Odiaଆପର ଅଭିଯୋଗ: ସ୍ବାତି ମାଲିୱାଲ ମାମଲା କେଜ୍ରିୱାଲଙ୍କୁ ଫସାଇବା ପାଇଁ ବିଜେପିର ଷଡ଼ଯନ୍ତ୍ର
ନୂଆଦିଲ୍ଲୀ: ସ୍ବାତି ମାଲିୱାଲଙ୍କ ଉପରେ ଆକ୍ରମଣ ମାମଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଫସାଇବା ପାଇଁ ବିଜେପିର ଷଡ଼ଯନ୍ତ୍ର ବୋଲି ଆମ୍ ଆଦମୀ ପାର୍ଟି (ଆପ୍) ଶୁକ୍ରବାର ଅଭିଯୋଗ କରିଛି। କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହାୟକଙ୍କ ବିରୋଧରେ ରାଜ୍ୟସଭା ସଦସ୍ୟ ମାଲିୱାଲଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି ଦଳ କହିଛି। ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ମାଲିୱାଲଙ୍କୁ ମାରପିଟ୍ ଅଭିଯୋଗରେ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ ବିଭବ କୁମାରଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିବାର ଦିନକ ପରେ ଆପ ଏଭଳି [...]
Odiaଓଡ଼ିଶାକୁ ୧ ନମ୍ବର ରାଜ୍ୟ କରିବାକୁ ବିଜେପି ମୁଖ୍ୟମନ୍ତ୍ରୀମାନଙ୍କ ପ୍ରତିଶ୍ରୁତି ହାସ୍ୟାସ୍ପଦ, ରାଜ୍ୟବାସୀ ହସିବା ସ୍ୱାଭାବିକ: ନବୀନ
ଭୁବନେଶ୍ୱର – ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ବିଜେପି ଶାସିତ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପି ଶାସିତ ମୁଖ୍ୟମନ୍ତ୍ରୀମାନେ ଓଡିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା କଥା କହୁଛନ୍ତି । ଅନ୍ୟ ରାଜ୍ୟମାନଙ୍କ କ୍ଷେତ୍ରରେ ବି ସେମାନଙ୍କୁ ଏହି କଥା କହୁଛନ୍ତି, ଯାହା କି ହାସ୍ୟାସ୍ପଦ। ଓଡିଶାବାସୀ ସେମାନଙ୍କ କଥାରେ ହସିବା ସ୍ୱାଭାବିକ । ଯେଉଁ ମୁଖ୍ୟମନ୍ତ୍ରୀମାନେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା କଥା କହୁଛନ୍ତି, ସେମାନେ [...]
Odiaଢେଙ୍କାନାଳ, ଅନୁଗୋଳ ଓ ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର, ବିରୋଧୀଙ୍କୁ କଡ଼ା ସମାଲୋଚନା
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ସମ୍ୱଲପୁର ସହିତ ଢେଙ୍କାନାଳ, ଅନୁଗୋଳ ଓ ରେଢ଼ାଖୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ବିଜୁ ଜନତା ଦଳ ପାଇଁ ଭୋଟ ମାଗିଛନ୍ତି । ଦଳର ସମ୍ୱଲପୁର ଓ ଢେଙ୍କାନାଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ସଭାରେ ବିରୋଧୀ ଦଳକୁ ଆକ୍ରମଣ କରି ମୁଖ୍ୟମନ୍ତ୍ରୀ କହିଲେ [...]
