ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ: ୨୦ରେ ୫ ଲୋକସଭା, ୩୫ ବିଧାନସଭା ଆସନରେ ଭୋଟ୍, ମଇଦାନରେ ୩୦୫ ପ୍ରାର୍ଥୀ

Odiaଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ: ୨୦ରେ ୫ ଲୋକସଭା, ୩୫ ବିଧାନସଭା ଆସନରେ ଭୋଟ୍, ମଇଦାନରେ ୩୦୫ ପ୍ରାର୍ଥୀ
ଭୁବନେଶ୍ୱର – ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆଜି ସଂଧ୍ୟାରେ ଶେଷ ହୋଇଛି। ଆସନ୍ତା ୨୦ ତାରିଖରେ ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ମତଦାନ କରାଯିବ। ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭା ଆସନ ଓ ଏସବୁ ଆସନ ଅଧୀନସ୍ଥ ବିଧାନସଭା ଆସନରେ ଭୋଟ୍ ପଡ଼ିବ । ଏଥିପାଇଁ ଜୋରଦାର ନିର୍ବାଚନ ପ୍ରଚାର କରିଛନ୍ତି ରାଜ୍ୟରେ ତିନି ପ୍ରମୁଖ ରାଜନୈତିକ ଦଳ । ବିଜେଡି [...]
Odiaକାଲି ଆପ୍ ନେତାଙ୍କ ସହ ବିଜେପି ମୁଖ୍ୟାଳୟକୁ ଯିବେ କେଜ୍ରିୱାଲ, ଗିରଫ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚ୍ୟାଲେଞ୍ଜ କଲେ
ନୂଆଦିଲ୍ଲୀ: ସ୍ବାତି ମାଲିଓ୍ବାଲ ମାରପିଟ୍ ମାମଲାରେ ବିଜେପିର ଆକ୍ରମଣ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କାଉଣ୍ଟର ଆଟାକ୍ କରିଛନ୍ତିି । ଆପର ଜାତୀୟ ଆବାହକ କହିଛନ୍ତିି, ଆସନ୍ତାକାଲି ଦିନ ୧୨ଟାରେ ଆପର ପ୍ରମୁଖ ନେତାଙ୍କ ସହ ସେ ବିଜେପି ମୁଖ୍ୟାଳୟକୁ ଯିବେ। ସେମାନଙ୍କୁ ଗିରଫ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତିି କେଜ୍ରିୱାଲ। କେଜ୍ରିୱାଲ କହିଛନ୍ତି, “ମୁଁ ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରେ ମୋ ଦଳର ସମସ୍ତ ନେତା ଓ ବିଧାୟକଙ୍କ ସହ ବିଜେପି [...]
Odiaବଙ୍ଗୋପସାଗରରେ ଆସନ୍ତା ୨୨ ବେଳକୁ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା
ଭୁବନେଶ୍ବର – ଚଳିତ ମାସ ୨୨ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୪ ତାରିଖ ଆଡ଼କୁ ଏହା ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୨ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ସମୁଦ୍ର ଭିତରେ ଧିରେ ଧିରେ ଦକ୍ଷିଣ-ପୂର୍ବ ଦିଗକୁ ଗତି କରି ଅବପାତର [...]
Odiaରେଢାଖୋଲରେ ଉନ୍ନତିମୂଳକ କାମର ହିସାବ ଦେଲା ବିଜେଡି, ସାଂସଦ ପାଣ୍ଠିର ଲୁଟ ନେଇ ଘେରିଲା
ସମ୍ୱଲପୁର ; ରାଜ୍ୟର ସବୁ ଅଞ୍ଚଳରେ ଲୋକେ କେମିତି ସମାନ ସୁବିଧା ପାଇବେ ଏଥିପ୍ରତି ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ସଚେତନ ଥାଆନ୍ତି । ବିଗତ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଶାସନରେ ଏହାହିଁ ମୂଳମନ୍ତ୍ର ହୋଇ ରହିଆସିଛି । ଉପାନ୍ତ ଅଞ୍ଚଳଠାରୁ ଆରମ୍ଭ କରି ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ସବୁ ସ୍ଥାନରେ ସବୁ କ୍ଷେତ୍ରରେ ଋପାନ୍ତରଣର ସ୍ପର୍ଶ ଲାଗିଥିବାବେଳେ ଏଥିରୁ ବାଦ ପଡିନି ସମ୍ବଲପୁର । ସମ୍ବଲପୁର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ [...]
Odiaପିପିଲି, ଡେଲାଙ୍ଗରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର
ଭୁବନେଶ୍ୱର – ବିଜେଡିର ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ବିଜେପିର ନେତାମାନଙ୍କୁ ପୁଣି ଥରେ ଟୁରିଷ୍ଟ ବୋଲି କହି ଟାର୍ଗେଟ କରିଛନ୍ତି । ଆଜି ପିପିଲି ଡେଲାଙ୍ଗରେ ନିର୍ବାଚନ ପ୍ରଚାର କରି ପାଣ୍ଡିଆନ କହିଛନ୍ତି ଯେ, ବିଜେପି ନେତା ସବୁ ଟୁରିଷ୍ଟ ଭଳି ଆସୁଛନ୍ତି, ସମୁଦ୍ରକୂଳ, ଜଗନ୍ନାଥ ମନ୍ଦିର ବୁଲି ଯିବା ବଦଳରେ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରିବା ସହ ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି ।ଓଡ଼ିଶାବାସୀ ସେମାନଙ୍କୁ ଉଚିତ ଜବାବ୍ ଦେବେ। ସାରା ଭାରତ ବର୍ଷ ଜାଣିଛି [...]
Odiaଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ, କଡ଼ା ସୁରକ୍ଷା
ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆଜି ଠାରୁ ଭଞ୍ଜନଗର ଓ ଛତ୍ରପୁରର ଡିସପୋଜାଲ୍ ସେଣ୍ଟରରୁ ଦୂରବର୍ତ୍ତୀ ଓ ଦୁର୍ଗମ ଗ୍ରାମାଞ୍ଚଳ ବୁଥ୍ ଗୁଡ଼ିକ ପାଇଁ ପୋଲିଂ ଅଫିସରଙ୍କୁ ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ବଳକା ବୁଥଗୁଡିକୁ ରବିବାର ସକାଳୁ ପୋଲିଂ ଷ୍ଟାଫଙ୍କୁ ପଠାଯିବ। ୧୯୩୭ ବୁଥ୍ କରାଯାଇଛି। ସେଥିରୁ ୪୨୦ ବୁଥକୁ ସମ୍ବେଦନଶୀଳ ବୋଲି ଘୋଷଣା [...]
Odiaସତ୍ୟବାଦୀ କଣାସରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର: କହିଲେ ନବୀନ ପୁଣି ହେବେ ମୁଖ୍ୟମନ୍ତ୍ରୀ, ବିଜୁଳି ବିଲ୍ ହେବ ଛାଡ
ଭୁବନେଶ୍ୱର – ପୁରୀ ସଂସଦୀୟ କ୍ଷେତ୍ରରେ ଆଜି ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସତ୍ୟବାଦୀ କଣାସ ଅଞ୍ଚଳରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗି ପାଣ୍ଡିଆନ କହିଛନ୍ତି ଯେ, ସୁଆଣ୍ଡୋରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତିପୀଠ, ଓଡ଼ିଆ ବିଶ୍ୱବିଦ୍ୟାଳୟ ଏବଂ ଅଞ୍ଚଳରେ ଅନେକ ରାସ୍ତା ଓ ସେତୁ ନିର୍ମାଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତି, ଚାଷୀଙ୍କ କଲ୍ୟାଣ ପାଇଁ କାଳିଆ, ଅସହାୟ [...]
Odiaଟି-୨୦ ବିଶ୍ୱକପ: ଅଧିକାଂଶ ଭାରତୀୟ ଖେଳାଳି ମେ ୨୫ରେ ନ୍ୟୁୟର୍କ ଯିବେ
ନୂଆଦିଲ୍ଲୀ: ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଭାରତର ଅଧିକାଂଶ କ୍ରିକେଟର ଏବଂ ସପୋର୍ଟ ଷ୍ଟାଫ୍ ମେ ୨୫ରେ ନ୍ୟୁୟର୍କ ଯିବେ । ଅବଶିଷ୍ଟ ସଦସ୍ୟ ଆଇପିଏଲ୍ ଫାଇନାଲ ପରେ ମେ ୨୬ରେ ଆମେରିକା ଗସ୍ତ କରିବେ। ପୂର୍ବରୁ କୁହାଯାଇଥିଲା ସେ ଭାରତୀୟ ଦଳର ଯେଉଁ ସଦସ୍ୟ ଆଇପିଏଲ୍ ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ କରିନାହାଁନ୍ତି ସେମାନେ ମେ ୨୧ ରେ ଆମେରିକା ଯିବେ । କିନ୍ତୁ ଏହି ଯୋଜନାରେ ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ସେମାନେ ମେ [...]
Odiaସ୍ବାତି ମାଲିୱାଲଙ୍କୁ ମାରପିଟ୍ ମାମଲାରେ କେଜ୍ରିୱାଲଙ୍କ ପିଏ ବିଭବ କୁମାର ଗିରଫ
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଆପ୍ ସାଂସଦ ସ୍ବାତି ମାଲିୱାଲଙ୍କୁ ମାରପିଟ୍ ମାମଲାରେ ଅଭିଯୁକ୍ତ ବିଭବ କୁମାରଙ୍କୁ ଶନିବାର ଦିଲ୍ଲୀ ପୋଲିସ ଗିରଫ କରିଛି। ବିଭବ କୁମାର ହେଉଛନ୍ତି ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ । ପୋଲିସ ତାଙ୍କୁ ଗିରଫ କରି ସିଭିଲ ଲାଇନ୍ସ ପୋଲିସ ଥାନା ନେଇଛି। ପଚରାଉଚରା ପରେ ବିଭବଙ୍କୁ କୋର୍ଟରେ ହାଜର କରାଯିବ। ମାଲିୱାଲଙ୍କ ଅଭିଯୋଗ ମୁତାବକ ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବା ପାଇଁ ମେ ୧୩ ତାରିଖ ସକାଳ [...]
Odiaକୃଷ୍ଣପ୍ରସାଦରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର : ବିକାଶ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ
ଭୁବନେଶ୍ୱର – ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ନିର୍ବାଚନ ପ୍ରଚାର କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ସ୍ଥାନୀୟ ମାଲୁଦ ମେଳଣ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ପାଣ୍ଡିଆନ ଯୋଗଦେଇ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ୍ ଲୋଡିଛନ୍ତି। ବିକାଶ ପ୍ରସଙ୍ଗରେ ବିରୋଧୀ ଦଳର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି ପାଣ୍ଡିଆନ। ପାଣ୍ଡିଆନ କହିଥିଲେ, ୨୦୧୪ରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼଼କରୀ ଓଡ଼ିଶା ଆସି ଚିଲିକା ଉପରେ ସେତୁ ନିର୍ମାଣ କରାଯିବ ବୋଲି କହିଥିଲେ। ହେଲେ ଏଯାଏ [...]
