Odiaଭିଜିଲାନ୍ସ ଜାଲରେ ଧରାପଡିଲେ ବିଇଓ କାର୍ଯ୍ୟାଳୟର ବରିଷ୍ଠ ଲାଞ୍ଚୁଆ କିରାଣି
ବୌଦ୍ଧ – ଲାଞ୍ଚ ନେଇ ଧରାପଡିଲେ ବୋୖଦ୍ଧ ଜିଲ୍ଲା ହରଭଙ୍ଗା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି । ଏକ ପ୍ରଶାସନିକ କାମ ପାଇଁ ବିଇଓ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ରନାଥ ପାଢ଼ୀ ଜଣେ ଶିକ୍ଷକଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମ କିସ୍ତିରେ ରବୀନ୍ଦ୍ରନାଥ ୨୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ତାଙ୍କୁ ମାଡି ବସିଥିଲେ ଭିଜିଲାନ୍ସ କର୍ମଚାରୀ । ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ରବୀନ୍ଦ୍ରନାଥଙ୍କ ବୁଟୁପାଲି ସ୍ଥିତ [...]
Odiaମହାନଦୀରେ ଡଙ୍ଗା ବୁଡି ୨ ମୃତ, ୪ ନିଖୋଜ : ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଝାରସୁଗୁଡ଼ା – ମହାନଦୀରେ ଅଘଟଣ । ଏକ ଦେଶୀ ଡଙ୍ଗା ବୁଡି ଯିବାରୁ ୨ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ନିଖୋଜ ହୋଇଯାଇଛନ୍ତି । ଦେଶୀ ଡଙ୍ଗାଟି ୫୦ ଜଣ ଯାତ୍ରୀଙ୍କୁ ଧରି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଶରଧାରୁ ବରଗଡ଼ ବାଞ୍ଜିପାଲିକୁ ଯାଉଥିଲା ବେଳେ ବୁଡିଯାଇଥିଲା l ୨ ମୃତଦେହ ଉଦ୍ଧାର କରାଯାଇଛି। ୪ଜଣ ନିଖୋଜ ଥିବା ସୂଚନା ମିଳିଛି। ନିଖୋଜ ୪ଜଣ ଯାତ୍ରୀଙ୍କୁ ଖୋଜାଖୋଜି କରାଯାଉଛି । ସମସ୍ତ ଯାତ୍ରୀ ଛତିଶଗଡ଼ [...]
Odiaବାଲଟ୍ ପେପରରେ ନିର୍ବାଚନ କରିବାକୁ ଦାବି କରି ଇଭିଏମକୁ ତଳେ କଚାଡ଼ି ଭାଙ୍ଗିଲେ ଭୋଟର
ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ୱାର ଲୋକସଭା ନିର୍ବାଚନମଣ୍ଡଳୀରେ ଏକ ମତଦାନ କେନ୍ଦ୍ରରେ ଶୁକ୍ରବାର ଭୋଟ୍ ଦେବାକୁ ଆସିଥିବା ଜଣେ ବୟସ୍କ ଭୋଟର ଇଭିଏମ୍ ମେସିନକୁ ତଳେ କଚାଡ଼ି ଭାଙ୍ଗି ଦେଇଛନ୍ତି। ଏହା ଦେଖି ନିର୍ବାଚନ କର୍ମଚାରୀ ଏବଂ ଧାଡ଼ିରେ ଛିଡ଼ା ହୋଇଥିବା ଭୋଟରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପୋଲିସ କହିଛି ଯେ ଏହି ଘଟଣା ହରିଦ୍ୱାର ସହରର ଜ୍ବାଲାପୁର ଇଣ୍ଟର କଲେଜରେ ସ୍ଥାପନ ବୁଥ ନମ୍ବର ୧୨୬ରେ ଘଟିଥିଲା । ଏଠାରେ ରଣଧୀର (୭୦) ନାମକ ଜଣେ ଭୋଟର [...]
