Odiaଆଜି ତାପମାତ୍ରା ସାମାନ୍ୟ ହ୍ରାସ: ସାଢେ ୨ଟା ସୁଦ୍ଧା ସମ୍ବଲପୁର ଉତ୍ତପ୍ତ ସହର
ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅବଶ୍ୟ ଆଜି ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ସାମାନ୍ୟ ହ୍ରାସ ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ସାଢେ ୨ଟା ସୁଦ୍ଧା ସମ୍ବଲପୁର ୪୩ ଦଶମିକ ୪ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଅନ୍ୟ ସହର ମଧ୍ୟରେ ହୀରାକୁଦରେ ୪୩, ଝାରସୁଗୁଡାରେ ୪୨.୯, ଚାନ୍ଦବାଲିରେ ୪୨.୮,ରାଉରକେଲାରେ ୪୨.୩, କେନ୍ଦୁଝରରେ ୪୧ .୩, ଭୁବନେଶ୍ୱରରେ ୪୧.୩,ବାଲେଶ୍ୱରରେ ୩୯.୭,ପାରାଦ୍ୱୀପରେ [...]
କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ପାଣ୍ଡିଆନଙ୍କ ପ୍ରଚାର, ବିଜେଡି ପ୍ରାର୍ଥୀଙ୍କୁ ୯୫ ପ୍ରତିଶତ ଭୋଟରେ ଜିତାଇବାକୁ ଅପିଲ୍
କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ପାଣ୍ଡିଆନଙ୍କ ପ୍ରଚାର, ବିଜେଡି ପ୍ରାର୍ଥୀଙ୍କୁ ୯୫ ପ୍ରତିଶତ ଭୋଟରେ ଜିତାଇବାକୁ ଅପିଲ୍
ବ୍ରହ୍ମପୁର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ବାନ ଦେଇଛନ୍ତି । କବିସୂର୍ଯ୍ୟନଗରରେ ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ ଓ କବିସୂର୍ଯ୍ୟନଗର ବିଧାନସଭା ପ୍ରାର୍ଥୀ ଲତିକା ପ୍ରଧାନ ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କୁ ଭୋଟ ଦେଇ ନବୀନ ବାବୁଙ୍କୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ । [...]
Odiaକୁଆପଥର ମାଡ଼ରେ ଭାଙ୍ଗିଲା ଓ୍ବିଣ୍ଡ୍ ସିଲ୍ଡ , ଭୁବନେଶ୍ୱର ବିମାନବନ୍ଦରରେ ବିମାନର ଜରୁରୀ ଅବତରଣ
ଭୁବନେଶ୍ୱର – କୁଆପଥର ମାଡରେ ଏକ ଭିସ୍ତାରା ବିମାନ କ୍ଷତିଗ୍ରସ୍ତ ହେବାରୁ ଏହା ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ଭୁବନେଶ୍ବରରୁ ଦିଲ୍ଲୀ ଯାଉଥିଲା ବିମାନ ଭିସ୍ତାରା ବିମାନ । ଉଡାଣର ଅଳ୍ପ ସମୟ ପରେ କୁଆପଥର ମାଡରେ ବିମାନର ଓ୍ବିଣ୍ଡ ସିଲ୍ଡ ଭାଙ୍ଗିଯାଇଥିଲା । ସେଥିପାଇଁ ବିମାନ କୁ ଜରୁରୀ ଅବତରଣ କରିବାକୁ ପଡିଥିଲା । ବିମାନରେ ଥିବା ୧୬୯ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ [...]
