ଗୀତା ଉପଦେଶ : ପରମାତ୍ମାଙ୍କ ଧ୍ୟାନରେ ଶୁଦ୍ଧ ହୋଇଥିବା ସୂକ୍ଷ୍ମ ବୁଦ୍ଧି ଦ୍ୱାରା ପରମାତ୍ମାଙ୍କୁ ସାକ୍ଷାତ କରିହୁଏ

Odiaଗୀତା ଉପଦେଶ : ପରମାତ୍ମାଙ୍କ ଧ୍ୟାନରେ ଶୁଦ୍ଧ ହୋଇଥିବା ସୂକ୍ଷ୍ମ ବୁଦ୍ଧି ଦ୍ୱାରା ପରମାତ୍ମାଙ୍କୁ ସାକ୍ଷାତ କରିହୁଏ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠ ଅଧ୍ୟାୟରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଯତ୍ରୋପରମତେ ଚିତ୍ତମ ନିରୁଦ୍ଧମ ଯୋଗ ସେବୟା। ଯତ୍ର ଚୈବାତ୍ମନାତ୍ମାନଂ ପଶ୍ୟନ୍ନାତ୍ମନି ତୁଷ୍ୟତି।। ହେ ଅର୍ଜ୍ଜୁନ ! ଯୋଗାଭ୍ୟାସ ଦ୍ୱାରା ନିରୁଦ୍ଧO ହୋଇଥିବା ଚିତ୍ତ ଯେଉଁ ଅବସ୍ଥାରେ ଉପରତୀ ପ୍ରାପ୍ତ ହୋଇଯାଏ ଓ ଯେଉଁ ଅବସ୍ଥାରେ ପରମାତ୍ମାଙ୍କ ଧ୍ୟାନରେ ଶୁଦ୍ଧ ହୋଇଥିବା ସୂକ୍ଷ୍ମ ବୁଦ୍ଧି ଦ୍ୱାରା ପରମାତ୍ମାଙ୍କୁ ସାକ୍ଷାତ କରି ସଚ୍ଚିଦାନନ୍ଦ ଘନ ପରମାତ୍ମାରେ ହିଁ ସନ୍ତୁଷ୍ଟ ହୋଇ ରୁହେ [...]
Odiaଆଜି ଶ୍ରୀକ୍ଷେତ୍ରେଭଉଁରୀ, ମହାପ୍ରଭୁଙ୍କ ଚନ୍ଦନଯାତର ଅନ୍ତିମ ଦିନ
ଶ୍ରୀମନ୍ଦିରରେ ଗ୍ରୀଷ୍ମ ଋତୁରେ ପାଳିତ ହେଉଥିବା ଚନ୍ଦନ ଯାତ୍ରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଚିତ୍ର ଏକ ମାନବୀୟ ଲୀଳା l ପ୍ରଚଣ୍ଡ ରୌଦ୍ର ତାପରେ ଶରୀରକୁ ଶୀତଳ ରଖିବା ପାଇଁ ଚନ୍ଦନ ଲେପନ କରାଯାଇ ଥାଏ,ମହାପ୍ରଭୁଙ୍କ ଚନ୍ଦନଯାତ ଏହାର ପ୍ରତିଫଳନ l ଏହା ଶ୍ରୀମନ୍ଦିରର ସବୁଠାରୁ ଅଧିକ ଦିନଧରି ପାଳିତ ହେଉଥିବା ପର୍ବ l ବୈଶାଖଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ମୋଟ ବୟାଳିଶ ଦିନ ବ୍ୟାପି ଏହା ଅନୁଷ୍ଠିତ ହୋଇ [...]
Odiaକନ୍ଧମାଳ: ବସ୍ ଓଲଟି କଣ୍ଡକ୍ଟର ଓ କଲେଜ ଛାତ୍ର ମୃତ, ୨୭ ଆହତ
ଫୁଲବାଣୀ: ମୁନିଗୁଡାରୁ ଫୁଲବାଣୀ ଆସୁଥିବା ଏକ ବସ୍ ଆଜି ରାତି ପ୍ରାୟ ୯ଟାରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି। ଘଟଣାସ୍ଥଳରେ ବସ୍ କଣ୍ଡକ୍ଟର ବିଜୟ ପଟ୍ଟନାୟକ ଓ ଫିରିଙ୍ଗିଆ ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ର ଅର୍ଜୁନ କହଁରଙ୍କ ମୃତ୍ୟୁ ଘଟିଛି। (୧୭)। ଦୁର୍ଘଟଣାରେ ପ୍ରାୟ ୨୭ ଜଣ ଆହତ ହୋଇଛନ୍ତି। ୫ ଜଣ ସାମାନ୍ୟ ଆହତ ଫିରିଙ୍ଗିଆ ଡାକ୍ତରଖାନାରେ ଓ ୨୨ ଜଣ ଫୁଲବାଣୀସ୍ଥିତ ଜିଲ୍ଲା [...]
