Odiaନିର୍ବାଚନର ଦିନକ ପରେ ମୋରାଦାବାଦ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀଙ୍କ ମୃତ୍ୟୁ
ମୋରାଦାବାଦ: ଉତ୍ତର ପ୍ରଦେଶର ମୋରାଦାବାଦ ଲୋକସଭା ଆସନର ବିଜେପି ପ୍ରାର୍ଥୀ କନୱର ସର୍ବେଶ ସିଂହଙ୍କ ଶନିବାର ପରଲୋକ ହୋଇଯାଇଛି। ଶୁକ୍ରବାର ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମୋରାଦାବାଦ ଆସନରେ ମଧ୍ୟ ମତଦାନ ଅନୁଷ୍ଠିତ ହୋଇଥିଲା। ଏହି ଆସନରୁ ୭୨ ବର୍ଷୀୟ କନୱର ବିଜେପି ପ୍ରାର୍ଥୀ ଥିଲେ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କନଓ୍ବର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । କନଓ୍ବରଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ୟୁପି [...]
ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ନବୀନଙ୍କ ନେତୃତ୍ବରେ ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା
ଭୁବନେଶ୍ବର – ଆଗାମୀ ନିର୍ବାଚନ ପାଇଁ ବିଜେଡି ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ଜାରି କରିଛି। ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ଘୋଷିତ ତାରକା ପ୍ରଚାରକଙ୍କ ତାଲିକାରେ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର ଷ୍ଟାର କ୍ୟାମ୍ପେନର ରହିବେ। ତାଲିକାରେ କାର୍ତ୍ତିକ ପାଣ୍ଡିଆନ, ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଚନ୍ଦ୍ର ଶେଖର ସାହୁ ପ୍ରମୁଖ ରହିଛନ୍ତି ।
ନିର୍ବାଚନରେ ଭୋଟ୍ ହାର ବୃଦ୍ଧି ପାଇଁ ବିଏମସି ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଜନ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ବର – ‘ମଇ ୨୫ ରେ ନିଶ୍ଚୟ ଯିବି , ନିଜ ବୁଥରେ ଭୋଟ ଦେବି ‘, ଗଣତନ୍ତ୍ରର ଏ ମହାନ ପର୍ବ , ଭୋଟ ଦେଇ ମୁଁ କରିବି ଗର୍ବ ‘ । ଏମିତି ସ୍ଲୋଗାନ ଦେଇ ଆଜି ସକାଳ ୬ଟାରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକଠାରୁ ବାହାରି ଥିଲା ଏକ ବିଶାଳ ୱାକାଥନ ବା ଗଣ ପଦଯାତ୍ରା । ଉଦ୍ଦେଶ୍ୟ ଥିଲା , ଚଳିତ ସାଧାରଣ ନିର୍ବାଚନରେ ପ୍ରତ୍ୟେକ ଭୋଟରଙ୍କୁ , ମତଦାନ କେନ୍ଦ୍ରରେ [...]
Odiaତିନି ଲୋକସଭା ଓ ୧୬ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା
ଭୁବନେଶ୍ୱର – ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୧୬ ବିଧାନସଭା ଓ ତିନି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଘୋଷିତ ତାଲିକା ଅନୁସାରେ ସମ୍ବଲପୁର ଲୋକସଭା ଆସନରୁ ଦୁଲାଲ ଚନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ିବେ। କେନ୍ଦୁଝର ଆସନରୁ ଲଢ଼ିବେ ବିନୋଦ ବିହାରୀ ନାୟକ । ଆସ୍କା ଲୋକସଭା ଆସନରୁ ଦେବକାନ୍ତ ଶର୍ମା ଲଢ଼ିବେ । ଝାରସୁଗୁଡା ବିଧାନସଭା ଆସନରୁ ଦଳ [...]
Odiaରାଜ୍ୟରେ ୪୫ ଡିଗ୍ରୀ ଡେଇଁଲା ତାତି, ବୋୖଦ୍ଧ ଓ ବାରିପଦା ଉତ୍ତପ୍ତ ସହର
ଭୁବନେଶ୍ୱର – ପାଣିପାଗ ବିଭାଗର ପୂର୍ବାନୁମାନ ଠିକ୍ ସାବ୍ୟସ୍ତ ହୋଇଛି । ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୫ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି ତାତି । ବୋୖଦ୍ଧ ଓ ବାରିପଦା ସହରରେ ତାତି ୪୫ ଡିଗ୍ରୀ ସେଲସିୟସ ଡେଇଁଛି । ଉଭୟ ସହରରେ ଆଜି ସର୍ବାଧିକ ତାପମାତ୍ରା ୪୫ ଦଶମିକ ୨ ଡିଗ୍ରୀ ସେଲସିୟସ ରହିଛି। ଗତକାଲି ଉଭୟ ସହରରେ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଥିଲା । ଏପରିକି ବୋୖଦ୍ଧ ଥିଲା [...]
ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ଉପରେ ନଜର ରଖିବେ ପର୍ଯ୍ୟବେକ୍ଷକ
ଛତ୍ରପୁର: ଗଞ୍ଜାମ ଜିଲ୍ଲାର ୨ଟି ଲୋକସଭା ଓ ୧୩ଟି ବିଧାନସଭା ଆସନ ସକାଶେ ହେବାକୁ ଥିବା ନିର୍ବାଚନରର ପ୍ରାର୍ଥୀମାନଙ୍କ ଖର୍ଚ୍ଚ ଉପରେ ନଜର ରଖିବେ ନିର୍ବାଚନ ଆୟୋଗଙ୍କ ଦ୍ବାରା ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ। ତାଙ୍କୁ ଏଥିରେ ସହାୟତା କରିବେ ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ଅନ୍ୟାନ୍ୟ ଅଧିକାରୀ। ପ୍ରାର୍ଥୀମାନଙ୍କ ଖର୍ଚ୍ଚ କିଭଳି ତଦାରଖ କରିବେ ସେ ସମ୍ପର୍କିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦୁଇ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଦ୍ବାରା ହୋଇଥିଲା। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୁଲ୍ୟା ସମ୍ମିଳନୀ [...]
