Odiaଖଲ୍ଲିକୋଟ ହିଂସାକାଣ୍ଡର ତଦନ୍ତ କରିବ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ
ଭୁବନେଶ୍ୱର – ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନୀ ହିଂସାରେ ଜଣଙ୍କୁ ହତ୍ୟା ଘଟଣାର ତଦନ୍ତ କରିବ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ – ଏସଆଇଟି। ଏସଆଇଟି ହତ୍ୟା ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଫରେନସିକ୍ ପ୍ରମାଣ ସଂଗ୍ରହ କରିବ । ଏସଆଇଟି ୩୦ ଦିନ ମଧ୍ୟରେ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିବା ସମ୍ଭାବନା ରହିଛି। ଏଣେ ଆଇନ ଶୃଙ୍ଖଳା ପରିସ୍ଥିତିର ତଦାରଖ ପାଇଁ ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଏଡିଜିପି ( [...]
Odiaମୁମ୍ବାଇ ହୋର୍ଡିଂ ଅଘଟଣ: ମାଲିକ ଭବେଶ ଭିଣ୍ଡେ ରାଜସ୍ଥାନରୁ ଗିରଫ
ମୁମ୍ବାଇ: ଘାଟକୋପର ହୋର୍ଡିଂ ଅଘଟଣ ମାମଲାର ମୁଖ୍ୟ ଅଭିଯୁକ୍ତ ଭବେଶ ଭିଣ୍ଡେଙ୍କୁ ଉଦୟପୁରରୁ ଗିରଫ କରାଯାଇଛି। ମୁମ୍ବାଇ ପୋଲିସ ରାଜସ୍ଥାନର ଉଦୟପୁରରୁ ଭବେଶ ଭିଣ୍ଡେଙ୍କୁ ଗିରଫ କରିଛି। ଘାଟକୋପରରେ ହୋର୍ଡିଂ ଭୁଶୁଡ଼ିବା ଘଟଣା ପରେ ସେ ଫେରାର ହୋଯାଇଥିଲେ। ମୁମ୍ବାଇ ପୋଲିସର ୯ଟି ଟିମ୍ ଭିଣ୍ଡେଙ୍କୁ ଧରିବା ଲାଗି ୭ଟି ରାଜ୍ୟରେ ଚଢ଼ାଉ କରିଥିଲା। ଆଜି ସକାଳେ ତାଙ୍କୁ ମୁମ୍ବାଇ ଅଣାଯାଇଛି । ଆଉ କିଛି ସମୟ ପରେ ତାଙ୍କୁ କୋର୍ଟରେ ହାଜର କରାଯିବ। ଇଷ୍ଟ ଏକ୍ସପ୍ରେସୱେରେ [...]
Odiaସିଙ୍ଗାପୁର ଓ ହଂକଂ ପରେ ନେପାଳରେ ବ୍ୟାନ୍ ହେଲା ‘ଏମଡିଏଚ୍’ ଏବଂ ‘ଏଭରେଷ୍ଟ’ ମସଲା
ନୂଆଦିଲ୍ଲୀ: ଭାରତୀୟ ମସଲାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ସିଙ୍ଗାପୁର ଏବଂ ହଂକଂ ପରେ ଏବେ ନେପାଳ ମଧ୍ୟ ଭାରତୀୟ ବ୍ରାଣ୍ଡ୍ ‘ଏମଡିଏଚ୍’ ଏବଂ ‘ଏଭରେଷ୍ଟ’ ମସଲା ଉପରେ ବ୍ୟାନ୍ ଲଗାଇଛି | ଏମଡିଏଚ୍ ଏବଂ ଏଭରେଷ୍ଟର ମସଲାରେ କ୍ଷତିକାରକ କୀଟନାଶକ ମିଳିବା ଅଭିଯୋଗ ପରେ ନେପାଳ ଏହି ପଦକ୍ଷେପ ନେଇଛି। ଏହାର ବ୍ୟବହାର, ବିକ୍ରୟ ଏବଂ ଆମଦାନୀ ଉପରେ କଟକଣା ଲଗାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନେପାଳର ଖାଦ୍ୟ ଏବଂ ଗୁଣବତ୍ତା ନିୟନ୍ତ୍ରଣ [...]
