Odiaଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଟ ୯୬୧୨ ପୋଲିଂ ବୁଥ୍ , ୭୯ ଲକ୍ଷରୁ ଅଧିକ ଭୋଟର
ଭୁବନେଶ୍ୱର – ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ଏହି ପର୍ଯ୍ୟାୟରେ ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ । ଏହି ପର୍ଯ୍ୟାୟରେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର ମତାଧିକାର ସାବ୍ୟସ୍ତ କରିପାରିବେ। ଏହି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ପାଇଁ ମୋଟ ୯ ହଜାର ୧୬୨ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ [...]
Odiaଆଜି ଥମିବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ହାଇଭୋଲଟେଜ ପ୍ରଚାର , ୨୦ରେ ଭୋଟ୍
ଭୁବନେଶ୍ୱର – ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆଜି ସଂଧ୍ୟାରେ ଶେଷ ହେଉଛି। ଆସନ୍ତା ୨୦ ତାରିଖରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭା ଆସନ ଓ ଏସବୁ ଆସନ ଅଧୀନସ୍ଥ ବିଧାନସଭା ଆସନରେ ଭୋଟ୍ ପଡ଼ିବ । ଏଥିପାଇଁ ଜୋରଦାର ନିର୍ବାଚନ ପ୍ରଚାର କରିଛନ୍ତି ରାଜ୍ୟରେ ତିନି ପ୍ରମୁଖ ରାଜନୈତିକ ଦଳ । [...]
Odiaଖଲ୍ଲିକୋଟ ହିଂସା: ଏସଆଇଟିର ତଦନ୍ତ ଆରମ୍ଭ
ଭୁବନେଶ୍ୱର – ଖଲ୍ଲିକୋଟ ପ୍ରାକ୍ ନିର୍ବାଚନୀ ହିଂସା ଓ ହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଛି ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଟିମ୍ – ଏସଆଇଟି । ଘଟଣାର ତଦନ୍ତ ପାଇଁ ମୃତକଙ୍କ ଗାଁ ଶ୍ରୀକୃଷ୍ଣଶରଣପୁର ଯିବ ଏସଆଇଟି । ମୃତକଙ୍କ ପରିବାରଙ୍କୁ ଭେଟି ପଚରାଉଚରା କରିବ ଟିମ୍ । ଏଣେ ଶ୍ରୀକୃଷ୍ଣଶରଣପୁରରେ ପୋଲିସ ପକ୍ଷରୁ ହୋଇଛି ଫ୍ଲାଗ ମାର୍ଚ୍ଚ କରାଯାଇଛି। ସୂଚନାଯୋଗ୍ୟ ଯେ, ବୁଧବାର ରାତିରେ ନିର୍ବାଚନ ପୋଷ୍ଟର ମାରିବାକୁ କେନ୍ଦ୍ର କରି ବିବାଦ ଉଗ୍ରରୂପ ନେଇଥିଲା । [...]
Odiaବସ୍ରେ ନିଆଁ ଲାଗି ୧୦ ଜୀବନ୍ତ ଦଗ୍ଧ
ଚଣ୍ଡିଗଡ଼: ହରିୟାଣାରେ ଏକ ଦୁଃଖଦ ଘଟଣା କ୍ରମେ ଏକ ଚଳନ୍ତା ବସରେ ନିଆଁ ଲାଗି ୧୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଶୁକ୍ରବାର ରାତି ପ୍ରାୟ ୧:୩୦ ମିନିଟରେ କୁଣ୍ଡଲି-ମାନେସର-ପାଲୱାଲ ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଘଟିଥିଲା। ଏହି ହୃଦୟ ବିଦାରକ ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି | ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ୨ ଜଣ ଆଖି ବୁଜିଥିଲେ। ଆହତ ଯାତ୍ରୀଙ୍କ [...]
