Odiaଭୁବନେଶ୍ୱରରେ ଆଜି ନବୀନଙ୍କ ମେଗା ରୋଡ୍ ଶୋ’
ଭୁବନେଶ୍ବର – ଆଜି ସଂଧ୍ୟାରେ ଭୁବନେଶ୍ୱରରେ ମେଗା ରୋଡ୍ ଶୋ’ କରି ନିର୍ବାଚନ ପ୍ରଚାର କରିବେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂଧ୍ୟା ସାଢ଼େ ୬ ଟାରେ ୟୁନିଟ୍-୬ରୁ ଆରମ୍ଭ ହେବ ନବୀନଙ୍କ ରୋଡ୍ ଶୋ’ । ରୋଡ୍ ଶୋ’ ପରେ କଳିଙ୍ଗ ଷ୍ଟାଡିୟମରେ ଜନସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ୟୁନିଟ-୬, ଗଙ୍ଗନଗର ଛକ ଠାରୁ ଏଲ୍ଆଇସି ଅଫିସ ଛକ, ଗୋପବନ୍ଧୁ ଛକ, ଓୟୁଏଟି ଗେଷ୍ଟ୍ ହାଉସ୍ ଛକ, ୟୁନିଟ-୮ ଡିଏଭି ସ୍କୁଲ ଛକ, [...]
Odiaବ୍ରଜରାଜନଗର ରେ ବିଜେପିକୁ ବଡ ଝଟକା ଶଙ୍ଖ ଧରିଲେ ପୂର୍ବତନ ବିଧାୟିକା ରାଧାରାଣୀ
ସମ୍ୱଲପୁର ; ନିର୍ବାଚନ ଯେତିକି ପାଖେଇ ଆସୁଛି। ଭାରତୀୟ ଜନତା ପାର୍ଟିର ଚିନ୍ତା ସେତିକି ମାତ୍ରାରେ ବଢିବାରେ ଲାଗିଛି । ଗୋଟିଏ ପଟେ ବିଜୁ ଜନତା ଦଳର ଲୋକପ୍ରିୟତା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ନେତାମାନେ ଦଳ ଛାଡୁଛନ୍ତି। ବିଜୁ ଜନତା ଦଳକୁ ପସନ୍ଦ କରି ସାମିଲ ହେଉଛନ୍ତି। ଏହି କ୍ରମରେ ଝାରସୁଗୁଡା ଜିଲ୍ଳା ବ୍ରଜରାଜନଗରରେ ବିଜେପିକୁ ଶକ୍ତ ଝଟକା ଲାଗିଛି। କାରଣ ବିଜେପିର ଟାଣୁଆ ନେତ୍ରୀ [...]
Odiaକେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଦୁଇ ଟ୍ରକ୍ ମଧ୍ୟରେ ଚାପି ହୋଇଗଲା କାର୍, ୬ ମୃତ
କେନ୍ଦୁଝର – କେନ୍ଦୁଝରରେ ସିରିଜ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅର୍ନ୍ତଗତ ରିମୁଳି ଜାତୀୟ ରାଜପଥ ୫୨୦ ନିକଟରେ ଆଜି ରାତି ପ୍ରାୟ ୯ଟାରେ ଘଟିଛି ଏହି ସଡକ ଦୁର୍ଘଟଣା। ଦୁଇ ଟ୍ରକ ମଝିରେ ଏକ କାର ଚାପି ହୋଇଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ପ୍ରଥମେ କାର ଏକ ଟ୍ରକ ସହ ପଛରୁ ବାଡ଼େଇ ହୋଇଥିଲା । ପରେ ଆଉ ଏକ ଟ୍ରକ୍ କାରକୁ ପଛରୁ ଧକ୍କା [...]
