Odiaପତଞ୍ଜଳି ବିଜ୍ଞାପନ ମାମଲା: ଉତ୍ତରାଖଣ୍ଡ ରାଜ୍ୟ ଲାଇସେନ୍ସିଂ ପ୍ରାଧିକରଣକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ନୂଆଦିଲ୍ଲୀ: ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ସହ ଜଡିତ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସୁପ୍ରିମକୋର୍ଟ ମଙ୍ଗଳବାର ଉତ୍ତରାଖଣ୍ଡ ରାଜ୍ୟ ଲାଇସେନ୍ସିଂ ପ୍ରାଧିକରଣକୁ ଭର୍ତ୍ସନା କରିଛନ୍ତି। ଜଷ୍ଟିସ୍ ହିମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଏକ ଖଣ୍ଡପୀଠ ଉତ୍ତରାଖଣ୍ଡ ଲାଇସେନ୍ସିଂ ପ୍ରାଧିକରଣ ଦେଇଥିବା ଜବାବରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଖଣ୍ଡପୀଠ କହିଛନ୍ତି – କୋର୍ଟଙ୍କ ଏପ୍ରିଲ୍ ୧୦ର ଆଦେଶ ପାଇବା ପରେ ହିଁ ଲାଇସେନ୍ସ କର୍ତ୍ତୃପକ୍ଷ ପତଞ୍ଜଳି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ [...]
Odiaଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଗଲେ ପୂର୍ବତନ ଏନ୍ ଆରଇଜିଏ ସହାୟକ
ଭୁବନେଶ୍ୱର – କେନ୍ଦୁଝର ଜିଲ୍ଲା ସହରପଡା ବ୍ଲକର ପୂର୍ବତନ ଏନ୍ ଆରଇଜିଏ ସହାୟକ ଲଳିତ କୁମାର ମହନ୍ତଙ୍କୁ ଏକ ଲାଞ୍ଚ ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ତାଙ୍କୁ ଆଉ ୨ ମାସ ଜେଲରେ ରହିବାକୁ ପଡ଼ିବ । ସେହି ସମାନ ମାମଲାରେ ଲଳିତ ମହନ୍ତଙ୍କୁ ଆଉ ୩ ବର୍ଷ ଜେଲ୍ ଓ ୨ ହଜାର [...]
ଏପ୍ରିଲ ମାସ ତାତିରେ ରେକର୍ଡ ଭାଙ୍ଗିଲା ବାଲେଶ୍ଵର : ୪୬ ଡିଗ୍ରୀ ଛୁଇଁଲା ପାରା, ଭୁବନେଶ୍ୱରରେ ତାପମାତ୍ରା ୪୫ ଡେଇଁଲା

Odiaଏପ୍ରିଲ ମାସ ତାତିରେ ରେକର୍ଡ ଭାଙ୍ଗିଲା ବାଲେଶ୍ଵର : ୪୬ ଡିଗ୍ରୀ ଛୁଇଁଲା ପାରା, ଭୁବନେଶ୍ୱରରେ ତାପମାତ୍ରା ୪୫ ଡେଇଁଲା
ଭୁବନେଶ୍ୱର – ଏପ୍ରିଲ ମାସ ତାତିରେ ରେକର୍ଡ ଭାଙ୍ଗିଲା ବାଲେଶ୍ଵର। ସାଢେ ୨ଟା ସୁଦ୍ଧା ବାଲେଶ୍ଵରରେ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହି ତାପମାତ୍ରା ହେଉଛି ଏପ୍ରିଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରାର ସର୍ବକାଳୀନ ରେକର୍ଡ । ଏହା ପୂର୍ବରୁ ୨୦୧୦ ମସିହା ଏପ୍ରିଲ ୨୦ରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । ଏଣେ ରାଜଧାନୀରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୫ ଡିଗ୍ରୀ ଅତିକ୍ରମ କରିଛି ତାପମାତ୍ରା।ଆଜି ଦିନ [...]
