Odiaରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ୍ ଶୋ’ , ଶକ୍ତି ପ୍ରଦର୍ଶନ କଲା ବିଜେଡି
ଭୁବନେଶ୍ବର – ରାଜଧାନୀରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେଗା ରୋଡ ଶୋ’ । ସମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇବା ଓ ତାଙ୍କ ପାଖରୁ କିଛି ଶୁଣିବା ପାଇଁ ରାଜଧାନୀର ରାଜରାସ୍ତା ପାଲଟିଥିଲା ଜନସମୁଦ୍ର।ନବୀନ ପଟ୍ଟନାୟକ ଜିନ୍ଦାବାଦ ଓ ବିଜେଡି ଜିନ୍ଦାବାଦ ଧ୍ବନୀରେ ପ୍ରକମ୍ପିତ ହେଉଥିଲା ରାଜରାସ୍ତା । ଗଙ୍ଗନଗର ଛକରୁ ଆରମ୍ଭ ହୋଇଥିବା ମେଗା ରୋଡ ଶୋ’ ଗୋପବନ୍ଧୁ ଛକ, ଡିଏଭି ସ୍କୁଲ ଛକ, ଶ୍ରୀକୃଷ୍ଣ କ୍ଲବ ଛକ, କଳିଙ୍ଗ ଷ୍ଟାଡିୟମ ଛକ, ବାୟାବାବା [...]
Odiaଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ୨୦ କମ୍ପାନୀ ସିଏପିଏଫ
ଭୁବନେଶ୍ବର – ଚଳିତ ମାସ ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାରେ ୨୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ -ସିଏପିଏଫ ମୁତୟନ କରାଯିବ । ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଞ୍ଜାମ ଜିଲ୍ଲାରେ ୨୦ କମ୍ପାନୀ ସିଏପିଏଫ ମୁତୟନ ପାଇଁ ଅନୁମୋଦନ ଦେଇଛି । ଆସନ୍ତା ୨୦ ତାରିଖରେ ଗଞ୍ଜାମ ଜିଲ୍ଲାର ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳା ମଧ୍ୟରେ ନିର୍ବାଚନ [...]
Odiaବିଜେପିରୁ ଇସ୍ତଫା ଦେଇ ବିଜେଡି ବାହୁଡିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ
ଭୁବନେଶ୍ବର – ବିଜେପିରୁ ଇସ୍ତଫା ଦେଇ ବିଜେଡିକୁ ଫେରିଛନ୍ତି ଧାମନଗରର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ରାଜେନ୍ଦ୍ର ଦାସ ବିଜେଡିରେ ସାମିଲ ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଧାମନଗରରେ ଉପନିର୍ବାଚନରେ ରାଜେନ୍ଦ୍ର ଦାସ ପ୍ରଥମେ ସ୍ୱାଧୀନ ଭାବେ ଲଢ଼ିଥିଲେ । କିନ୍ତୁ ପରେ ବିଜେପିରେ ମିଶିଥିଲେ । ଏଥର ସୋର ଆସନରୁ ରାଜେନ୍ଦ୍ରଙ୍କୁ ବିଜେପି ବିଧାନସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ବି ଶେଷ ମୁହୂର୍ତ୍ତରେ ପର୍ଶୁରାମ ଧଡାଙ୍କୁ ଟିକେଟ ଦେଇଥିଲା [...]