Odiaସ୍ବାତି ମାଲିୱାଲଙ୍କ ବିରୋଧରେ ପାଲଟା ଅଭିଯୋଗ କଲେ କେଜ୍ରିୱାଲଙ୍କ ପିଏ
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ତଥା ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ସ୍ବାତି ମାଲିୱାଲଙ୍କ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ (ପିଏ) ବିଭବ କୁମାର ଏବେ ପାଲଟା ଅଭିଯୋଗ ଦାଖଲ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଭବ କୁମାର ତାଙ୍କୁ ମାଡ଼ ମାରିଥିଲେ ବୋଲି ମାଲିଓ୍ବାଲ ଅଭିଯୋଗ କରିଥିଲେ । ଏବେ ବିଭବ କୁମାର ମଧ୍ୟ ମାଲିଓ୍ବାଲଙ୍କ ବିରୋଧରେ ଦିଲ୍ଲୀର ସିଭିଲ ଲାଇନ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ [...]
Odiaପ୍ରଚାର ବେଳେ କହ୍ନେୟା କୁମାରଙ୍କ ଉପରେ ଆକ୍ରମଣ
ନୂଆଦିଲ୍ଲୀ: ପ୍ରଚାର ବେଳେ କଂଗ୍ରେସ ପ୍ରାର୍ଥୀ କହ୍ନେୟା କୁମାରଙ୍କ ଉପରେ ଆକ୍ରମଣ ହୋଇଛି । ଦିଲ୍ଲୀର ଉସମାନପୁର ଅଞ୍ଚଳରେ ଏହି ଘଟଣା ଘଟିଛି । ନିଜ ସମର୍ଥକଙ୍କ ସହ କହ୍ନେୟା ଶୁକ୍ରବାର ଏଠାରେ ପ୍ରଚାର କରୁଥିବା ବେଳେ ଜଣେ ଯୁବକ କହ୍ନେୟା କୁମାରଙ୍କୁ ଫୁଲମାଳ ପିନ୍ଧାଇବା ବାହାନାରେ ତାଙ୍କୁ ଚାପୁଡ଼ା ମାରିଥିଲେ । କହ୍ନେୟା ଉତ୍ତର ପୂର୍ବ ଦିଲ୍ଲୀ ଆସନରୁ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ଆମ୍ ଆଦମୀ ପାର୍ଟି (ଆପ୍) ମହିଳା କାଉନସିଲର ଛାୟା ଶର୍ମାଙ୍କ ସହ [...]
Odiaଭାରତରେ ରହିଛି ଏପରି ଏକ ମନ୍ଦିର, ଯେଉଁଠି ସୂର୍ଯ୍ୟଙ୍କ କିରଣ ପଡିଲେ ନଇଁଯାଏ ମନ୍ଦିର
ହିନ୍ଦୁ ଧର୍ମର ଲୋକଙ୍କ ପାଇଁ ମନ୍ଦିରଗୁଡ଼ିକର ବିଶେଷ ଗୁରୁତ୍ୱ ରହିଛି । ଦେଶରେ ସୂର୍ଯ୍ୟ ଭଗବାନଙ୍କୁ ଉତ୍ସର୍ଗୀକୃତ ଅନେକ ରହସ୍ୟମୟ ମନ୍ଦିର ଅଛି । ବିଶ୍ୱାସ କରାଯାଏ କଳିଯୁଗରେ ସୂର୍ଯ୍ୟ ଭଗବାନ ହେଉଛନ୍ତି ଏକମାତ୍ର ଭଗବାନ ଯିଏ ଏକ ଦୃଶ୍ୟମାନ ଭଗବାନ ଭାବରେ ପରିଗଣିତ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ଭଗବାନଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ରାଶି ଗ୍ରହଗୁଡିକ ଶାନ୍ତ ହୁଏ। କିନ୍ତୁ ଜାଣନ୍ତି କି ଏପର ଏକ ମନ୍ଦିର ରହିଛି ଯେଉଁଠି ସୂର୍ଯ୍ୟ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
ବାଲ କାଣ୍ଡ ଦରସ ଲାଲସା ସକୁତ ନ ଥୋରୀ। ପ୍ରଗଟତ ଦୁରତ ବହୋରି ବହୋରୀ ॥ ଭଏ ମଗନ ସବ ଦେଖନିହାରେ। ଜନକ ସମାନ ଅପାନ ବିସାରେ। ଭାବାର୍ଥ :- ପ୍ରଭୁ ଶ୍ରୀରାମ ଓ ସୀତାଙ୍କୁ କାମଦେବ ଓ ତାଙ୍କ ପତ୍ନୀ ରତିଙ୍କୁ ଦର୍ଶନ କରିବା ଲାଳସା କିଛି କମ ନଥିଲା, ଅର୍ଥାତ୍ ମନରେ ବହୁତ ବେଶୀ ଆକାଂକ୍ଷା ଥିଲା, ସେଥିପାଇଁ ଯେପରି ସେ ବାରମ୍ବାର ପ୍ରକଟିତ ହେଉଥାନ୍ତି ଆଉ ପୁଣି ଲୁଚି ଯାଉଥାନ୍ତି । ଏ [...]