Odiaବିଜେପି ନେତାଙ୍କ ଅପଶବ୍ଦ ଓ ମିଥ୍ୟା ଅଭିଯୋଗ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ବିଜେପି ନେତା, କେନ୍ଦ୍ର ମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଅପଶବ୍ଦ ପ୍ରୟୋଗ କରୁଛନ୍ତି। ସେମାନେ ଅତିଥି ଭଳି ଓଡ଼ିଶା ଆସି ନିର୍ବାଚନ ପ୍ରଚାର କରୁଛନ୍ତି । କିନ୍ତୁ ନିର୍ବାଚନ ପ୍ରଚାରରେ ବିଜେପି ନେତାମାନେ ଅପଶବ୍ଦ ପ୍ରୟୋଗ କରିବା ସହ ମିଥ୍ୟା ଅଭିଯୋଗ କରୁଛନ୍ତି, ଯାହା କି ଜମା ଗ୍ରହଣୀୟ ନୁହେଁ। ଓଡିଶାବାସୀ ଅପଶବ୍ଦ ବ୍ୟବହାର ଓ ମିଥ୍ୟା ଅଭିଯୋଗକୁ କେବେ ବି ଗ୍ରହଣ କରିବେ [...]
Odiaନୀଳଗିରିରେ ନିର୍ବାଚନ ପ୍ରଚାର କରି ବିଜେପି ଉପରେ ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ; କହିଲେ ସବୁ କ୍ଷେତ୍ରରେ ଫେଲ୍ ମାରିଛି କେନ୍ଦ୍ର ସରକାର
ଭୁବନେଶ୍ବର – ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳୁ ବାଲେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଧାନ ସଭା କ୍ଷେତ୍ରରେ ମାରାଥଧ ପ୍ରଚାର କରିଛନ୍ତି । ପ୍ରଚାରରେ ସେ ବିଜେପିକୁ ଶାଣିତ ସ୍ୱରରେ ଆକ୍ରମଣ କରିବା ସହିତ ଗତ ୧୦ ବର୍ଷରେ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅପାରଗତା ବିଷୟରେ ଜନତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ [...]
Odiaରାଜନୀତିରୁ ଉର୍ଦ୍ଧ୍ବରେ ରହି ପୁଣି ଉଦାରତାର ପରିଚୟ ଦେଲେ ନବୀନ; ବାତ୍ୟା ପ୍ରଭାବିତ ଆସାମକୁ ସହାୟତାର ପ୍ରସ୍ତାବ
ଭୁବନେଶ୍ୱର – ପୁଣି ଥରେ ରାଜନୀତିରୁ ଉର୍ଦ୍ଧ୍ବରେ ରହି ମୁଖ୍ୟମନ୍ତ୍ରୀ ନିଜ ବଦାନ୍ୟତାର ପରିଚୟ ଦେଇଛନ୍ତି। ଗୋଟିଏ ପଟେ ଆସାମ ମୁଖ୍ୟମନ୍ତ୍ରୀ ବିଜେପିର ତାରକା ପ୍ରଚାରକ ଭାବେ ଓଡିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ପ୍ରଚାରରେ ଅଶାଳୀନ ମନ୍ତବ୍ୟ ଦେଇ ସମାଲୋଚନା କରୁଛନ୍ତି । କିନ୍ତୁ ଭାରତର ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ଆସୁଥିବା ନବୀନ ଆସାମକୁ ବିପଦ ବେଳେ ସହାୟତାର ପ୍ରସ୍ତାବ ଦେଇଛନ୍ତି। ବାତ୍ୟା ରେମାଳ ଯୋଗୁଁ ଆସାମ ପ୍ରଭାବିତ ହୋଇଥିବା ବେଳେ ରାଜନୀତିକୁ [...]