Odiaକେଜ୍ରିୱାଲଙ୍କ ବାସଭବନରେ ମାରପିଟ୍ ଘଟଣା ନେଇ ସ୍ବାତି ମାଲିୱାଲଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ: ସ୍ବାତି ମାଲିୱାଲ ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ ବିଭବ କୁମାରଙ୍କ ବିରୋଧରେ ମାରପିଟ୍ ଅଭିଯୋଗ ନେଇ ଗୁରୁବାର ଦିଲ୍ଲୀ ପୋଲିସ ଆମ୍ ଆଦମୀ ପାର୍ଟି (ଆପ୍)ର ରାଜ୍ୟସଭା ସାଂସଦ ସ୍ବାତି ମାଲିଓ୍ବାଲଙ୍କ ବୟାନ ରେକର୍ଡ କରିଛି । କେଜ୍ରିୱାଲଙ୍କ ବାସଭବନରେ ତାଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ତଥ୍ୟ ସଂଗ୍ରହ ପାଇଁ ଅତିରିକ୍ତ ପୋଲିସ କମିଶନର ପିଏସ୍ କୁଶୱାଙ୍କ ନେତୃତ୍ୱରେ ଦିଲ୍ଲୀ ପୋଲିସର ଏକ ଦୁଇ [...]
Odiaକେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେବା ବ୍ୟତିକ୍ରମ ନୁହେଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ବ୍ୟତିକ୍ରମ ନୁହେଁ ବୋଲି କହିଛନ୍ତିି ସୁପ୍ରିମକୋର୍ଟ। ତେବେ କୋର୍ଟ ରାୟର ‘ସମାଲୋଚନା ମୂଳକ ସମୀକ୍ଷା’ ସ୍ୱାଗତଯୋଗ୍ୟ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତିି। କେଜ୍ରିୱାଲଙ୍କୁ ଜାମିନ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରତିକ୍ରିୟା ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଓକିଲ ଉଲ୍ଲେଖ କରିବା ପରେ ସୁପ୍ରିମକୋର୍ଟ ଏଭଳି କହିଛନ୍ତିି। ଗତକାଲି ଏକ ନ୍ୟୁଜ୍ ଏଜେନ୍ସିକୁ ସାକ୍ଷାତକାର ବେଳେ ଅମିତ [...]
Odiaଲୋକସଭା ନିର୍ବାଚନର ପ୍ରଥମ ଚାରି ପର୍ଯ୍ୟାୟରେ ୬୭ ପ୍ରତିଶତ ମତଦାନ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ଚାରିଟି ପର୍ଯ୍ୟାୟରେ ମୋଟ ୬୬.୯୫ ପ୍ରତିଶତ ମତଦାନ ରେକର୍ଡ ହୋଇଛି ବୋଲି ଗୁରୁବାର ନିର୍ବାଚନ କମିଶନ କହିଛନ୍ତି। ପ୍ରଥମ ୪ ପର୍ଯ୍ୟାୟରେ ପ୍ରାୟ ୯୭ କୋଟି ପଞ୍ଜୀକୃତ ଭୋଟରଙ୍କ ମଧ୍ୟରୁ ୪୫.୧ କୋଟି ଲୋକ ସେମାନଙ୍କ ମତାଧିକର ସାବ୍ୟସ୍ତ କରିଥିଲେ । ନିର୍ବାଚନ କମିଶନ ଏକ ବିବୃତ୍ତିରେ ଭୋଟରଙ୍କୁ ଅବଶିଷ୍ଟ ପର୍ଯ୍ୟାୟରେ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ମତଦାତା ମାନଙ୍କୁ ଆହ୍ବାନ କରିଛନ୍ତି। କମିଶନଙ୍କ କହିବାନୁସାରେ, ଅପଡେଟ୍ ତଥ୍ୟ ଅନୁସାରେ ମେ [...]
Odiaସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ସ୍ବତନ୍ତ୍ର ଅଦାଲତ ମନି ଲଣ୍ଡରିଂ ଅଭିଯୋଗର ସଜ୍ଞାନ ନେବା ପରେ ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ ଇଡି
ନୂଆଦିଲ୍ଲୀ: ମନି ଲଣ୍ଡରିଂ ଆଇନର ବ୍ୟାପକ ଦୁରୁପଯୋଗ ନେଇ ବିରୋଧୀଙ୍କ ଅଭିଯୋଗ ମଧ୍ୟରେ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଯଦି ଏକ ସ୍ୱତନ୍ତ୍ର ଅଦାଲତ ମନି ଲଣ୍ଡରିଂ ଅଭିଯୋଗର ସଜ୍ଞାନ ନିଅନ୍ତି, ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ)ର ଧାରା ୧୯ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରିପାରିବ ନାହିଁ ବୋଲି କହିଛନ୍ତିି ସୁପ୍ରିମକୋର୍ଟ। ଜଷ୍ଟିସ ଅଭୟ ଏସ୍ ଓକା ଏବଂ ଉଜ୍ବଳ ଭୁୟାଁଙ୍କ ଏକ ଖଣ୍ଡପୀଠ କହିଛନ୍ତି, [...]