Odiaଗୀତା ଉପଦେଶ: ମନକୁ ନିୟନ୍ତ୍ରଣ କରିବା ବାୟୁକୁ ନିୟନ୍ତ୍ରଣ କରିବା ଠାରୁ ମଧ୍ୟ କଷ୍ଟକର ଅଟେ, ଈଶ୍ୱରଙ୍କ କୃପାରେ ଏହା ନିୟନ୍ତ୍ରଣ ହୋଇଥାଏ
ଗୀତାରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ଲକ୍ଷ କରି ପ୍ରଶ୍ନ କରିଛନ୍ତି କି – ଚଞ୍ଚଳଂ ହି ମନଃ କୃଷ୍ଣ ପ୍ରମାଥି ବଳବଦ୍ଦୃଢମ୍। ତସ୍ୟାହଂ ନିଗ୍ରହଂ ମନ୍ୟେ ବାୟୋରିବ ସୁଦୁଷ୍କରମ୍। ଅର୍ଥାତ ହେ କୃଷ୍ଣ! ଏହି ମନ ଅତ୍ୟନ୍ତ ଅଶାନ୍ତ, ବିକ୍ଷୁବ୍ଧ, ବଳବାନ ଏବଂ ଜିଦ୍ଖୋର ଅଟେ। ମୋର ମନେ ହେଉଛି, ଏହାକୁ ନିୟନ୍ତ୍ରଣ କରିବା ବାୟୁର ଗତିକୁ ନିୟନ୍ତ୍ରଣ କରିବାଠାରୁ ମଧ୍ୟ ଅଧିକକଷ୍ଟକର ଅଟେ। ହେ ଭଗବାନ ଆପଣ ସର୍ବାକର୍ଷଣ ଅଟନ୍ତି।ଅତଃ ଆପଣ ଏହି ଅସ୍ଥିର, ବିକ୍ଷୁବ୍ଧ, [...]
Odia୪୮ ଘଣ୍ଟା ମଧ୍ୟରେ ମତଦାନ ହାର ତଥ୍ୟ ଜାରି କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ପ୍ରତି ପର୍ଯ୍ୟାୟ ନିର୍ବାଚନର ୪୮ ଘଣ୍ଟା ମଧ୍ୟରେ ବୁଥଓ୍ବାରି ମତଦାନ ହାର ତଥ୍ୟ ଓ୍ବେବସାଇଟରେ ଅପଲୋଡ୍ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମକୋର୍ଟରେ ଏକ ଏନଜିଓ ତରଫରୁ ଆବେଦନ ହୋଇଛି। ସୁପ୍ରିମକୋର୍ଟ ଏହି ଆବେଦନର ଶୁଣାଣି କରି ଶୁକ୍ରବାର ନିର୍ବାଚନ କମିଶନଙ୍କୁ ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଜେବି ପାରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ଏକ ଖଣ୍ଡପୀଠ ଆଜି ସନ୍ଧ୍ୟା ୬:୩୦ରେ ଆସୋସିଏସନ ଫର [...]
