Odiaପଦ୍ମଶ୍ରୀ ଉପାଧି ଗ୍ରହଣ କଲେ ଗୋପୀନାଥ ସ୍ବାଇଁ
ବ୍ରହ୍ମପୁର: ଶତାୟୁ କୃଷ୍ଣ ଲୀଳା ସାଧକ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଗୋବିନ୍ଦପୁର ଗ୍ରାମର ଗୋପୀନାଥ ସ୍ବାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଚଳିତ ବର୍ଷର ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ସମ୍ମାନ କିଛି ଜଣଙ୍କୁ ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ଥିଲେ ଗଞ୍ଜାମ ଜିଲ୍ଲାର ଗୋପୀନାଥ ସ୍ବାଇଁ ଓ ସମ୍ବଲପୁରର ପ୍ରଖ୍ୟାତ ଲୋକ ସାହିତ୍ୟିକ ବିନୋଦ କୁମାର [...]
Odiaଆବଶ୍ୟକ ପରିମାଣ ଯକ୍ଷ୍ମା ଔଷଧ ଯୋଗାଣ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର
ଭୁବନେଶ୍ୱର – ଓଡ଼ିଶାକୁ ଆବଶ୍ୟକ ପରିମାଣର ଯକ୍ଷ୍ମା ଔଷଧ ଯୋଗାଇଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ କହିଛନ୍ତି। ରାଜ୍ୟରେ ଯକ୍ଷ୍ମା ଔଷଧର ଅଭାବ ଥିବା ଦର୍ଶାଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଚିଠି ଲେଖିଛନ୍ତି। ଗତବର୍ଷ ଫେବ୍ରୁଆରୀ ମାସଠାରୁ ଓଡିଶାକୁ ଯକ୍ଷ୍ମା ନିରାକରଣ ଔଷଧ ଆବଶ୍ୟକ ପରିମାଣରେ ଆସୁନାହିଁ। ଏଥିଯୋଗୁଁ ରାଜ୍ୟରେ ଜାତୀୟ ଯକ୍ଷ୍ମା ଦୂରୀକରଣ କାର୍ଯ୍ୟକ୍ରମ ( ଏନଟିଇପି) କାର୍ଯ୍ୟକାରିତାରେ ବାଧା ସୃଷ୍ଟି ହେଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ [...]
ବିଜ୍ଞାପନ ପରି କ୍ଷମା ପ୍ରାର୍ଥନା ବଡ଼ ଆକାରରେ ପ୍ରକାଶ କରିଛ ତ ? ରାମଦେବ, ବାଳକୃଷ୍ଣଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

Odiaବିଜ୍ଞାପନ ପରି କ୍ଷମା ପ୍ରାର୍ଥନା ବଡ଼ ଆକାରରେ ପ୍ରକାଶ କରିଛ ତ ? ରାମଦେବ, ବାଳକୃଷ୍ଣଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସେମାନେ ଖବରକାଗଜରେ କ୍ଷମା ପ୍ରାର୍ଥନା ପ୍ରକାଶ କରିଛନ୍ତି ବୋଲି ଯୋଗ ଗୁରୁ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ବାଳକୃଷ୍ଣ ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି । ତେବେ ଗତକାଲିର ଖବରକାଗଜରେ ଉଭୟଙ୍କ କ୍ଷମା ପ୍ରାର୍ଥନା ସେମାନଙ୍କ କମ୍ପାନୀର ବିଜ୍ଞାପନ ପରି ବଡ଼ ଆକାରରେ ଦେଇଛ କି ନାହିଁ ବୋଲି ସୁପ୍ରିମକୋର୍ଟ ରାମଦେବ ଓ ବାଳକୃଷ୍ଣଙ୍କୁ ପ୍ରଶ୍ନ କରିଛନ୍ତି। ବିଭ୍ରାନ୍ତିକର ବିଜ୍ଞାପନ ସହ ଜଡ଼ିତ ମାମଲାରେ ରାମଦେବ ଏବଂ ବାଲକୃଷ୍ଣ [...]