Odiaଓଡ଼ିଶାକୁ ଆସୁଥିବା ବିରୋଧୀ ଦଳ ନେତାମାନେ ରାଜନୈତିକ ପର୍ଯ୍ୟଟକ, କେବଳ ଭୋଟ୍ ବେଳେ ଆସିବେ : ନବୀନ ପଟ୍ଟନାୟକ
ଭୁବନେଶ୍ବର – ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶାକୁ ଆସୁଥିବା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ରାଜନୈତିକ ପର୍ଯ୍ୟଟକ । ନିର୍ବାଚନ ସମୟରେ ହିଁ ସେମାନେ ଆସନ୍ତି ଓ ଉଭାନ ହୋଇଯାଆନ୍ତି । ଏପରି କହି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳକୁ ଶାଣିତ ଆକ୍ରମଣ କରିଛନ୍ତି। ଜାତୀୟ ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ସାକ୍ଷାତକାର ଦେଇ ଏପରି କହିଛନ୍ତି ନବୀନ ପଟ୍ଟନାୟକ। ଏଥର କିଛି ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ନିର୍ବାଚନ ସମୟରେ [...]
Odiaଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଇଡି, ‘ଆପ୍’ ଅଭିଯୁକ୍ତ ଭାବେ ନାମିତ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ଏଥିରେ ଆମ୍ ଆଦମୀ ପାର୍ଟି (ଆପ୍)କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଦେଶରେ ପ୍ରଥମ ଥର ଏକ ଦୁର୍ନୀତି ମାମଲାରେ ଏକ ରାଜନୈତିକ ଦଳକୁ ଅଭିଯୁକ୍ତ କରାଯାଇଛି । ଇଡି ସ୍ୱତନ୍ତ୍ର କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରିଛି ଏବଂ ମନି ଲଣ୍ଡରିଂ ଆଇନ (ପିଏମ୍ଏଲ୍ଏ) ଅନୁଯାୟୀ ଅଭିଯୁକ୍ତଙ୍କ [...]
Odiaକେଜ୍ରିୱାଲଙ୍କ ବାସଭବନର ସ୍ବାତି ମାଲିୱାଲଙ୍କ ସହ କ’ଣ ହୋଇଥିଲା? ସାମ୍ନାକୁ ଆସିଲା ଭିଡ଼ିଓ
ନୂଆଦିଲ୍ଲୀ: ଆପ୍ ରାଜ୍ୟସଭା ସାଂସଦ ସ୍ବାତି ମାଲିୱାଲଙ୍କୁ ମାରପିଟ୍ ମାମଲାରେ ନୂଆ ମୋଡ଼। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନର ମେ ୧୩ ତାରିଖ ଦିନ ଘଟିଥିବା ଘଟଣାର ଭିଡିଓ ବୋଲି ଦାବି ହେଉଥିବା ଫୁଟେଜ୍ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ୍ ଭିଡିଓରେ ମାଲିୱାଲ୍ କେଜ୍ରିୱାଲଙ୍କ ବାସଭବନରେ ମୁତୟନ ସୁରକ୍ଷାକର୍ମୀଙ୍କୁ ଧମକ ଓ ଗାଳି ଦେଉଥିବା ଦେଖିବାକୁ ମିଳୁଛି। ଏହି ଭିଡ଼ିଓରେ ମାଲିଓ୍ବାଲ ଜଣେ ସୁରକ୍ଷାକର୍ମୀଙ୍କୁ କହୁଛନ୍ତି, ‘ମୋତେ ହାତ ଦେଇ ଦେଖ, ମୁଁ [...]
Odiaସମ୍ବଲପୁରରେ ନବୀନଙ୍କ ନିର୍ବାଚନ ପ୍ରଚାର, ଅଇଁଠାପାଲି ସଭାରେ ବିରୋଧୀଙ୍କୁ ଶାଣିତ ଆକ୍ରମଣ
ସମ୍ବଲପୁର – ପଶ୍ଚିମ ଓଡ଼ିଶା ଗସ୍ତରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ଆଜି ଜୋରଦାର ନିର୍ବାଚନ ପ୍ରଚାର କରି ବିଜେଡିକୁ ଆଶୀର୍ବାଦ କରିବା ପାଇଁ ଭୋଟରଙ୍କୁ ଅପିଲ କରିଛନ୍ତି। ସ୍ଥାନୀୟ ଅଇଁଠାପାଲିରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ସାମଗ୍ରିକ ବିକାଶ ପାଇଁ ବିଜେଡିକୁ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି ନବୀନ। ଏହି ଅବସରରେ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ମନେ ପକାଇ [...]
