ବିଧାନସଭା ନିର୍ବାଚନ ପାଇଁ ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲେ ନବୀନ, ପ୍ରଥମେ ଆସିଲା ପ୍ରଥମେ ଜଗନ୍ନାଥ ସାରକାଙ୍କ ନାମ, ନବୀନ ପୁଣି ଲଢିବେ ହିଞ୍ଜିଳିରୁ

ଭୁବନେଶ୍ୱର – ବିଧାନସଭା ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ପରମ୍ପରା କ୍ରମେ ମହାପ୍ରଭୁ ଜଗନ୍ନାଥଙ୍କୁ ସମ୍ମାନ ଜଣାଇ ବିଦାୟୀ ବିଧାୟକ ଜଗନ୍ନାଥ ସାରକାଙ୍କ ନାମ ପ୍ରଥମ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ନବୀନ। ସେ ବିଷମ କଟକରୁ ପ୍ରାର୍ଥୀ ହେବେ । ଅତାବିରାରୁ ଲଢ଼ିବେ ସ୍ନେହାଙ୍ଗିନୀ ଛୁରିଆ। ଗୁଣୁପୁର ବିଧାନସଭା ଆସନରୁ ରଘୁନାଥ ଗମାଙ୍ଗ, ରାୟଗଡ଼ାରୁ ଅନୁସୂୟା ମାଝୀ, ବରଗଡ଼ରୁ ଦେବେଶ ଆଚାର୍ଯ୍ୟ,ବିଜେପୁରରୁ ରୀତା ସାହୁ, ଭଟଲିରୁ ସୁଶାନ୍ତ ସାହୁ, ଜଳେଶ୍ବରରୁ ଅଶ୍ୱିନ ପାତ୍ର,ବସ୍ତାରୁ ସୁଭାଷିନୀ ଜେନା, ଭଣ୍ଡାରିପୋଖରୀରୁ ସଞ୍ଜିବ ମଲ୍ଲିକ, ଭଦ୍ରକରୁ ପ୍ରଫୁଲ୍ଲ ସାମଲ, ବାସୁଦେବପୁରରୁ ବିଷ୍ଣୁବ୍ରତ ରାଉତରାୟ, ଧାମନଗରରୁ ଡକ୍ଟର ସଞ୍ଜୟ ଦାସ, ଚାନ୍ଦବାଲିରୁ ବ୍ୟୋମକେଶ ରାୟ, ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ, ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ ଓ ଯାଜପୁରରୁ ସୁଜାତା ସାହୁ ପ୍ରାର୍ଥୀ ହେବେ ।

ଜୁନାଗଡ଼ରୁ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ରୁ ପୁଷ୍ପେନ୍ଦ୍ର ସିଂହଦେଓ, ଭବାନୀପାଟଣାରୁ ଲତିକା ନାଏକ, ଜି. ଉଦୟଗିରିରୁ ସାଲୁଗା ପ୍ରଧାନ,
କଣ୍ଟାମାଳରୁ ମହିଧର ରଣା, ବୌଦ୍ଧରୁ ପ୍ରଦୀପ ଅମାତ,ବଡମ୍ବାରୁ ଦେବୀ ମିଶ୍ର, ବାଙ୍କୀରୁ ଦେବୀ ରଂଜନ ତ୍ରିପାଠୀ, ବଲାଙ୍ଗିରରୁ କଳିକେଶ ସିଂହଦେଓ, ଟିଟିଲାଗଡ଼ରୁ ଟୁକୁନି ସାହୁ, ନୂଆପଡ଼ାରୁ ରାଜେନ୍ଦ୍ର ଢୋଲକିଆ, ଉମରକୋଟରୁ ନବୀନା ନାଏକ,ଝରିଗାଁରୁ ରମେଶ ମାଝୀ, ନବରଙ୍ଗପୁରରୁ କୌଶଲ୍ୟା ପ୍ରଧାନୀ, ଡାବୁଗାଁରୁ ମନୋହର ରନ୍ଧାରୀ, ଲାଞ୍ଜିଗଡ଼ରୁ ପ୍ରଦୀପ ଦିଶାରୀ, ଆଠଗଡ଼ରୁ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଚୌଦ୍ବାର କଟକରୁ ସୌଭିକ ବିଶ୍ବାଳ, ନିଆଳିରୁ ପ୍ରମୋଦ ମଲ୍ଲିକ, କଟକ ସଦରରୁ ଚନ୍ଦ୍ରସାରଥି ବେହେରା,ପାଟକୁରାରୁ ଅରବିନ୍ଦ ମହାପାତ୍ର, ଆଳିରୁ ପ୍ରତାପ ଦେବ, ରାଜନଗରରୁ ଧ୍ରୁବ ସାହୁ, ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ନାୟକ,ପୁରୀରୁ ସୁନୀଲ ମହାନ୍ତି, ବ୍ରହ୍ମଗିରିରୁ ଉମା ସାମନ୍ତରାୟ, ସତ୍ୟବାଦୀରୁ ସଂଜୟ ଦାସବର୍ମା, ପିପିଲିରୁ ରୁଦ୍ର ମହାରଥୀ,
ଜଟଣୀରୁ ବିଭୂତି ବଳବନ୍ତରାୟ, ରଣପୁରରୁଷସତ୍ୟ ନାରାୟଣ ପ୍ରଧାନ ଦଶପଲ୍ଲାରୁ ରମେଶ ବେହେରା, ନୟାଗଡ଼ରୁ ଅରୁଣ ସାହୁ, ଭଂଜନଗରରୁ ବିକ୍ରମ ଆରୁଖ, ପୋଲସରାରୁ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, ଛତ୍ରପୁରରୁ ସୁବାସ ବେହେରା
ସୋରଡ଼ାରୁ ସଂଘମିତ୍ରା ସ୍ବାଇଁ, ହିଂଜିଳିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୋପାଳପୁରରୁ ବିକ୍ରମ ପଣ୍ଡା, ଦିଗପହଣ୍ଡିରୁ ବିପ୍ଳବ ପାତ୍ର
ଚିକିଟିରୁ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ, କୋଟପାଡ଼ରୁ ଚନ୍ଦ୍ରଶେଖର ମାଝୀ ନିର୍ବାଚନ ଲଢ଼ିବେ ।

Comments are closed.