Odiaଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ନ କରିବାରୁ ସାଂସଦ ଜୟନ୍ତ ସିହ୍ନାଙ୍କୁ ବିଜେପିର କାରଣ ଦର୍ଶାଅ ନୋଟିସ୍
ରାଞ୍ଚି: ଝାଡ଼ଖଣ୍ଡର ହଜାରିବାଗ ଲୋକସଭା ଆସନ ପାଇଁ ମେ ୨୦ରେ ଅନୁଷ୍ଠିତ ମତଦାନ ବେଳେ ଭୋଟ୍ ନ ଦେବା ଏବଂ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ନ କରିବାରୁ ବିଜେପି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଜୟନ୍ତ ସିହ୍ନାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ସିହ୍ନାଙ୍କୁ ୨ ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ କହିଛି ଦଳ। ଜୟନ୍ତ ସିହ୍ନା ସମ୍ପ୍ରତି ହଜାରିବାଗ ସାଂସଦ ଅଛନ୍ତି। ସେ ମୋଦି ସରକାରରେ ମନ୍ତ୍ରୀ ବି ରହିଥିଲେ। କିନ୍ତୁ [...]
Odiaକାଲି ସୃଷ୍ଟି ହେବ ଲଘୁଚାପ: ୨୪ ଓ ୨୫ ତାରିଖରେ କିଛି ଜିଲ୍ଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର – ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ୨୪ରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୨୩ ତାରିଖ ସକାଳୁ ସମୁଦ୍ର ଅଶାନ୍ତ ରହିବ ।ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା। ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ୨୩ ସୁଦ୍ଧା କୂଳକୁ ଫେରିବାକୁ କୁହାଯାଇଛି। ଲଘୁଚାପ ପ୍ରଭାବରେ ୨୪ ଓ ୨୫ ତାରିଖରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ [...]
Odiaରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ୬୭ ଦଶମିକ ୫୯ ପ୍ରତିଶତ
ଭୁବନେଶ୍ବର – ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ୬୭ ଦଶମିକ ୫୯ ପ୍ରତିଶତ ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହାର କମ୍ ରହିଛି। ପ୍ରଥମ ପର୍ଯ୍ୟାୟରେ ମତଦାନ ହାର ୭୪ ପ୍ରତିଶତରୁ ଅଧିକ ରହିଥିଲା। ସୋମବାର ରାଜ୍ୟର ୫ ଲୋକସଭା କ୍ଷେତ୍ର ଏବଂ ଏସବୁ ଅନ୍ତର୍ଗତ ୩୫ ବିଧାନସଭା ଆସନରେ ମତଦାନ ହୋଇଥିଲା। ବରଗଡ଼ ଲୋକସଭା ଆସନରେ ସର୍ବାଧିକ [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ଚଲୀ ସୁହାବନି ତ୍ରିବିଧ ବୟାରୀ। କାମ କୃସାନୁ ବଢାବନିହାରୀ ॥ ରଂଭାଦିକ ସୁର ନାରି ନବୀନା । ସକଲ ଅସମସର କଲା ପ୍ରବୀନା ॥ ଭାବାର୍ଥ :- ମନରେ କାମାଗ୍ନିକୁ ଉତ୍ତେଜିତ କରିବା ପାଇଁ ତିନିପ୍ରକାରର ଶୀତଳ, ମଳୟ ସୁଗନ୍ଧିତ ପବନ ବୋହିବାକୁ ଲାଗିଲା । ରମ୍ଭା ଆଦି ସୁନ୍ଦରୀ ନବ ଯୁବତୀ ଦେବାଙ୍ଗନା ମାନେ, ଯେଉଁମାନେ ସମସ୍ତେ କାମକଳାରେ ନିପୁଣ ଥିଲେ ଆସିଲେ ।
Odiaଗୀତା ଉପଦେଶ: ସମଦର୍ଶିତାରେ ସ୍ଥିତ,ସେମାନେ ଜନ୍ମ ମୃତ୍ୟୁର ଚକ୍ରକୁ ଏହି ଜନ୍ମରେ ହିଁ ଜୟ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଇହୈବ ତୈର୍ଜିତଃ ସର୍ଗୋ ଯେଷାଂ ସାମ୍ୟେ ସ୍ଥିତଂ ମନଃ। ନିର୍ଦୋଷଂ ହି ସମଂ ବ୍ରହ୍ମ ତସ୍ମାଦ୍ ବ୍ରହ୍ମଣି ତେ ସ୍ଥିତାଃ।* ଅର୍ଥାତ:- ଯେଉଁମାନଙ୍କର ମନ ସମଦର୍ଶିତାରେ ସ୍ଥିତ,ସେମାନେ ଜନ୍ମ ମୃତ୍ୟୁର ଚକ୍ରକୁ ଏହି ଜନ୍ମରେ ହିଁ ଜୟ କରିଥାନ୍ତି। ସେମାନେ ଭଗବାନମାନଙ୍କର ବିଶୁଦ୍ଧ ଗୁଣ ଯୁକ୍ତ ହୋଇ ପରମ ସତ୍ୟରେ ସ୍ଥିତ ରହନ୍ତି। (ଗୀତା୫/୧୯)
Odiaପଞ୍ଚମ ପର୍ଯ୍ୟାୟରେ ୫୭ ପ୍ରତିଶତରୁ ଅଧିକ ମତଦାନ
ନୂଆଦିଲ୍ଲୀ: ଶେଷ ହୋଇଛି ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ। ଏହି ପର୍ଯ୍ୟାୟରେ ସୋମବାର ୬ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ୪୯ ଆସନରେ ଭୋଟ ଗ୍ରହଣ ହୋଇଥିବା ବେଳେ ମତଦାନ ହାର ୫୭ ପ୍ରତିଶତରୁ ଅଧିକ ରହିଛି। ପଶ୍ଚିମବଙ୍ଗର କିଛି ସ୍ଥାନରେ ହିଂସାକୁ ଛାଡ଼ି ପଞ୍ଚମ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ମହାରାଷ୍ଟ୍ରର ସର୍ବନିମ୍ନ ୪୮.୮୮ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ବେଳେ ପଶ୍ଚିମବଙ୍ଗର ସର୍ବାଧିକ ୭୩ ପ୍ରତିଶତ ମତଦାନ ରେକର୍ଡ [...]
