Odiaଦିନ ସାଢେ ୨ ସୁଦ୍ଧା ୪୦ ଡିଗ୍ରୀ ଉପରେ ୮ ସହର, ୪୩ ଡେଇଁଲା ଝାରସୁଗୁଡ଼ା ଓ କେନ୍ଦୁଝର
ଭୁବନେଶ୍ୱର – ରାଜ୍ୟରେ ଆଜି ବି ପ୍ରଚଣ୍ଡ ଗରମ ଅନୁଭୂତ ହୋଇଛି। ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ। ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ରାଜ୍ୟର ୮ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା। ଝାରସୁଗୁଡା ଓ କେନ୍ଦୁଝର ଉତ୍ତପ୍ତ ସହର ହୋଇଛନ୍ତି । ଏ ଦୁଇ ସହରରେ ସର୍ବାଧିକ ତାପମାତ୍ରା ୪୩ ଦଶମିକ ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ହୀରାକୁଦ ଓ ରାଉରକେଲାରେ ୪୧ ଦଶମିକ ୮, ସମ୍ବଲପୁରରେ [...]
Odiaଏପ୍ରିଲ ୨୫ରୁ ରାଜ୍ୟର ସବୁ ସ୍କୁଲରେ ଖରାଛୁଟି, କାଲିଠୁ ତିନି ଦିନ ସକାଳୁଆ ସ୍କୁଲ
ଭୁବନେଶ୍ୱର – ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲଗୁଡିକ ପାଇଁ ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏପ୍ରିଲ ୨୫ ତାରିଖରୁ ରାଜ୍ୟରେ ସବୁ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଆଗୁଆ ଗ୍ରୀଷ୍ମ ଅବକାଶ ଆରମ୍ଭ ହୋଇଯିବ । କାଲିଠାରୁ ତିନି ଦିନ ଯାଏଁ ସବୁ ସ୍କୁଲ ସକାଳୁଆ ହେବ ବୋଲି ମଧ୍ୟ ରାଜ୍ୟ ସରକାର ଘୋଷଣା କରିଛନ୍ତି। [...]
ବ୍ରହ୍ମପୁରରେ ଡିଜିପିଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା
ବ୍ରହ୍ମପୁର: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅରୁଣ ଷଡ଼ଙ୍ଗୀ ରବିବାର ବ୍ରହ୍ମପୁରରେ ୪ଟି ରାଜସ୍ବ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ବାବଦରେ ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲା (ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲା), ଗଜପତି, ମାଓପ୍ରବଣ କନ୍ଧମାଳ ଏବଂ ବୈ।ଦ୍ଧ ଜିଲ୍ଲାରେ ପୋଲିସ ବାହିନୀ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ମୁକ୍ତ ଓ ଅବାଧ ଭାବେ ସମ୍ପନ୍ନ କରିବା ନେଇ କିଭଳି ପ୍ରସ୍ତୁତି କରିଛି ତାହା ତଦାରଖ କରିଛନ୍ତି। ଅସାମାଜିକ ତତ୍ତ୍ବକୁ ଦମନ, ଆଇନଶୃଙ୍ଖଳା ପରିସ୍ଥିତି ସୁଦୃଢ କରିବା, [...]
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ : ସାଢେ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ସହ ଝାରସୁଗୁଡ଼ା ଓ କେନ୍ଦୁଝର ଉତ୍ତପ୍ତ ସହର

Odiaରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ : ସାଢେ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ସହ ଝାରସୁଗୁଡ଼ା ଓ କେନ୍ଦୁଝର ଉତ୍ତପ୍ତ ସହର
ଭୁବନେଶ୍ଵର – ଆଜି ବି ରାଜ୍ୟର ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସାଢେ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଛୁଇଁଲା ତାତି । ୪୧ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡା ଓ କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଭୁବନେଶ୍ଵରରେ ୪୦.୭, ବାଲେଶ୍ଵରରେ ୪୦.୧ , ରାଉରକେଲାରେ ୩୯.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ପାଇଁ କେନ୍ଦୁଝର, ମୟୃରଭଞ୍ଜ ଏବଂ ଅନୁଗୁଳ ଜିଲ୍ଲାକୁ ହିଟ୍ ଓ୍ବେଭ୍ [...]
Odiaଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳୁଛି ଶିମିଳିପାଳ ଜଙ୍ଗଲ, ବ୍ୟାପିବା ପୂର୍ବରୁ ଲିଭାଇଲା ସବୁଜ ବାହିନୀ
ଭୁବନେଶ୍ୱର – ଗ୍ରୀଷ୍ମ ପ୍ରବାହ ଯୋଗୁଁ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗୁଛି । ଶିମିଳିପାଳର ୧୧୫ଟି ପଏଣ୍ଟରେ ନିଆଁ ଲାଗିଥିଲା । ତେବେ ବ୍ୟାପିବା ପୂର୍ବରୁ ଶିମିଳିପାଳର ସବୁଜ ବାହିନୀ ନିଆଁ ଲିଭାଇଛନ୍ତି ବୋଲି ସାମାଜିକ ଗଣମାଧ୍ୟମ x ରେ ସୂଚନା ଦେଇଛନ୍ତି ଆଇଏଫଏସ ସୁଶାନ୍ତ ନନ୍ଦ । ଶିମିଳିପାଳ ଜଙ୍ଗଲର ତାଳବନ୍ଦ ଓ ଡୁକୁରା ରେଞ୍ଜରେ ଅଧିକ ପରିମାଣରେ ନିଆଁ ଲାଗିଥିଲା । ଗୋଟିଏ ଦିନରେ ୧୩ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଥିଲା। ଚଳିତବର୍ଷ ଗୋଟିଏ [...]
