Odiaଭିଭିପାଟ୍ ମାମଲାରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ:ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଜରିଆରେ ଦିଆଯାଉଥିବା ଭୋଟ୍ ଏବଂ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପାଟ୍) ସ୍ଲିପ୍ ଗୁଡ଼ିକର ୧୦୦% ମେଳ ଦାବି ନେଇ ଆଗତ ଆବେଦନ ଉପରେ ସୁପ୍ରିମକୋର୍ଟ ବୁଧବାର ନିଜ ରାୟ ସଂରକ୍ଷିତ ରଖିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା କହିଛନ୍ତି ଯେ ଆମେ ଆଉ ମେରିଟ୍ ଉପରେ ଶୁଣାଣି କରୁନାହୁଁ। ଆମେ ନିର୍ବାଚନ କମିଶନ ଠାରୁ କିଛି ନିର୍ଦ୍ଦିଷ୍ଟ ସ୍ପଷ୍ଟୀକରଣ ଚାହୁଁଛୁ | ଆମର କିଛି ପ୍ରଶ୍ନ ଥିଲା ଏବଂ ସେଗୁଡ଼ିକର [...]
Odiaନିର୍ବାଚନୀ ରାଲି ବେଳେ ବେହୋସ ହେଲେ ନିତିନ ଗଡକରୀ
ମୁମ୍ବାଇ: ମହାରାଷ୍ଟ୍ରର ୟଭତମାଲରେ ବୁଧବାର ଏକ ନିର୍ବାଚନ ରାଲି ବେଳେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ବେହୋସ ହୋଇଯାଇଛନ୍ତି। ସେ ଏନଡିଏର ଶିବସେନା ପ୍ରାର୍ଥୀ ରାଜଶ୍ରୀ ପାଟିଲଙ୍କ ସମର୍ଥନରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରିବାକୁ ଏଠାକୁ ଆସିଥିଲେ। ଗଡକରୀ କହୁଥିବା ବେଳେ ସେ ହଠାତ୍ ବେହୋସ୍ ହୋଇ ମଞ୍ଚରେ ପଡ଼ିଯାଇଥିଲେ। ମଞ୍ଚରେ ଉପସ୍ଥିତ ଲୋକମାନେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନେଇଥିଲେ । ଏହି ଘଟଣାର କିଛି ସମୟ ପରେ ନିତିନ ଗଡକରୀ ସୋସିଆଲ ମିଡ଼ିଆରେ [...]
Odiaଦିନ ୨ଟା ୩୦ ସୁଦ୍ଧା ୬ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ, ଭୁବନେଶ୍ୱରରେ ସର୍ବାଧିକ ୪୩.୨ ଡିଗ୍ରୀ
ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଦିନ ୨ଟା ୩୦ ସୁଦ୍ଧା ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଥିଲା । ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା । ଏଠାରେ ସର୍ବାଧିକ ତାପମାତ୍ରା ୪୩ ଦଶମିକ ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଝାରସୁଗୁଡାରେ ୪୨.୯ , ଚାନ୍ଦବାଲିରେ ୪୨.୨, ବାଲେଶ୍ୱରରେ ୪୧.୪, ରାଉରକେଲାରେ ୪୦.୮, ସମ୍ବଲପୁରରେ ୪୦.୧ ଡିଗ୍ରୀ [...]
Odiaହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡିର ବିଜୟ ଅଭିଯାନ : ମୁଖ୍ୟମନ୍ତ୍ରୀଙ୍କ ବିଜୟ ଶଙ୍ଖଧ୍ବନୀ , ବିକାଶ ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ
ହିଞ୍ଜିଳି – ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି-ଶେରଗଡରେ ବିରାଟ ଜନସଭା ସହ ଆଜି ବିଜୁ ଜନତା ଦଳର ବିଜୟ ଶଙ୍ଖ ଫୁଙ୍କିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିଞ୍ଜିଳି ଓ ଶେରଗଡରେ ଦୁଇଟି ବିରାଟ ଜନସଭାରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳର ବିଜୟ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ନବୀନ ପଟ୍ଟନାୟକ କହିଛନ୍ତି ଯେ ଯୋଡି ଶଙ୍ଖ ହେଉଛି ଓଡିଶାର ପରିଚୟ। ଯୋଡି ଶଙ୍ଖ ହେଉଛି ବିକାଶର ପରିଚୟ ବୋଲି ମତଦେଇ [...]
Odiaସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ବଡ଼ ଆକାରରେ କ୍ଷମା ପ୍ରାର୍ଥନା ପ୍ରକାଶ କଲେ ରାମଦେବ
ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପତଞ୍ଜଳି ପକ୍ଷରୁ ବୁଧବାର (ଏପ୍ରିଲ ୨୪) ଖବରକାଗଜରେ ପୁଣି ଏକ କ୍ଷମା ପ୍ରାର୍ଥନା ପ୍ରକାଶ କରାଯାଇଛି। ଏହାପୂର୍ବରୁ ପତଞ୍ଜଳି ଏପ୍ରିଲ ୨୨ରେ ମଧ୍ୟ କ୍ଷମା ପ୍ରାର୍ଥନା ପ୍ରକାଶ କରିଥିଲା। ତେବେ ଏହି କ୍ଷମା ପ୍ରାର୍ଥନା ଛୋଟ ଆକାରରେ ପ୍ରକାଶିତ ହୋଇଥିବାରୁ ସୁପ୍ରିମକୋର୍ଟ ରାମଦେବ ଓ ବାଳକୃଷ୍ଣଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ପତଞ୍ଜଳି ନିଜ ଆୟୁର୍ବେଦିକ ଔଷଧ ସମ୍ପର୍କରେ ଯେଉଁଭଳି ବଡ଼ ଆକାରରେ ବିଜ୍ଞାପନ ଦେଇଥିଲା, କ୍ଷମାପ୍ରାର୍ଥନା ମଧ୍ୟ ବଡ଼ [...]
Odiaବିକାଶ ହେଉଛି ଆମର ପରିଚୟ: ନବୀନ ପଟ୍ଟନାୟକ, ହିଞ୍ଜିଳିରୁ ଆରମ୍ଭ କଲେ ପ୍ରଚାର
ବ୍ରହ୍ମପୁର: ବିକାଶ ହେଉଛି ଆମର ପରିଚୟ। ମାତ୍ର ବିକାଶକୁ ବିପକ୍ଷ ଦଳ ବିରୋଧ କରୁଛନ୍ତି। ଏଭଳି ବିରୋଧୀଙ୍କ ଅସଲ ରୂପ ଲୋକ ଜାଣନ୍ତି। ଲୋକେ ଏହାର ଜବାବ ଦେବେ। ଆମର ବିଜୟ ଧାରା ଜାରି ରହିବ। ଯୋଡ଼ି ଶଙ୍ଖ ଆମର ପରିଚୟ, ଯୋଡି ଶଙ୍ଖରେ ଆଶୀର୍ବାଦ କରନ୍ତୁ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ପୂର୍ବାହ୍ନରେ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ବ୍ଲକ୍ ସମରଝୋଳ ଠାରେ ସାଧାରଣ ସଭାରେ ଉଦବୋଧନ [...]
Odiaହିଞ୍ଜିଳିରୁ ବିଜେଡି ପାଇଁ ନିର୍ବାଚନ ପ୍ରଚାରର ଅନୁକୂଳ କଲେ ନବୀନ
ହିଞ୍ଜିଳି – ନିଜ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରୁ ବିଜେଡି ପାଇଁ ନିର୍ବାଚନ ପ୍ରଚାରର ଶଙ୍ଖ ଫୁଙ୍କିଛନ୍ତି ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ଆନୁଷ୍ଠାନିକ ଭାବେ ନିର୍ବାଚନ ପ୍ରଚାର ଆରମ୍ଭ କରିଛି ବିଜେଡି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ବାହାରି ପୂର୍ବାହ୍ନରେ ହିଞ୍ଜିଳିରେ ପହଞ୍ଚିଥିଲେ। ହିଞ୍ଜିଳି ସମରଝୋଳରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ହିଞ୍ଜିଳିରୁ ବିଜେଡିର ଜୟଯାତ୍ରା ଆରମ୍ଭ ହେଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି [...]
