Odiaରାଜଧାନୀର ଏ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ, ଦିନ ୨ଟା ୩୦ ସୁଦ୍ଧା ୪୩.୮ ଡିଗ୍ରୀ ସେଲସିୟସ
ଭୁବନେଶ୍ବର – ରାଜ୍ୟରେ ଆଜି ମଧ୍ୟ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ଆଜି ମଧ୍ୟ ଅନେକ ସ୍ଥାନରେ ପ୍ରଚଣ୍ଡ ତାତି ଅନୁଭୂତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଛି। ରାଜ୍ୟର ୬ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ଆଜି ସାଢେ ୨ଟା ସୁଦ୍ଧା ବାଲେଶ୍ୱରରେ ୪୦.୭ [...]
Odiaଭୋଟିଂ ପୂର୍ବରୁ ବିଜେପି ଜିତିଲା ସୁରଟ ଲୋକସଭା ଆସନ, ଦଳୀୟ ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ
ସୁରଟ: ଆହୁରି ୬ ପର୍ଯ୍ୟାୟ ଭୋଟିଂ ବାକି ରହିଥିଲେ ମଧ୍ୟ ବିଜେପି ଚଳିତ ଲୋକସଭା ନିର୍ବାଚନର ଖାତା ଖୋଲିଛି । ଭୋଟ ଗ୍ରହଣ ପୂର୍ବରୁ ହିଁ ଗୁଜରାଟର ସୁରଟ ଲୋକସଭା ଆସନରେ ବିଜେପିର ବିଜୟ ନିଶ୍ଚିତ ହୋଇଛି। ସୁରଟ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହେଇଯିବା ପରେ ଆଉ ୮ ଜଣ ପ୍ରାର୍ଥୀ ମଧ୍ୟ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଫଳରେ ଏହି ଆସନରୁ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ଵନ୍ଦରେ ନିର୍ବାଚିତ [...]
Odiaନିର୍ବାଚନ ପ୍ରଚାର ବେଳେ ପୁରୀ ଲୋକସଭା ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଅସୁସ୍ଥ
ପୁରୀ – ନିର୍ବାଚନ ପ୍ରଚାର ବେଳେ ପୁରୀ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଅସୁସ୍ଥ ହୋଇପଡିଛନ୍ତି । ଦଳୀୟ ନେତା ତଥା ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ସହ ଆଜି ପିପିଲିରେ ନିର୍ବାଚନୀ ରାଲିରେ ଯୋଗ ଦେଇଥିଲେ ଅରୂପ ପଟ୍ଟନାୟକ । ଏକ ଖୋଲା ଗାଡ଼ିରେ ପ୍ରଚାର କରୁଥିବା ବେଳେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ ଓ ତଳେ ବସି ପଡ଼ିଥିଲେ । ବିଧାୟକ ଏବଂ ଦଳୀୟ କର୍ମୀମାନେ ପାଣି ଛିଞ୍ଚି [...]