‘ମହାପ୍ରଭୁ ଜଗନ୍ନାଥ ମୋଦିଙ୍କ ଭକ୍ତ’ ମନ୍ତବ୍ୟକୁ ନେଇ ସମ୍ବିତ ପାତ୍ରଙ୍କୁ ଚାରିଆଡୁ ଭର୍ତ୍ସନା, ଜାତୀୟ ସ୍ତରରେ ନିନ୍ଦା
‘ମହାପ୍ରଭୁ ଜଗନ୍ନାଥ ମୋଦିଙ୍କ ଭକ୍ତ’ ମନ୍ତବ୍ୟକୁ ନେଇ ସମ୍ବିତ ପାତ୍ରଙ୍କୁ ଚାରିଆଡୁ ଭର୍ତ୍ସନା, ଜାତୀୟ ସ୍ତରରେ ନିନ୍ଦା
ଭୁବନେଶ୍ୱର – ଓଡ଼ିଆ ଅସ୍ମିତା ନେଇ ବିଜେପି ନେତାମାନେ ବଡ ବଡ଼ କଥା କହି ବାରମ୍ବାର ନିନ୍ଦିତ ଓ ଲଜ୍ଜିତ ହୋଇଛନ୍ତି। ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ବିଜେପି ନେତା ଶସ୍ତା ରାଜନୀତି କରୁଥିବାର ବି ଅନେକ ନଜିର ରହିଛି। ହେଲେ ଗୈରିକ ପାର୍ଟିର ଜାତୀୟ ମୁଖପାତ୍ର ତଥା ପୁରୀ ଲୋକସଭା ଆସନର ପ୍ରାର୍ଥୀ ସମ୍ବିତ ପାତ୍ର ନିଜ ନେତାଙ୍କ ପ୍ରଶଂସା ସ୍ତବକ ଗାନ କରି ସବୁ ସୀମା ଟପିଯାଇଛନ୍ତି । ଜଗତର ନାଥ [...]
Odiaସମ୍ଭାବ୍ୟ ଲଘୁଚାପ : ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି କଲେ ଏସଆରସି
ଭୁବନେଶ୍ୱର – ବଙ୍ଗୋପ ସାଗରରେ ଚଳିତ ମାସ ୨୨ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଦୃଷ୍ଟିରୁ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର – ଏସଆରସି । ମେ’୨୩ରୁ ମାଛ ମାରିବା ପାଇଁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ କୁହାଯାଇଛି। ଏ ନେଇ ଏସଆରସି ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ [...]
Odiaରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶେଷ, ୩୦୫ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଇଭିଏମରେ ସିଲ୍
ଭୁବନେଶ୍ୱର – ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରାୟତଃ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ମଧ୍ୟ ମତଦାନ ହାର ଅଧିକ ରହିବା ଆଶା କରାଯାଉଛି। ସଂଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ମତଦାନ ହାର ୬୦ ଦଶମିକ ୫୫ ପ୍ରତିଶତ ଥିଲା । ଏହି ସଂଖ୍ୟା ଆହୁରି ବଢିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ବମ୍ପର ଭୋଟିଂ ହୋଇଥିଲା । ୭୪ [...]
ବିଜେପିର ପୁରୀ ଲୋକସଭା ପ୍ରାର୍ଥୀଙ୍କ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କିତ ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

Odiaବିଜେପିର ପୁରୀ ଲୋକସଭା ପ୍ରାର୍ଥୀଙ୍କ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କିତ ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କିତ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଜଗତର ନାଥ । ତାଙ୍କୁ ଜଣେ ମଣିଷର ଭକ୍ତ ବୋଲି ଅଭିହିତ କରିବା ସ୍ୱୟଂ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅପମାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅପମାନଜନକ ମନ୍ତବ୍ୟ ଓଡ଼ିଶା ଓ ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଭାବନା ପ୍ରତି କୁଠାରାଘାତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। [...]