Odiaସଲମାନ ଖାନ ଗୁଳିକାଣ୍ଡ ମାମଲାର ଅଭିଯୁକ୍ତଙ୍କ ପୋଲିସ ହାଜତରେ ଆତ୍ମହତ୍ୟା
ମୁମ୍ବାଇ: ସଲମାନ ଖାନଙ୍କ ଘର ବାହାରେ ଗୁଳିକାଣ୍ଡ ମାମଲାର ଜଣେ ଅଭିଯୁକ୍ତ ପୋଲିସ ହାଜତରେ ଆତ୍ମହତ୍ୟା କରିଛି। ଆତ୍ମହତ୍ୟା କରିଥିବା ଅଭିଯୁକ୍ତଙ୍କ ନାମ ଅନୁଜ ଥାପନ୍। ମୁମ୍ବାଇ ପୋଲିସ ମୁଖ୍ୟାଳୟରେ ଥିବା କ୍ରାଇମ ବ୍ରାଞ୍ଚ ହାଜତରେ ତାଙ୍କୁ ଜେରା ପାଇଁ ରଖାଯାଇଥିଲା। ବୁଧବାର ସେ ହାଜତରେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ତାକୁ ଗୁରୁତର ଅବସ୍ଥାରେ ସେଣ୍ଟ୍ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି । ସଲମାନ ଖାନଙ୍କ [...]
Odiaସୁପ୍ରିମକୋର୍ଟ ପହଞ୍ଚିଲା କୋଭିସିଲ୍ଡ ମାମଲା
ନୂଆଦିଲ୍ଲୀ: କୋଭିସିଲ୍ଡ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ବିଶାଲ ତିୱାରୀ ନାମକ ଜଣେ ଓକିଲ କୋଭିସିଲ୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ ପାଇଁ ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏମ୍ସ ଡାଇରେକ୍ଟରଙ୍କ ଅଧ୍ୟକ୍ଷତାରେ ଏକ ମେଡିକାଲ୍ ଏକ୍ସପର୍ଟ ପ୍ୟାନେଲ୍ ଗଠନ କରି ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ଵାବଧାନରେ ଏହାର ତଦନ୍ତ କରାଯାଉ । ଯଦି କୋଭିସିଲ୍ଡ ଟିକା ସ୍ବାସ୍ଥ୍ୟ ପାଇଁ ହାନିକାରକ, ତେବେ ଏହି ଟିକା ନେଇଥିବା ଲୋକ ଓ ଯେଉଁମାନେ ଅକ୍ଷମ [...]
Odiaଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ
ନୂଆଦିଲ୍ଲୀ: ଦିଲ୍ଲୀର କେତେକ ବଡ଼ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଇ-ମେଲ୍ ଜରିଆରେ ସମ୍ପୃକ୍ତ ସ୍କୁଲ ଗୁଡ଼ିକୁ ଏପରି ଧମକ ମିଳିଛି । ଚାଣକ୍ୟପୁରୀର ସଂସ୍କୃତ ସ୍କୁଲ୍, ମୟୂର ବିହାରର ମଦର ମେରୀ ସ୍କୁଲ ଏବଂ ଦ୍ୱାରକା ଦିଲ୍ଲୀ ପବ୍ଲିକ୍ ସ୍କୁଲ ସହ ଜାତୀୟ ରାଜଧାନୀର ଆଉ କିଛି ହାଇ ପ୍ରୋଫାଇଲ ସ୍କୁଲକୁ ଏଭଳି ଧମକପୂର୍ଣ୍ଣ ଇମେଲ୍ ମିଳିଛି। ବୋମା ନିଷ୍କ୍ରିୟ ସ୍କ୍ବାଡ୍ ଏବଂ ଅଗ୍ନିଶମ ବାହିନୀ ସହ ଦିଲ୍ଲୀ ପୋଲିସ ଧମକ ମିଳିଥିବା [...]
Odiaଏହି କାରଣରୁ ଆଜିଠୁ ତିନିମାସ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
କେନ୍ଦ୍ରାପଡା – କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଯାଇଥିବାରୁ ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଏହି ସମୟରେ ନଦୀନାଳରେ ଥିବା କୁମ୍ଭୀର ବସାବାନ୍ଧି ଅଣ୍ଡା ଦେବେ। ସେମାନଙ୍କ ଅଣ୍ଡାଦେବା ପ୍ରକ୍ରିୟାରେ ବାଧା ନ ଉପୁଜିବା ପାଇଁ ରାଜନଗର ବନଖଣ୍ଡ ପକ୍ଷରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଭିତରକନିକା ଜାତୀୟ ଉଦ୍ୟାନ ଆସିବାକୁ ବାରଣ କରାଯାଇଛି। ସୂଚନାଯୋଗ୍ୟ, [...]