Odiaଆଉ ୬ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି , ବାଲିକୁଦା -ଏରସମାରୁ ସାରଦା ଜେନା ପ୍ରାର୍ଥୀ
ଭୁବନେଶ୍ୱର – ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଉ ୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ବାଲିକୁଦା ଏରସମା ଆସନରୁ ସାରଦା ଜେନା ଲଢିବେ । କାକଟପୁରରୁ ଲଢ଼ିବେ ମନ୍ତ୍ରୀ ତୁଷାରକାନ୍ତି ବେହେରା। ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପାଲୀରୁ ଅର୍ଚ୍ଚନାରେଖା ବେହେରା, ବାଙ୍ଗିରିପୋଷିରୁ ରଞ୍ଜିତା ମାର୍ଣ୍ଡି, ବରୀରୁ ବିଶ୍ୱରଂଜନ ମଲ୍ଲିକ ନିର୍ବାଚନ ଲଢ଼ିବେ।
Odiaଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ମମତା ସରକାରଙ୍କୁ ଝଟକା, ୨୪ ହଜାର ନିଯୁକ୍ତି ରଦ୍ଦ କଲେ ହାଇକୋର୍ଟ
କୋଲକାତା: ଶିକ୍ଷକ ନିଯୁକ୍ତି ମାମଲାରେ ମମତା ବାନାର୍ଜୀ ସରକାରଙ୍କୁ ବଡ଼ ଝଟକା ଲାଗିଛି। ପଶ୍ଚିମବଙ୍ଗ ଶିକ୍ଷା ବିଭାଗ ଦ୍ବାରା ହୋଇଥିବା ସମସ୍ତ ଶିକ୍ଷକ ନିଯୁକ୍ତିକୁ କଲିକତା ହାଇକୋର୍ଟ ରଦ୍ଦ କରିଛନ୍ତି। ହାଇକୋର୍ଟ ମଧ୍ୟ ୨୦୧୬ର ପୂରା ନିଯୁକ୍ତି ପ୍ୟାନେଲକୁ ରଦ୍ଦ କରିଛନ୍ତି । ପ୍ରାୟ ୨୪ ହଜାର ଶିକ୍ଷକ ନିଯୁକ୍ତି ରଦ୍ଦ କରିଛନ୍ତି ହାଇକୋର୍ଟ। ଶିକ୍ଷକ ନିଯୁକ୍ତିରେ ୧୫ ଲକ୍ଷ ଟଙ୍କା ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଛି। ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ପୂର୍ବତନ ଶିକ୍ଷା ମନ୍ତ୍ରୀ [...]
Odiaଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ହାଇସ୍କୁଲ ପ୍ରଧାନଶିକ୍ଷକ
ଭୁବନେଶ୍ୱର – ବରଗଡ଼ ଜିଲ୍ଲା କୁଷାଣପୁରୀ ହାଇସ୍କୁଲର ପ୍ରଧାନଶିକ୍ଷକ ବାଳମୁକୁନ୍ଦ ପ୍ରଧାନ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସ୍କୁଲର ସଫେଇ ଓ ରାତ୍ରି ପ୍ରହରା ପାଇଁ ପାରିଶ୍ରମିକ ବାବଦ ଫାଇଲ କାମ କରିଦେବାକୁ ପ୍ରଧାନଶିକ୍ଷକ ବାଳମୁକୁନ୍ଦ ପ୍ରଧାନ ସ୍ଥାନୀୟ ଏସ ଏଚଜି କର୍ମକର୍ତ୍ତାଙ୍କଠାରୁ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଛକି ବସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲେ । ତାଙ୍କଠାରୁ ଲାଞ୍ଚ ଅର୍ଥ ଜବତ କରାଯାଇଛି। [...]