Odiaଖଲ୍ଲିକୋଟ ପ୍ରାକ୍ ନିର୍ବାଚନୀ ହିଂସା: ୮ ଗିରଫ, ୧୪୪ ଧାରା ଜାରି
ବ୍ରହ୍ମପୁର – ଖଲ୍ଲିକୋଟ ଅଞ୍ଚଳରେ ନିର୍ବାଚନୀ ପୋଷ୍ଟର ମାରିବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବା ଯୋଗୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଏଣେ ପୋଲିସ ଆଉ କୈାଣସି ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ତତ୍ପରତା ପ୍ରକାଶ କରିଛି । ହିଂସା ଘଟଣାରେ ସଂପୃକ୍ତ ଅଭିଯୋଗରେ ଏ ଯାଏଁ ୮ ଜଣଙ୍କୁ ଗିରଫ କରାଯାଇଥିବା ଗଞ୍ଜାମ ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ବୋଲି ସେ [...]
Odiaବିଜେଡିରେ ମିଶିଲେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂହ
ଭୁବନେଶ୍ୱର – ବିଜେଡିରେ ସାମିଲ ହୋଇଛନ୍ତି ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂହ। ରମାରଞ୍ଜନ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ବିଜେପିର ରାଜ୍ୟ ମୁଖପାତ୍ର ଥିଲେ । ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ବିଜେପି ଛାଡିଥିଲେ ରମାରଞ୍ଜନ । ୨୦୦୪ରେ ସେ ସ୍ୱାଧୀନ ଭାବେ ଲଢ଼ି ସତ୍ୟବାଦୀରୁ ବିଧାୟକ ହୋଇଥିଲେ । ରମା ଓ ତାଙ୍କ ସମର୍ଥକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ [...]
ଟିଟିଲାଗଡରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନୀ ସଭା : କହିଲେ, ବାହାର ନେତା ଆସି ଓଡ଼ିଆ ଅସ୍ମିତା କଥା କହୁଛନ୍ତି

Odiaଟିଟିଲାଗଡରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନୀ ସଭା : କହିଲେ, ବାହାର ନେତା ଆସି ଓଡ଼ିଆ ଅସ୍ମିତା କଥା କହୁଛନ୍ତି
ଟିଟିଲାଗଡ଼ – ପଶ୍ଚିମ ଓଡ଼ିଶାରେ ଆଜି ମଧ୍ୟ ବିଜେଡିର ଜୋରଦାର ନିର୍ବାଚନ ପ୍ରଚାର ଜାରି ରହିଛି। ଦଳର ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ଆଜି ଟିଟିଲାଗଡ଼ରେ ଦଳ ପାଇଁ ପ୍ରଚାର କରିଛନ୍ତି। ସଭାମଞ୍ଚରୁ ବିରୋଧୀଙ୍କୁ ସିଧାସଳଖ ଆକ୍ରମଣ କରିଛନ୍ତି ପାଣ୍ଡିଆନ । ବାହାର ନେତା ଆସି ଓଡ଼ିଶାର ଅସ୍ମିତା କଥା କହୁଛନ୍ତି । ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରୁଛନ୍ତି ସେମାନଙ୍କୁ ଜବାବ ଦେବାକୁ ହେବ ବୋଲି ଲୋକଙ୍କୁ ଆହ୍ବାନ ଦେଇଛନ୍ତି ପାଣ୍ଡିଆନ। ସେ [...]
