୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ପାଇଁ ଆରମ୍ଭ ହେଲା ପଞ୍ଜିକରଣ, କୋ-ୱିନ୍ ପୋର୍ଟାଲ ଏବଂ ‘ଆରୋଗ୍ୟ ସେତୁ’ ଆପ୍‌ରେ…

ନୂଆଦିଲ୍ଲୀ – ଭାରତରେ ମେ ୧ରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ସବୁ ଲୋକଙ୍କ ଟିକାକରଣ କରାଯିବ । ଏଥିପାଇଁ ଆଜି ଅପରାହ୍ନ ୪ଟାରୁ କେନ୍ଦ୍ର ସରକାରଙ୍କ ‘କୋ-ୱିନ୍‌’ ୱେବ ପୋର୍ଟଲ୍ ଏବଂ ‘ଆରୋଗ୍ୟ ସେତୁ’ ଆପ୍‌ରେ ପଞ୍ଜିକରଣ ଆରମ୍ଭ ହୋଇଛି ।…

ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣର ଦ୍ୱିତୀୟ ଲହର ଚିନ୍ତା ବଢାଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ସୃଷ୍ଟି ହେଲାଣି । ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଜଣେ ଲୋକ ଏକାଧିକ ଲୋକଙ୍କୁ ସଂକ୍ରମଣ…

କ୍ୟାପିଟାଲ ହସପିଟାଲରୁ ଗଡିଲା କୋଭିଡ ଟେଷ୍ଟିଂ ଭ୍ୟାନ

ଭୁବନେଶ୍ୱର- ଆଜିଠାରୁ କ୍ୟାପିଟାଲ ହସପିଟାଲରୁ ଗଡିଛି କୋଭିଡ ଟେଷ୍ଟିଂ ଭ୍ୟାନ୍ । ରାଜଧାନୀରେ ଘର ଘର ବୁଲି କୋଭିଡ ଟେଷ୍ଟ କରିବ ଏହି ଭ୍ୟାନ୍ । ୫ ଶହ ଲୋକ ଭ୍ୟାନ ଦ୍ୱାରା ଦୈନିକ କୋଭିଡ ପରୀକ୍ଷା କରିପାରିବେ । ଗାଡିର ଗୋଟିଏ ପଟେ ପଞ୍ଜୀକରଣ ଓ ଅନ୍ୟ ପଟେ ପରୀକ୍ଷା ହେବ । ୯୩୩୭୯୨୯୦୦୦…

୬ ଦିନରେ ୮ଟି ରାଜ୍ୟକୁ ୨୧୧୨ ଟନ୍ ଅକ୍ସିଜେନ ପଠାଇଛି ଓଡିଶା

ଭୁବନେଶ୍ୱର-ବିଭିନ୍ନ ରାଜ୍ୟରେ କୋଭିଡ ରୋଗୀଙ୍କ ସହାୟତା ପାଇଁ ଓଡିଶା ଅକ୍ସିଜେନ ପଠାଇବା ଜାରି ରଖିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ମାନବୀୟ ପଦକ୍ଷେପ ସାରାଦେଶରେ ପ୍ରଶଂସିତ ହୋଇଛି । ୬ ଦିନରେ ଓଡିଶା ୧୧୨ ଟ୍ୟାଙ୍କର ତରଳ ଅକ୍ସିଜେନ ପଠାଇଲାଣି । ଏ ଯାଏଁ ଓଡିଶା ୮ଟି ରାଜ୍ୟକୁ…

ଆଜି ଓଡିଶାକୁ ଆସିବ ୯୦ ହଜାର କୋଭିଶିଲ୍ଡ ଟିକା

ଭୁବନେଶ୍ୱର- ଆଜି ଅପରାହ୍ନରେ ଓଡିଶାରେ ପହଂଚିବ ୯୦ ହଜାର କୋଭିିଶିଲ୍ଡ ଟିକା । ଟିକା ଆସିଲେ ଅଧିକ ଟିକାଦାନ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରାଯିବ । ଟିକା ଅଭାବ ଯୋଗୁଁ ରାଜ୍ୟର ଅନେକ ଟିକାଦାନ କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି । ଏବେ ମାତ୍ର ୪୬୪ କେନ୍ଦ୍ରରେ ହିଁ ଟିକାଦାନ ଚାଲିଛି । ଗତକାଲି…

କୋରୋନା ସଂକ୍ରମଣ ବୃଦ୍ଧି : ଗଞ୍ଜାମ ଜିଲ୍ଲାର ସହରାଂଚଳରେ ଦିନ ୨ଟାରୁ ସକାଳ ୫ ଯାଏଁ ବନ୍ଦ ରହିବ ଦୋକାନବଜାର

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାର ସହରାଂଚଳରେ ଆଜିଠାରୁ ଆସନ୍ତାମାସ ୯ ତାରିଖ ଯାଏଁ ଦିନ ୨ଟାରୁ ସକାଳ ୫ଟା ଯାଏଁ ଦୋକାନ ବଜାର ବନ୍ଦ ରହିବ । କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗଞ୍ଜାମ ଜିଲ୍ଲା ବ୍ୟବସାୟୀ ଏବଂ ବୁଲାବିକାଳୀ ସଂଘ ଏହି ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତିକୁ ଜିଲ୍ଲାପାଳ…

ଆଜି ଅପରାହ୍ନ ୪ଟାରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ପାଇଁ ଆରମ୍ଭ ହେବ ପଞ୍ଜୀକରଣ

ନୂଆଦିଲ୍ଲୀ – ୧୮ ବର୍ଷରୁ ଅଧିକ ବୟସ୍କଙ୍କ କୋଭିଡ ଟିକାକରଣ ପାଇଁ ଆଜିଠାରୁ ଆରମ୍ଭ ହେବ ପଞ୍ଜୀକରଣ । ଅପରାହ୍ନ ୪ଟାରେ କୋ-ୱିନ୍ ଆପ୍‌େରେ ପଞ୍ଜୀକରଣ ଆରମ୍ଭ ହେବ । ଆରୋଗ୍ୟ ସେତୁ ଆପ୍ ଓ ଉମଙ୍ଗ ସେତୁ ଆପ୍ ମାଧ୍ୟମରେ ବି ପଞ୍ଜୀକରଣ ହେବ । ମେ ପହିଲାରେ ଆରମ୍ଭ ହେବ ଟିକାକରଣ । ଓଡିଶା ସମେତ ଆଉ…