Odiaସେକ୍ସ୍ ସ୍କାଣ୍ଡାଲ ଝଡ଼ ପରେ ସାଂସଦ ପ୍ରଜ୍ଜ୍ବଳ ରେଭାନ୍ନା ଜେଡିଏସ୍ ରୁ ନିଲମ୍ବିତ
ବେଙ୍ଗାଲୁରୁ: ସେକ୍ସ୍ ସ୍କାଣ୍ଡାଲ ଝଡ଼ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତି ତଥା ସାଂସଦ ପ୍ରଜ୍ଜ୍ବଳ ରେଭାନ୍ନାଙ୍କୁ ଜେଡି(ଏସ୍)ରୁ ନିଲମ୍ବିତ କରାଯାଇଛି। ମଙ୍ଗଳବାର ଜେଡିଏସ୍ କୋର୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯୌନ କେଳେଙ୍କାରୀ ଅଭିଯୋଗରେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଏଚଡି ରେଭେନ୍ନା ଓ ତାଙ୍କ ପୁଅ ପ୍ରଜ୍ଜ୍ବଳ ରେଭାନ୍ନାଙ୍କ ବିରୋଧରେ ଏକ ପୃଥକ ଏଫଆଇଆର ମଧ୍ୟ ରୁଜୁ ହୋଇଛି। ସେକ୍ସ ସ୍କାଣ୍ଡାଲ୍ ଭିଡ଼ିଓ ସାମ୍ନାକୁ ଆସିବା ପରେ ପ୍ରଜ୍ଜ୍ବଳ ରେଭାନ୍ନା ଦେଶ ଛାଡ଼ି [...]
Odiaସମ୍ୱଲପୁର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ପ୍ରଣବ
ସମ୍ବଲପୁର – ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମା’ ସମଲେଶ୍ବରୀଙ୍କ ଆଶୀର୍ବାଦ ନେଲା ପରେ ଏକ ଶୋଭାଯାତ୍ରାରେ ପ୍ରଣବ ପ୍ରକାଶ ଦାସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପ୍ରାର୍ଥିପତ୍ର ଦାଖଲ କରିଥିଲେ । ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢୁଛନ୍ତି ପ୍ରଣବ ପ୍ରକାଶ ଦାସ। ରାଜ୍ୟ ବିଜେଡିର ଜଣେ ଟାଣୁଆ ନେତା ଭାବେ ପରିଚିତ ପ୍ରଣବ ପୂର୍ବରୁ ଯାଜପୁର ଆସନରୁ ବିଧାନସଭାକୁ ତିନି ଥର [...]
ମା’ ତାରାତାରିଣୀଙ୍କ ଆଶୀର୍ବାଦ ସହ ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ
ଛତ୍ରପୁର: ଗତ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳି ଓ ଶେରଗଡ଼ ବ୍ଲକରୁ ବିଜେଡିର ବିଜୟ ଶଙ୍ଖନାଦ କରିଥିଲେ। ଆରମ୍ଭ କରିଥିଲେ ପ୍ରଚାର ଅଭିଯାନ। ଆଉ ଆଜି ହିଞ୍ଜିଳି ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଏଥିସହ ରାଜ୍ୟରେ ପୁଣି ବିଜେଡି ସରକାର ଗଠନ କରିବାର ତଥା ରେକର୍ଡ ଷଷ୍ଠ ଥର ପାଈଁ ହିଞ୍ଜିଳିରୁ ବିଧାୟକ ଭାବେ ପୁଣି ମୁଖ୍ୟମନ୍ତ୍ରୀ ହେବାର ଦୃଢ଼ ଉଦଘୋଷଣା କରିଛନ୍ତି ସେ। ରାଜ୍ୟରେ [...]
