କଟକ – ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ଆଉ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ସେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଆଜି ଆଖି ବୁଜିଥିବା ଯାତ୍ରୀ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ପଲତୁ ନସ୍କାର। ସେ ଏସସିବିର ସେଣ୍ଟ୍ରାଲ ଆଇସିୟୁ ବେଡ୍ ନମ୍ବର ୧୪ରେ ଚିକିତ୍ସିତ ହେଉଥିଲେ। ଏହାକୁ ମିଶାଇ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି । କଟକ ବଡ଼ ମେଡିକାଲରେ ଏହା ହେଉଛି ଚତୁର୍ଥ ମୃତ୍ୟୁ। ଏମାନେ ସମସ୍ତେ ଶ୍ରମିକ ଶ୍ରେଣୀର ଓ ସେମାନେ କାମ ପାଇଁ ଯାଉଥିଲେ। ଏନେଇ ଏସ୍ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ ସୂଚନା ଦେଇଛନ୍ତି।
Comments are closed.