Odiaଡି. ଗୁକେଶଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ଭୁବନେଶ୍ୱର – ବିଶ୍ୱର ସର୍ବକନିଷ୍ଠ ଖେଳାଳି ଭାବେ ଫିଡେ କାଣ୍ଡିଡେଟ୍ସ ଚେସ୍ ଟୁର୍ଣ୍ଣାମେଣ୍ଟ ଜିଣି ଇତିହାସ ରହିଥିବା ଭାରତୀୟ ଗ୍ରାଣ୍ଡମାଷ୍ଟର ଡି. ଗୁକେଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁକେଶ ଏହି ଟୁର୍ଣ୍ଣାମେଣ୍ଟ ଜିଣି ବିଶ୍ୱ ଚେସ ଟାଇଟଲ ପାଇଁ ସର୍ବକନିଷ୍ଠ ଚ୍ୟାଲେଞ୍ଜର ହୋଇଛନ୍ତି। ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୁକେଶଙ୍କ କ୍ୟାରିୟର ଉଜ୍ଜ୍ୱଳମୟ ହେଉ ଓ ସେ ଦେଶ ପାଇଁ ଆହୁରି ଗୈାରବ ଆଣନ୍ତୁ ।
Odiaଇତିହାସ ରଚିଲେ ଗୁକେଶ, ସର୍ବକନିଷ୍ଠ ଖେଳାଳି ଭାବେ ଜିତିଲେ କେଣ୍ଡିଡେଟ୍ସ ଚେସ୍ ଟୁର୍ଣ୍ଣାମେଣ୍ଟ
ଚେନ୍ନାଇ: ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ମର୍ଯ୍ୟାଦାଜନକ ଫିଡେ କେଣ୍ଡିଡେଟ୍ସ ଚେସ୍ ଟୁର୍ଣ୍ଣାମେଣ୍ଟ ଜିତି ଇତିହାସ ରଚିଛନ୍ତି। ଏଥିସହ ୧୭ ବର୍ଷୀୟ ଗୁକେଶ ବିଶ୍ୱ ଟାଇଟଲ ପାଇଁ ସର୍ବକନିଷ୍ଠ ଚ୍ୟାଲେଞ୍ଜର ହୋଇଛନ୍ତି । ବିଶ୍ବ ଚେସ୍ ଟାଇଟଲ ପାଇଁ ଗୁକେଶଙ୍କ ମୁକାବିଲା ଡିଫେଣ୍ଡିଂ ଚାମ୍ପିୟନ ଚୀନର ଡିଙ୍ଗ ଲିରେନଙ୍କ ସହ ହେବ । ପାଞ୍ଚ ଥରର ବିଶ୍ବ ଚାମ୍ପିୟନ ବିଶ୍ବନାଥନ ଆନନ୍ଦଙ୍କ ପରେ କେଣ୍ଡିଡେଟ୍ସ ଚେସ୍ ଟୁର୍ଣ୍ଣାମେଣ୍ଟ ଜିତିବାରେ ଡି.ଗୁକେଶ ହେଉଛନ୍ତି ଦ୍ବିତୀୟ ଭାରତୀୟ । ଚେନ୍ନାଇର [...]
Odiaମାଳଦ୍ୱୀପ ନିର୍ବାଚନରେ ପୁଣି ମୋଇଜୁଙ୍କ ଦଳକୁ ବହୁମତ
ମାଲେ: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାସନାଲ କଂଗ୍ରେସ (ପିଏନସି) ଦଳ ସଂସଦୀୟ ନିର୍ବାଚନରେ ବହୁମତ ହାସଲ କରିଛି। ରିପୋର୍ଟ ଅନୁଯାୟୀ, ମୁଇଜୁଙ୍କ ଦଳ ୯୩ଟି ଆସନ ମଧ୍ୟରୁ ୬୦ରୁ ଅଧିକ ଆସନ ଜିତିଛି । ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ପରିଚିତ ମୁଇଜୁ ଲଗାତାର ଦ୍ବିତୀୟ ଥର ମାଳଦ୍ବୀପ ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଛି। ମାଲଦ୍ୱୀପର ନିର୍ବାଚନ କମିଶନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ସ୍ଥାନୀୟ ସମୟ ରବିବାର ଅପରାହ୍ନ ୫ଟା [...]
Odiaଆଜିଠୁ କମି ପୁଣି ୨୫ରୁ ବଢିବ
ଭୁବନେଶ୍ୱର – ବେଶ୍ କିଛି ଦିନର ପ୍ରଚଣ୍ଡ ତାତି ପରେ ଆଜିଠୁ କାଳବୈଶାଖୀ ପ୍ରଭାବରେ ପାଗରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି। ଫଳରେ ଲଗାତର ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପବନ ତଥା କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ରହିଛି । ଗତକାଲି ମଧ୍ୟ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ୨୪ ତାରିଖ ଯାଏଁ କାଳବୈଶାଖୀ ପ୍ରଭାବରେ ଅନେକ ସ୍ଥାନରେ ଦିନ ତାପମାତ୍ରା ଆହୁରି [...]
