Odiaଇରାନ ରାଷ୍ଟ୍ରପତି ରଇସିଙ୍କ ମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ
ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଇରାନର ବିଦେଶ ମନ୍ତ୍ରୀ ମଧ୍ୟ ପ୍ରାଣ ହରାଇଛନ୍ତି। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ବିଶ୍ବବ୍ୟାପୀ ଶୋକ ପ୍ରକାଶ ପାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଇରାନ ରାଷ୍ଟ୍ରପତି ରଇସିଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତିି। ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ରେ କହିଛନ୍ତିି, “ଇରାନ ରାଷ୍ଟ୍ରପତି ଡକ୍ଟର ସୟେଦ ଇବ୍ରାହିମ ରଇସିଙ୍କ ବିୟୋଗରେ ମୁଁ ଗଭୀର ଭାବେ ଦୁଃଖିତ [...]
Odiaଆଜିଠାରୁ ସିଆଇଏସ୍ଏଫ୍ ହାତରେ ସଂସଦର ସୁରକ୍ଷା ଦାୟିତ୍ବ, ମୁତୟନ ହେବେ ୩୩୦୦ ସଶସ୍ତ୍ର ଯବାନ
ନୂଆଦିଲ୍ଲୀ: ସିଆଇଏସ୍ଏଫ୍ ତଥା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀକୁ ଆଜିଠାରୁ ସଂସଦର ସୁରକ୍ଷା ଦାୟିତ୍ବ ହସ୍ତାନ୍ତର କରାଯାଇଛି। ଏହା ପୂର୍ବରୁ ସଂସଦର ସୁରକ୍ଷା ସିଆରପିଏଫ୍ ଉପରେ ନ୍ୟସ୍ତ ଥିଲା । କିନ୍ତୁ ଗତ ବର୍ଷ ଦୁଇଜଣ ଯୁବକ ସଂସଦରେ ପଶି ବିରୋଧ ପ୍ରଦର୍ଶନ କରିବା ପରେ ଗଣତନ୍ତ୍ରର ମନ୍ଦିରର ସୁରକ୍ଷାର ସମୀକ୍ଷା ହୋଇଥିଲା । ସଂସଦର ସୁରକ୍ଷା ପାଇଁ ବିସ୍ତୃତ ପଦକ୍ଷେପ ନେବାକୁ ବାଚସ୍ପତି ଓମ୍ ବିର୍ଲା ଗୁରୁତ୍ୱାରୋପ କରିଥିଲେ। ଏହା ପରେ ସଂସଦର ସୁରକ୍ଷା ଗୃହ [...]
Odiaହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ, କେହି ବି ଜୀବିତ ନଥିବା ସୂଚନା
ତେହେରାନ: ଯାହା ଆଶଙ୍କା କରାଯାଉଥିଲା, ତାହା ସତ ହୋଇଛି । ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହ ବିଦେଶ ମନ୍ତ୍ରୀ ମଧ୍ୟ ଏହି ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ହେଲିକପ୍ଟର ଦୁର୍ଘଟଣାରେ ଉଭୟଙ୍କର ମୃତ୍ୟୁ ହୋଇଥିବା ଇରାନ ଗଣମାଧ୍ୟମ ଦାବି କରିଛି। ବହୁ ଘଣ୍ଟାର ଉଦ୍ୟମ ପରେ ହେଲିକପ୍ଟରର ଧ୍ୱଂସାବଶେଷ ଠାବ ହୋଇଛି । ରଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟରଟି ରବିବାର ଇରାନ ସୀମାନ୍ତ ଆଜରବାଇଜାନର ଘଞ୍ଚ ତଥା ପାର୍ବତ୍ୟ [...]