ଇନସୁଲିନ୍, ଡ଼ାକ୍ତରୀ ପରାମର୍ଶରୁ ବଞ୍ଚିତ କରାଯାଇ କେଜ୍ରିୱାଲଙ୍କୁ ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଠେଲି ଦିଆଯାଉଛି: ଆପ୍

Odiaଇନସୁଲିନ୍, ଡ଼ାକ୍ତରୀ ପରାମର୍ଶରୁ ବଞ୍ଚିତ କରାଯାଇ କେଜ୍ରିୱାଲଙ୍କୁ ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଠେଲି ଦିଆଯାଉଛି: ଆପ୍
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇନସୁଲିନ୍ ଓ ଡାକ୍ତରଙ୍କ ପରାମର୍ଶରୁ ବଞ୍ଚିତ କରାଯାଇ ତିହାର ଜେଲରେ ତାଙ୍କୁ ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଠେଲି ଦିଆଯାଉଛି। ଆମ୍ ଆଦମୀ ପାର୍ଟି (ଆପ୍) ଶନିବାର ଏଭଳି ଅଭିଯୋଗ କରିଛି । ଦଳର ମୁଖପାତ୍ର ସୌରଭ ଭରଦ୍ୱାଜ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଟାଇପ-୨ ଡାଇବେଟିସରେ ପୀଡିତ କେଜ୍ରିୱାଲ ତାଙ୍କୁ ଇନସୁଲିନ ଏବଂ ଭିଡିଓ କନଫରେନ୍ସ ମାଧ୍ୟମରେ ତାଙ୍କ ପରିବାରର ଡାକ୍ତରଙ୍କ ସହ କଥା ହେବାକୁ ଅନୁମତି [...]
Odiaଝାରସୁଗୁଡା ଡଙ୍ଗାବୁଡି ଘଟଣାରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି, ଆଜି ମିଳିଲା ୭ ମୃତଦେହ
ଝାରସୁଗୁଡା – ଝାରସୁଗୁଡ଼ା ଜିଲ୍ଲା ମହାନଦୀରେ ଦେଶୀ ଡଙ୍ଗା ବୁଡିରେ ସମସ୍ତ ନିଖୋଜଙ୍କ ମୃତଦେହ ମିଳିଛି। ଡଙ୍ଗାବୁଡି ଯୋଗୁଁ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି। ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିଲା ବେଳେ ଆଜି ନିଖୋଜ ଥିବା ୭ ଜଣଙ୍କ ମୃତଦେହ ମିଳିଛି। ନିଖୋଜଙ୍କୁ ଠାବ ପାଇଁ ଗତକାଲିଠୁ ଚାଲିଥିଲା ରେସ୍କ୍ୟୁ ଅପରେସନ । ଆଜି ସକାଳେ ଉଦ୍ଧାରକାରୀ ଦଳକୁ ୬ ଜଣଙ୍କର ମୃତଦେହ ମିଳିଥିଲା। ପରେ ଆଉ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ୮ ମୃତକଙ୍କ [...]
Odiaକୁମ୍ଭୀରଙ୍କ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ମେ’ ପହିଲାରୁ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ
କେନ୍ଦ୍ରାପଡା – ଆସନ୍ତା ମାସ ପହିଲାରୁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । କୁମ୍ଭୀର ପ୍ରଜନନ ଋତୁ ଆରମ୍ଭ ହୋଇଯାଇଥିବା ଦୃଷ୍ଟିରୁ ଭିତରକନିକା କିଛି ଦିନ ପାଇଁ ବନ୍ଦ ରହିବ । ନଦୀନାଳମାନଙ୍କରେ ଥିବା କୁମ୍ଭୀରମାନେ ବସା ବାନ୍ଧି ଅଣ୍ଡା ଦେବେ। ସେମାନଙ୍କ ଅଣ୍ଡାଦେବା ପ୍ରକ୍ରିୟାରେ ବାଧା ନ ଉପୁଜାଇବା ପାଇଁ ରାଜନଗର ବନଖଣ୍ଡ ପକ୍ଷରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭିତରକନିକାକୁ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି। ମାଆ କୁମ୍ଭୀର [...]
Odiaସାଢେ ୧୧ ସୁଦ୍ଧା ୪ ସହରର ତାପମାତ୍ରା ୪୦ ପାର୍, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ
ଭୁବନେଶ୍ବର – ଆଜି ବି ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ। ପ୍ରଚଣ୍ଡ ଖରା ସହ ଗରମ ଓ ଗୁଳୁଗୁଳି ଲୋକଙ୍କ ଉପରେ ଦାଉ ସାଧୁଛି । ଳ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଦିନ ୧୧ଟା ୩୦ ମିନିଟ ସୁଦ୍ଧା ୪୦ ଡିଗ୍ରୀ ସେଲସିୟସ ପାର କରିଛି ୪ ସହରର ତାପମାତ୍ରା। ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୧.୬ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ ୪୦.୮ ଡିଗ୍ରୀ, ରାଉରକେଲା ଓ [...]
