Odiaକଂଗ୍ରେସକୁ ଝଟକା, ପ୍ରିୟଙ୍କାଙ୍କ ସହଯୋଗୀ ତେଜିନ୍ଦର ସିଂହ ବିଟୁ ଦଳ ଛାଡ଼ିଲେ
ଚଣ୍ଡିଗଡ଼: ପଞ୍ଜାବରେ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ତେଜିନ୍ଦର ସିଂହ ବିଟୁ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ କଂଗ୍ରେସର ସାଧାରଣ ସମ୍ପାଦକ ଓ ଦଳର ହିମାଚଳ ପ୍ରଦେଶ ସହପ୍ରଭାରୀ ଥିଲେ। ସୂତ୍ରରୁ ପ୍ରକାଶ ଯେ ବିଟୁ ଆଜି ବିଜେପିରେ ଯୋଗ ଦେଇପାରନ୍ତି। ସୋସିଆଲ ମିଡିଆରେ ତାଙ୍କ ଇସ୍ତଫା ପତ୍ରର ଏକ କପି ସେୟାର କରି ବିଟୁ କହିଛନ୍ତି ଯେ ୩୬ ବର୍ଷର ସମ୍ପର୍କ ପରେ ସେ [...]
Odiaଆସିଲା ବିଜେଡିର ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା
ଭୁବନେଶ୍ୱର – ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ଘୋଷିତ ତାଲିକା ଅନୁସାରେ ଚିଲିକାରୁ ରଘୁନାଥ ସାହୁ, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାର୍ଣ୍ଡି, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, ରେମୁଣାରୁ ବିଦ୍ୟାସ୍ମିତା ମହାଳିକ, ସିମୁଳିଆରୁ ସୁଭାଷିନୀ ସାହୁ, କେନ୍ଦ୍ରାପଡାରୁ ଗଣେଶ୍ୱର ବେହେରା,ଚମ୍ପୁଆରୁ ସନାତନ ମହାକୁଡ଼ ଓ ବଡଚଣାରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପ୍ରତିଦ୍ବନ୍ଦ୍ବିତା [...]
Odia‘ଡିଡ଼ି ନ୍ୟୁଜ୍’ର ନୂଆ ଲୋଗୋକୁ ନେଇ ବିବାଦ
ନୂଆଦିଲ୍ଲୀ: ସରକାରୀ ଚ୍ୟାନେଲ୍ ‘ଡିଡ଼ି ନ୍ୟୁଜ୍’ ଲୋଗୋର ରଙ୍ଗ ବଦଳିଛି। ପୂର୍ବରୁ ନାଲି ଥିବା ଏହି ଲୋଗୋ ଏବେ ଗେରୁଆ ରଙ୍ଗ ଧାରଣ କରିଛି | ଚ୍ୟାନେଲ ଲୋଗୋର ରଙ୍ଗ ବଦଳିବା ନେଇ ବିରୋଧୀ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତିି । ସରକାରୀ ଚ୍ୟାନେଲର ‘ଗୈରିକୀକରଣ’ କରାଯାଉଛି ବୋଲି ଅଭିଯୋଗ କରିଛନ୍ତିି ବିରୋଧୀ । ଯଦିଓ ଜାତୀୟ ପ୍ରସାରଣକାରୀ ଡିଡି ଏହାକୁ ହାଲକାରେ ନେଇଛି, ବିରୋଧୀ ଲୋକସଭା ନିର୍ବାଚନ ସମୟରେ ଲୋଗୋ ପରିବର୍ତ୍ତନ କରିବାର କ’ଣ ଆବଶ୍ୟକତା ଥିଲା [...]
