Odiaଭୁବନେଶ୍ୱର ଏକାମ୍ରରେ ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ୍ ଶୋ’ , ହଜାର ହଜାର ଲୋକ ସାମିଲ
ଭୁବନେଶ୍ୱର – ରାଜଧାନୀର ଏକାମ୍ର ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେଗା ରୋଡ୍ ଶୋ’ । ରୋଡ୍ ଶୋ’ରେ ସାମିଲ ହୋଇଛନ୍ତି ହଜାର ହଜାର ସମର୍ଥକ । ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜେଡି ଜିନ୍ଦାବାଦ ସ୍ଲୋଗାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣମାନେ ଖୁସି ତ ବୋଲି ଲୋକଙ୍କୁ ପଚାରିଥିଲେ। ଆପଣଙ୍କୁ ଆଉ ବିଜୁଳି ବିଲ୍ ଦେବାକୁ ପଡ଼ିବନାହିଁ । ଆପଣମାନେ ଖୁସି ତ ବୋଲି [...]
Odiaଦୁର୍ନୀତି ମାମଲାରେ ପୂର୍ବତନ ସରପଞ୍ଚ ଓ ପୂର୍ବତନ ପିଇଓଙ୍କୁ ଜେଲ୍
କୋରାପୁଟ – ଦୁର୍ନୀତି ମାମଲାରେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କୋଲାବିର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୟରାମ ଗୋଲରି ଓ ପୂର୍ବତନ ପିଇଓ ଏନ୍. ଈଶ୍ୱର ରାଓଙ୍କୁ ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଛନ୍ତି। ସେମାନେ ୧ ହଜାର ୧୯୬ ବସ୍ତା ସିମେଣ୍ଟ ବାଟମାରଣା କରିଥିବା ଅଭିଯୋଗ ହୋଇଥିଲା। ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ। ଉଭୟ ପୂର୍ବତନ ସରପଞ୍ଚ ଓ ପୂର୍ବତନ ପିଇଓଙ୍କୁ [...]
Odiaବିଜେପି ପ୍ରାର୍ଥୀଙ୍କୁ ୮ ଥର ଭୋଟ ଦେବା ଅଭିଯୋଗରେ ଯୁବକ ଗିରଫ, ସମସ୍ତ ପୋଲିଂ କର୍ମଚାରୀ ନିଲମ୍ବିତ
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଏଟା ଜିଲ୍ଲାର ଫାରୁକାବାଦ ଲୋକସଭା ଆସନ ପାଇଁ ମତଦାନ ବେଳେ ଏକ ବୁଥରେ ଜଣେ ଯୁବକ ବିଜେପିକୁ ୮ ଥର ଭୋଟ୍ ଦେବା ଭିଡ଼ିଓ ଭାଇରାଲ ହେବା ପରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମତଦାନ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଅଭିଯୁକ୍ତ ଯୁବକକୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଯୁବକ ସ୍ଥାନୀୟ ଜଣେ ବିଜେପି ନେତାଙ୍କ ପୁଅ ବୋଲି ଜଣାପଡ଼ିଛି। ନିର୍ବାଚନ କମିଶନ ଏହି ମତଦାନ [...]
Odiaଛତ୍ରପୁର: ଟ୍ରକ୍ ନେଇଗଲା ଶଳା ଓ ଭିଣୋଇଙ୍କ ଜୀବନ
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ସୋମବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ବାଇକରେ ଯାଉଥିବା ଶଳା ଓ ଭିଣୋଇଙ୍କ ଜୀବନ ଚାଲିଯାଇଛି। ମୃତକ ହେଲେ ଭିଣୋଇ କରୁଣାକର ବିଶ୍ୱାଳ ଏବଂ ଶଳା ଗଦାଧର ପ୍ରଧାନ। ଉଭୟଙ୍କ ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ସାମନ୍ତରାପୁର ଗ୍ରାମ। ଶବ ବ୍ୟବଛେଦ ପାଇଁ ପୋଲିସ ପଠାଇଛି। ଦୁହେଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇ ନିଜ ଘରକୁ [...]
Odiaସାଲେପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର: ତିନି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନାର ରଖିଲେ ଉତ୍ତର
ଭୁବନେଶ୍ୱର – କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀର ସାଲେପୁରରେ ଆଜି ଦଳ ପାଇଁ ପ୍ରଚାର କରିଛନ୍ତି ବିଜେଡିର ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ । ଏକ ଜନସଭାରେ ସେ କହିଛନ୍ତି ଯେ, ସବୁ ପ୍ରଶ୍ନର ଉତ୍ତର ଗୋଟିଏ । ସେ ହେଉଛନ୍ତି ମୁଏ ନବୀନ ପଟ୍ଟନାୟକ । ଯେତେ ସବୁ ବିକାଶ ଓ କଲ୍ୟାଣ କାମ- ବିଏସକେୱ।ଆଇ, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍, ୫-ଟି ସ୍କୁଲ, ମଧୁବାବୁ ପେନସନ- କିଏ କରିଛି? ସବୁର ଉତ୍ତର କେବଳ [...]
