Odiaମୟୂରଭଞ୍ଜ, ବାଲେଶ୍ୱର ଓ ଯାଜପୁର ଲୋକସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ନିର୍ବାଚନ ପ୍ରଚାର
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ମୟୂରଭଞ୍ଜ, ବାଲେଶ୍ୱର, ଓ ଯାଜପୁର ଲୋକସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର କରିଛନ୍ତି । ରାଇରଙ୍ଗପୁର, ବାରିପଦା, ବାଲେଶ୍ୱର ଓ କୋରେଇ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଦଳୀୟପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତେଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ରାଇରଙ୍ଗପୁର ଓ ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ [...]
Odiaନିର୍ବାଚନ ସମୟରେ ଅବକାରୀ ଧରପଗଡ; ଚଳିତମାସରେ ରେକର୍ଡ ପରିମାଣର ବେଆଇନ ନିଶା ସାମଗ୍ରୀ ଜବତ
ଭୁବନେଶ୍ୱର – ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ମଦ ମାଫିଆ, ବେଆଇନ ବ୍ରାଉନସୁଗାର ବେପାରୀ ଓ ଗଞ୍ଜେଇ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି। ଏଥି ଯୋଗୁଁ ରାଜ୍ୟରେ ମଦ, ଗଞ୍ଜେଇ ଓ ହେରୋଇନ ଜବତ ପରିମାଣ ଯଥେଷ୍ଟ ବୃଦ୍ଧି ପାଇଛି। ଚଳିତ ମାସରେ ୨୩ ତାରିଖ ପର୍ଯ୍ୟନ୍ତ ୨,୪୯,୫୧୦ ଲିଟର ଦେଶୀ ମଦ, ୮୭ ଲିଟର ନକଲି ବିଦେଶୀ ମଦ, ୫୩ ଲିଟର ଟିକସ ଫାଙ୍କି ବିଦେଶୀ ମଦ, ୨,୬୧୩ ଲିଟର ଭାରତ [...]
Odiaକାଲି ଷଷ୍ଠ ପର୍ଯ୍ୟାୟ ମତଦାନ: ୮ ରାଜ୍ୟର ୫୮ ଆସନରେ ପଡ଼ିବ ଭୋଟ୍
ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଶନିବାର (ମେ ୨୫) ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ୬ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ୫୮ ଆସନରେ ଭୋଟ୍ ପଡ଼ିବ। ଏହି ପର୍ଯ୍ୟାୟରେ ଜାତୀୟ ରାଜଧାନୀ ଦିଲ୍ଲୀର ସମସ୍ତ ୭ଟି ଆସନ ବ୍ୟତୀତ ଉତ୍ତର ପ୍ରଦେଶର ୧୪, ହରିୟାଣାର ୧୦, ବିହାର ଏବଂ ପଶ୍ଚିମବଙ୍ଗର ୮-୮, ଓଡ଼ିଶାର ୬, ଝାଡ଼ଖଣ୍ଡର ୪, ଜମ୍ମୁ କାଶ୍ମୀରର ଗୋଟିଏ ଆସନରେ ମତଦାନ ହେବ। ଏହାଛଡ଼ା [...]
Odiaତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଓଡ଼ିଶା ପୋଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ବିଭିନ୍ନ ପାହ୍ୟାର ୩୫ ହଜାର ପୋଲିସ କର୍ମଚାରୀ ମୁତୟନ
ଭୁବନେଶ୍ୱର – ମେ’ ୨୫ ତାରିଖ ( ଶନିବାର ) ଓଡିଶାରେ ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପର୍ଯ୍ୟାୟକୁ ଶାନ୍ତି ଶୃଙ୍ଖଳା , ଅବାଧ , ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରାଯିବ ନିମନ୍ତେ ରାଜ୍ୟ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଭୁବନେଶ୍ବରସ୍ଥିତ ପୋଲିସ ସେବା ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । [...]
Odiaବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର : ଲୋକଙ୍କୁ ପ୍ରଶ୍ନ, ବିକାଶ ପାଇଁ ବିଜେପି କରିଛି କ’ଣ ?
ଭୁବନେଶ୍ୱର -ବାଲେଶ୍ୱରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କରି ବିଜେପିକୁ ବିକାଶ ପ୍ରସଙ୍ଗରେ ଘେରିଛନ୍ତି । ବିଜେପି ବାଲେଶ୍ଵରବାସୀଙ୍କ ବିକାଶ ପାଇଁ କ’ଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ନବୀନ । ବାଲେଶ୍ୱରରେ ବିଜେପି ନେତା ମିଛ କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଆପଣମାନଙ୍କୁ କେମିତି ଲାଗୁଛି ବୋଲି ପ୍ରଶ୍ନ କରିଥିଲେ । ବି.ଏସ୍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀ ବସ୍, କାଳିଆ, ୫-ଟି ସ୍କୁଲ ରୂପାନ୍ତରଣ, [...]