Odiaପଞ୍ଚମ ପର୍ଯ୍ୟାୟ ମତଦାନ ଆରମ୍ଭ, ୮ ରାଜ୍ୟର ୪୯ ଆସନରେ ଚାଲିଛି ଭୋଟ ଗ୍ରହଣ; ରାଜନାଥ, ସ୍ମୃତି, ରାହୁଲଙ୍କ ଭାଗ୍ୟ ପରୀକ୍ଷା
ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ସୋମବାର (ମେ ୨୦) ଆରମ୍ଭ ହୋଇଛି। ୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୪୯ ଆସନରେ ହେଉଛି ଭୋଟ ଗ୍ରହଣ। ପଞ୍ଚମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୧୪, ମହାରାଷ୍ଟ୍ରର ୧୩, ପଶ୍ଚିମବଙ୍ଗ ୭, ଓଡ଼ିଶାର ୫, ବିହାର ୫, ଝାଡ଼ଖଣ୍ଡ ୩, ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଗୋଟିଏ ଲେଖାଏଁ ଆସନରେ ଭୋଟ ଗ୍ରହଣ କରାଯିବ । ଓଡ଼ିଶାର ୫ ସଂସଦୀୟ କ୍ଷେତ୍ର ଅଧୀନ ୩୪ ବିଧାନସଭା [...]
Odiaଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ : ଚର୍ଚ୍ଚିତ ଆସନ ଓ ପ୍ରମୁଖ ପ୍ରାର୍ଥୀ
ଭୁବନେଶ୍ବର – ରାଜ୍ୟରେ ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଆସ୍କା, କନ୍ଧମାଳ, ବଲାଙ୍ଗିର, ବରଗଡ଼ ଓ ସୁନ୍ଦରଗଡ଼ ଲୋକସଭା ଏବଂ ୩୫ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେଉଛି। ୩୦୫ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୭୯ ଲକ୍ଷରୁ ଅଧିକ ଭୋଟର। ଏହି ପର୍ଯ୍ୟାୟରେ ୧୫ରୁ ଅଧିକ ହେଭିୱଟ ନେତା ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସ୍କା ସଂସଦୀୟ କ୍ଷେତ୍ରର ହିଞ୍ଜିଳି ବିଧାନସଭା ଓ ବଲାଙ୍ଗିର ସଂସଦୀୟ କ୍ଷେତ୍ରର କଣ୍ଟାବାଞ୍ଜି ବିଧାନସଭା [...]
Odiaଆଜି ରାଜଧାନୀରେ ମୁଖ୍ୟମନ୍ତ୍ରୀ କରିବେ ରୋଡ୍ ଶୋ’ , ସପ୍ତାହକ ମଧ୍ୟରେ ଦ୍ୱିତୀୟ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀରେ ଆଉ ଏକ ମେଗା ରୋଡ୍ ଶୋ’ କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ନିବେଦନ କରିବେ । ପଳାଶପଲ୍ଲୀ ପୁନାମା ଗେଟ୍ ଫ୍ଲାଇଓଭରରୁ ରୋଡ୍ ଶୋ’ ଆରମ୍ଭ ହୋଇ ବିଡ଼ିଏ କଲୋନୀ ଛକ, ସୁନ୍ଦରପଦା ହାଟ, ପୋଖରୀପୁଟ ଛକ, ପ୍ରମେୟ ଛକ, ଶିରିପୁର ଛକ, ଗଙ୍ଗାନଗର ଛକ ଦେଇ ଏକାମ୍ର ଛକରେ ଶେଷ ହେବ । ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ଦୃଷ୍ଟିରୁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ [...]
Odiaଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦି : ପୁରୀରେ କରିବେ ରୋଡ୍ ଶୋ, କଟକ ଓ ଅନୁଗୁଳରେ ବି ପ୍ରଚାର କାର୍ଯ୍ୟକ୍ରମ
ଭୁବନେଶ୍ୱର – ଆଜି ମଧ୍ୟ ତାରକା ପ୍ରଚାରକଙ୍କ ନିର୍ବାଚନ ପ୍ରଚାର ବେଶ୍ ଜମିବ । ରାଜ୍ୟକୁ ତୃତୀୟ ଥର ପାଇଁ ନିର୍ବାଚନ ପ୍ରଚାର କରିବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁରୀରେ ରୋଡ୍ ଶୋ’ କରି ବିଜେପି ପାଇଁ ଭୋଟ ମାଗିବେ । ପ୍ରଧାନମନ୍ତ୍ରୀ ଗତକାଲି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚି ପ୍ରଥମେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କ ସହ ବୈଠକ କରିଥିଲେ। ଆଜି ସକାଳେ ସେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପୁରୀ [...]