Odiaହିଞ୍ଜିଳି ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ
ଛତ୍ରପୁର – ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଜେଡି ସୁପ୍ରିମୋଙ୍କ ପ୍ରାର୍ଥିପତ୍ର ଦାଖଲ ବେଳେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସମେତ ବିଜେଡିର ବହୁ ନେତା ଓ ବିଭିନ୍ନ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଉପସ୍ଥିତ ଥିଲେ । ଷଷ୍ଠ ଥର ପାଇଁ ହିଞ୍ଜିଳିରୁ ନିର୍ବାଚନ ଲଢୁଛନ୍ତି ନବୀନ ପଟ୍ଟନାୟକ। ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ [...]
Odiaଛତିଶଗଡ଼ରେ ପୁଣି ୭ ମାଓବାଦୀ ନିପାତ
ନାରାୟଣପୁର (ଛତିଶଗଡ଼): ଛତିଶଗଡ଼ରେ ମାଓ ବିରୋଧୀ ଅପରେସନରେ ସୁରକ୍ଷା ବାହିନୀକୁ ପୁଣି ମିଳିଛି ସଫଳତା। ନାରାୟଣପୁର ଓ କାଙ୍କେର ଜିଲ୍ଲା ସୀମାରେ ମଙ୍ଗଳବାର ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ୭ ଜଣ ମାଓବାଦୀ ନିପାତ ହୋଇଛନ୍ତି। ଏହି ସଂଘର୍ଷରେ ଅନେକ ମାଓବାଦୀ ଆହତ ହୋଇଥିବା ଜଣାପଡିଛି। ମହାରାଷ୍ଟ୍ର ସୀମାକୁ ଲାଗିଥିବା ଟେକମେଟା ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ନକ୍ସଲ ବିରୋଧୀ ଅପରେସନରେ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) [...]
Odiaନାମାଙ୍କନ ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର – ଆଗାମୀ ବିଧାନସଭା ନିର୍ବାଚନ ପାଇଁ ହିଞ୍ଜିଳି ଆସନରୁ ନାମାଙ୍କନ ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା’ ତାରାତାରିଣୀ ପୀଠ ପରିଦର୍ଶନ କରିଛନ୍ତି। ମା’ଙ୍କ ଆଶୀର୍ବାଦ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ତାରାତାରିଣୀ ପୀଠ ନିକଟରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ । ସେଠାରୁ ସେ ସିଧାସଳଖ ମା’ ତାରାତାରିଣୀଙ୍କ ମନ୍ଦିର ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି [...]
Odiaମାନିଲା ଆଷ୍ଟ୍ରାଜେନେକା, ‘କୋଭିସିଲ୍ଡ’ ଟିକା ଦ୍ବାରା ଶରୀରରେ ରକ୍ତ ଜମାଟ ବାନ୍ଧିପାରେ
ଲଣ୍ଡନ: କୋଭିଡ୍-୧୯ ଟିକା ‘କୋଭିସିଲ୍ଡ’ ଦ୍ବାରା ଷ୍ଟ୍ରୋକ, ହୃଦଘାତ ଭଳି ଘାତକ ପାର୍ଶ୍ଵ ପ୍ରତିକ୍ରିୟା ସୃଷ୍ଟି ହୋଇପାରେ। କୋଭିସିଲ୍ଡ ଟିକା ପ୍ରସ୍ତୁତକାରୀ କମ୍ପାନୀ ଆଷ୍ଟ୍ରାଜେନେକା ପ୍ରଥମ ଥର ଏହି କଥା ସ୍ୱୀକାର କରିଛି । ଏହା ଦ୍ବାରା ପ୍ରସ୍ତୁତ କୋଭିଡ-୧୯ ଟିକା ଦ୍ବାରା ଶରୀରରେ ଟିଟିଏସ୍ ପରି ବିରଳ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ। ଟିଟିଏସ୍ ଅର୍ଥାତ୍ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ ଶରୀରରେ ରକ୍ତ ଜମାଟର କାରଣ ହୋଇପାରେ ବୋଲି କହିଛି ଏହି କମ୍ପାନୀ। ବ୍ରିଟେନର ହାଇକୋର୍ଟରେ ଦାଖଲ ଦସ୍ତାବିଜରେ [...]