Odiaମସ୍କଙ୍କ ଭାରତ ଗସ୍ତ ବାତିଲ
ନୂଆଦିଲ୍ଲୀ: ଟେସଲା ସିଇଓ ଏଲନ୍ ମସ୍କ ତାଙ୍କ ଭାରତ ଗସ୍ତ ସ୍ଥଗିତ ରଖିଛନ୍ତି। ଟେସଲାରେ ତାଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁଁ ମସ୍କ ଭାରତ ଗସ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ମସ୍କ ନିଜେ ‘ଏକ୍ସ’ ପ୍ଲାଟଫର୍ମରେ ଏହି ସୂଚନା ଦେଇଛନ୍ତି | ଇଲେକ୍ଟ୍ରିକ କାର୍ ନିର୍ମାଣ କରୁଥିବା ତାଙ୍କ କମ୍ପାନୀ ଟେସଲାର ଭାରତ ଯୋଜନା ସମ୍ପର୍କରେ ଘୋଷଣା କରିବା ପାଇଁ ମସ୍କ ଏପ୍ରିଲ ୨୧ ଓ ୨୨ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ବୋଲି କୁହାଯାଇଥିଲା [...]
Odiaବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ସମନ୍ଵୟ କମିଟିର ପ୍ରଥମ ବୈଠକ
ପୁରୀ -ଶ୍ରୀଜୀଉଙ୍କ ଘୋଷଯାତ୍ରା ପାଇଁ ଆଜି ବସିବ ରଥଯାତ୍ରା ସମନ୍ଵୟ କମିଟିର ପ୍ରଥମ ବୈଠକ। କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ଜୁଲାଇ ୭ ତାରିଖରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସୁରୁଖୁରୁରେ କରାଯିବା ନେଇ ବୈଠକରେ ବ୍ୟାପକ ଆଲୋଚନା ହେବା ସମ୍ଭାବନା ରହିଛି। ରଥଯାତ୍ରା ପାଇଁ ପୁରୀରେ ରାସ୍ତାଘାଟ, ସ୍ୱାସ୍ଥ୍ୟ, ପରିମଳ, ବିଦ୍ୟୁତ୍ କରଣ, ଆଇନ ଶୃଙ୍ଖଳା ବ୍ୟବସ୍ଥା, ଯାତ୍ରୀ ପାର୍କିଂ ବ୍ୟବସ୍ଥା ସହ ମହାପ୍ରଭୁଙ୍କ ନୀତିକାନ୍ତି [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ନଭ ଅରୁ ନଗର କୋଲାହଲ ହୋଈ । ଆପନି ପର କଛୁ ସୁନଇ ନ କୋଈ ॥ ଏହି ବିଧି ରାମୁ ମଣ୍ଡପହିଂ ଆଏ । ଅରଘୁ ଦେଇ ଆସନ ବୈଠାଏ ॥ ଭାବାର୍ଥ :- ଜନକପୁର ଠାରୁ ସ୍ବର୍ଗଲୋକ ପର୍ଯ୍ୟନ୍ତ ଆନନ୍ଦ ଉତ୍ସାହର ବାତାବରଣ ଥିଲା, ଇହ ଲୋକ ପର ଲୋକର ଭେଦ ନଥିଲା, ଯେପରି କେହି କାହାକଥା ଶୁଣୁନଥିଲେ । ଏହି ପ୍ରକାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ବିବାହ ମଣ୍ଡପରେ [...]
