Odiaଭଦ୍ରକ ଲୋକସଭା କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର : ତୃତୀୟ ପର୍ଯ୍ୟାୟ ସୁଦ୍ଧା ବିଜେଡି ସଂଖ୍ୟାଗରିଷ୍ଠତା ପାଇଥିବା ଦାବି
ଭୁବନେଶ୍ବର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଭଦ୍ରକ ଲୋକସଭା କ୍ଷେତ୍ରର ବାସୁଦେବପୁର ଓ ତିହିଡିରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଛନ୍ତି। ସେ କହିଲେ ଯେ, ବର୍ତ୍ତମାନ ସୁଦ୍ଧା ଓଡିଶାର ୩ଟି ପର୍ଯ୍ୟାୟ ନିର୍ବାଚନରେ ଆମେ ସଂଖ୍ୟା ଗରିଷ୍ଠତା ହାସଲ କରିସାରିଛୁ। ତିନି ପର୍ଯ୍ୟାୟରେ ଓଡିଶାର ୧୦୫ଟି ସିଟ୍ରେ ନିର୍ବାଚନ ସରିଯାଇଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ବର୍ତ୍ତମାନ [...]
Odiaଜୁନ ୪ ଯାଏଁ ଗଞ୍ଜାମ ଜିଲ୍ଲାରେ ଢ଼ାବା , ହୋଟେଲ ରାତି ୮.୩୦ଟା ପରେ ବନ୍ଦ
ବ୍ରହ୍ମପୁର – ନିର୍ବାଚନ ପରବର୍ତ୍ତୀ ହିଂସା ରୋକିବା ପାଇଁ ଗଞ୍ଜାମ ଜିଲ୍ଲାରେ ଢ଼ାବା ଓ ହୋଟେଲ ରାତିରେ ବନ୍ଦ ରହିବ। ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୪ ତାରିଖ ଭୋଟ୍ ଗଣତି ଦିନ ପର୍ଯ୍ୟନ୍ତ ରାତିରେ ହୋଟେଲ, ଢାବା, ଚା’ ଦୋକାନ ଖୋଲାଯିବ ନାହିଁ। ରାତି ସାଢ଼େ ୮ଟା ପରେ ବନ୍ଦ ରହିବ ହୋଟଲ, ଢାବା, ଚା’ ଦୋକାନ । ଏହି କଟକଣା ନେଇ ପ୍ରେସମିଟରେ [...]
Odiaକଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ନିର୍ବାଚନ ଅଫିସରେ ମିଳିତ ଚଢ଼ାଉ
ଭଦ୍ରକ – ବରିଷ୍ଠ କଂଗ୍ରେସ ନେତା ତଥା ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଅଫିସରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଟାଉନ ଥାନା ମୋଟେଲ ଛକରେ ଥିବା ନିର୍ବାଚନ ଅଫିସରେ ଚଢ଼ାଉ ହୋଇଛି। ଫ୍ଲାଇଂ ସ୍କ୍ବାଡ୍, ଆଇଟି ଓ ଟାଉନ ପୋଲିସର ମିଳିତ ଭାବେ ଚଢ଼ାଉ କରିଛନ୍ତି । ଗତକାଲି ରାତିରେ ବି ଚଢାଉ ହୋଇଥିଲା । ଆଜି ସନ୍ଧ୍ୟାରୁ ପୁଣି ଚଢ଼ାଉ ହୋଇଛି। ଚଢ଼ାଉ ନେଇ ବିସ୍ତୃତ ସୂଚନା ମିଳିନାହିଁ [...]
