Odiaବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର
ଭୁବନେଶ୍ୱର – ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଜି ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀରେ ପ୍ରଚାର କରି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି। ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ପାଣ୍ଡିଆନ କହିଛନ୍ତି ଯେ,ମୁଖ୍ୟମନ୍ତ୍ରୀଙ୍କ ଦିନରାତି କଠିନ ପରିଶ୍ରମର ଫଳସ୍ୱରୂପ ମିଶନଶକ୍ତି ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ନେବା ପରେ [...]
Odiaଜାମିନ ମିଆଦ ବୃଦ୍ଧି ନେଇ କେଜ୍ରିୱାଲଙ୍କ ଆବେଦନର ଶୀଘ୍ର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଅନ୍ତରୀଣ ଜାମିନ ମିଆଦ ବୃଦ୍ଧି ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନର ଶୀଘ୍ର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ନିଜର ଡ଼ାକ୍ତରୀ ପରୀକ୍ଷା ଲାଗି କେଜ୍ରିୱାଲ ତାଙ୍କ ଅନ୍ତରୀଣ ଜାମିନ ମିଆଦ ଆଉ ୭ ଦିନ ବଢ଼ାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ସୋମବାର ଆବେଦନ କରିଥିଲେ। ଏହି ଆବେଦନରେ ତୁରନ୍ତ ଶୁଣାଣି ପାଇଁ କେଜ୍ରିୱାଲଙ୍କ ଓକିଲ ମଙ୍ଗଳବାର ଦାବି କରିଥିଲେ। ସୁପ୍ରିମକୋର୍ଟର ଏକ ଅବକାଶ କାଳୀନ ଖଣ୍ଡପୀଠ କହିଛନ୍ତି, ଅନ୍ତରୀଣ [...]
Odiaବିଜେପିକୁ ପାଣ୍ଡିଆନଙ୍କ ପୁଣି ଜୋରଦାର ଟାର୍ଗେଟ: କହିଲେ ବିଜେପିର ପ୍ରତିଶ୍ରୁତି ସବୁ ଜୁମଲା , ୯ ପ୍ରସଙ୍ଗରେ ବିଜେପିର ସେଲ୍ଫ ଗୋଲ୍
ଭୁବନେଶ୍ୱର – ବିଜେପିକୁ ପୁଣି ଥରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଶାଣିତ ଆକ୍ରମଣ। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ୯ଟି ପ୍ରସଙ୍ଗରେ ଘାଇଲା କରିଛନ୍ତି ପାଣ୍ଡିଆନ। ବିଜେପି ୯ଟି ଆତ୍ମଘାତୀ ଗୋଲ୍ ( ସେଲ୍ଫ ଗୋଲ୍ ) କରିଛି ବୋଲି କହି କଡ଼ା ସମାଲୋଚନା କରିଛନ୍ତି ପାଣ୍ଡିଆନ। ପାଣ୍ଡିଆନ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିରକୁ ରାଜନୀତିକୁ ଟାଣିବାକୁ ପସନ୍ଦ କରୁନାହାନ୍ତି ଓଡ଼ିଶାବାସୀ। ବାହାରୁ ନେତା, କେନ୍ଦ୍ରମନ୍ତ୍ରୀ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଅସମ୍ମାନ [...]
Odiaରାହୁଲ-କେଜ୍ରିୱାଲଙ୍କୁ ପାକ୍ ସମର୍ଥନ ଗମ୍ଭୀର ବିଷୟ, ତଦନ୍ତ ହେବା ଉଚିତ: ମୋଦୀ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧୀ ଓ ଅରବିନ୍ଦ କେଜ୍ରିୱାଲଙ୍କୁ ପାକିସ୍ତାନରୁ ମିଳୁଥିବା ସମର୍ଥନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାକୁ ଏକ ଗମ୍ଭୀର ବିଷୟ ଦର୍ଶାଇ ଏହାର ତଦନ୍ତ କରାଯିବା ଉଚିତ ବୋଲି କହିଛନ୍ତି ମୋଦୀ। ଏକ ନ୍ୟୁଜ୍ ଏଜେନ୍ସିକୁ ଦେଇଥିବା ସାକ୍ଷାତକାରରେ ମୋଦୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଯେଉଁ ପଦବୀରେ ଅଛି ସେ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେବା ଠିକ୍ ହେବ ବୋଲି [...]
Odiaଦିଲ୍ଲୀରୁ ବାରାଣସୀ ଯାଉଥିବା ବିମାନରେ ବୋମା ଆତଙ୍କ
ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଙ୍ଗଳବାର ସକାଳେ ବାରାଣସୀ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୋମା ଥିବା ଗୁଜବ ପରେ ସବୁ ଯାତ୍ରୀମାନଙ୍କୁ ଓହ୍ଲାଇ ତଲାସି କରାଯାଇଛି।ତେବେ ବିମାନରେ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ। ଅଧିକାରୀଙ୍କ କହିବା ଅନୁସାରେ ଦିଲ୍ଲୀ-ବାରାଣସୀ ଇଣ୍ଡିଗୋ ଫ୍ଲାଇଟ୍ ନମ୍ବର ୬ଇ୨୨୧୧ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିମାନ ଟଏଲେଟରେ ଏକ କାଗଜ ମିଳିଥିଲା, ଯେଉଁଥିରେ ବିମାନରେ ବୋମା ଅଛି ବୋଲି ଲେଖାଯାଇଥିଲା। ଜଣେ ପାଇଲଟ୍ [...]