Odiaଏକାମ୍ର ନିର୍ବାଚନ ମଣ୍ଡଳୀରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର, ଲିଙ୍ଗରାଜ ମନ୍ଦିର ପ୍ରକଳ୍ପ ପ୍ରସଙ୍ଗରେ ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କୁ କଡା ସମାଲୋଚନା
ଭୁବନେଶ୍ବର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ସଂଧ୍ୟାରେ ଏକାମ୍ର ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ଲିଙ୍ଗରାଜ ମନ୍ଦିର, କାରଗିଲ୍ ରୋଡ ଓ ଜାଗମରାରେ ଆୟୋଜିତ ନିର୍ବାଚନୀ ସଭାରେ ଏକାମ୍ର ପ୍ରକଳ୍ପ ତଥା ଭୁବନେଶ୍ବର ରୂପାନ୍ତର ଉପରେ ଗୁରୁତ୍ବ ଦେଇ ସେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ। ପାଣ୍ଡିଆନ ଆଜି [...]
Odiaକଳିଙ୍ଗରେ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା, ନିରାଶ କଲେ କିଶୋର ଜେନା
ଭୁବନେଶ୍ୱର -ତିନିବର୍ଷ ପରେ ଭାରତରେ ଏକ ଆଥଲେଟିକ୍ସ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଜାଭେଲିନ ତାରକା ନୀରଜ ଚୋପ୍ରା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ୨୭ତମ ଜାତୀୟ ସିନିୟର ଫେଡେରେସନ କପ୍ ଆଥଲେଟିକ୍ସ ଚାମ୍ପିଅନସିପରେ ଅଲିମ୍ପିକ ଓ ଏସିଆନ ଗେମ୍ସ ଚାମ୍ପିଅନ ନୀରଜ ଚୋପ୍ରା ଜାଭେଲିନ ସ୍ୱର୍ଣ୍ଣ ଜିତିଛନ୍ତି। ନୀରଜ ୮୨ ଦଶମିକ ୨୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିଥିଲେ, ଯାହା କି ପ୍ରଥମ ସ୍ଥାନ ହାସଲ ପାଇଁ ଯଥେଷ୍ଟ ଥିଲା । [...]
Odiaଛେଣ୍ଡିପଦାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର : ବିଜେପିକୁ ଶାଣିତ ଆକ୍ରମଣ, ଭଲ ଦିନର ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ
ଭୁବନେଶ୍ବର – ନିର୍ବାଚନ ପ୍ରଚାରରେ ବିଜେପି ଉପରେ ଶାଣିତ ଆକ୍ରମଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଛେଣ୍ଡିପଦାରେ ବିରୋଧୀ ବିଜେପିକୁ ଘେରିଛନ୍ତି ନବୀନ । ବିଜେପିର ଅଛେ ଦିନ୍ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭଲ ଦିନର ସ୍ବପ୍ନ ଦେଖାଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ । ଲୋକଙ୍କୁ ମିଛ କହି ଭୁଆଁ ବୁଲାଉଛନ୍ତି ବୋଲି ନବୀନ କହିଛନ୍ତି। ବିଏସକେୱାଇ, ମିଶନ ଶକ୍ତି, ମମତା, କାଳିଆ ଯୋଜନା, ୫-ଟି ସ୍କୁଲ ଓ ନୂଆ-ଓ [...]
Odiaକଙ୍ଗନା ୯୦ କୋଟି ସମ୍ପତ୍ତିର ମାଲିକାଣୀ
ମଣ୍ଡି: ବିଜେପି ଏଥର ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତଙ୍କୁ ପ୍ରାର୍ଥୀ କରିଛି। ସେ ମଙ୍ଗଳବାର ତାଙ୍କ ନାମାଙ୍କନପତ୍ର ଦାଖଲ କରିବା ସହିତ ନିଜ ସମ୍ପତ୍ତିର ସବିଶେଷ ତଥ୍ୟ ମଧ୍ୟ ଦେଇଛନ୍ତି। କଙ୍ଗନା ଦାଖଲ କରିଥିବା ନିର୍ବାଚନୀ ସତ୍ୟପାଠ ଅନୁଯାୟୀ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୯୦ କୋଟିରୁ ଅଧିକ। କଙ୍ଗନାଙ୍କ ଉପରେ ୧୭ କୋଟି ଟଙ୍କା ଋଣ ମଧ୍ୟ ରହିଛି। କଙ୍ଗନା ମଙ୍ଗଳବାର ତାଙ୍କ ନାମାଙ୍କନ ପତ୍ର [...]
