ରାଜ୍ୟର ପ୍ରଥମ ଆଦର୍ଶ ମହିଳା ଭେଣ୍ଡିଂ ଜୋନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ରାଜ୍ୟର ପ୍ରଥମ ଆଦର୍ଶ ମହିଳା ଭେଣ୍ଡିଂ ଜୋନର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର କସମୋପଲିସ ଅଞ୍ଚଳରେ ବିଏମସି ପକ୍ଷରୁ ନିର୍ମାଣ କରାଯାଇଛି ଏହି ସ୍ୱତନ୍ତ୍ର ତଥା ଆଦର୍ଶ ଭେଣ୍ଡିଂ ଜୋନ। ଭେଣ୍ଡିଂ ଜୋନରେ ୪୨ଟି ଦୋକାନ ରହିଛି । ଭେଣ୍ଡିଂ ଜୋନ ନିର୍ମାଣରେ ମୋଟ ୧ କୋଟି ୭ ଲକ୍ଷ ଟଙ୍କା ବିନିଯୋଗ ହୋଇଛି । ଅଭିରାମ ଆଞ୍ଚଳିକ ମହିଳା ମହାସଂଘ ଦ୍ୱାରା ଏହି ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଛି । ଭେଣ୍ଡିଂ ଜୋନରେ ପାନୀୟ ଜଳ, ଶୌଚାଳୟ, ବସିବା ପାଇଁ ଚୌକି, ଆଲୋକୀକରଣ ସହିତ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା କରାଯାଇଛି । ଆଗକୁ ବିଏମସିର ଅନ୍ୟ ଜୋନରେ ଅନୁରୂପ ମହିଳା ଭେଣ୍ଡିଂ ଜୋନ ପ୍ରତିଷ୍ଠା କରିବାକୁ ବିଏମସି ଯୋଜନା ରଖିଛି ।

Comments are closed.