Odiaଆଉ ଚାରିଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ, ୪ରୁ ୫ ଡିଗ୍ରୀ ସେଲସିୟସ ଯାଏ ବଢିବ ତାପମାତ୍ରା
ଭୁବନେଶ୍ୱର – ଗ୍ରୀଷ୍ମ ପ୍ରକୋପରେ କଲବଲ ସାରା ରାଜ୍ୟ। ଗତ ଦୁଇ ଦିନ ଧରି ବିଭିନ୍ନ ସ୍ଥାନରେ ତାପମାତ୍ରା ଉପରମୁହାଁ ହୋଇଛି। ଏଭଳି ସ୍ଥିତି ଆହୁରି ୪ ଦିନ ଲାଗି ରହିବ । ଦିନ ତାପମାତ୍ରା ୪ରୁ ୫ ଡିଗ୍ରୀ ଯାଏ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ମାଲକାନଗିରି, କୋରାପୁଟ, କନ୍ଧମାଳ, କେନ୍ଦ୍ରାପଡା, ଢେଙ୍କାନାଳ, ନୟାଗଡ଼ ଓ ଆସନ୍ତାକାଲି ମାଲକାନଗିରି, ଅନୁଗୁଳ, ଭଦ୍ରକ, କେନ୍ଦ୍ରାପଡା , ବୌଦ୍ଧ, ଖୋର୍ଦ୍ଧା ଜିଲ୍ଲା ପାଇଁ ଆଲର୍ଟ [...]
Odiaଯାଜପୁର ବସ୍ ଦୁର୍ଘଟଣା : ସମସ୍ତ ୪୨ ଆହତ ଏସସିବିରେ ଭର୍ତ୍ତି, ୫ ଜଣ ଆଇସିୟୁରେ
ଭୁବନେଶ୍ୱର – ଯାଜପୁର କୁଆଖିଆ ନିକଟ ବାରବାଟୀ ଛକ ଓଭରବ୍ରିଜରୁ ଖସି ବସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣ ଯାତ୍ରୀଙ୍କ ମଧ୍ୟରେ ଜଣେ ମହିଳା ଓ ୪ ଜଣ ପୁରୁଷ ଅଛନ୍ତି। ଗତକାଲି ସଂଧ୍ୟାରେ ଘଟିଥିବା ଦୁର୍ଘଟଣାରେ ୪୨ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ଯାତ୍ରୀ ଗୁରୁତର ଅଛନ୍ତି। କଟକ ଏସସିବି ମେଡିକାଲରେ ୪୨ ଜଣ ଯାତ୍ରୀଙ୍କୁ ଭର୍ତ୍ତି କରାଯାଇଛି ।ଏମାନଙ୍କ ମଧ୍ୟରେ ୧୩ ମହିଳା, ୨୭ ପୁରୁଷ [...]
Odiaସଲମାନ ଖାନଙ୍କ ଘର ବାହାରେ ଗୁଳି ଫୁଟାଇବା ଘଟଣାରେ ଦୁଇ ଗିରଫ
ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ଫୁଟାଇବା ଘଟଣାରେ ମୁମ୍ବାଇ ପୋଲିସ ଦୁଇ ଜଣଙ୍କୁ ଗୁଜରାଟରୁ ଗିରଫ କରିଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଉଭୟ ଅଭିଯୁକ୍ତଙ୍କୁ ଭୁଜରୁ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ଗିରଫ କରିଛି। ସେମାନଙ୍କୁ ମୁମ୍ବାଇ ଅଣାଯାଉଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଭିକି ଗୁପ୍ତା ଓ ସାଗର ପାଲ। ରବିବାର ପୂର୍ବାହ୍ନରେ ମୋଟର ସାଇକେଲରେ ଆସି ସେମାନେ ବାନ୍ଦ୍ରା ଅଞ୍ଚଳରେ ଥିବା ସଲମାନ ଖାନଙ୍କ ବାସଭବନ ଗାଲାକ୍ସି [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ବାର ବାର ବିନବଉଁ ମୁନି ତେହୀ । ଜିମି ୟହ କଥା ସୁନାୟହୁ ମୋହୀ ॥ ତିମି ଜିନି ହରିହି ସୁନାବହୁ କବହୁଁ । ଚଲଜହୁଁ ପ୍ରସଙ୍ଗ ଦୁରାଏହୁ ତବହୁଁ ॥ ଭାବାର୍ଥ :- ଶ୍ରୀଶିବ ମହର୍ଷି ନାରଦଙ୍କୁ କହିଲେ, ହେ ମୁନୀ ଶ୍ରେଷ୍ଠ ! ମୁଁ ତୁମକୁ ବାରମ୍ବାର ବିନତି କରି କହୁଛି, ଯେପରି ଆପଣ ଏହି କାମଦେବଙ୍କ ପ୍ରସଙ୍ଗ ମୋତେ କହିଲେ, ସେହିପରି ଭଗବାନ ଶ୍ରୀହରିଙ୍କୁ କେବେ ମଧ୍ୟ [...]
