Odiaଆଜି ରାଜସ୍ଥାନ ରୟାଲ୍ସ – ଆରସିବି ଏଲିମିନେଟର
ଅହମ୍ମଦାବାଦ: ଆଇପିଏଲ୍ ପ୍ଲେ ଅଫ ପର୍ଯ୍ୟାୟରେ ବୁଧବାର ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏଲିମିନେଟର ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚରେ ପରାଜିତ ଦଳ ବିଦା ହେବାକୁ ଥିବା ବେଳେ ବିଜୟୀ ଦଳ ପ୍ରଥମ କ୍ବାଲିଫାୟରରେ ହାରିଥିବା ସନରାଇଜର୍ସ ହାଇଦ୍ରାବାଦକୁ କ୍ବାଲିଫାୟର-୨ରେ ଭେଟିବ। ସଞ୍ଜୁ ସାମସନଙ୍କ ନେତୃତ୍ଵାଧୀନ ରାଜସ୍ଥାନ ରୟାଲ୍ସ ଏକଦା ଟପ୍-୨ ସ୍ଥାନରେ ରହିବ ବୋଲି ମନେ ହେଉଥିଲା। ହେଲେ ଲଗାତାର ଚାରିଟି ପରାଜୟ ଏବଂ କେକେଆର ବିପକ୍ଷ ଶେଷ ଲିଗ୍ [...]
Odiaପୁଣେ କାର୍ ଦୁର୍ଘଟଣା: ନାବାଳକ ଅଭିଯୁକ୍ତକୁ ମଦ ଯୋଗାଇଥିବା ଦୁଇ ରେଷ୍ଟୁରାଣ୍ଟ ସିଲ୍
ପୁଣେ: ପୁଣେ କାର୍ ଦୁର୍ଘଟଣା ମାମଲାର ନାବାଳକ ଅଭିଯୁକ୍ତକୁ ମଦ ଯୋଗାଇଥିବା ଅଭିଯୋଗରେ ମହାରାଷ୍ଟ୍ର ଅବକାରୀ ବିଭାଗ ସହରର ଦୁଇଟି ରେଷ୍ଟୁରାଣ୍ଟକୁ ସିଲ୍ କରିଛି । କାର ଦୁର୍ଘଟଣା ଘଟାଇବା ପୂର୍ବରୁ ଅଭିଯୁକ୍ତ ତା’ର ସାଙ୍ଗେ ମାନଙ୍କ ସହ ଏହି ଦୁଇ ବାରରେ ମଦ ପିଇଥିଲା । ଜଣେ ୧୭ ବର୍ଷୀୟ ଯୁବକ ରବିବାର ରାତିରେ ନିଶାସକ୍ତ ଅବସ୍ଥାରେ ନିଜ ଲଗଜରୀ ପୋର୍ସ କାର୍ ଡ଼୍ରାଇଭିଂ କରି ଫେରୁଥିବା ବେଳେ ପୁଣେର କଲ୍ୟାଣନଗର ଅଞ୍ଚଳରେ ଦୁଇ ବାଇକ୍ [...]
Odiaବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୪ ବେଳକୁ ଅବପାତ
ଭୁବନେଶ୍ୱର – ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ଓ ତତ୍ ସଂଲଗ୍ନ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ୨୪ ତାରିଖ ସକାଳେ ଡିପ୍ରେସନ୍ ବା ଅବପାତରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ [...]
