Odiaଶ୍ରୀମନ୍ଦିରରେ ରକ୍ତଛିଟା ଯୋଗୁଁ ଶ୍ରୀଜିଉଙ୍କ ହେଲା ବଡ଼ ମହାସ୍ନାନ
ପୁରୀ – ଶ୍ରୀମନ୍ଦିର ଭିତରକାଠ ନିକଟରେ ରକ୍ତଛିଟା ଦୃଷ୍ଟିଗୋଚର ହେବା ପରେ ମହାପ୍ରଭୁଙ୍କର ବଡ଼ମହାସ୍ନାନ କରାଯାଇଛି। ମଙ୍ଗଳ ଆଳତି ପୂର୍ବରୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୫ଟା ୨୧ରେ ସିଂହଦ୍ଵାର ଖୋଲାଯିବା ପରେ ପ୍ରଥମେ ସେବାୟତ ଘରର ମହିଳାମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ କରିଥିଲେ। ଭିତରକାଠ ନିକଟ ଧୁକୁଡ଼ି ଦ୍ୱାର ନିକଟରେ ରକ୍ତଛିଟା ପଡ଼ିଥିଲା । ଫଳରେ ମଙ୍ଗଳ ଆଳତୀ ପୂର୍ବରୁ ନୀତି ଅଟକିଥିଲା । ମହାପ୍ରଭୁଙ୍କ ବଡ ମହାସ୍ନାନ [...]
ଏପ୍ରିଲ ଶେଷ ସପ୍ତାହରୁ ରାଜ୍ୟରେ ବଢିବ ରାଜନୈତିକ ତାତି: ହେଭିୱଟଙ୍କ ସହ ହାଇଭୋଲଟେଜ ପ୍ରଚାର ପାଇଁ ତିନି ଦଳ ପ୍ରସ୍ତୁତ

Odiaଏପ୍ରିଲ ଶେଷ ସପ୍ତାହରୁ ରାଜ୍ୟରେ ବଢିବ ରାଜନୈତିକ ତାତି: ହେଭିୱଟଙ୍କ ସହ ହାଇଭୋଲଟେଜ ପ୍ରଚାର ପାଇଁ ତିନି ଦଳ ପ୍ରସ୍ତୁତ
ଭୁବନେଶ୍ୱର – ଏପ୍ରିଲ ଶେଷ ସପ୍ତାହରେ ରାଜ୍ୟରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇବ । ପ୍ରଚାର ମଇଦାନରେ ତିନି ପ୍ରମୁଖ ଦଳର ତାରକା ପ୍ରଚାରକଙ୍କୁ ଦେଖିବାକୁ ମିଳିବ । ମେ’୧୩ ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବର୍ତ୍ତମାନ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି । ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ବିଜେଡି ପକ୍ଷରୁ ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ପ୍ରସ୍ତୁତ ହୋଇସାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ [...]
Odiaଶ୍ରୀମନ୍ଦିରରେ ଦୟଣା ଚୋରୀ ନୀତି ସମ୍ପର୍ଣ୍ଣ
ଶ୍ରୀମନ୍ଦିରରେ ଦୟଣା ଚୋରୀ ନୀତି ସମ୍ପର୍ଣ୍ଣ : ଚୈତ୍ର ଶୁକ୍ଳ ତ୍ରୟୋଦଶୀ ଦିନ ଦକ୍ଷିଣ ଘର ଭୋଗ ଶେଷ ପରେ ରାମକୃଷ୍ଣଙ୍କୁ ସିଂହାସନକୁ ବିଜେ କରାଯାଇ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା। ଗତଦିନ ଅଧିବାସ ହୋଇଥିବା କନ୍ଦର୍ପ ପଟିକୁ ମହାଜନେ ବିଜେ କରାଇ ଘଣ୍ଟା, ଛତା, କାହାଳୀ ସହ ବଟଗଛ ମୂଳରେ ପାଲିଙ୍କି ଆଗରେ ବିଜେ କରାଇଥିଲେ। ରାମକୃଷ୍ଣ ପାଲିଙ୍କିରେ ବିଜେ ହେବା ପରେ ବିମାନ ବଡୁମାନେ ଘଣ୍ଟ, ଛତା, କାହାଳୀ ସଙ୍ଗରେ କନ୍ଦର୍ପ ପଟି ଆଗରେ ଥାଇ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ନିରଖି ସୈଲ ସରି ବିପିନ ବିଭାଗା । ଭୟଉ ରମାପତି ପଦ ଅନୁରାଗା ॥ ସୁମିରତ ହରିହି ଶ୍ରାପ ଗତି ବାଧୀ । ସହଜ ବିମଲ ମନ ଲାଗି ସମାଧି ॥ ଭାବାର୍ଥ :- ଗଙ୍ଗା ମାତାଙ୍କ କୁଳରେ ସୁନ୍ଦର ପର୍ବତ, ସୁନ୍ଦର ଜଙ୍ଗଲ ଆଉ ବହୁତ ସୁନ୍ଦର ପଶୁପକ୍ଷୀ ଆଦି ଦେଖି ନାରଦ ମୁନିଙ୍କର ମନ ଭଗବାନ ଶ୍ରୀଲକ୍ଷ୍ମୀକାନ୍ତଙ୍କ ପବିତ୍ର ଶ୍ରୀଚରଣରେ ପ୍ରେମ ହୋଇଗଲା । ଭଗବାନ ବିଷ୍ଣୁ ଙ୍କୁ [...]