Odiaକଡ଼ା ସୁରକ୍ଷା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ, ବିଭିନ୍ନ ପାହ୍ୟାର ୩୩ ହଜାର ପୋଲିସ କର୍ମଚାରୀ ମୁତୟନ
ଭୁବନେଶ୍ୱର – ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ମତଦାନ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ରାଜ୍ୟର କୌଣସି ସ୍ଥାନରେ ପ୍ରାକ ନିର୍ବାଚନୀ ହିଂସାକୁ ବରଦାସ୍ତ କରାଯିବ ନାହିଁ ଏବଂ ଗଣ୍ଡଗୋଳକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ଅରୁଣ ଷଡଙ୍ଗୀ କହିଛନ୍ତି। ଏହାସହ ରାଜନୈତିକ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ତଦନ୍ତ କରାଯାଇ ତୁରନ୍ତ ଚାର୍ଜସିଟ ପ୍ରସ୍ତୁତ କରାଯିବା ସହ ଦୋଷୀ ସାବ୍ୟସ୍ତ କରିବାକୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ ବୋଲି [...]
Odia୫ ଲୋକସଭା, ୩୫ ବିଧାନସଭା ଆସନରେ ମତଦାନ ଆରମ୍ଭ, ୩୦୫ ପ୍ରାର୍ଥୀଙ୍କ ଫଇସଲା କରିବେ ୭୯ ଲକ୍ଷରୁ ଉର୍ଦ୍ଧ୍ବ ଭୋଟର
ଭୁବନେଶ୍ୱର – ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ୫ଟି ଲୋକସଭା ଆସନ ଓ ଏସବୁ ଅଧୀନସ୍ଥ ୩୫ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ନିର୍ବାଚନ ରଣାଙ୍ଗନରେ ଅଛନ୍ତି ମୋଟ ୩୦୫ ଜଣ ପ୍ରାର୍ଥୀ। ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, କନ୍ଧମାଳ ଓ ଆସ୍କା ଲୋକସଭା ଆସନରେ ମୋଟ ୪୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୩୫ ବିଧାନସଭା ଆସନରେ ଲଢୁଛନ୍ତି ୨୬୫ ପ୍ରାର୍ଥୀ। ୭୯ [...]
Odiaଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
॥ ଅଯୋଧ୍ୟା କାଣ୍ଡ ॥ ଲାଗହିଂ କୁମୁଖ ବଚନ ସୁଭ କୈସେ । ମୁହଁ ଗୟାଦିକ ତୀରଥ ଜୈସେ ॥ ରାମହି ମାତୁ ବଚନ ସବ ଭାଏ । ଜିତି ସୁରସାରି ଗତ ସଲିଳ ସୁହାଏ ॥ ଭାବାର୍ଥ :- କୈକେୟୀଙ୍କ ଅପବିତ୍ର ମୁହଁ ରେ ଏପରି ଶୁଭ ମଙ୍ଗଳମୟ ଶବ୍ଦର ଉଚ୍ଚାରଣ ଏପରି ଲାଗୁଥିଲା ଯେପରି ମଗଧ ଦେଶର ଗୟା ତୀର୍ଥରେ ପିତୃପୁରୁଷଙ୍କୁ ଅନ୍ତିମ ଶ୍ରାଦ୍ଧ ଦେଇ ଫେରିଛନ୍ତି । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ କିନ୍ତୁ ମାତା [...]
