Odiaବଲାଙ୍ଗୀରରେ ରାହୁଲଙ୍କ ନିର୍ବାଚନ ପ୍ରଚାର: କହିଲେ କେବଳ ଆରବପତିଙ୍କ ପାଇଁ କାମ କରୁଛି ବିଜେପି ସରକାର
ବଲାଙ୍ଗୀର – କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କେନ୍ଦ୍ରରେ ବିଜେପି ସରକାର ଉପରେ ବର୍ଷିଛନ୍ତି। ଓଡ଼ିଶା ଗସ୍ତରେ ଆସିଥିବା ରାହୁଲ ଗାନ୍ଧି ବଲାଙ୍ଗୀରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି କହିଛନ୍ତି ଯେ, ବିଜେପି ଆସିଲେ ସମ୍ବିଧାନ ନଷ୍ଟ କରିଦେବ । କିନ୍ତୁ ବିଶ୍ବର କୌଣସି ଶକ୍ତି ଆମ ସମ୍ବିଧାନକୁ ଛୁଇଁ ପାରିବନାହିଁ ବୋଲି ରାହୁଲ କହିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ରର ବିଜେପି ସରକାର ସବୁ କାମ ୨୨ଜଣ ଆରବପତିଙ୍କ ପାଇଁ କରିଛନ୍ତି । ଆରବପତିଙ୍କ [...]
Odiaକେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମାତୃ ବିୟୋଗ
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମାତା ମାଧବୀ ରାଜେ ସିନ୍ଧିଆଙ୍କ ବୁଧବାର ଦିଲ୍ଲୀ ଏମ୍ସରେ ପରଲୋକ ହୋଇଯାଇଛି। ସୂତ୍ରରୁ ପ୍ରକାଶ ଯେ ଆଜି ସକାଳ ୯.୨୮ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଗତ କିଛି ଦିନ ହେବ ‘ଭେଣ୍ଟିଲେଟର’ରେ ଥିଲେ। ତାଙ୍କୁ ଗତ ତିନିମାସ ଧରି ଏମ୍ସରେ ଚିକିତ୍ସା କରାଯାଉଥିଲା। ସେ ନିମୋନିଆ ଏବଂ ସେପସିସ୍ ରୋଗରେ ପୀଡ଼ିତ ଥିଲେ।
Odiaଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଅମିନ
ଭୁବନେଶ୍ୱର – କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ତହସିଲଦାର କାର୍ଯ୍ୟାଳୟର ଅମିନ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ବ୍ୟକ୍ତିଙ୍କ ଜମି ସୀମା ନିର୍ଦ୍ଧାରଣ ସମ୍ପର୍କିତ ରିପୋର୍ଟ ପ୍ରଦାନ ପାଇଁ ଅମିନ ଉମାକାନ୍ତ ବେହେରା ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ମାସକ ପୂର୍ବେ ଅମିନ ଜମି ସୀମା ନିର୍ଦ୍ଧାରଣ କାର୍ଯ୍ୟ ଶେଷ କରିଥିଲେ ମଧ୍ୟ ରିପୋର୍ଟ ବିଳମ୍ବିତ କରୁଥିଲେ। ଏ ନେଇ ସଂପୃକ୍ତ ବ୍ୟକ୍ତି ଭିଜିଲାନ୍ସକୁ ଟୋଲ୍ ଫ୍ରି ନମ୍ବର ( ୧୦୬୪ ) ଜରିଆରେ [...]
‘ନ୍ୟୁଜକ୍ଲିକ୍’ ପ୍ରତିଷ୍ଠାତାଙ୍କ ଗିରଫଦାରିକୁ ବେଆଇନ କହିଲେ ସୁପ୍ରିମକୋର୍ଟ, ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ

Odia‘ନ୍ୟୁଜକ୍ଲିକ୍’ ପ୍ରତିଷ୍ଠାତାଙ୍କ ଗିରଫଦାରିକୁ ବେଆଇନ କହିଲେ ସୁପ୍ରିମକୋର୍ଟ, ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ବେଆଇନ ଗତିବିଧି ନିବାରଣ ଆଇନ (ୟୁଏପିଏ) ଅଧୀନରେ ‘ନ୍ୟୁଜକ୍ଲିକ୍’ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥଙ୍କ ଗିରଫଦାରିକୁ ସୁପ୍ରିମକୋର୍ଟ ବେଆଇନ ବୋଲି କହିଛନ୍ତିି। ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍ ବିଆର୍ ଗାଭାଇ ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ଏକ ଖଣ୍ଡପୀଠ ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ନ୍ୟୁଜ୍ ପୋର୍ଟାଲ ବିରୋଧରେ ଦାଖଲ ଏଫ୍ଆଇଆର୍ ମୁତାବକ, ଭାରତର ସାର୍ବଭୌମତ୍ୱକୁ କ୍ଷୁର୍ଣ୍ଣ କରିବା ଓ ଦେଶ ପ୍ରତି ଅସନ୍ତୋଷ ସୃଷ୍ଟି କରିବା ପାଇଁ ‘ନ୍ୟୁଜକ୍ଲିକ୍’ [...]