Odiaଭିଡ଼ିଓ ବାର୍ତ୍ତା ଜାରି କଲେ ପ୍ରଜ୍ବଳ, ମେ ୩୧ରେ ଏସ୍ଆଇଟିରେ ହାଜର ହେବେ
ବେଙ୍ଗାଲୁରୁ: ଅନେକ ମହିଳାଙ୍କୁ ଯୌନ ନିର୍ଯାତନାର ଭିଡ଼ିଓ ସାମ୍ନାକୁ ଆସିବା ପରଠୁ ବିଦେଶ ପଳାୟନ କରିବାର ମାସକ ପରେ କର୍ଣ୍ଣାଟକର ହାସନ ସାଂସଦ ପ୍ରଜ୍ବଳ ରେଭନ୍ନା ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ସମ୍ମୁଖରେ ସେ ଆସନ୍ତା ମେ ୩୧ରେ ହାଜର ହେବେ ବୋଲି ପ୍ରଜ୍ବଳ ଏହି ଭିଡ଼ିଓରେ କହିଛନ୍ତିି। କନ୍ନଡ ଟିଭି ଚ୍ୟାନେଲ ‘ଏସିଆନେଟ ସୁବର୍ଣ୍ଣା ନ୍ୟୁଜ’ରେ ପ୍ରସାରିତ ଏକ [...]
Odiaସଭା ମଞ୍ଚ ଭୁଶୁଡ଼ିଲା, ଅଳ୍ପକେ ବର୍ତ୍ତିଲେ ରାହୁଲ ଗାନ୍ଧୀ
ପାଲିଗଞ୍ଜ: ବିହାରର ପାଲିଗଞ୍ଜ ଠାରେ ନିର୍ବାଚନ ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ସଭା ମଞ୍ଚ ଭୁଶୁଡ଼ି ପଡ଼ିଛି। ସୌଭାଗ୍ୟ ବଶତଃ ରାହୁଲଙ୍କ କିଛି କ୍ଷତି ହୋଇନାହିଁ। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦଙ୍କ ଝିଅ ତଥା ପାଟଳିପୁତ୍ର ଲୋକସଭା ଆସନରୁ ପ୍ରାର୍ଥୀ ମିସା ଭାରତୀଙ୍କ ସମର୍ଥନରେ ପ୍ରଚାର ପାଇଁ ରାହୁଲ ଗାନ୍ଧୀ ସୋମବାର ପାଟନା ଉପକଣ୍ଠ ପାଲିଗଞ୍ଜ ଆସିଥିଲେ। ମିସା ଭାରତୀ ରାହୁଲ ଗାନ୍ଧୀଙ୍କୁ ମଞ୍ଚରେ ନିଜ ଆସନକୁ ନେଇ ଯାଉଥିବାବେଳେ [...]
Odiaନଏଡାରେ ପୁଣେ ହିଟ୍ ଆଣ୍ଡ୍ ରନ୍ ଭଳି ମାମଲା, ଅଡ଼ି କାର୍ ଧକ୍କାରେ ବୃଦ୍ଧ ମୃତ
ନୋଏଡା: ପୁଣେ ହିଟ୍ ଆଣ୍ଡ୍ ରନ୍ ମାମଲାର ଚର୍ଚ୍ଚା ଥମିନଥିବା ବେଳେ ନଏଡାରେ ଅନୁରୂପ ଏକ ଘଟଣା ଘଟିଛି। ରବିବାର ସକାଳେ ସହରର କାଞ୍ଚନଞ୍ଜଙ୍ଗା ମାର୍କେଟ ନିକଟରେ ଦ୍ରୁତ ବେଗରେ ଏକ ଅଡ଼ି କାର୍ ଜଣେ ବୃଦ୍ଧଙ୍କୁ ଧକ୍କା ଦେଇ ଚାଲିଯାଇଛି । ଅଡ଼ି ଧକ୍କାରେ ବୃଦ୍ଧ ଜଣକ ପ୍ରାୟ ୫୦ ଫୁଟ ଉପରକୁ ଉଠି ତଳେ ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସିସିଟିଭି କ୍ୟାମେରାରେ କଏଦ୍ ହୋଇଯାଇଛି । ଅଭିଯୁକ୍ତ କାର୍ ଡ୍ରାଇଭରକୁ [...]
Odiaକେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର: ନାଁ ନ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଜୋରଦାର ଟାର୍ଗେଟ
କେନ୍ଦ୍ରାପଡା – କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନାଁ ନ ନେଇ ଜୋରଦାର ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ । ଏକ ଜନସଭାରେ ନବୀନ କହିଛନ୍ତି ଯେ, ସେ କେନ୍ଦ୍ରାପଡାର ଜଣଙ୍କୁ ୧୦ ବର୍ଷ ସାଂସଦ କଲେ । ହେଲେ ସେ ନିଜ କମ୍ପାନୀକୁ ଲାଭ ଦେଇ ତାଙ୍କ ସହ ଓ କେନ୍ଦ୍ରାପଡାବାସୀଙ୍କ ସହ ବିଶ୍ବାସଘାତକତା କରିଛନ୍ତି ବୋଲି ବୈଜୟନ୍ତଙ୍କ ନାଁ ନ ନେଇ ସମାଲୋଚନା କରିଥିଲେ [...]
Odiaଅନ୍ତରୀଣ ଜାମିନ ଅବଧି ୭ ଦିନ ବୃଦ୍ଧି ପାଇଁ କେଜ୍ରିୱାଲଙ୍କ ଆବେଦନ
ନୂଆଦିଲ୍ଲୀ: ଅନ୍ତରୀଣ ଜାମିନ ଅବଧି ୭ ଦିନ ବୃଦ୍ଧି କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। କେଜ୍ରିୱାଲ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଏହି ଆବେଦନ କରିଛନ୍ତି। ତାଙ୍କ ଆବେଦନରେ କହିଛନ୍ତି ଯେ ସେ ତାଙ୍କର ପିଇଟି-ସିଟି ସ୍କାନ୍ କରାଇବେ। ତେଣୁ ଆତ୍ମସମର୍ପଣ କରିବାକୁ ଆଉ ୭ ଦିନ ସମୟ ଦିଆଯାଉ। ସୂଚନାଯୋଗ୍ୟ ଯେ, ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ମେ ୧୦ରେ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଦେଇଥିଲେ। ନିର୍ବାଚନ ପ୍ରଚାର ପାଇଁ [...]
Odiaଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର: ଆଜି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଗସ୍ତରେ ନବୀନ
ଭୁବନେଶ୍ୱର – ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ପ୍ରମୁଖ ରାଜନୈତିକ ଦଳ ସବୁ ଜୋରଦାର ପ୍ରଚାର କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆଜି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ଓହ୍ଲାଇବେ ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକ । କେନ୍ଦ୍ରାପଡା ଓ ଜଗତସିଂହପୁର ଗସ୍ତରେ ଯାଇ ଦଳୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ । କେନ୍ଦ୍ରାପଡା ବାରୋ ପଡିଆରେ ଜନସଭାରେ କେନ୍ଦ୍ରାପଡା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ [...]
Odiaପୁଣେ କାର୍ ଦୁର୍ଘଟଣା: ରକ୍ତ ନମୁନାରେ ହେରଫେର୍ ଓ ପ୍ରମାଣ ନଷ୍ଟ ଅଭିଯୋଗରେ ଦୁଇ ଡ଼ାକ୍ତର ଗିରଫ
ପୁଣେ: ରକ୍ତ ନମୁନାରେ ହେରଫେର୍ କରିବା ଏବଂ ପୋର୍ସ କାର୍ ଦୁର୍ଘଟଣା ମାମଲାର ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ପୁଣେ ପୋଲିସ ସ୍ଥାନୀୟ ସସୁନ୍ ସର୍ବୋପଚାର ହସ୍ପିଟାଲର ଦୁଇଜଣ ଡାକ୍ତରଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ହସ୍ପିଟାଲର ଫରେନସିକ୍ ବିଭାଗର ମୁଖ୍ୟ ମଧ୍ୟ ଅଛନ୍ତି ବୋଲି ପୋଲିସ କହିଛି। କ୍ରାଇମ ବ୍ରାଞ୍ଚ ପୁଣେ ପୋର୍ସ କାର୍ ଦୁର୍ଘଟଣାର ତଦନ୍ତ କରୁଛି। ମେ ୧୯ ତାରିଖ ରାତିରେ ପୁଣେର କଲ୍ୟାଣନଗର ଅଞ୍ଚଳରେ ଜଣେ ୧୭ ବର୍ଷୀୟ ବାଳକ [...]