Odiaପୁଣି ଫେରିବ ଅସହ୍ୟ ତାତି : ଏପ୍ରିଲ ୨୬ ଓ ୨୭ରେ ସ୍ଥିତି ଗମ୍ଭୀର ହେବା ନେଇ ଚେତାବନୀ
ଭୁବନେଶ୍ୱର – ଦୁଇ ଦିନ ହେବ ତାତି ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ଆଗକୁ ସ୍ଥିତି ଗମ୍ଭୀର ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏପ୍ରିଲ ୨୪ରୁ ୨୭ ତାରିଖ ଯାଏଁ ପୁଣି ରାଜ୍ୟରେ ପ୍ରଖର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। ଏପ୍ରିଲ ୨୪ ଓ ୨୫ରେ ଉତ୍ତର ଓ ଉପକୂଳ ଓଡିଶାରେ ଗ୍ରୀଷ୍ମପ୍ରବାହ ନେଇ ୟେଲୋ [...]
Odiaଦିନ ସାଢେ ୧୧ ସୁଦ୍ଧା ରାଜ୍ୟର ବିଭିନ୍ନ ସହରରେ ତାପମାତ୍ରା ସାମାନ୍ୟ ହ୍ରାସ, ଭୁବନେଶ୍ୱର ଉତ୍ତପ୍ତ ସହର
ଭୁବନେଶ୍ୱର – ଆଜି ରାଜ୍ୟରେ ଦିନ ତାପମାତ୍ରା ଅପେକ୍ଷାକୃତ କମ୍ ରହିଛି। ଆଜି ଦିନ ୧୧ଟା ୩୦ ସୁଦ୍ଧା କୈାଣସି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିନାହିଁ। ୩୯ .୪ ସହ ଭୁବନେଶ୍ବର ରାଜ୍ୟର ଉତ୍ତପ୍ତ ସହର ହୋଇଛି। ବାଲେଶ୍ଵରରେ ୩୯ ଡିଗ୍ରୀ ସେଲସିୟସ, ପାରାଦ୍ୱୀପରେ ୩୮.୮, ଚାନ୍ଦବାଲିରେ ୩୮.୮, ଝାରସୁଗୁଡାରେ ୩୭ .୭, ଗୋପାଳପୁରରେ ୩୫.୪, ପୁରୀରେ ୩୫, କେନ୍ଦୁଝରରେ ୩୪.୪, ରାଉରକେଲାରେ ୩୪.୧, ସମ୍ବଲପୁରରେ ୩୩.୪, ହୀରାକୁଦରେ ୩୨.୮ ଡିଗ୍ରୀ ସେଲସିୟସ [...]
Odiaଓଆରଏଚଡିସି ଦୁର୍ନୀତି ମାମଲାରେ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ/କଟକ – ବହୁଚର୍ଚ୍ଚିତ ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ବିକାଶ ନିଗମ ଲିମିଟେଡ୍ -ଓଆରଏଚଡିସି ଦୁର୍ନୀତି ମାମଲାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି। ଏହି ମାମଲାରେ ମୋକିମଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଏଥିସହ ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଏ ନେଇ ଭିଜିଲାନ୍ସ ବିଭାଗକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଓଆରଏଚଡିସି ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । [...]
Odiaମଝି ଆକାଶରେ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା, ୧୦ ମୃତ
କ୍ବାଲାଲମପୁର: ମଝି ଆକାଶରେ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମାଲେସିଆର ଲୁମୁଟରେ ମଙ୍ଗଳବାର ଘଟିଛି ଏହି ଦୁର୍ଘଟଣା । ଏହି ଦୁଃଖଦ ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି । ଦୁର୍ଘଟଣାଗ୍ରସ୍ତ ଦୁଇ ହେଲିକପ୍ଟର ମାଲେସିଆ ନୌସେନା। ମାଲେସିଆ ନୌସେନା ପରେଡ୍ ପାଇଁ ରିହାର୍ସଲ ଚାଲିଥିବା ବେଳେ ହଠାତ୍ ଦୁଇ ହେଲିକପ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ତଳେ ପଡ଼ିଥିଲା। ଦୁର୍ଘଟଣାଗ୍ରସ୍ତ ଗୋଟିଏ ହେଲିକପ୍ଟରରେ ୭ ଜଣ ଲୋକ [...]