Odiaନୂଆ ଫୌଜଦାରୀ ଆଇନ ବିରୋଧରେ ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ତିନି ନୂଆ ଫୌଜଦାରୀ ଆଇନକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ତିନି ଫୌଜଦାରୀ ଆଇନ ହେଉଛି ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଏବଂ ସାକ୍ଷ୍ୟ ଆଇନ । ବିଶାଳ ତିୱାରୀ ନାମକ ଜଣେ ଓକିଲ ଏହି ତିନି ଆଇନକୁ ଚ୍ୟାଲେଞ୍ଜ କରିଥିଲେ। ଏହି ତିନି ନୂଆ ଆଇନର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କରିବାକୁ ଆବେଦନକାରୀ ଦାବି କରିଥିଲେ। ସେ ଯୁକ୍ତି [...]
କନ୍ଧମାଳରେ ମତଦାନ ଜାରି: ୮ ସାଂସଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ
ଫୁଲବାଣୀ: କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନ୍ଧମାଳ ଜିଲ୍ଲାର ୩, ବୌଦ୍ଧ ଜିଲ୍ଲାର ୨ଟି, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ଗୋଟିଏ ଲେଖାଏଁ ବିଧାନସଭା ଆସନରେ ମତଦାନ ଜାରି ରହିଛି। କନ୍ଧମାଳ ଜିଲ୍ଲାର ଫୁଲବାଣୀ, ବାଲିଗୁଡ଼ା ଓ ଜି.ଉଦୟଗିରି, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ବୌଦ୍ଧ ଜିଲ୍ଲାର ବୌଦ୍ଧ ଓ କଣ୍ଟାମାଳ ବିଧାନସଭା କ୍ଷେତ୍ରର ପ୍ରାର୍ଥୀଙ୍କ ଭାଗ୍ୟ ଆଜି ନିର୍ଦ୍ଧାରଣ କରାଯାଉଛି। ମୋଟ ୮ ଜଣ ସାଂସଦ ପ୍ରାର୍ଥୀଙ୍କ ନିୟତି ଧାର୍ଯ୍ୟ କରୁଛନ୍ତି [...]
Odiaଅବସରପ୍ରାପ୍ତ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ
ଭୁବନେଶ୍ୱର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମାଲକାନଗିରିର ଅବସରପ୍ରାପ୍ତ ମୃତ୍ତିକା ସଂରକ୍ଷଣ ଅଧିକାରୀ ଦାଶରଥୀ ତ୍ରିପାଠୀଙ୍କ ସମ୍ପତ୍ତି ଜବତ କରାଯାଇଛି। ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟଙ୍କ ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ଅବସରପ୍ରାପ୍ତ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ୧ କୋଟି ୭ ଲକ୍ଷ ୬୬ ହଜାର ୪୩୦ ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରାଯାଇଛି। ଦାଶରଥୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ ବିଭାଗ । [...]
ଆସିକା ଲୋକସଭା ଆସନରେ ଉତ୍ସାହଜନକ ଭୋଟିଂ
ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆଜି ଜାରି ରହିଛି। ଆସିକା ଲୋକସଭା ଆସନ ଓ ଏଥିଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ହିଞ୍ଜିଳି, ସାନଖେମୁଣ୍ଡି, ଆସିକା, ପୋଲସରା, କବିସୂର୍ଯ୍ୟନଗର, ସୋରଡ଼ା ଓ ଖଲ୍ଲିକୋଟରେ ମତଦାନ ଜାରି ରହିଛି। ଏଥିସହ କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଧାନସଭା କ୍ଷେତ୍ରରେ ମଧ୍ୟ ଭୋଟିଂ ଚାଲିଛି। ଆସିକା ସାଂସଦ ପ୍ରାର୍ଥୀ ୪ ଜଣ ଓ ଉପରୋକ୍ତ ୮ଟି ବିଧାନସଭା ଆସନର ୪୧ ଜଣ ପ୍ରାର୍ଥୀଙ୍କ [...]
Odiaଦ୍ୱିତୀୟ ପର୍ଯ୍ୟାୟ ମତଦାନ: ଦିନ ଗୋଟାଏ ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ
ଭୁବନେଶ୍ୱର – ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରାୟତଃ ଶାନ୍ତି ଶୃଙ୍ଖଳାରେ ଚାଲିଛି । ଆଜି ୫ଟି ଲୋକସଭା ଓ ଅଧୀନସ୍ଥ ୨୮ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ଚାଲିଛି । ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହାର ଉପରେ ସମସ୍ତଙ୍କର ନଜର ରହିଛି। ଦିନ ଗୋଟାଏ ସୁଦ୍ଧା ମତଦାନ ହାର ୩୫.୩୧ ପ୍ରତିଶତ ରହିଛି। ବରଗଡରେ ସର୍ବାଧିକ ୩୮ ଦଶମିକ ୧୮ ପ୍ରତିଶତ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୩୬.୩୨ ପ୍ରତିଶତ, କନ୍ଧମାଳରେ ୩୫.୦୯ ପ୍ରତିଶତ, ଆସ୍କାରେ ୩୪.୩୮ [...]