Odiaଗୀତା ଉପଦେଶ: ସମସ୍ତ କର୍ମର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଆନନ୍ଦର ଅନ୍ୱେଷଣ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ମର ଉପାଦାନ ସବୁ ବୁଝାଇବାକୁ ଯାଇ କହୁଛନ୍ତି – ସୁଖଂ ତ୍ୱିଦାନୀଂ ତ୍ରିବିଧଂ ଶୃଣୁ ମେ ଭରତର୍ଷଭ। ଅଭ୍ୟାସାଦ୍ରମତେ ଯତ୍ର ଦୁଃଖାନ୍ତଂ ଚ ନିଗଚ୍ଛତି। ଅର୍ଥାତ ଶ୍ରୀକୃଷ୍ଣ କର୍ମକୁ ପ୍ରେରିତ ଏବଂ ନିୟନ୍ତ୍ରିତ କରୁଥିବା କାରକମାନଙ୍କର ବର୍ଣ୍ଣନା କଲେ । ବର୍ତ୍ତମାନ ସେ କର୍ମର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛନ୍ତି । ସମସ୍ତ କର୍ମର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଆନନ୍ଦର ଅନ୍ୱେଷଣ । ସମସ୍ତେ ଆନନ୍ଦ କାମନା କରୁଛନ୍ତି, ତାଙ୍କର [...]
Odiaସମ୍ବଲପୁରରେ “ଭୋଟର ଦାଦା” ଓ “ଭୋଟର ନାନି”
ସମ୍ବଲପୁର: ‘କୌଣସି ଭୋଟରଙ୍କୁ ପଛରେ ଛାଡି ଦିଆଯିବ ନାହିଁ ” ମନ୍ତ୍ର ନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ନିର୍ବାଚନ ପାଇଁ ଭୋଟର ମାସ୍କଟ୍ ପ୍ରଚଳନ କରାଯାଇଛି, ଯଥା ‘ଭୋଟର ଦାଦା’ ଏବଂ ‘ଭୋଟର୍ ନାନୀ ପାରମ୍ପରିକ ସମ୍ବଲପୁରୀ ପୋଷାକ ପିନ୍ଧିଥିବା ସ୍ୱିପ୍ ଟୋଟେମ୍। ‘ଭୋଟର ଦାଦା’ ଓ ‘ଭୋଟର ନାନି’ ମାସ୍କଟ୍ ହେଉଛି ନିର୍ବାଚନୀ କାର୍ଯ୍ୟକଳାପ ପ୍ରତି ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବାର ଏକ ଅଭିନବ ଉପାୟ। ଭୋଟର ତାଲିକାରେ ନାମ ପଞ୍ଜୀକରଣ, ମଡେଲ [...]