Odiaକୋଭାକ୍ସିନ୍ ଟିକା ନେଇଥିବା ୩୦ ପ୍ରତିଶତ ଲୋକଙ୍କ ଠାରେ ଦେଖାଦେଇଥିଲା ନାନା ସ୍ୱାସ୍ଥ୍ୟଗତ ସମସ୍ୟା
ନୂଆଦିଲ୍ଲୀ: କୋଭିସିଲ୍ଡକୁ ନେଇ ବିବାଦ ଥମିନଥିବା ବେଳେ ଦେଶୀ କରୋନା ଟିକା ‘କୋଭାକ୍ସିନ’ ନେଇଥିବା ଲୋକ ମଧ୍ୟ ପାର୍ଶ୍ଵ ପ୍ରତିକ୍ରିୟାର ସାମ୍ନା କରିଥିଲେ ବୋଲି ଏକ ଅଧ୍ୟୟନରେ ଦାବି କରାଯାଇଛି । ଭାରତ ବାୟୋଟେକର କୋଭିଡ୍ ଟିକା ‘କୋଭାକ୍ସିନ’ ଲଗାଇଥିବା ପ୍ରାୟ ଏକ ତୃତୀୟାଂଶ ଲୋକ ନାନା ସ୍ବାସ୍ଥ୍ୟ ସମସ୍ୟାର ଶିକାର ହୋଇଥିଲେ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ର ଏକ ଗବେଷକ ଟିମ୍ ଦ୍ୱାରା ଏକ ବର୍ଷ ଧରି କରାଯାଇଥିବା ଅଧ୍ୟୟନରେ ଏଭଳି ଦାବି କରାଯାଇଛି । [...]
Odiaରୋଡ୍ ଶୋ’ ବେଳେ ଆସିଗଲା ଆମ୍ବୁଲାନ୍ସ, ଭାଷଣ ବନ୍ଦ କରି ସୁରକ୍ଷିତ ଯିବାକୁ ଦେଲେ ନବୀନ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦାରତା । ଯେ କୌଣସି ସ୍ଥିତିରେ ବି ଜନସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ପଡିବ । ଜନତାଙ୍କ ସ୍ୱାର୍ଥ ହିଁ ପ୍ରାଥମିକତା । ବହୁବାର ଏହା ପ୍ରମାଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ଭୁବନେଶ୍ୱର ଗତକାଲି ରୋଡ୍ ସୋ ବେଳେ ନବୀନ ପଟ୍ଟନାୟକ ପୁଣି ଥରେ ନିଜ ମହନୀୟ ଉଦାରତାର ପରିଚୟ ଦେଇଛନ୍ତି, ଯାହା କି ନେତାଙ୍କ ମଧ୍ୟରେ ଆଜିକାଲି କ୍ଵଚିତ ଦେଖାଯାଏ। ଭୁବନେଶ୍ୱର ଗଙ୍ଗନଗର ଛକରେ ନବୀନଙ୍କ ରୋଡ୍ ଶୋ’ ଚାଲିଥିଲା [...]
Odiaଚିଙ୍ଗୁଡି ପ୍ଲାଣ୍ଟରେ ଗ୍ୟାସ ଲିକ୍, ୧୫ରୁ ଅଧିକ ଅସୁସ୍ଥ
ବାଲେଶ୍ଵର – ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ ଲିକ୍। ବାଲେଶ୍ବର ଜିଲ୍ଳା ରେମୁଣା ବ୍ଲକ ଗଡ଼ିଆମାଳ ଚିଙ୍ଗୁଡି ପ୍ଲାଣ୍ଟରେ ଗ୍ୟାସ ଲିକ୍ ହୋଇଥିବା ସୂଚନା ମିଳିଛି। ଏଥିରେ ଶ୍ବାସରୁଦ୍ଧ ହୋଇ ୧୫ରୁ ଅଧିକ ମହିଳା ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ପ୍ଲାଣ୍ଟରୁ ବିଷାକ୍ତ ଆମୋନିଆ ଗ୍ୟାସ ଲିକ୍ ହୋଇଥିବା ସୂଚନା ମିଳିଛି। ଅସୁସ୍ଥମାନଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି।
Odiaନିର୍ବାଚନ ପ୍ରଚାର: ଆଜି ପୁଣି ପଶ୍ଚିମ ଓଡ଼ିଶା ଗସ୍ତ କରିବେ ନବୀନ, ଅଇଁଠାପାଲି ଓ ନାକଟିଦେଉଳରେ ଜନସଭାକୁ କରିବେ ସମ୍ବୋଧନ
ଭୁବନେଶ୍ୱର – ରାଜ୍ୟରେ ନିର୍ବାଚନ ପ୍ରଚାର ସରଗରମ ହେବାରେ ଲାଗିଛି । ବିଭିନ୍ନ ଦଳର ତାରକା ପ୍ରଚାରକ ନିଜ ନିଜ ଦଳ ପାଇଁ ଭୋଟ୍ ମାରିବାରେ ବ୍ୟସ୍ତ । କେଉଁଠି ଜନସଭା ତ ଆଉ କେଉଁଠି ରୋଡ୍ ଶୋ’ । ପ୍ରଚାର ବେଶ୍ ଜମୁଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ସଂଧ୍ୟାରେ ସରିବ ପ୍ରଚାର । ତେଣୁ ରାଜ୍ୟର ତିନି ପ୍ରମୁଖ ଦଳ ପ୍ରଚାର କାର୍ଯ୍ୟ ଜୋରଦାର କରିଛନ୍ତି। ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ [...]