Odia‘ମୋ’ ବୁଥ୍’ ଆପ୍ ର ଶୁଭାରମ୍ଭ
ଭୁବନେଶ୍ୱର – ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ସବୁ ନିର୍ବାଚନମଣ୍ଡଳୀ ପାଇଁ ‘ମୋ ବୁଥ ଆପ୍’ର ଶୁଭାରମ୍ଭ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ। ଏହି ଆପ୍ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରିଛି । ସହରାଞ୍ଚଳରେ ମତଦାନ ହାର ବୃଦ୍ଧି ପାଇଁ ଭୋଟର ସଚେତନତା ଲାଗି ଏହି ଆପ୍ ପ୍ରସ୍ତୁତ କରାଯାଇଛି । ଏହି ଆପ୍ ଦ୍ବାରା ଭୁବନେଶ୍ୱରରେ ସହଜରେ ପୋଲିଂ ବୁଥ ପାଇପାରିବେ ଭୋଟର। ଗୁଗୁଲ ମ୍ଯାପ୍ ଦ୍ବାରା ଜାଣିପାରିବେ ବୁଥ୍ [...]
Odiaସଚିନ ତେନ୍ଦୁଲକରଙ୍କ ଅଙ୍ଗରକ୍ଷୀଙ୍କ ଆତ୍ମହତ୍ୟା
ଜଲଗାଓଁ: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଜଣେ ଅଙ୍ଗରକ୍ଷୀ ଆତ୍ମହତ୍ୟା କରିଛନ୍ତି। ସେ ନିଜ ସରକାରୀ ରାଇଫଲରୁ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା କୁହାଯାଇଛି। ତେନ୍ଦୁଲକରଙ୍କ ଅଙ୍ଗରକ୍ଷୀ ପ୍ରକାଶ କାପଡେ ଛୁଟିରେ ନିଜ ଗାଁ ଜାଲଗାଓଁ ଜିଲ୍ଲାର ଜାମନେରକୁ ଯାଇଥିଲେ। ବୁଧବାର ଭୋର ୨ଟା ବେଳେ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ଏକ ଖବରକାଗଜ ରିପୋର୍ଟ ମୁତାବକ କାପଡେ ରାଜ୍ୟ ରିଜର୍ଭ ପୋଲିସ ଫୋର୍ସ (ଏସ୍ଆରପିଏଫ୍)ର ଯବାନ ଥିଲେ। ସେ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ [...]
Odiaରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର: ବିକାଶ ପ୍ରସଙ୍ଗରେ ବିରୋଧୀଙ୍କୁ ପୁଣି ଟାର୍ଗେଟ
ରାଉରକେଲା – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲାରେ ନିର୍ବାଚନ ପ୍ରଚାର। ବିଜେଡି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୁଲାଇ ମାସରୁ ଆଉ ବିଜୁଳି ବିଲ ଦେବାକୁ ପଡିବନି ବୋଲି ଦୋହରାଇଛନ୍ତି। ଏଥିସହ ସେ ବିକାଶ ପ୍ରସଙ୍ଗରେ ବିରୋଧୀ ଦଳକୁ ପୁଣି ଟାର୍ଗେଟ କରିଛନ୍ତି। ନବୀନ କହିଛନ୍ତି ଯେ, ବିରୋଧୀ ଦଳ ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବିଏସକେୱାଇ, ମିଶନ ଶକ୍ତି, ଲକ୍ଷ୍ମୀ ବସ ଯୋଜନା, ୫-ଟି ସ୍କୁଲ ରୂପାନ୍ତରଣ, [...]
