ବଲାଙ୍ଗୀର: ବଲାଙ୍ଗୀର ସହର ସ୍ଥିତ ମାଧିଆପାଲି ନିକଟରେ ଏକ ଟ୍ରକ ଧକ୍କାରେ ସ୍କୁଟି ଆରୋହୀ ମୃତ ଘଟିଛି। ଏହାକୁ ନେଇ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିବା ସହିତ ରାଜରାସ୍ତାରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି। ଏହି ଦୁର୍ଘଟଣା ପରେ ଦୁର୍ଘଟଣା ଘଟାଇଥିବା ଟ୍ରକରେ ଲୋକେ ନିଆଁ ଲଗାଇ ଦେଲେ ଆକ୍ରୋଶ ଥିବା ଜନସାଧାରଣ । ତେବେ ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଛାଡ଼ି ଫେରାର ହୋଇଯାଇଛି ଡ୍ରାଇଭର । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି । ଖବର ଲେଖା ହେବା ପର୍ଯ୍ୟନ୍ତ ସ୍କୁଟି ଚଳକଙ୍କ ପରିଚୟ ମିଳିପାରିନାହିଁ ।
Comments are closed.