Odiaବିଜେପି ନିର୍ବାଚନ ପ୍ରଚାର : ଆଜି ଓଡ଼ିଶା ଆସିବେ ଅମିତ ଶାହା, ହେମାମାଳିନୀ
ଭୁବନେଶ୍ୱର -ନିର୍ବାଚନ ପ୍ରଚାର ପାଇଁ ବିଜେପିର ତାରକା ପ୍ରଚାରକ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି କ୍ରମରେ ଆଜି ପୁଣି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବେ । ଶାହା ରାଉରକେଲାରେ ସାଧାରଣ ସଭା କରିବେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ ଓଡ଼ିଶା ଆସିବେ। ସେ ସାନଖେମୁଣ୍ଡି, ଦଶପଲ୍ଲା, ଜି.ଉଦୟଗିରିରେ ବିଜେପି ପାଇଁ ପ୍ରଚାର କରିବେ। ବିଜେପି ସାଂସଦ ଅଭିନେତ୍ରୀ ତଥା ହେମା ମାଳିନୀ ଆଜି ଭୁବନେଶ୍ୱର ଉତ୍ତର ଓ କଟକ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ନହିଂ ତବ ଆଦି ମଧ୍ୟ ଅବସାନା । ଅମିତ୍ ପ୍ରଭାଉ ବେଦୁ ନହିଂ ଜାନା ॥ ଭବ ଭବ ବିଭବ ପରାଭବ କାରିନି । ବିସ଼୍ବ ବିମୋହନି ସ଼୍ବବସ ବିହରିନି ॥ ଭାବାର୍ଥ :- ହେ ପ୍ରଭୁ, ଆପଣଙ୍କର ଆରମ୍ଭ ନାହିଁ କି ମଝି ନାହିଁ କି ଅନ୍ତ-ଶେଷ ମଧ୍ୟ ନାହିଁ । ଆପଣଙ୍କ ଅସୀମ ପ୍ରଭାବକୁ ବେଦ ମଧ୍ୟ ସମ୍ପୁର୍ଣ୍ଣ ରୂପେ ଜାଣନ୍ତି ନାହିଁ । ଆପଣ ଏହି ସଂସାରର [...]
Odiaଗୀତା ଉପଦେଶ: ଆତ୍ମଶୁଦ୍ଧି ପାଇଁ ତପସ୍ୟା ଏକ ଶକ୍ତିଶାଳୀ ମାଧ୍ୟମ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜର ଆତ୍ମଶୁଦ୍ଧି ପାଇଁ ଉପାୟ ବତାଇବାକୁ ଯାଇ କହୁଛନ୍ତି:– ସତ୍କାରମାନପୂଜାର୍ଥଂ ତପୋ ଦମ୍ଭେନ ଚୈବ ଯତ୍। କ୍ରିୟତେ ତଦିହ ପ୍ରୋକ୍ତଂ ରାଜସଂ ଚଳମଧ୍ରୁବମ୍। ଅର୍ଥାତ୍ : ଆତ୍ମଶୁଦ୍ଧି ପାଇଁ ତପସ୍ୟା ଏକ ଶକ୍ତିଶାଳୀ ମାଧ୍ୟମ ହୋଇଥିଲେ ମଧ୍ୟ ସମସ୍ତେ ଏହାକୁ ମହତ ଉଦ୍ଦେଶ୍ୟରେ ଉପଯୋଗ କରନ୍ତି ନାହିଁ । ଜଣେ ରାଜନୀତିଜ୍ଞ ଅକ୍ଲାନ୍ତ ପରିଶ୍ରମ କରି ଦିନକରେ ଅନେକ ସ୍ଥାନରେ ଭାଷଣ ଦେଇଥାନ୍ତି । ଏହା ଏକ ତପସ୍ୟା ହେଲେ ସୁଦ୍ଧା ଏହାର [...]