Odiaତିହାରରେ କେଜ୍ରିୱାଲଙ୍କୁ ଇନସୁଲିନ ଦିଆଗଲା
ନୂଆଦିଲ୍ଲୀ: ବ୍ଲଡ୍ ସୁଗାର ସ୍ତର ବୃଦ୍ଧି ପରେ ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇନସୁଲିନ୍ ଦିଆଯାଇଛି। ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ)ର ଡାକ୍ତରଙ୍କ ପରାମର୍ଶ କ୍ରମେ କେଜ୍ରିୱାଲଙ୍କୁ ସୋମବାର ସନ୍ଧ୍ୟାରେ ଦୁଇ ଡୋଜ୍ ଇନସୁଲିନ୍ ଦିଆଯାଇଥିଲା ବୋଲି ତିହାରର ଜଣେ ଅଧିକାରୀ କହିଛନ୍ତି। ସନ୍ଧ୍ୟା ପ୍ରାୟ ୭ଟା ବେଳେ ତାଙ୍କ ବ୍ଲଡ୍ ସୁଗାର ସ୍ତର ୨୧୭ ଥିଲା ବୋଲି ପରୀକ୍ଷାରୁ ଜଣାପଡ଼ିଥିଲା। ଏହା ପରେ ତିହାରରେ କେଜ୍ରିୱାଲଙ୍କ ଦାୟିତ୍ୱରେ ଥିବା [...]
Odiaଏମଡିଏଚ୍-ଏଭରେଷ୍ଟ ମସଲା ବିବାଦ: ଦେଶରେ ବିକ୍ରି ହେଉଥିବା ସମସ୍ତ ମସଲା ଗୁଣ୍ଡର ମାନ ଯାଞ୍ଚ୍ କରାଯିବ
ନୂଆଦିଲ୍ଲୀ: ହଂକଂ ଓ ସିଙ୍ଗାପୁରରେ ଭାରତୀୟ ମସଲା ବ୍ରାଣ୍ଡ ଏମଡିଏଚ୍ ଓ ଏଭରେଷ୍ଟର କିଛି ଉତ୍ପାଦ ଉପରେ କଟକଣା ଲଗାଯିବା ପରେ ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ଦେଶରେ ବିକ୍ରି ହେଉଥିବା ସମସ୍ତ ମସଲା ଗୁଣ୍ଡର ମାନ ଯାଞ୍ଚ୍ କରିବାକୁ ନିଷ୍ପତ୍ତି ନେଇଛି | କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧୀନରେ ଆସୁଥିବା ଏଫ୍ଏସ୍ଏସ୍ଏଆଇ ସମସ୍ତ ମସଲାର ନମୁନା ସଂଗ୍ରହ କରି ଯାଞ୍ଚ କରିବ । ନିକଟରେ ଏଭରେଷ୍ଟ ଏବଂ [...]
Odia‘ଯୋଡ଼ି ଶଙ୍ଖ’ ଚୟନ ପାଇଁ ଭୋଟରଙ୍କୁ ନବୀନଙ୍କ ନିବେଦନ
ଭୁବନେଶ୍ବର – ଭୋଟରଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ୍ । ଏଥର ନିର୍ବାଚନରେ ‘ଯୋଡ଼ି ଶଙ୍ଖ’ ବାଛିବାକୁ ଭୋଟରଙ୍କୁ ନବୀନଙ୍କ ନିବେଦନ। ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯୋଡ଼ି ଶଙ୍ଖ ଅର୍ଥାତ ବିଜେଡିର ଉଭୟ ଏମଏଲଏ ଓ ଏମପି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଆସନ୍ତାକାଲି ହିଞ୍ଜିଳିରୁ ନବୀନ ପଟ୍ଟନାୟକ ବିଜେଡି ପାଊ ପ୍ରଚାର ଆରମ୍ଭ କରିବେ। ବିଜେଡି ନେତା [...]