Odiaଯାଜପୁର ବସ୍ ଦୁର୍ଘଟଣାରେ ୫ ମୃତ, ମୃତକଙ୍କ ଆତ୍ମୀୟଙ୍କୁ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଯାଜପୁର – ଯାଜପୁରରେ ବସ୍ ଦୁର୍ଘଟଣା । ଜାତୀୟ ରାଜପଥର କୁଆଖିଆ ବାରବାଟୀ ଛକ ଅଞ୍ଚଳରେ ଏକ ଯାତ୍ରୀ ବାହୀ ବସ୍ ଭାରସାମ୍ୟ ହରାଇ ଫ୍ଲାଇ ଓଭରରୁ ତଳକୁ ଖସି ପଡିବା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି। ୧୫ ଜଣ ଗୁରୁତର ଆହତଙ୍କୁ ଏସସିବି ନିଆଯାଇଛି। ବସଟି କୋଲକାତାରୁ ଭୁବନେଶ୍ୱର ଯାଉଥିଲା । ଦୁର୍ଘଟଣାରେ ୫ ଜଣ ଯାତ୍ରୀଙ୍କ ପ୍ରାଣ ହରାଇବା ଖବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ [...]
Odiaଆଇପିଏଲରେ ପୁଣି ହାଇଦ୍ରାବାଦର ରେକର୍ଡ ସ୍କୋର, ଆରସିବି ବିପକ୍ଷରେ କଲା ୨୮୭ ରନ୍
ବେଙ୍ଗାଲୁରୁ: ଟ୍ରାଭିସ୍ ହେଡଙ୍କ ବିସ୍ଫୋରକ ଶତକ ସହ ବ୍ୟାଟ୍ସମ୍ୟାନଙ୍କ ଚମତ୍କାର ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲରେ ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୩ ୱିକେଟରେ ୨୮୭ ରନର ରେକର୍ଡ ସ୍କୋର କରିଛି । ଆଇପିଏଲର ଇତିହାସରେ ଏହା ହେଉଛି ସର୍ବାଧିକ ସ୍କୋର। ଏହା ମଧ୍ୟ ଟି୨୦ କ୍ରିକେଟରେ ଦ୍ବିତୀୟ ସର୍ବାଧିକ ସ୍କୋର। ହାଇଦ୍ରାବାଦ ନିଜ ରେକର୍ଡ ହିଁ ଭାଙ୍ଗିଛି । ଚଳିତ ସିଜନରେ ହିଁ ମାର୍ଚ୍ଚ ୨୭ ତାରିଖରେ ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସ [...]
Odiaନୂଆ ରୂପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍ସାଇଟ୍ ଲୋକାର୍ପିତ
ଭୁବନେଶ୍ୱର -ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ୱେବ୍ସାଇଟ୍ ନୂତନ ରୂପରେ ଲୋକାର୍ପିତ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ନୂତନ ରୂପ ପାଇଥିବା ଏହି ୱେବ୍ସାଇଟ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଲୋକାର୍ପଣ କରିଥିଲେ । ceoodisha.nic.in ଲିଙ୍କରେ ଏହି ୱେବସାଇଟ ଉପଲବ୍ଧ ହେଉଛି । ନୂତନ ରୂପରେ ଏହି ୱେବସାଇଟ୍ ମୁକ୍ତ , ସ୍ୱଚ୍ଛ , ଅବାଧ ଓ ନିରପେକ୍ଷ ନିର୍ବାଚନ ଲକ୍ଷ୍ୟରେ ଆଉ ଏକ ମାଇଲଖୁଣ୍ଟ ହେବା ସହ [...]
Odiaଗ୍ରୀଷ୍ମ ପ୍ରକୋପ : ୧୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ଅଧିକ, ବାରିପଦା ଉତ୍ତପ୍ତ ସହର
ଭୁବନେଶ୍ୱର – ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରକୋପ । ଆଜି ରାଜ୍ୟର ୧୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ଅଧିକ ରେକର୍ଡ କରାଯାଇଛି। ଏଥିମଧ୍ୟରୁ ୧୦ଟି ସହରରେ ପାରଦ ୪୧ ବା ଅଧିକ ରେକର୍ଡ କରାଯାଇଛି। ଆଜି ବାରିପଦା ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧ ଦଶମିକ ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଭୁବନେଶ୍ୱର,ଚାନ୍ଦବାଲି ଓ ନୂଆପଡାରେ ଆଜି ତାପମାତ୍ରା ଥିଲା ୪୧ ଦଶମିକ ୨ [...]