Odiaପ୍ରଫେସର ସନ୍ତୋଷ କୁମାର ମିଶ୍ର ନୂଆ ଡିଏମଇଟି ନିଯୁକ୍ତ
ଭୁବନେଶ୍ବର – ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜର ଡିନ୍ ଓ ପ୍ରିନ୍ସିପଲ୍ ପ୍ରଫେସର ସନ୍ତୋଷ କୁମାର ମିଶ୍ରଙ୍କୁ ମେଡିକାଲ ଏଜୁକେସନ ଓ ଟ୍ରେନିଂର ନୂଆ ନିର୍ଦ୍ଦେଶକ (ଡିଏମଇଟି) ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଫେସର ସନ୍ତୋଷ ମିଶ୍ର ବର୍ତ୍ତମାନର ଡିଏମ୍ଇଟି ଦାୟିତ୍ବରେ ଥିବା ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ସରୋଜ କୁମାର ମିଶ୍ରଙ୍କ ସ୍ଥାନ ନେବେ । ଏମ୍କେସିଜି ମେଡିକାଲ [...]
Odiaଆଜିଠୁ ବଢିବ ତାତି , ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏଁ ବଢିବା ସମ୍ଭାବନା
ଭୁବନେଶ୍ୱର – କିଛି ଦିନର ବିରତି ପରେ ଆଜିଠୁ ରାଜ୍ୟରେ ତାପମାତ୍ରା ବଢିବା ସମ୍ଭାବନା ରହିଛି। ଦିନର ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ। ଏହାସହ କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଏଣେ ମେ’ ୩୧ ବା ଜୁନ ୧ ତାରିଖରେ ମୌସୁମୀ ବାୟୁ କେରଳରେ ପ୍ରବେଶ [...]
Odiaଶ୍ରୀକ୍ଷେତ୍ରରେ ଚାଲିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ
ପୁରୀ: ଆଜି ରଥ ନିର୍ମାଣର ଉନବିଂଶତି ଦିବସରେ ତିନି ରଥର ମୋଟ ୪୨ ଚକ ମଧ୍ୟରୁ ଆଜିସୁଦ୍ଧା ତିନି ରଥର ୧୫ ଗୋଟି ଚକ ନିର୍ମାଣ ଶେଷହୋଇଛି । ଏଥିସହ ଭୋଇ ସେବକ ମାନେ ତୁମ୍ବରେ ଅରସଂଯୋଗ ବା ସିଙ୍ଗଡ଼ା ବାଡିଆ କାର୍ଯ୍ୟ କରୁଛନ୍ତି, ଶେଷ ହୋଇଥିବା ଚକ ଗୁଡ଼ିକର ପଇତା ପକା କାର୍ଯ୍ୟ, ସିଙ୍ଗଡ଼ା ବାଡିଆ ଶେଷ ହୋଇଥିବା ତୁମ୍ବରେ ଅଖବିନ୍ଧ କାର୍ଯ୍ୟ ଚାଲୁରହିଛି ।
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ବହୁରି କୀହ୍ନି କୋସଲପତି ପୂଜା । ଜାନି ଈସ ସମ ଭାଉ ନ ଦୂଜା ॥ କୀହ୍ନି ଜୋରି କର ବିନୟ ବଡାଈ । କହି ନିଜ ଭାଗ୍ୟ ବିଭବ ବହୁତାଈ ॥ ଭାବାର୍ଥ :- ତା’ପରେ ମହାରାଜ ଜନକ କୋସଳାଧୀଶ ମହାରାଜ ଦଶରଥଙ୍କ ପୂଜା ସାକ୍ଷାତ ଶ୍ରୀଶିବଶଂକର ମହାଦେବଙ୍କ ପ୍ରତିରୂପ ଜାଣି କଲେ, ମନରେ ଅନ୍ୟ କୌଣସି ଭାବ ନଥିଲା । ତଦନନ୍ତର, ଦଶରଥଙ୍କ ସମନ୍ଧ ରେ ନିଜ ସୌଭାଗ୍ୟ [...]
Odiaଗୀତା ଉପଦେଶ: ସମଦର୍ଶିତାରେ ସ୍ଥିତ,ସେମାନେ ଜନ୍ମ ମୃତ୍ୟୁର ଚକ୍ରକୁ ଏହି ଜନ୍ମରେ ହିଁ ଜୟ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଇହୈବ ତୈର୍ଜିତଃ ସର୍ଗୋ ଯେଷାଂ ସାମ୍ୟେ ସ୍ଥିତଂ ମନଃ। ନିର୍ଦୋଷଂ ହି ସମଂ ବ୍ରହ୍ମ ତସ୍ମାଦ୍ ବ୍ରହ୍ମଣି ତେ ସ୍ଥିତାଃ।* ଅର୍ଥାତ:- ଯେଉଁମାନଙ୍କର ମନ ସମଦର୍ଶିତାରେ ସ୍ଥିତ,ସେମାନେ ଜନ୍ମ ମୃତ୍ୟୁର ଚକ୍ରକୁ ଏହି ଜନ୍ମରେ ହିଁ ଜୟ କରିଥାନ୍ତି। ସେମାନେ ଭଗବାନମାନଙ୍କର ବିଶୁଦ୍ଧ ଗୁଣ ଯୁକ୍ତ ହୋଇ ପରମ ସତ୍ୟରେ ସ୍ଥିତ ରହନ୍ତି। (ଗୀତା୫/୧୯)
