Odiaଗୀତା ଉପଦେଶ: ଜୀବନର ସ୍ତର ଅନୁଯାୟୀ ଯେଉଁସବୁ କର୍ମ ଆମ ପାଇଁ ନିର୍ଦ୍ଧାରିତ କରାଯାଇ ଥାଏ, ତାହା ସ୍ୱ-ଧର୍ମ ଅଟେ
ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନଙ୍କୁ ସ୍ୱ-ଧର୍ମ ସମ୍ବନ୍ଧରେ କହିଛନ୍ତି- ସ୍ୱେ ସ୍ୱେ କର୍ମଣ୍ୟଭିରତଃ ସଂସିଦ୍ଧିଂ ଲଭତେ ନରଃ । ସ୍ୱକର୍ମନିରତଃ ସିଦ୍ଧିଂ ଯଥା ବିନ୍ଦତି ତଚ୍ଛୃଣୁ। ଅର୍ଥାତ୍ ଆମ୍ଭମାନଙ୍କର ସ୍ୱଭାବ ଏବଂ ଜୀବନର ସ୍ତର ଅନୁଯାୟୀ ଯେଉଁସବୁ କର୍ମ ଆମ ପାଇଁ ନିର୍ଦ୍ଧାରିତ କରାଯାଇ ଥାଏ, ତାହା ସ୍ୱ-ଧର୍ମ ଅଟେ । ସେଗୁଡ଼ିକୁ ସମ୍ପାଦନ କରିବା ଦ୍ୱାରା ଆମେ ନିଜ ଶରୀର ଓ ମନର ଅନ୍ତର୍ନିହିତ କ୍ଷମତାର ଉପଯୋଗ ଗଠନ ମୂଳକ ଓ ଲାଭଦାୟକ ଭାବରେ କରିଥାଏ [...]
ସମ୍ବଲପୁରରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, ସମାବେଶ ପରେ ରୋଡ ସୋ ରେ ଶଂଖମୟ ପରିବେଶ
ସମ୍ୱଲପୁର: ସମ୍ବଲପୁରରେ ବିଜେଡିର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ୍ଙ୍କ ମାରାଥନ ପ୍ରଚାର। କୁଚିଣ୍ଡା ନିର୍ବାଚନ ମଣ୍ଡଳୀର କେଶେଇବାହାଲ ଓ ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ପରମାଣପୁରରେ ଦୁଇଟି ସମାବେଶରେ ଉଦବୋଧନ ଦେଇ ଜିଲ୍ଲାରେ ହୋଇଥିବା ବିକାଶର ତାଲିକା ଦେଇଛନ୍ତି। ଏହାଛଡା ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିବା ସହ ପୁଣି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି। ଆଉ ଶେଷରେ ସମ୍ବଲପୁର ସହରରେ ମେଗା ରୋଡ ସୋ କରି ସାରା ସହରକୁ ଶଂଖମୟ କରି ଦେଇଛନ୍ତି। ଜୟ ମା ସମଲେଶ୍ୱରୀ, ଜୟ [...]
Odiaକାଲି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ୮ ରାଜ୍ୟର ୪୯ ଆସନରେ ହେବ ମତଦାନ, ମଇଦାନରେ ୯ କେନ୍ଦ୍ରମନ୍ତ୍ରୀଙ୍କ ସହ ୬୯୫ ପ୍ରାର୍ଥୀ
ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ସୋମବାର (ମେ ୨୦) ୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୪୯ ଆସନରେ ମତଦାନ ହେବ। ପଞ୍ଚମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୧୪, ମହାରାଷ୍ଟ୍ରର ୧୩, ପଶ୍ଚିମବଙ୍ଗ ୭, ଓଡ଼ିଶାର ୫, ବିହାର ୫, ଝାଡ଼ଖଣ୍ଡ ୩, ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଗୋଟିଏ ଲେଖାଏଁ ଆସନରେ ଭୋଟ ଗ୍ରହଣ କରାଯିବ । ଓଡ଼ିଶାର ୫ ସଂସଦୀୟ କ୍ଷେତ୍ର ଅଧୀନ ୩୪ ବିଧାନସଭା ଆସନ ପାଇଁ ମଧ୍ୟ [...]
Odiaଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା: ମାଓ ଅଧ୍ୟୁଷିତ ଅଞ୍ଚଳରେ କଡ଼ା ନଜର
ଭୁବନେଶ୍ୱର – ଆସନ୍ତାକାଲି ଓଡିଶାରେ ଦ୍ଵିତୀୟ ପର୍ଯ୍ୟlୟ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବା। ଏହି ପର୍ଯ୍ୟାୟକୁ ଶାନ୍ତି ଶୃଙ୍ଖଳା, ଅବାଧ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରାଯିବ ନିମନ୍ତେ ରାଜ୍ୟ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଭୁବନେଶ୍ଵରସ୍ଥିତ ପୋଲିସ ସେବା ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଛନ୍ତି l ରାଜ୍ୟର କୌଣସି ସ୍ଥାନରେ ପ୍ରାକ ନିର୍ବାଚନୀ [...]
Odiaଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ତେହେରାନ: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସୀଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ପୂର୍ବ ଆଜରବାଇଜାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ରାଷ୍ଟ୍ରପତି ରଇସୀଙ୍କ ସହ ଇରାନର ବିଦେଶ ମନ୍ତ୍ରୀ ମଧ୍ୟ ଥିଲେ। ହେଲିକପ୍ଟର ଦୁର୍ଘଟଣାର କାରଣ ଜଣା ପଡ଼ିନାହିଁ। ଖରାପ ପାଗ ଯୋଗୁଁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ପାରି ନାହାଁନ୍ତି। ରାଷ୍ଟ୍ରପତି ରଇସୀଙ୍କ ଅବସ୍ଥା ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ। ଇରାନର ରାଜଧାନୀ ତେହେରାନଠାରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର-ପଶ୍ଚିମ [...]