Odiaଏଫ୍ଏସ୍ଏସ୍ଏଆଇ ଯାଞ୍ଚରେ ‘ଏମଡିଏଚ୍’, ‘ଏଭରେଷ୍ଟ’ ମସଲାରେ ମିଳିଲାନି ଇଥିଲିନ ଅକ୍ସାଇଡ୍
ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ସୁରକ୍ଷା ନିୟାମକ (ଏଫ୍ଏସ୍ଏସ୍ଏଆଇ) ଦ୍ବାରା ଯାଞ୍ଚରେ ଦୁଇଟି ଅଗ୍ରଣୀ ମସଲା ବ୍ରାଣ୍ଡ ‘ଏମଡିଏଚ୍’ ଏବଂ ‘ଏଭରେଷ୍ଟ’ର ନମୁନାରେ ଇଥିଲିନ ଅକ୍ସାଇଡର ଅଂଶ ମିଳିନାହିଁ। ଦେଶର ୨୮ଟି ସ୍ୱୀକୃତିପ୍ରାପ୍ତ ପରୀକ୍ଷାଗାରରେ ଏହି ଦୁଇଟି ମସଲା ବ୍ରାଣ୍ଡର ନମୁନା ଯାଞ୍ଚ୍ କରାଯାଇଥିଲା। ଅନ୍ୟ ୬ଟି ପରୀକ୍ଷାଗାରରୁ ମିଳିଥିବା ରିପୋର୍ଟ ବିଚାରାଧୀନ ଥିବା କୁହାଯାଇଛି । ଗତ ମାସରେ ହଂକଂ ଏବଂ ସିଙ୍ଗାପୁରରେ ‘ଏମଡିଏଚ୍’ ଓ ‘ଏଭରେଷ୍ଟ’ ମସଲା ଗୁଣ୍ଡର ବିକ୍ରି ଓ ବ୍ୟବହାର ଉପରେ ବ୍ୟାନ [...]
Odiaଆଜି ଚାରିଟି ଜାଗାରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ
ଭୁବନେଶ୍ୱର – ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି। ବିଜେଡିର ଏକ ନମ୍ବର ତାରକା ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ପାଇଁ ମାରାଥନ ପ୍ରଚାର କରୁଛନ୍ତି। ଆଜି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ସ୍ୱତନ୍ତ୍ର ହେଲିକପ୍ଟରରେ ଖୋର୍ଦ୍ଧା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ହାବେଳି ପଡିଆରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ଲାଗି ଆଶୀର୍ବାଦ ଲୋଡିବେ। ଏହାପରେ ନୟାଗଡ ଷ୍ଟାଡିୟମରେ ପହଂଚି ପ୍ରଚାର କରିବେ। [...]
Odiaହାଇଦ୍ରାବାଦକୁ ହରାଇ ଫାଇନାଲରେ କେକେଆର୍
ଅହମ୍ମଦାବାଦ: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଆଇପିଏଲର ପ୍ରଥମ କ୍ବାଲିଫାୟରରେ ସହଜ ବିଜୟ ସହ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯାଇଥିବା ପ୍ରଥମ କ୍ବାଲିଫାୟରରେ କେକେଆର୍ ୮ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଶେଷଥର ଦଳ ୨୦୨୧ ସିଜନରେ ଫାଇନାଲ ଖେଳିଥିଲା | ପ୍ରଥମ କ୍ବାଲିଫାୟର ହାରି ଯାଇଥିଲେ ମଧ୍ୟ ହାଇଦ୍ରାବାଦ କ୍ୱାଲିଫାୟର-୨ ଜିତି ଫାଇନାଲରେ ପ୍ରବେଶ କରିବାକୁ ସୁଯୋଗ ପାଇବ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା [...]
Odiaଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ: ଧର୍ମୀୟ ବିଶ୍ୱାସରେ ନୃସିଂହ ବ୍ରତ କଲେ ଦୀର୍ଘାୟୁ, ଧନ, ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ
ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ହିନ୍ଦୁ ଧର୍ମାବଲମ୍ବୀଙ୍କଦ୍ୱାରା ପାଳନ କରାଯାଏ । ଲୋକ ବିଶ୍ୱାସ ଅନୁସାରେ ବିଷ୍ଣୁଙ୍କର ଦଶାବତାର ମଧ୍ୟରେ ନୃସିଂହ ଚତୁର୍ଥ ଅବତାର ଅଟନ୍ତି । ନର (ମଣିଷ) ଓ ସିଂହର ମିଶ୍ରଣକୁ ନୃସିଂହ କୁହାଯାଏ । ସିଂହର ମସ୍ତକ ଓ ମନୁଷ୍ୟ ଶରୀର ଧାରଣ କରି ନୃସିଂହ ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀରେ ଆବିର୍ଭାବ ହୋଇଥିଲେ । ଭକ୍ତ ପ୍ରହ୍ଲାଦଙ୍କୁ ନିର୍ଯାତନା ମୁକ୍ତ କରିବା ପାଇଁ ନୃସିଂହ ରୂପରେ ସ୍ତମ୍ଭରୁ ବାହାରି [...]
Odiaଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
॥ ଅଯୋଧ୍ୟା କାଣ୍ଡ ॥ ରାମହି ଦେଉଁ କାଲି ଜୁବରାଜୂ । ସେହି ସୁଲୋଚନି ମଂଗଲ ସାଜୂ ॥ ଦେଖି ଉଠେଉ ସୁନି ହୃଦୟ କଠୋରୂ । ଜନୁ ଛୁଇ ଗୟଉ ପାକ ବରତୋରୂ ॥ ଭାବାର୍ଥ :- ରାଜା ଦଶରଥ କହିଲେ, ହେ ସୁନୟନୀ ! ମୁଁ ଆସନ୍ତାକାଲି ଶ୍ରୀରାମଙ୍କୁ ଯୁବରାଜ ପଦରେ ଅଭିଷିକ୍ତ କରୁଛି, ସେଥିପାଇଁ ତୁମେ ମଙ୍ଗଳମୟ ସଜବାଜ ହୋଇ ପ୍ରସ୍ତୁତ ହୁଅ । ଏହି କଥା ଶୁଣି ରାଣୀ କୈକେୟୀଙ୍କ କଠୋର [...]
Odiaଗୀତା ଉପଦେଶ: ଭଗବତ୍ ପ୍ରାପ୍ତିର ଯାତ୍ରା ଶ୍ରଦ୍ଧାଠାରୁ ଆରମ୍ଭ ହୁଏ
ଶ୍ରୀମଦ୍ ଭଗବଦ୍ ଗୀତାରେ ଅର୍ଜ୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ଅସଫଳ ଯୋଗୀଙ୍କର ଭାଗ୍ୟ ସମ୍ପର୍କରେ ପଚାରୁଛନ୍ତି – ଅର୍ଜୁନ ଉବାଚ : ଅଯତିଃ ଶ୍ରଦ୍ଧୟୋପେତୋ ଯୋଗାଚ୍ଚଳିତମାନସଃ। ଅପ୍ରାପ୍ୟ ଯୋଗସଂସିଦ୍ଧିଂ କାଂ ଗତିଂ କୃଷ୍ଣ ଗଚ୍ଛତି। ଅର୍ଥାତ ଅର୍ଜୁନ କହିଲେ : ହେ ଶ୍ରୀକୃଷ୍ଣ! ଯେଉଁ ଯୋଗୀମାନେ ବିଶ୍ୱାସର ସହିତ ଏହି ମାର୍ଗରେ ଯାତ୍ରା ଆରମ୍ଭ କରନ୍ତି, କିନ୍ତୁ ଅସଂଯତ ମନ ଯୋଗୁଁ ଯଥେଷ୍ଟ ଉଦ୍ୟମ କରିପାରନ୍ତି ନାହିଁ, ସେମାନେ ଏହି ଜୀବନରେ ଯୋଗର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରନ୍ତି ନାହିଁ [...]
Odiaମେ’ ୨୩ରେ କଣ୍ଟାମାଳ ବିଧାନସଭା ଆସନର ୨ଟି ବୁଥରେ ହେବ ସାନି ମତଦାନ
ଭୁବନେଶ୍ୱର – ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ୨ଟି ବୁଥରେ ସାନି ମତଦାନ ହେବ। ଭାରତୀୟ ନିର୍ବାଚନ କମିଶନଙ୍କ ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୩ ତାରିଖ ଦିନ ଏହି ନିର୍ବାଚନ ମଣ୍ଡଳୀର ୨୬ ଓ ୨୮ ନମ୍ବର ବୁଥରେ ସାନି ମତଦାନ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଂଜ ବିହାରୀ ଧଳ ସୂଚନା ଜାରି କରିଛନ୍ତି। ମେ’ ୨୦ ତାରିଖରେ କନ୍ଧମାଳ ଲୋକସଭା ଆସଧ ଓ ଏହାର ଅଧୀନ ୭ଟି [...]