Odiaଶସ୍ତା ହେଲା ଏଲପିଜି ସିଲିଣ୍ଡର
ନୂଆଦିଲ୍ଲୀ : କମର୍ସିଆଲ ଏଲପିଜି (୧୯ କେଜି) ଦର ସିଲିଣ୍ଡର ପିଛା ୨୦ ଟଙ୍କା କମିଛି। ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଏଲପିଜି ସିଲିଣ୍ଡର ବର୍ତ୍ତମାନ ୧୭୬୪.୫୦ ରୁ ୧୭୪୫.୫୦ ଟଙ୍କାକୁ ହ୍ରାସ ପାଇଛି। କୋଲକାତାରେ ଏହି ସିଲିଣ୍ଡର ଏବେ ୧୮୫୯ ଟଙ୍କାରେ ଉପଲବ୍ଧ ହେବ। ମୁମ୍ବାଇରେ କମର୍ସିଆଲ ସିଲିଣ୍ଡର ଦର ୧୭୧୭.୫୦ ରୁ ୧୬୯୮.୫୦ ଟଙ୍କା ହୋଇଛି। ଚେନ୍ନାଇରେ କମର୍ସିଆଲ ଏଲପିଜି ୧୯୧୧ ଟଙ୍କାରେ ମିଳିବ । ତେବେ ୧୪.୨ କେଜି ଘରୋଇ ଗ୍ୟାସ ସିଲିଣ୍ଡର ଦର [...]
Odiaରାଜ୍ୟରେ ଜାରି ରହିବ ଭୀଷଣ ଗ୍ରୀଷ୍ମ ପ୍ରବାହ ସ୍ଥିତି
ଭୁବନେଶ୍ଵର – ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡ଼ିଶା। ଆକାଶରୁ ନିଆଁବର୍ଷା ହେଉଛି। ଅସହ୍ୟ ଖରା ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଏଣେ ଆସନ୍ତାକାଲି ଯାଏଁ ସିଭିୟର ହିଟ୍ ଓ୍ବେଭ୍ ପାଇଁ ରାଜ୍ୟର କିଛି ସ୍ଥାନକୁ ରେଡ୍ ଆଲର୍ଟ ଜାରି ହୋଇଛି। ଆଜି ୧୧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିଭଳି ହିଟ୍ ଓ୍ବେଭ୍ ନେଇ ୮ ଜିଲ୍ଲାକୁ ଅରେଞ୍ଜ ଏବଂ ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ଗତକାଲି ୧୫ [...]
Odiaମତଦାନ ବେଳେ ଭୋଟର ଓ ପୋଲିଂ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗର ବିଶେଷ ପଦକ୍ଷେପ
ଭୁବନେଶ୍ୱର – ନିର୍ବାଚନ ବେଳେ ପ୍ରଚଣ୍ତ ଗ୍ରୀଷ୍ମତାପର ମୁକାବିଲା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କିଛି ପଦକ୍ଷେପ ଘୋଷଣା କରାଯାଇଛି। ସେକ୍ଟର ଅଧିକାରୀଙ୍କ ସହ ଜଣେ ପାରାମେଡିକାଲ ଷ୍ଟାଫ୍ ରହିବେ ଓ ଅତ୍ୟାବଶ୍ୟକ ଔଷଧ ରହିବ । ମତଦାନ ବେଳେ ଭୋଟର ଓ ପୋଲିଂ କର୍ମଚାରୀଙ୍କ ପାଇଁ ପ୍ରତି ବ୍ଲକ/କ୍ଳଷ୍ଟର ସ୍ତରରେ ମୋବାଇଲ ହେଲ୍ଥ ୟୁନିଟ ମୁତୟନ କରାଯିବ। ଏଥିରେ ଜଣେ ଆୟୁଷ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍ ରହିବେ । ମତଦାନ ବେଳେ [...]