Odiaପଞ୍ଜାବ କିଙ୍ଗ୍ସକୁ ୪ ୱିକେଟରେ ହରାଇଲା ସନରାଇଜର୍ସ
ହାଇଦ୍ରାବାଦ: ଅଭିଷେକ ଶର୍ମାଙ୍କ ନିର୍ଭୀକ ଇନିଂସ ସହାୟତାରେ ସନରାଇଜର୍ସ ହାଇଦ୍ରାବାଦ ରବିବାର ଆଇପିଏଲର ଏକ ହାଇସ୍କୋରିଂ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୪ ୱିକେଟରେ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ୪ ୱିକେଟ୍ ହରାଇ ୨୧୪ ରନ୍ ସଂଗ୍ରହ କରିଥିଲା । ହେଲେ ସନରାଇଜର୍ସ ୧୯.୧ ଓଭରରେ ୬ ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ହାଇଦ୍ରାବାଦ ପ୍ରଥମ ବଲରେ ହିଁ ଇନ୍ ଫର୍ମ୍ ଓପନର ଟ୍ରାଭିସ ହେଡଙ୍କ ଓ୍ବିକେଟ୍ ହରାଇଥିଲା। ହେଡ୍ [...]
Odiaନୂଆ ଅପରାଧିକ ଆଇନକୁ ଚ୍ୟାଲେଞ୍ଜ, ସୋମବାର ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ: ତିନି ନୂଆ ଅପରାଧିକ ଆଇନକୁ ଚ୍ୟାଲେଞ୍ଜ କରି ଆଗତ ଏକ ଆବେଦନର ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ପୁରୁଣା ନିୟମରେ ଆମୂଳଚୁଳ ପରିବର୍ତ୍ତନ କରି ଏହି ତିନି ନୂଆ ଆଇନ ଆଣିଛନ୍ତି କେନ୍ଦ୍ର ସରକାର। ଜଷ୍ଟିସ ବେଲା ଏମ୍ ତ୍ରିବେଦୀ ଏବଂ ଜଷ୍ଟିସ ପଙ୍କଜ ମିଥଲଙ୍କ ଏକ ଅବକାଶ କାଳୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିପାରନ୍ତି। ଗତ ବର୍ଷ ଡିସେମ୍ବର ୨୧ରେ ଲୋକସଭାରେ ପାରିତ ହୋଇଥିଲା ଏହି ତିନି ଅପରାଧିକ ଆଇନ। ଏହି ତିନି [...]
Odiaରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ସମସ୍ତ ପ୍ରସ୍ତୁତି ଶେଷ: କାଲି ୫ ଲୋକସଭା, ୩୫ ବିଧାନସଭା ଆସନରେ ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ
ଭୁବନେଶ୍ୱର – ସମସ୍ତ ପ୍ରସ୍ତୁତି ଶେଷ । ରାଜ୍ୟରେ ଆସନ୍ତାକାଲି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ୫ଟି ଲୋକସଭା ଆସନ ଓ ଏସବୁ ଅଧୀନସ୍ଥ ୩୫ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ନିର୍ବାଚନ ରଣାଙ୍ଗନରେ ଅଛନ୍ତି ୩୦୫ ଜଣ ପ୍ରାର୍ଥୀ। ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, କନ୍ଧମାଳ ଓ ଆସ୍କା ଲୋକସଭା ଆସନରେ ମୋଟ ୪୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୩୫ ବିଧାନସଭା [...]
Odiaବାତ୍ୟା ନେଇ ଏ ଯାଏଁ ପୂର୍ବାନୁମାନ କରାଯାଇନାହିଁ
ଭୁବନେଶ୍ୱର – ବଙ୍ଗୋପସାଗରରେ ବାତ୍ୟା ନେଇ ଏବେ କୈାଣସି ପୂର୍ବାନୁମାନ କରାଯାଇନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏହି ସୂଚନା ଦେଇଛନ୍ତି। ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍ବ ଦିଗରେ ଗତି କରିବା ସମ୍ଭାବନା ରହିଛି । କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ [...]
Odiaଆପକୁ ଧ୍ବଂସ କରିବା ପାଇଁ ବିଜେପି ‘ଅପରେସନ ଝାଡ଼ୁ’ ଆରମ୍ଭ କରିଛି: କେଜ୍ରିୱାଲ
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍)କୁ ଧ୍ବଂସ କରିବା ପାଇଁ ବିଜେପି ‘ଅପରେସନ୍ ଝାଡ଼ୁ’ ଆରମ୍ଭ କରିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦାବି କରିଛନ୍ତି। ବିଜେପି ମୁଖ୍ୟାଳୟ ଆଡ଼କୁ ‘ଆପ୍’ ର ପ୍ରସ୍ତାବିତ ପଦଯାତ୍ରା ପୂର୍ବରୁ ଦଳର କର୍ମୀ ଏବଂ ନେତାମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଆଗକୁ ଆହୁରି ବଡ଼ ଚ୍ୟାଲେଞ୍ଜ ଆସିବ। ତାହାକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ସେ ଦଳୀୟ କର୍ମୀଙ୍କୁ ଆହ୍ବାନ କରିଛନ୍ତି। କେଜ୍ରିୱାଲ କହିଛନ୍ତି, “ଆମ୍ [...]