Odiaପୁଣି ହୀରାକୁଦ ଜଳଭଣ୍ଡାରରେ ଡଙ୍ଗାବୁଡି, ୨୦ ରୁ ଉର୍ଦ୍ଧ୍ବ ନିଖୋଜ, ଜଣଙ୍କ ମୃତଦେହ ଉଦ୍ଧାର
ଝାରସୁଗୁଡ଼ା: ଆଜି ଅପରାହ୍ନରେ ହୀରାକୁଦ ଜଳଭଣ୍ଡାରରେ ପୁଣି ଯାତ୍ରୀବାହୀ ଡଙ୍ଗାବୁଡି ଯିବା ଫଳରେ ୨୦ ରୁ ଉର୍ଦ୍ଧ୍ବ ନିଖୋଜ ଥିବା ସୂଚନା ମିଳିଛି। ଏଥିରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ଯ ମାନଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କରାଯାଉଛି। ପ୍ରାପ୍ତ ସୂଚନାମତେ, ଆଜି ଅପରାହ୍ନରେ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର ଶରଧା ଘାଟରୁ କିଛି ପରିବାର ସଦସ୍ୟ ଏକ ଦେଶୀ ଡଂଗାରେ ଅପରପଟ ପଥରସେନୀ ଘାଟକୁ ଯାଉଥିଲେ। ଏହି ସମୟରେ କୌଣସି କାରଣରୁ [...]
Odiaଭିଜିଲାନ୍ସ ଜାଲରେ ହରଭଙ୍ଗା ବିଇଓ ଅଫିସ୍ ବରିଷ୍ଠ କିରାଣି
ବ୍ରହ୍ମପୁର: ବୈ।ଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବିନ୍ଦ୍ର ପାଢ଼ୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଣେ ସ୍କୁଲ ଶିକ୍ଷକଙ୍କ ଠାରୁ ମୋଟ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲା ବେଳେ ସେଥିମଧ୍ୟରୁ ପ୍ରଥମ କିସ୍ତିରେ ୨୦ ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ଅଭିଯୁକ୍ତ କିରାଣି ଶୁକ୍ରବାର ଭିଜିଲାନ୍ସ ଦ୍ବାରା ଧରା ହୋଇଛନ୍ତି। ଶିକ୍ଷକ ଜଣଙ୍କୁ ଏକ ପ୍ରଶାସନିକ କାର୍ଯ୍ୟରେ ସହାୟତା ଆଳରେ ତଥା ଫାଇଲ୍ ଆଗକୁ ବଢ଼ାଇବା ପାଇଁ ରବିନ୍ଦ୍ର ତାଙ୍କୁ [...]
Odiaପ୍ରାର୍ଥୀଙ୍କ ଅପେକ୍ଷା ‘ନୋଟା’ ସପକ୍ଷରେ ଅଧିକ ଭୋଟ୍ ପଡ଼ିଲେ କ’ଣ ହେବ ?
ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆଜି (ଏପ୍ରିଲ ୧୯) ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୧ଟି ରାଜ୍ୟର ୧୦୨ ଆସନରେ ଜାରି ରହିଛି ମତଦାନ। ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ସହ ଭୋଟିଂ ମେସିନରେ ‘ନୋଟା’ (ନନ୍ ଅଫ୍ ଦି ଏବୋବ୍ ବା ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହଁ)’ ବୋଲି ଏକ ବିକଳ୍ପ ଦିଆ ଯାଇଥାଏ। ମତଦାତାଙ୍କୁ କୌଣସି ବି ପ୍ରାର୍ଥୀ ପସନ୍ଦ ନ ଆସିଲେ, ସେମାନେ ନୋଟା ବଟନ୍ ଦବାଇ ପାରିବେ [...]
