟଣାର ସଜ୍ଞାନ ନେଇଛନ୍ତି । ହାଇକୋର୍ଟ ଏହି ଘଟଣାକୁ ମନୁଷ୍ୟକୃତ ବୋଲି କହିଛନ୍ତିି । ଏହି ଗେମ୍ ଜୋନ୍ କେଉଁ ନିୟମ ଆଧାରରେ ଚାଲିଥିଲା ସେନେଇ ରାଜ୍ୟ ସରକାର, ରାଜକୋଟ ନଗର ନିଗମକୁ ନୋଟିସ୍ ଜାରି କରି ଜବାବ ତଲବ କରିଛନ୍ତିି କୋର୍ଟ। ସହରର ଟିଆରପି ଗେମ୍ ଜୋନରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟି ୨୮ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୧୨ ଜଣ [...]
Odiaଏକ ସଙ୍ଗେ ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ପରୀକ୍ଷା ଫଳ
ଭୁବନେଶ୍ୱର – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ଏକ ସଙ୍ଗେ ପ୍ରକାଶ ପାଇଛି । କଳାରେ ପାସ୍ ହାର ରହିଛି ୮୦.୯୫ ପ୍ରତିଶତ ରହିଛି । ବିଜ୍ଞାନରେ ୮୬.୯୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ରହିଛି ବାଣିଜ୍ୟରେ ପାସ୍ ହାର ରହିଛି ୮୨.୨୭ ପ୍ରତିଶତ। ଧନ୍ଦାମୂଳକ [...]
Odiaକାନ୍ସରେ ପୁରସ୍କାର ଜିତିଥିବା ଭାରତୀୟ ଚଳଚ୍ଚିତ୍ର ନିର୍ମାତା ପାୟଲ କାପାଡିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ଭୁବନେଶ୍ୱର – ମର୍ଯ୍ୟାଦାଜନକ କାନ୍ସ ଚଳଚ୍ଚିତ୍ର ଉତ୍ସବରେ ଭାରତର ପାୟଲ କାପାଡିଆଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ ଅଲ୍ ଉଇ ଇମାଜିନ ଲାଇଟ’ ପ୍ରତିଯୋଗିତା ବିଭାଗରେ ଗ୍ରାଣ୍ଡ ପ୍ରିକ୍ସ ପୁରସ୍କାର ହାସଲ କରିଛି । କାନ୍ସ ଚଳଚ୍ଚିତ୍ର ଉତ୍ସବର ପ୍ରତିଯୋଗିତା ବିଭାଗରେ ଏହା ହେଉଛି ଦ୍ୱିତୀୟ ଶ୍ରେଷ୍ଠ ପୁରସ୍କାର। ଏହି ସଫଳତା ପାଇଁ ପାୟଲ କାପାଡିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାୟଲ କାପାଡିଆଙ୍କ ଉଲ୍ଲେଖନୀୟ ସଫଳତା ଭାରତୀୟ ସିନେମା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି [...]