Odiaସଲମାନ ଖାନଙ୍କ ଘର ବାହାରେ ଗୁଳିକାଣ୍ଡ ମାମଲାରେ ବିଷ୍ଣୋଇ ଭ୍ରାତା ‘ୱାଣ୍ଟେଡ ଅଭିଯୁକ୍ତ’ ଘୋଷିତ
ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳିକାଣ୍ଡ ମାମଲାରେ ମୁମ୍ବାଇ ପୋଲିସ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ତାଙ୍କ ସାନଭାଇ ଅନମୋଲ ବିଷ୍ଣୋଇଙ୍କୁ ‘ୱାଣ୍ଟେଡ ଅଭିଯୁକ୍ତ’ ରୂପେ ଘୋଷଣା କରିଛି। ଜଣେ ଅଧିକାରୀ କହିଛନ୍ତି, ବିଷ୍ଣୋଇ ଭ୍ରାତାଙ୍କ ନିର୍ଦ୍ଦେଶ ମୁତାବକ ଏହି ମାମଲାରେ ଗିରଫ ଭିକି ଗୁପ୍ତା ଓ ସାଗର ପାଲ, ସଲମାନଙ୍କ ଘର ବାହାରେ ଗୁଳି ଫୁଟାଇଥିଲେ। ଏହି ମାମଲାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଏଫ୍ଆଇଆରରେ [...]
Odiaରାମଦେବଙ୍କୁ ସୁପ୍ରିମକୋର୍ଟରୁ ପୁଣି ଝଟକା, ଯୋଗ ଶିବିର ପାଇଁ ଦେବାକୁ ହେବ ସର୍ଭିସ୍ ଟ୍ୟାକ୍ସ
ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ପରେ ଯୋଗ ଗୁରୁ ରାମଦେବଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ପୁଣି ଏକ ଝଟକା । ଯୋଗ ଶିବିର ଆୟୋଜନ କଲେ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟକୁ ସର୍ଭିସ୍ ଟ୍ୟାକ୍ସ ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ଏକ ଆପିଲେଟ ଟ୍ରିବ୍ୟୁନାଲର ରାୟକୁ କାଏମ ରଖିଛନ୍ତି। ଆପିଲେଟ ଟ୍ରିବ୍ୟୁନାଲର ତାଙ୍କ ରାୟରେ କହିଥିଲେ ଯେ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ଉଭୟ ଆବାସିକ ଏବଂ ଅଣ-ଆବାସିକ ଯୋଗ ଶିବିର ଆୟୋଜନ ପାଇଁ ପ୍ରବେଶ ଶୁଳ୍କ [...]
Odiaଭିନେଶଙ୍କ ସହ ତିନି ଭାରତୀୟ ରେସଲରଙ୍କୁ ଅଲିମ୍ପିକ୍ ଟିକେଟ୍
ନୂଆଦିଲ୍ଲୀ: ଭାରତୀୟ ରେସଲର ଭିନେଶ ଫୋଗାଟ୍ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତିି। ସେ ମହିଳା ୫୦ କିଲୋଗ୍ରାମ ବର୍ଗରେ ଅଲିମ୍ପିକ୍ କୋଟା ହାସଲ କରିଛନ୍ତି।ଏସୀୟ ଅଲିମ୍ପିକ୍ କ୍ୱାଲିଫାୟରର ସେମିଫାଇନାଲରେ ଜିତିବା ପରେ ଭିନେଶ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭିନେଶଙ୍କ ଯୋଗ୍ୟତା ସମ୍ପର୍କରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସୂଚନା ଦେଇଛି। ଭିନେଶଙ୍କ ବ୍ୟତୀତ ଭାରତର ଆଉ [...]
Odiaମଣିପୁରର ୧୧ଟି ବୁଥରେ ହେବ ସାନି ମତଦାନ
ଇମ୍ଫାଲ: ହିଂସାଗ୍ରସ୍ତ ମଣିପୁରର ଇନର ମଣିପୁର ଲୋକସଭା ଆସନର ୧୧ଟି ବୁଥରେ ଆସନ୍ତାକାଲି (ଏପ୍ରିଲ ୨୨) ସାନି ମତଦାନ ହେବ। ନିର୍ବାଚନ କମିଶନ ଏହି ଘୋଷଣା କରିଛନ୍ତିି। ନିର୍ବାଚନ କମିଶନ ଏକ ବିବୃତ୍ତିରେ କହିଛନ୍ତି, ଏପ୍ରିଲ ୨୨ ସୋମବାର ସକାଳ ୭ଟାରୁ ୫ଟା ପର୍ଯ୍ୟନ୍ତ ଇନର ମଣିପୁରର ୧୧ ବୁଥରେ ପୁନଃ ଭୋଟ ଗ୍ରହଣ କରାଯିବ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ହିଂସା ଯୋଗୁଁ ଇନର ମଣିପୁର ଆସନ ଅନ୍ତର୍ଗତ ବିଭିନ୍ନ ବୁଥରେ ମତଦାନ [...]
Odiaକାଳବୈଶାଖୀ ବର୍ଷା ଆଣିପାରେ ତାତିରୁ ସାମାନ୍ୟ ଆଶ୍ୱସ୍ତି
ଭୁବନେଶ୍ଵର – ଆଜି ଅସହ୍ୟ ଗ୍ରୀଷ୍ମ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବା ସମ୍ଭାବନା ରହିଛି। କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ତାତିରୁ କିଛିଟା ଆଶ୍ୱସ୍ତି ଆଣିବ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଆଜି କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଆସନ୍ତା ଦୁଇ ତିନି ଦିନରେ ତାପମାତ୍ରା ବି ସାମାନ୍ୟ ହ୍ରାସ ପାଇବା ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ, ଶନିବାର ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଡେଇଁଥିଲା । ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବୌଦ୍ଧ [...]