Odiaଗାନ୍ଧୀନଗର ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ଅମିତ ଶାହ
ଗାନ୍ଧୀନଗର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧୀନଗର ଲୋକସଭା ଆସନରୁ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ କରିବା ପରେ ଅମିତ ଶାହ କହିଛନ୍ତି, ଏହି ଆସନରୁ ମୁଁ ଜଣେ ବୁଥ କର୍ମଚାରୀରୁ ସଂସଦ ଯାଏଁ ଯାତ୍ରା କରିଛି। ଯେଉଁ ଆସନରୁ ଆଡଭାନୀ ଜୀ, ଅଟଳ ଜୀ ପ୍ରତିନିଧିତ୍ୱ କରିଥିଲେ ଏବଂ ଯେଉଁ ଆସନରେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଭୋଟର, ସେହି ଆସନକୁ ପ୍ରତିନିଧିତ୍ୱ କରି ମୁଁ ଗର୍ବିତ । ଅମିତ ଶାହ [...]
Odiaଆକାଶରୁ ନିଆଁବର୍ଷା ସ୍ଥିତି ଜାରି, ସାଢେ ୨ଟା ସୁଦ୍ଧା ୭ ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ
ଭୁବନେଶ୍ୱର – ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚଣ୍ଡ ଖରା ସହ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ୭ଟି ସହରର ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ଉପରେ ରହିଥିଲା। ସର୍ବାଧିକ ୪୩ ଦଶମିକ ୮ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସୁନ୍ଦରଗଡ଼ ଥିଲା ରାଜ୍ୟର ଉତ୍ତପ୍ତ ସହର। ସମ୍ବଲପୁରରେ ୪୨.୪, କେନ୍ଦୁଝରରେ ୪୨.୨,ଚାନ୍ଦବାଲିରେ ୪୨.୨,ହୀରାକୁଦରେ ୪୨ ଡିଗ୍ରୀ ସେଲସିୟସ [...]
Odiaଚାଲିଗଲା ସ୍ନେହା, ରହିଲେ ଆଉ ୨୭
ଭୁବନେଶ୍ୱର – ନନ୍ଦନକାନନର ଧଳା ବାଘୁଣୀ ସ୍ନେହାର ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ବାଘୁଣୀ ସ୍ନେହାର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅଧିକାରୀ । ଗତକାଲି ବାଘୁଣୀ ସ୍ନେହା ଅସୁସ୍ଥ ହୋଇପଡିଥିଲା। ତାକୁ ସାଲାଇନ୍ ଦିଆଯାଇ ଚିକିତ୍ସା କରାଯାଉଥିଲା । ଆଜି ସ୍ନେହାର ମୃତ୍ୟୁ ହୋଇଛି। ପ୍ରଚଣ୍ଡ ଗରମ ସାଙ୍ଗକୁ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଗୁରୁତର ହେବାରୁ ବାଘୁଣୀର ମୃତ୍ୟୁ ହୋଇଥିବା କୁହାଯାଇଛି। ସ୍ନେହାର ମୃତ୍ୟୁ ସହ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ [...]
Odiaରାଜଧାନୀରେ ଫୁଲବାଣୀର ଶିଳ୍ପପତିଙ୍କ ସନ୍ଦେହଜନକ ମୃତ୍ୟୁ, ଗେଷ୍ଟ ହାଉସରୁ ମିଳିଲା ମୃତଦେହ
ଭୁବନେଶ୍ବର – ରାଜଧାନୀର ଏକ ଗେଷ୍ଟ ହାଉସରୁ ମିଳିଲା ଶିଳ୍ପପତିଙ୍କ ଗଳିତ ମୃତଦେହ। ମୈତ୍ରୀ ବିହାର ଥାନା ଅଞ୍ଚଳରେ ଥିବା ଶାନ୍ତି ଗେଷ୍ଟ ହାଉସରୁ ଶିଳ୍ପପତି ତପନ ପ୍ରସାଦ ଆଚାର୍ଯ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଚପନ ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନୀର ମାଲିକ ହୋଇଥିବା ଜଣାପଡିଛି। ଫୁଲବାଣୀ ସଦର ଥାନା ଲେଙ୍ଗର ସାହିରେ ତପନଙ୍କ ଘର । ସେ ମଙ୍ଗଳବାର ଦିନ କର୍ପୋରେଟ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ । ଶାନ୍ତି [...]