Odiaଫେଡେରେସନ କପ୍ ଆଥଲେଟିକ୍ସ: ଆଜି ଜାଭେଲିନ ଥ୍ରୋ’ରେ ଭାଗ ନେବେ ନୀରଜ ଚୋପ୍ରା ଓ କିଶୋର ଜେନା
ଭୁବନେଶ୍ୱର – କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୭ତମ ଜାତୀୟ ସିନିଅର ଫେଡେରସନ କପ୍ ଆଥଲେଟିକ୍ସ ଚାମ୍ପିଅନସିପ ଆଜି ଶେଷ ଦିନ । ଉଦଯାପନୀ ଦିବସରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବେ ଅଲିମ୍ପିକ ଓ ଏସିଆନ ଗେମ୍ସ ଜାଭେଲିନ ଚାମ୍ପିଅନ ନୀରଜ ଚୋପ୍ରା। ନୀରଜ ଚୋପ୍ରା ଓ ଓଡ଼ିଶାର କିଶୋର ଜେନା ଆଜି ଜାଭେଲିନ ଥ୍ରୋ’ରେ ପ୍ରତିଦ୍ବନ୍ଦିତା କରିବେ । ନୀରଜ ଚୋପ୍ରା ୨୦୨୧ ପରେ ପ୍ରଥମ ଥର ପାଇଁ କୈାଣସି ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ଅଂଶ ଗ୍ରହଣ କରୁଛନ୍ତି। [...]
Odiaଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଶେଷ, ଆଜି ଯାଞ୍ଚ
ଭୁବନେଶ୍ବର – ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ( ମେ’ ୧୪) ପ୍ରାର୍ଥିପତ୍ର ଦାଖଲର ଥିଲା ଶେଷ ଦିନ। ଏହି ପର୍ଯ୍ୟାୟରେ ରାଜ୍ୟର ମୟୂରଭଞ୍ଜ, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ଯାଜପୁର ସଂସଦୀୟ କ୍ଷେତ୍ର ସହିତ ୪୨ଟି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ ହୋଇଛି । ଯଶିପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବଡ଼ସାହି, ବାରିପଦା, ମୋରଡ଼ା, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି, ସୋର, ସିମୁଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, [...]
Odiaନିର୍ବାଚନ ପ୍ରଚାର ପାଇଁ ଆଜି ଓଡ଼ିଶା ଆସିବେ ଅମିତ ଶାହା ଓ ରାହୁଲ ଗାନ୍ଧି
ଭୁବନେଶ୍ୱର – ଓଡ଼ିଶାରେ ଆଜି ଜମିବ ନିର୍ବାଚନ ପ୍ରଚାର। ହାଇଭୋଲଟେଜ କ୍ୟାମ୍ପେନ ପାଇଁ ଆଜି ଓଡ଼ିଶା ଆସୁଛନ୍ତି ବିଜେପି ଓ କଂଗ୍ରେସର ଟାଣୁଆ ନେତା । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଓଡ଼ିଶା ଆସୁଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆସ୍କା ସଂଦୀୟ କ୍ଷେତ୍ରର ସୋରଡାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଏହା ପରେ ସନ୍ଧ୍ୟା [...]
Odiaପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡମ୍ବରୁଧର ଉଲ୍ଲାକାଙ୍କ ଦେହାନ୍ତ
ଭୁବନେଶ୍ୱର – ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲ୍ଲାକାଙ୍କ ଦେହାନ୍ତ ହୋଇଯାଇଛି। ୮୭ ବର୍ଷ ବୟସରେ ଆଖି ବୁଜିଛନ୍ତି ପୂର୍ବତନ ମନ୍ତ୍ରୀ। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ଡମ୍ବରୁଧର । ରାୟଗଡ଼ା ଜିଲ୍ଲା ବିଷମକଟକରୁ ସେ ୫ ଥର କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୫ରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ସରକାରରେ ସେ ମନ୍ତ୍ରୀ ଥିଲେ ।
Odiaସରଗରମ ହେଉଛି ପ୍ରଚାର : ଆଜି ସମ୍ୱଲପୁର ସଂସଦୀୟ କ୍ଷେତ୍ରରେ ନିର୍ବାଚନ ପ୍ରଚାର କରିବେ ନବୀନ
ଭୁବନେଶ୍ୱର – ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଥିବା ବେଳେ ଏବେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପ୍ରଚାର ସରଗରମ ହେବାରେ ଲାଗିଛି । ବିଭିନ୍ନ ଦଳର ତାରକା ପ୍ରଚାରକ ତଥା ହେଭିୱଟ ନେତା ପ୍ରଚାର ମଇଦାନକୁ ଓହ୍ଲାଇବେ । ଆଜି ବିଜେଡିର ନମ୍ବର ଏକ ତାରକା ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ । ଦେବଗଡ଼, ଛେଣ୍ଡିପଦା ଓ ଆଠମଲ୍ଲିକରେ ପ୍ରଚାର [...]
Odiaକଣ୍ଟାବାଞ୍ଜି ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ନବୀନ
ବଲାଙ୍ଗୀର – କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଟିଟିଲାଗଡ ଉପଜିଲ୍ଲାପାଳଙ୍କ ଅଫିସକୁ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ସୁପ୍ରିମୋ। ନବୀନଙ୍କ ନାମାଙ୍କନ ଦାଖଲ ବେଳେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ, ଅନଙ୍ଗ ଉଦୟ ସିଂହଦେଓ ଓ ବିଜେଡିର ଟିଟିଲାଗଡ ବିଧାନସଭା ପ୍ରାର୍ଥୀ ପ୍ରମୁଖ ଉପସ୍ଥିତ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ମଧ୍ୟ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ଗତ ୩୦ ତାରିଖରେ [...]
