Odiaଭୁବନେଶ୍ବରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର : କିଛି କାମ କରିନଥିବାରୁ ସାଂସଦଙ୍କୁ ଟାର୍ଗେଟ
ଭୁବନେଶ୍ୱର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଭୁବନେଶ୍ୱରରେ ଦଳ ପାଇଁ ପ୍ରଚାର କରିଛନ୍ତି। ସେ କହିଛନ୍ତି ଯେ, ବିଜେଡି ଏକମାତ୍ର ରାଜନୈତିକ ଦଳ ଯିଏ କି ନିର୍ବାଚନ ଇସ୍ତାହାରରେ ମଧ୍ୟବିତ୍ତ ଲୋକମାନଙ୍କ ଉନ୍ନତିକୁ ସ୍ଥାନ ଦେଇଛି । ସମସ୍ତଙ୍କୁ ବିଏସକେୱଇରେ ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବ ଦଳ । ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କ ପାଇଁ ଏଭଳି ସୁବିଧା ଆଉ କେଉଁଠି ନାହିଁ । ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାଉସିଂ ଲୋନ୍ [...]
Odiaମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ କୌଣସି ଆଶ୍ବସ୍ତି ମିଳିନାହିଁ। ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ସେ ତଳକୋର୍ଟ ରାୟ ବିରୋଧରେ ହାଇକୋର୍ଟ ଯାଇଥିଲେ । ତଳକୋର୍ଟ ଏପ୍ରିଲ ୩୦ରେ ତାଙ୍କ ଜାମିନ ନାମଞ୍ଜୁର କରିଦେଇଥିଲେ। ଅନ୍ୟପକ୍ଷରେ ରାଉଜ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମିଆଦ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି [...]
Odiaପ୍ରଥମ ଥର ୭୪ ହଜାର ଟପିଲା ସୁନା ଦର, ରୁପା ୯୦ ହଜାର ପାର
ନୂଆଦିଲ୍ଲୀ: ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଏବଂ ରୁପା ଦର। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ)ର ୱେବସାଇଟ ଅନୁଯାୟୀ, ଆଉ ୮୩୯ ଟଙ୍କା ବୃଦ୍ଧି ସହ ୧୦ ଗ୍ରାମ ପିଛା ସୁନା ଦର ୭୪,୨୨୨ ଟଙ୍କା ହୋଇଯାଇଛି। ସୁନା ଦର ପ୍ରଥମ ଥର ୭୪ ହଜାର ଟପିଛି । ରୁପା ଦର ମଧ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି | ରୁପା ଆଉ ୬,୦୭୧ ଟଙ୍କା ମହଙ୍ଗା ହୋଇ କିଲୋଗ୍ରାମ ପିଛା ୯୨,୪୪୪ ଟଙ୍କାରେ [...]
Odiaମମତା ବାନାର୍ଜୀଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଅଭିଯୋଗ, ବିଜେପି ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କୁ ୨୪ ଘଣ୍ଟା ପ୍ରଚାର ମନା
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଅଭିଯୋଗରେ ନିର୍ବାଚନ କମିଶନ ମଙ୍ଗଳବାର କଲିକତା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ବିଜେପି ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କୁ ୨୪ ଘଣ୍ଟା ପାଇଁ ପ୍ରଚାରରୁ ବାରଣ କରିଛନ୍ତି। ଗଙ୍ଗୋପାଧ୍ୟାୟ ମେ ୧୫ରେ ପଶ୍ଚିମବଙ୍ଗର ହଲଦିଆରେ ଏକ ନିର୍ବାଚନୀ ସଭାରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ।ଗଙ୍ଗୋପାଧ୍ୟାୟଙ୍କ ବିରୋଧରେ ପ୍ରଚାର କଟକଣା ଅବଧି ମଙ୍ଗଳବାର ଅପରାହ୍ନ ୫ଟାରୁ ଲାଗୁ ହେବ । ଅଭିଜିତ [...]
Odiaପାଟଣାରେ ପାଣ୍ଡିଆନଙ୍କ ପ୍ରଚାର : କହିଲେ, ଆଦିବାସୀଙ୍କ ଉନ୍ନତି ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ପାଟଣାରେ ନିର୍ବାଚନ ପ୍ରଚାର କରି ଦଳ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି। ସେ ଏଠାରେ ଏକ ଜନସଭାକୁ ସମ୍ବୋଧନ କରିଥିଲେ। ଖାଇବା ସମୟରେ ଏତେ ଡେରି ପର୍ଯ୍ୟନ୍ତ ଅପେକ୍ଷା କରିଥିବାରୁ ଲୋକଙ୍କ ପାଖରେ ସେ ଋଣୀ ବୋଲି ପାଣ୍ଡିଆ ନ କହିଥିଲେ। ଜନସଭାରେ ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ଆଦିବାସୀମାନେ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ।ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ ଜାଗିରା ଓ [...]