Odiaଆଜିଠୁ ପୁଣି ତାତି ପ୍ରକୋପ : ଆସନ୍ତା ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ଚେତାବନୀ
ଭୁବନେଶ୍ୱର -ଆସନ୍ତା ୨୪ ଘଣ୍ଟା ପାଇଁ ୧୦ଟି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଦିଆଯାଇଛି। ବାଲେଶ୍ବର, ଭଦ୍ରକ, କଟକ, ଖୋର୍ଦ୍ଧା, ଗଞ୍ଜାମ,ଗଜପତି କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ନୟାଗଡ଼ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜିଠୁ ୨୭ ତାରିଖ ଯାଏଁ ରାଜ୍ୟରେ ପୁଣି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଣେ ଆଜି ସକାଳ ସାଢେ ୮ଟା ସୁଦ୍ଧା ୩୬ ଡିଗ୍ରୀ ସହ [...]
Odiaଭିଭିପାଟ୍-ଭୋଟ୍ ମେଳ ଆବେଦନ ଉପରେ ଆଜି ଆସିବ ସୁପ୍ରିମକୋର୍ଟ ରାୟ
ନୂଆଦିଲ୍ଲୀ: ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ସହିତ ଇଭିଏମ୍ ଜରିଆରେ ଦିଆଯାଉଥିବା ଭୋଟ୍ ର ଶତ ପ୍ରତିଶତ ମେଳ କରିବା ପାଇଁ ହୋଇଥିବା ଏକାଧିକ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇବେ। ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଏକ ଖଣ୍ଡପୀଠ ଏହି ଆବେଦନ ଉପରେ ନିର୍ବାଚନ କମିଶନଙ୍କ ଜବାବ ଶୁଣିବା ପରେ ଏପ୍ରିଲ ୧୮ରେ ରାୟ ସଂରକ୍ଷିତ ରଖିଥିଲେ। ଗତି କିଛି ନିର୍ବାଚନରେ ଭିଭପାଟ୍ ଗଣନା ଏବଂ ଇଭିଏମ୍ [...]
Odiaମାଲକାନଗିରି ଚାଲାନଗୁଡାରୁ ନଗଦ ୩୦ ଲକ୍ଷ ଟଙ୍କା ଜବତ
ମାଲକାନଗିରି – ନିର୍ବାଚନ ଋତୁରେ ଯାଞ୍ଚ ବେଳେ ଜବତ ହେଉଛି ପୁଳା ପୁଳା ନଗଦ ଟଙ୍କା। ଓଡ଼ିଶାରେ ଆଗରୁ ଦୁଇ ତିନିଟି ସ୍ଥାନରେ ଯାଞ୍ଚ ବେଳେ ନଗଦ ଟଙ୍କା ଜବତ କରିଛି ପୋଲିସ । ଏବେ ପୁଣି ଥରେ ଜବତ ହୋଇଛି ନଗଦ ଟଙ୍କା। ଓଡ଼ିଶା-ଛତିଶଗଡ଼ ସୀମା ମାଲକାନଗିରିର ଚାଲାନଗୁଡ଼ାରୁ ୩୦ ଲକ୍ଷ ଟଙ୍କା ଯାଞ୍ଚ ବେଳେ ଜବତ ହୋଇଛି। ନିର୍ବାଚନ ନେଇ ଗତକାଲି ସୀମାରେ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଏତେ ପରିମାଣର ଟଙ୍କା [...]