Odiaବିଭ୍ରାନ୍ତିକର ବିଜ୍ଞାପନ ନେଇ ବାବା ରାମଦେବଙ୍କ ବିରୋଧରେ ପୁଣି ଏକ ଫୌଜଦାରୀ ମାମଲା
ନୂଆଦିଲ୍ଲୀ: ପତଞ୍ଜଳି ଆୟୁର୍ବେଦର ସହ ପ୍ରତିଷ୍ଠାତା ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ବିରୋଧରେ କେରଳ କୋର୍ଟରେ ଏକ ଫୌଜଦାରୀ ମାମଲା ରୁଜୁ ହୋଇଛି। କମ୍ପାନୀର ବିଭ୍ରାନ୍ତିକର ବିଜ୍ଞାପନ ଅଭିଯୋଗରେ ଏହି ମାମଲା ଦାୟର ହୋଇଛି। କୋଜିକୋଡ ସ୍ଥିତ ଜୁଡିସିଆଲ୍ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ କୋର୍ଟ ଏହି ମାମଲାର ଶୁଣାଣି କରିବେ। ଶୁଣାଣି ବେଳେ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ବ୍ୟକ୍ତିଗତ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ନିକଟରେ [...]
Odia‘ଚାପ ଓ ରାଜନୀତି’ ନେଇ ରାହୁଲଙ୍କ ଚେତାବନୀ ପରେ ଟିମ୍ ଇଣ୍ଡିଆ କୋଚ୍ ଦୌଡ଼ରୁ ଓହରିଲେ ଜଷ୍ଟିନ ଲାଙ୍ଗର୍
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜଷ୍ଟିନ ଲାଙ୍ଗର ଭାରତର ମୁଖ୍ୟ କୋଚ୍ ପଦ ପାଇଁ ଆଗ୍ରହୀ ଥିଲେ । ହେଲେ ଏହି ପଦ ସହ ଜଡିତ ‘ଚାପ ଏବଂ ରାଜନୀତି’ ନେଇ କେ.ଏଲ୍ ରାହୁଲ ତାଙ୍କୁ ସତର୍କ କରାଇବା ପରେ ସେ ଟିମ୍ ଇଣ୍ଡିଆ କୋଚ୍ ହେବା ଇଚ୍ଛା ଛାଡ଼ି ଦେଇଛନ୍ତି । ଆଇପିଏଲର ଚଳିତ ସିଜନରେ ରାହୁଲଙ୍କ ନେତୃତ୍ଵାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସର ମୁଖ୍ୟ କୋଚ୍ ଭାବେ ଦାୟିତ୍ଵ ତୁଲାଇଥିଲେ ଲାଙ୍ଗର । ‘ବିବିସି ଷ୍ଟମ୍ପଡ୍’ [...]
Odiaରାଇରଙ୍ଗପୁରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର
ଭୁବନେଶ୍ୱର – ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି। ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କରିଛନ୍ତି। ବିପୁଳ ଜନସମୁଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି। ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ କହିଥିଲେ ଯେ, ମାଟିର ଝିଅ, [...]
Odiaବୁଥ୍ଓ୍ବାରି ମତଦାନ ତଥ୍ୟ ଅପଲୋଡ୍ କରିବା ପାଇଁ ଇସିକୁ ନିର୍ଦ୍ଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ୱେବସାଇଟରେ ବୁଥ୍ଓ୍ବାରି ମତଦାନ ପ୍ରତିଶତ ତଥ୍ୟ ଅପଲୋଡ୍ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ଲାଗି ଏକ ବେସରକାରୀ ସଂଗଠନ (ଏନଜିଓ) କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଲୋକସଭା ନିର୍ବାଚନ ଚାଲିଥିବା ବେଳେ ୱେବସାଇଟରେ ବୁଥଓ୍ବାରି ଭୋଟ୍ ପ୍ରତିଶତ ତଥ୍ୟ ଅପଲୋଡ୍ କାର୍ଯ୍ୟରେ ଲୋକଙ୍କୁ ନିୟୋଜିତ କରିବା ନିର୍ବାଚନ କମିଶନ ପାଇଁ କଷ୍ଟକର ହେବ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ୍ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କ ଏକ ଅବକାଶ [...]
Odiaକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ୍, ମଇଦାନରେ ୪୪୭ ପ୍ରାର୍ଥୀ
ଭୁବନେଶ୍ୱର – ଆସନ୍ତାକାଲି ରାଜ୍ୟର ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନରେ ମତଦାନ କରାଯିବ। ଭୁବନେଶ୍ୱର, କଟକ, ସମ୍ବଲପୁର, ପୁରୀ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନ ଓ ଏସବୁ ଆସନ ଅଧୀନସ୍ଥ ୪୨ ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ତୃତୀୟ ପର୍ଯ୍ୟାୟରେ ମୋଟ ୪୪୭ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ୬ ଲୋକସଭା ଆସନରେ ୬୪ ଓ [...]