Odiaଭେଙ୍କୟା ନାଇଡୁ, ମିଥୁନ ଚକ୍ରବର୍ତ୍ତୀ, ଉଷା ଉଥୁପ ଏବଂ ରାମ ନାୟକଙ୍କୁ ପଦ୍ମ ସମ୍ମାନ ପ୍ରଦାନ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ପୂର୍ବତନ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଏବଂ ସୁଲଭ ଇଣ୍ଟରନ୍ୟାସନାଲ ପ୍ରତିଷ୍ଠାତା ବିନ୍ଦେଶ୍ୱର ପାଠକଙ୍କ ସହ ଅନ୍ୟ ମନୋନୀତ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରିଛନ୍ତି। ନାଇଡୁ, ପାଠକ ଏବଂ ପ୍ରଖ୍ୟାତ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ପଦ୍ମା ସୁବ୍ରମଣ୍ୟମଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ପାଠକଙ୍କୁ ଏହି ସମ୍ମାନ ମରଣୋତ୍ତର ଭାବେ ପ୍ରଦାନ କରାଯାଇଛି । ଅଭିନେତା ମିଥୁନ ଚକ୍ରବର୍ତ୍ତୀ, ଗାୟିକା [...]
Odiaଜଙ୍ଗଲ ନିଆଁ ଲିଭାଇବା ପାଇଁ ନିୟୋଜିତ ହେଲେ ଓଡ୍ରାଫ ଟିମ୍
ଭୁବନେଶ୍ୱର – ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ରାଜ୍ୟ ସରକାର ୭ଟି ଓଡ୍ରାଫ ଟିମ୍ ମୁତୟନ କରିଛନ୍ତି। ପିସିସିଏଫ ଦେବୀଦତ୍ତ ବିଶ୍ୱାଳଙ୍କ ଅନୁରୋଧ କ୍ରମେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟଙ୍କ ପକ୍ଷରୁ ଓଡ୍ରାଫର ୭ଟି ଟିମ୍ ଜଙ୍ଗଲୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଛି । ବାଲିଗୁଡା, ଫୁଲବାଣୀ, ରାୟଗଡ଼ା, ବଣାଇ, ଦକ୍ଷିଣ କଳାହାଣ୍ଡି, ଦକ୍ଷିଣ ଶିମିଳିପାଳ ଓ ପାରଳାଖେମୁଣ୍ଡି ବନଖଣ୍ଡରେ ଓଡ୍ରାଫ ଟିମ୍ ନିୟୋଜିତ ହୋଇଛନ୍ତି। ବନାଗ୍ନି ଘଟଣା ଏବେ ନିୟନ୍ତ୍ରଣାଧୀନ ରହିଛି। [...]
Odia୬ଟି ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର – ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ୬ଟି ଜିଲ୍ଲା ଅଧିନରେ ଆସୁଥିବା ସମସ୍ତ ସଂସଦୀୟ ନିର୍ବାଚନ କ୍ଷେତ୍ର ଓ ବିଧାନସଭା ନିର୍ବାଚନ କ୍ଷେତ୍ରରେ ନିର୍ବାଚନ ପ୍ରସ୍ତୁତି ବିଷୟରେ ବ୍ୟାପକ ଆଲୋଚନା ହୋଇଥିଲା । ସମୀକ୍ଷା ବୈଠକ ପ୍ରାରମ୍ଭରେ ଦେଶରେ ମୁକ୍ତ, ଅବାଧ, ସ୍ୱଚ୍ଛ, ନିରପେକ୍ଷ, ଶୃଙ୍ଖଳାଯୁକ୍ତ, ତ୍ରୁଟିଶୂନ୍ୟ ତଥା [...]