Odiaକନ୍ଧମାଳ ଜିଲ୍ଲାର ସବୁ ପୋଲିଂ ବୁଥର ୨୦୦ ମିଟର ପରିଧି ଭିତରେ ୧୪୪ ଧାରା
ଫୁଲବାଣୀ – ଆସନ୍ତା ୨୦ ତାରିଖରେ କନ୍ଧମାଳ ଜିଲ୍ଲା ସଂସଦୀୟ କ୍ଷେତ୍ରରେ ନିର୍ବାଚନ। ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ସମସ୍ତ ବୁଥର ୨୦୦ ମିଟର ପରିଧି ମଧ୍ୟରେ ୧୪୪ ଧାରା ଜାରି କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଶିଷ ଈଶ୍ୱର ପାଟିଲ ଏ ନେଇ ନିର୍ଦ୍ଦେଶନାମା ଜାରି କରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାର ମୋଟ ୬୬୦ ବୁଥ ପାଇଁ ଏହି ନିର୍ଦ୍ଦେଶ ଲାଗୁ ହୋଇଛି ବୋଲି ଡିଆଇପିଆରଓ [...]
Odiaମିଶନ ଶକ୍ତି ମହିଳାଙ୍କୁ ଧମକାଉଛନ୍ତି ବିଜେପି ନେତା, ଗୋବିନ୍ଦପୁର ଥାନାରେ ମାମଲା
ସମ୍ୱଲପୁର ; ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ହାରିବା ଭୟରେ ଅତି ନୀଚ ରୁ ନୀଚ ସ୍ତରକୁ ଚାଲିଗଲାଣି । ବିଜେପି ନେତାମାନଙ୍କ ଦ୍ଵାରା ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ ହେଲା ପରେବି ସେମାନେ ଇନ୍ଦ୍ର ଚନ୍ଦ୍ର ମାନିବାକୁ ନାହାନ୍ତି । ନୀତି ନିୟମ କୁ ଜଳାଞ୍ଜଳି ଦେଇ ମନମୁଖୀ କାର୍ଯ୍ୟ କରୁଥିବା ବେଳେ ନିରୀହ ମହିଳା ମାନଙ୍କୁ ଟାର୍ଗେଟ କରୁଛନ୍ତି । ମିଶନ ଶକ୍ତିରେ କାମ କରୁଥିବା ମହିଳାମାନଙ୍କ ବ୍ୟକ୍ତିଗତ ଜୀବନରେ [...]
Odiaସମ୍ବଲପୁରରେ ନବୀନଙ୍କ ପ୍ରଚାର: କେନ୍ଦ୍ରକୁ କଡା ସମାଲୋଚନା, ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନ୍ଙ୍କ ପ୍ରଶ୍ନବାଣ
ସମ୍ୱଲପୁର ; ସମୃଦ୍ଧ ସମ୍ବଲପୁର ଗଠନ ପାଇଁ ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶୃତିବଦ୍ଧ । ସମ୍ବଲପୁରର ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେଉଥିବାବେଳେ ତୃଣମୂଳସ୍ତରରେ ମଧ୍ୟ ଏହା ପ୍ରତିଫଳିତ ହେଉଛି । ୫ଟି ଉପକ୍ରମରେ ଅଭୁତପୂର୍ବ ଋପାନ୍ତରଣ ଘଟି ଆଗାମୀ ଦିନରେ ସମ୍ବଲପୁର ବିକାଶର ଶ୍ରେଷ୍ଠ ସୋପାନକୁ ଛୁଇଁବ । ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ କରିବା ହେଉକି ଐତିହ, ପର୍ଯ୍ୟଟନରେ ଋପାନ୍ତରଣର ସ୍ପର୍ଶ । ସମସ୍ତ କ୍ଷେତ୍ରରେ ପ୍ରଗତି ପଥେ ଆଗକୁ [...]