Odiaବିଜେପିର ଆଉ ଏକ ଅଶାଳୀନ ଟିପ୍ପଣୀର ଶାଳୀନତାପୂର୍ବକ ଦୃଢ଼ ଜବାବ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆସି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେବାରେ ଲାଗିଛନ୍ତି ବିଜେପିର ତାରକା ପ୍ରଚାରକମାନେ । ବିଶେଷକରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନବୀନଙ୍କ ବିରୋଧରେ ଅବାଞ୍ଛିତ ଟିକା ଟିପ୍ପଣୀ କରିଛନ୍ତି। ଆଉ ପ୍ରତ୍ୟେକ ଥର ବିଜେଡି ଦୃଢ଼ ଜବାବ ଦେଇ ତାଙ୍କୁ ଲଜ୍ଜିତ କରୁଛି । ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶାଳୀନତା ରକ୍ଷା ପୂର୍ବକ ଆସାମ ମୁଖ୍ୟମନ୍ତ୍ରୀ [...]
Odiaପୁଣେ ପୋର୍ସ ଦୁର୍ଘଟଣା: ରକ୍ତ ନମୁନା ବଦଳାଇବା ପାଇଁ ୩ ଲକ୍ଷ ଲାଞ୍ଚ ଦେଇଥିଲେ ନାବାଳକର ବାପା
ପୁଣେ: ପୁଣେ ପୋର୍ସ ଦୁର୍ଘଟଣା ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେବାରେ ଲାଗିଛି । ପୁଣେ ପୋଲିସ କମିଶନର ଅମିତେଶ କୁମାର କହିଛନ୍ତି ଯେ ନାବାଳକ ଅଭିଯୁକ୍ତର ବାପା ତାଙ୍କ ପୁଅ ମଦ ପିଇଥିବା କଥା ଲୁଚାଇବା ପାଇଁ ରକ୍ତ ନମୁନା ବଦଳାଇଥିଲେ । ଏଥିପାଇଁ ନାବାଳକର ବାପା ବିଶାଲ ଅଗ୍ରୱାଲ ଏକ ସରକାରୀ ଡାକ୍ତରଖାନାର ପିଅନ ଜରିଆରେ ଦୁଇ ଜଣ ଡ଼ାକ୍ତରଙ୍କୁ ୩ ଲକ୍ଷ ଟଙ୍କାର ଲାଞ୍ଚ ଦେଇଥିଲେ । ପୁଅର ରକ୍ତ ନମୁନା [...]
Odiaପୂର୍ବତନ ମ୍ୟାନେଜରଙ୍କ ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହୀମଙ୍କୁ ଦୋଷମୁକ୍ତ କଲେ ହାଇକୋର୍ଟ
ଚଣ୍ଡିଗଡ଼: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ମଙ୍ଗଳବାର ପୂର୍ବତନ ମ୍ୟାନେଜର ରଣଜିତ ସିଂଙ୍କ ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମ ସିଂଙ୍କୁ ଦୋଷମୁକ୍ତ କରିଛନ୍ତି। ସିର୍ସା ସ୍ଥିତ ଡେରାର ମୁଖ୍ୟ ବର୍ତ୍ତମାନ ରୋହତକର ସୁନାରିଆ ଜେଲରେ ଅଛନ୍ତି। ସେ ତାଙ୍କର ଦୁଇ ଶିଷ୍ୟାଙ୍କୁ ବଳାତ୍କାର ଅଭିଯୋଗରେ ୨୦ ବର୍ଷ ଜେଲ୍ ଦଣ୍ଡ କାଟୁଛନ୍ତି। ୨୦୨୧ ମସିହାରେ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ରାମ ରହୀମ ଏବଂ ଅନ୍ୟ ଚାରିଜଣଙ୍କୁ ୧୯ ବର୍ଷୀୟ [...]
Odiaଜଳେଶ୍ୱରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର ; ବିକାଶ କାର୍ଯ୍ୟ କିଛି କରିନଥିବାରୁ ସାଂସଦଙ୍କୁ କଡା ସମାଲୋଚନା
ଭୁବନେଶ୍ୱର – ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ନିର୍ବାଚନ ପ୍ରଚାର। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀ ସହ ବାଲେଶ୍ଵର ସଂସଦୀୟ କ୍ଷେତ୍ରର ଜଳେଶ୍ୱରରେ ମଧ୍ୟ ବିଜେଡି ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ପାଣ୍ଡିଆନ । ଜଳେଶ୍ୱରରେ ପାଣ୍ଡିଆନ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିଥିଲେ। ବିଶାଳ ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜିଯାଉଛି ବୋଲି କହିବା ସହ ଜଳେଶ୍ୱର ବିଧାୟକ ପ୍ରାର୍ଥୀଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ପାଣ୍ଡିଆନ। ଜଳେଶ୍ୱରରେ ଯେତେସବୁ ବିକାଶ [...]