Odiaପୁଣେ ହିଟ୍ ଆଣ୍ଡ୍ ରନ୍ ମାମଲା: ଅଭିଯୁକ୍ତର ବାପା ଗିରଫ
ପୁଣେ: ବହୁ ଚର୍ଚ୍ଚିତ ପୁଣେ ହିଟ୍ ଆଣ୍ଡ୍ ରନ୍ ମାମଲାରେ ପୋଲିସ ନାବାଳକ ଅଭିଯୁକ୍ତର ବାପା ବିଶାଲ ଅଗ୍ରୱାଲଙ୍କୁ ଛତ୍ରପତି ସମ୍ଭାଜିନଗର (ଔରଙ୍ଗାବାଦ)ରୁ ମଙ୍ଗଳବାର ଗିରଫ କରିଛି। ଏହାଛଡ଼ା ଅଭିଯୁକ୍ତ ଯେଉଁ ବାରରେ ମଦ ପିଇଥିଲା ତାହାର ମାଲିକ ଏବଂ ମ୍ୟାନେଜରଙ୍କୁ ମଧ୍ୟ ଗିରଫ କରାଯାଇଛି। ଅଭିଯୁକ୍ତର ବାପା ବିଶାଳ ଅଗ୍ରୱାଲ ପୁଣେ ସହରର ଜଣେ ଜଣାଶୁଣା ବିଲଡର। ମେ ୧୯ରେ ଅଭିଯୁକ୍ତ ନାବାଳକ ଜଣକ ବେପରୁଆ ଭାବରେ ଏକ ଲଗଜରୀ ପୋର୍ସ କାର୍ ଚଳାଇବା ସହ [...]
Odiaଚାରି ବିଧାୟକଙ୍କୁ ବିଧାନସଭା ସଚିବାଳୟରୁ ନୋଟିସ
ଭୁବନେଶ୍ୱର – ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ୪ ଜଣ ବିଧାୟକଙ୍କୁ ବାଚସ୍ପତି ନୋଟିସ ଦେଇଛନ୍ତି। ବିଧାୟିକା ସୀମାରାଣୀ ନାୟକ, ରମେଶ ସାଏ, ପର୍ଶୁରାମ ଧଡା ଓ ସମୀର ରଞ୍ଜନ ଦାସଙ୍କୁ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ବିଧାନସଭା ସଚିବାଳୟ ପକ୍ଷରୁ ନୋଟିସ ଜାରି କରାଯାଇଛି। ସେମାନଙ୍କ ବିଧାୟକ ପଦ କାହିଁକି ରଦ୍ଦ ନହେବ, ସେ ନେଇ ଆସନ୍ତା ୨୭ ତାରିଖ ସୁଦ୍ଧା ଜବାବ ଦେବାକୁ ନୋଟିସ ଜାରି ହୋଇଛି। ସରକାରୀ ଦଳ ମୁଖ୍ୟ [...]
Odiaକରଞ୍ଜିଆରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର
ଭୁବନେଶ୍ୱର – ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ଆଜି ନିର୍ବାଚନ ପ୍ରଚାର କରିଛନ୍ତି ବିଜେଡିର ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ। ଦେଇଛନ୍ତି ବିକାଶର ହିସାବ । ଏକ ଜନସଭାକୁ ସମ୍ବୋଧିତ କରିଥିଲେ ପାଣ୍ଡିଆନ । ଠାକୁରମୁଣ୍ଡା-କରଞ୍ଜିଆ ସହିତ ତାଙ୍କ ସମ୍ପର୍କ ବହୁତ ପୁରୁଣା ବୋଲି ସେ କହିଥିଲେ। ୨୦ ବର୍ଷ ତଳେ ଏଠାରେ ଭଲ ରାସ୍ତା ନଥିଲା । ଜଙ୍ଗଲ ଭିତରେ ଲୋକମାନେ ବହୁତ ଅସୁବିଧାରେ ଯିବା ଆସିବା କରୁଥିଲେ । ଆଜି ମୁଖ୍ୟମନ୍ତ୍ରୀ ଏ ଅଞ୍ଚଳର ବହୁ [...]
Odiaଚମ୍ପୁଆରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର: ଦେଲେ ବିକାଶର ହିସାବ, ବିରୋଧୀଙ୍କୁ କଲେ ଟାର୍ଗେଟ
ଭୁବନେଶ୍ୱର – କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ଚମ୍ପୁଆ ବିଧାନସଭା କ୍ଷେତ୍ରରେ ବିଜେଡି ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ। ଏକ ଜନସଭାକୁ ସମ୍ବୋଧନ କରି ପାଣ୍ଡିଆନ କହିଛନ୍ତି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପି ବିରୋଧ କରି ହାଇକୋର୍ଟ, ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସେମାନେ ବିଫଳ ହେଲେ ଏବଂ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ସଫଳ ହେଲେ [...]
Odiaଆଜି ପ୍ରଥମ କ୍ବାଲିଫାୟର: କେକେଆର୍-ସନରାଇଜର୍ସ ମୁହାଁମୁହିଁ
ଅହମ୍ମଦାବାଦ: ଆଇପିଏଲର ପ୍ଲେ ଅଫ୍ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେଉଛି । ମଙ୍ଗଳବାର ଏଠାରେ ଖେଳାଯିବାକୁ ଥିବା ପ୍ରଥମ କ୍ବାଲିଫାୟର ମ୍ୟାଚରେ ଟେବୁଲ୍ ଟପ୍ପର କୋଲକାତା ନାଇଟ୍ ରାଇଡର୍ସ ଓ ଦ୍ବିତୀୟ ସ୍ଥାନରେ ରହିଥିବା ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ। ଏହା ଏକ ହାଇସ୍କୋରିଂ ମ୍ୟାଚ୍ ହେବ ବୋଲି ଆଶା କରାଯାଉଥିବା ବେଳେ ପ୍ରଶଂସକଙ୍କୁ ଏକ ରୋମାଞ୍ଚକ ଲଢ଼େଇ ଦେଖିବାକୁ ମିଳିବ। ଚଳିତ ବର୍ଷ କେକେଆର୍ ପ୍ରଥମ ଦଳ ଭାବେ ଆଇପିଏଲ୍ ପ୍ଲେ ଅଫରେ ପହଞ୍ଚିଥିଲା। ଶେଷ [...]