Odiaଗୀତା ଉପଦେଶ: ଯୋଗୀମାନେ ସେମାନଙ୍କର ଈଶ୍ୱର ଭକ୍ତିରେ ଶାନ୍ତ ଏବଂ ଅବିଚଳିତ ରହନ୍ତି
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପ୍ରକୃତ ଯୋଗୀ ଙ୍କ ସମ୍ବନ୍ଧରେ କହୁଛନ୍ତି : – ଜିତାତ୍ମନଃ ପ୍ରଶାନ୍ତସ୍ୟ ପରମାତ୍ମା ସମାହିତଃ। ଶୀତୋଷ୍ଣସୁଖଦୁଃଖେଷୁ ତଥା ମାନାପମାନୟୋଃ। ଅର୍ଥାତ:- ଯେଉଁ ଯୋଗୀମାନେ ମନକୁ ଜୟ କରିଛନ୍ତି,ସେମାନେ ଶୀତ ଓ ଉଷ୍ଣ, ସୁଖ ଓ ଦୁଃଖ,ମାନ ଓ ଅପମାନ ଆଦି ଦ୍ୱୈତର ଊର୍ଦ୍ଧ୍ୱରେ ରହନ୍ତି। ଏହିପରି ଯୋଗୀମାନେ ସେମାନଙ୍କର ଈଶ୍ୱର ଭକ୍ତିରେ ଶାନ୍ତ ଏବଂ ଅବିଚଳିତ ରହନ୍ତି।
Odiaଶ୍ରୀ ମନ୍ଦିରରେ କାମଦା ଏକାଦଶୀ ଓ ସୀତା ବିବାହ ନୀତି ସମ୍ପର୍ଣ୍ଣ
ଚୈତ୍ର-ମାସ ଶୁକ୍ଳ-ପକ୍ଷ ଏକାଦଶୀକୁ କାମଦା ଏକାଦଶୀ ବା ଫଳଦା ଏକାଦଶୀ କୁହାଯାଏ। ଚୈତ୍ର-ମାସ ଶୁକ୍ଳ-ପକ୍ଷ ଏକାଦଶୀ ଦିନରେ ଭଗବାନ ବିଷ୍ଣୁଙ୍କ ବିଶେଷ ପୂଜା ଏବଂ ଉପବାସ କରାଯାଇଥାଏ। ଏଥିସହ କାମଦା ଏକାଦଶୀ ବା ଫଳଦା ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ସହ ତୁଳସୀ ବୃକ୍ଷ ପୂଜା କରିବାର ପରମ୍ପରା ମଧ୍ୟ ରହିଛି। ଶ୍ରୀ ମନ୍ଦିର ପରମ୍ପରା ଅନୁଯାୟୀ ଶ୍ରୀ ମଦନ ମୋହନଙ୍କ ଏକାଦଶୀ ବେଢ଼ା ପରେ ସନ୍ଧ୍ୟଧୂପ ଉଠିଥିଲା।ଏହାପରେ ଶ୍ରୀମନ୍ଦିର ଚୂଡ଼ାରେ ମହାଦୀପ ଉଠିଥିଲା। ଏହାସହ ଶ୍ରୀରାମ [...]
Odiaଜୁନ ୧୫ ଯାଏଁ ସ୍କୁଲ ଛୁଟି ଫେକ୍ ନ୍ୟୁଜ : ରାଜ୍ୟ ସରକାର
ଭୁବନେଶ୍ୱର – ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜୁନ ୧୫ ପର୍ଯ୍ୟନ୍ତ ରାଜ୍ୟରେ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି ବୋଲି ପ୍ରସାରିତ ଖବର ମିଥ୍ୟା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଖବର ମିଥ୍ୟା ବୋଲି କୁହାଯାଇଛି । ଏଭଳି ଫେକ୍ ନ୍ୟୁଜ ପ୍ରସାରିତ କରି ସାଧାରଣରେ ବିଭ୍ରାନ୍ତ ସୃଷ୍ଟି କରିବା ଦଣ୍ଡନୀୟ ଅପରାଧ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।
ଶିଖରରେ ଗ୍ରୀଷ୍ମ ପ୍ରକୋପ : ଏ ବର୍ଷ ପ୍ରଥମ ଥର ୪୪ ଛୁଇଁଲା ତାପମାତ୍ରା, ବୋୖଦ୍ଧ ସବୁଠୁ ଉତ୍ତପ୍ତ ସହର
ଭୁବନେଶ୍ୱର – ଗ୍ରୀଷ୍ମ ପ୍ରକୋପ ଜାରି ରହିଥିବା ବେଳେ ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ଦିନ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ଛୁଇଁଛି। ୪୪.୩ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ଆଜି ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି । ୪୪.୨ ସହ ବାରିପଦାରେ ଦ୍ବିତୀୟ ଉତ୍ତପ୍ତ ସହର ହୋଇଛି। ଆଜି ୧୦ଟି ସହରର ତାପମାତ୍ରା ୪୩ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ୩୨ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ [...]