Odia୪ କୁଇଣ୍ଟାଲ୍ ଗଞ୍ଜେଇ, ୫ ବନ୍ଧୁକ ଜବତ
ଫୁଲବାଣୀ: ନିର୍ବାଚନ ପରିପ୍ରେକ୍ଷୀରେ କନ୍ଧମାଳ ପୋଲିସ ଯାଞ୍ଚ, ପଇଁତରାକୁ କଡ଼ାକଡ଼ି କରିଛି। କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶରେ ପୋଲିସ ବାହିନୀ ଆଇନଶୃଙ୍ଖଳା ରକ୍ଷା ସହ ବେଆଇନ କାରବାର ରୋକିବା ଉପରେ ଗୁରୁତ୍ୱ ଦେଉଛି। ବାଲିଗୁଡା ଥାନା ପୋଲିସ ଇର୍ପିଗୁଡା ଜଙ୍ଗଲରେ ଚଢ଼ାଉ କରି ୪୬୫୦ ଗ୍ରାମ୍ ଗଞ୍ଜେଇ ସାଙ୍ଗକୁ ୫ଟି ଦେଶୀ ବନ୍ଧୁକ ଜବତ କରିଛି। ବାଲିଗୁଡ଼ା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ରାହୁଲ ଗୋୟଲ, ଥାନାଧିକାରୀ ସୁଶାନ୍ତ କୁମାର ସାହୁ ଏହି [...]
Odiaଅମ୍ପାୟରଙ୍କ ସହ ଯୁକ୍ତିତର୍କ ମହଙ୍ଗା ପଡ଼ିଲା, କୋହଲିଙ୍କ ମ୍ୟାଚ୍ ଫି’ର ୫୦ ପ୍ରତିଶତ କଟିଲା
କୋଲକାତା: ଆଇପିଏଲରେ ରବିବାର କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍ରେ ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିବା ବିରାଟ କୋହଲିଙ୍କୁ ମହଙ୍ଗା ପଡ଼ିଛି। ଆଇପିଏଲ୍ ଆଚରଣ ସଂହିତା ଉଲ୍ଲଂଘନ ପାଇଁ କୋହଲିଙ୍କୁ ମ୍ୟାଚ୍ ଫି’ର ୫୦ ପ୍ରତିଶତ ଜରିମାନା ହୋଇଛି। ଏହି ହାଇସ୍କୋରିଂ ମ୍ୟାଚରେ ଆରସିବି ୧ ରନରେ ହାରି ଯାଇଥିଲା। ମ୍ୟାଚ୍ରେ କୋହଲି ୭ଟି ବଲରେ ୧୮ ରନ୍ କରି ହର୍ଷିତ ରାଣାଙ୍କ ଏକ ଫୁଲ୍ ଟସ୍ ବଲରେ [...]
Odiaଭିସି ଜରିଆରେ ଡାକ୍ତରଙ୍କ ସହ ପରାମର୍ଶ ପାଇଁ କେଜ୍ରିୱାଲଙ୍କ ଆବେଦନ ଖାରଜ
ନୂଆଦିଲ୍ଲୀ : ଭିଡିଓ କନଫରେନ୍ସିଂ ଜରିଆରେ ଡାକ୍ତରଙ୍କ ସହ ପରାମର୍ଶ କରିବା ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ତାଙ୍କ ସୁଗାର ସ୍ତର ଓ ଇନସୁଲିନ୍ ମାମଲାରେ ପ୍ରତିଦିନ ୧୫ ମିନିଟ୍ ଭିସି ଜରିଆରେ ଡ଼ାକ୍ତରୀ ପରାମର୍ଶ ପାଇଁ କେଜ୍ରିୱାଲ ଅନୁମତି ମାଗିଥିଲେ। ତାଙ୍କର ଏହି ଆବେଦନ ହୋଇଛି। ତେବେ କେଜ୍ରିୱାଲଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ କୋର୍ଟ ତିହାର ଜେଲ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର ଜଜ୍ କାବେରୀ ବୱେଜା ତିହାର [...]
